ସ୍ୱଳ୍ପ ରୋଜଗାରକ୍ଷମ ମଧୁମେୟ ରୋଗୀଙ୍କ ପାଇଁ Sucre Blueର ପ୍ରଚେଷ୍ଟା

ସ୍ୱଳ୍ପ ରୋଜଗାରକ୍ଷମ ମଧୁମେୟ ରୋଗୀଙ୍କ ପାଇଁ Sucre Blueର ପ୍ରଚେଷ୍ଟା

Friday November 13, 2015,

4 min Read

ଏରିନ ଲିଟଲ ୧୦ବର୍ଷ ବୟସର ଥିବାବେଳେ ମଧୁମେହ ରୋଗର ପ୍ରଥମ ସ୍ତରରେ ଗତି କରୁଥିଲେ । ସେ ମିସୋରିର ଏକ ଗ୍ରାମୀଣ ଇଲାକାରେ ଥିବା ଏକ ଚର୍ଚ୍ଚ କ୍ୟାମ୍ପରେ ରହୁଥିଲେ। ସେହି ଅଂଚଳରେ କୌଣସି ପ୍ରକାର ଅତ୍ୟାଧୁନିକ ମେଡିକାଲ ସୁବିଧା ବିଶେଷଜ୍ଞ ନଥିଲେ । ସେଥିପାଇଁ ସେ କୌଣସି ଭଲ ଡାକ୍ତରଙ୍କୁ ଏହି ରୋଗର ଚିକିତ୍ସା ପାଇଁ ଦେଖାଇପାରିନଥିଲେ । ତାଙ୍କୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ମଧ୍ୟ ସେ କୌଣସି ଡାକ୍ତରକୁ ଦେଖାଇବାକୁ ସକ୍ଷମ ହୋଇପାରିନଥିଲେ । ବର୍ତ୍ତମାନ ସୁଦ୍ଧା ଭାରତରେ ୬୦ ଲକ୍ଷ ଲୋକ ଏହି ମଧୁମେହ ରୋଗରେ ପୀଡିତ ଅଛନ୍ତି ।

image


ବିଶ୍ୱରେ ଜନସଂଖ୍ୟାର ୮ ପ୍ରତିଶତ ଲୋକ ମଧୁମେହ ରୋଗରେ ପୀଡିତ । ଏକ ହିସାବରେ ଭାରତରେ ମଧୁମେହରେ ଯଦି ୮୦ ଲକ୍ଷ ଲୋକ ପୀଡିତ ହୁଅନ୍ତି ତେବେ ଏହା ବିଶ୍ୱରେ ମଧୁମେହ ରୋଗରେ ସର୍ବାଧିକ ମଧୁମେୟ ରୋଗୀଥିବା ଦେଶ ଭାବେ ପରିଗଣିତ ହେବ । ତେବେ ଏହାକୁ ରୋକିବା ପାଇଁ ଏକ କ୍ଷୁଦ୍ର ସଂସ୍ଥା ଭାବେ Sucre Blueର ଜନ୍ମ ହେଲା । ଏରିନ ହେଲେ ଏହାର ପ୍ରତିଷ୍ଠାତ୍ରୀ। ଏହି ସଂସ୍ଥା ଦ୍ୱାରା ଯେଉଁମାନଙ୍କର କମ ଆୟ ଏବଂ ଯେଉଁମାନେ ଏହିପରି ବଡ ବଡ ରୋଗର ଚିକିତ୍ସା କରିପାରୁନାହାନ୍ତି ସେମାନଙ୍କୁ ସହଯୋଗର ପନ୍ଥା ଯୋଗାଉଛି । ଏହି ଅନୁଷ୍ଠାନ ତରଫରୁ ମଧୁମେହ ରୋଗ ଚିକିତ୍ସାର ସମସ୍ତ ପ୍ରକାର ରକ୍ତ ଶର୍କରା ପରୀକ୍ଷା କମ ମୂଲ୍ୟରେ ଆରମ୍ଭ କରିବା ସହ, ଔଷଧ କମ ମୂଲ୍ୟରେ ଦେବା, ରୋଗୀମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛି । Sucre Blue ଏକ ଫ୍ରେଞ୍ଚ ଉକ୍ତିରୁ ଉଦ୍ଧାର ହୋଇଛି ଯାହା ଆନ୍ତର୍ଜାତୀୟ ମଧୁମେହର ପ୍ରତୀକ ଯାହାକି ଏକ ନୀଳ ଗୋଲେଇ ତାକୁ ଦର୍ଶାଏ।

ପ୍ରଥମ ପାଇଲଟ ସେବାଭାବେ ବାଙ୍ଗାଲୋରର ଏକ ଗ୍ରାମରେ ଏରିନ ମହିଳା ପ୍ରଶିକ୍ଷକ ଭାବେ ସ୍ୱଳ୍ପ ଖର୍ଚ୍ଚ ମାଧ୍ୟମରେ ମଧୁମହେ ରୋଗର ନିୟନ୍ତ୍ରଣ କରିବା ଶିକ୍ଷା ଦେବା ସହ ହୃଦରୋଗ ସମ୍ବନ୍ଧୀୟ ଚିକତ୍ସା ପାଇଁ ମଧ୍ୟ ଶିକ୍ଷା ଦେଉଛନ୍ତି । କର୍ଣ୍ଣାଟକର ବହୁତ ଗୁଡିଏ ଗ୍ରାମରେ ମଧୁମେହ ରୋଗୀଙ୍କ ସଂଖ୍ୟା ୧୫ ପ୍ରତିଶତ ଥିବାବେଳେ ବାଙ୍ଗାଲୋର ବାହାରେ ଅନେକ ଗ୍ରାମରେ ଏହାର ମୂଲ୍ୟ ଏରିନଙ୍କ ସର୍ଭେ ହିସାବରେ ୩୦ ପ୍ରତିଶତ ରହିଛି । Sucre Blue ତରଫରୁ ସ୍ୱଳ୍ପ ଖର୍ଚ୍ଚରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରାଯିବା ସହ ରୋଗୀମାନଙ୍କର ବିଶେଷ ଧ୍ୟାନ ମଧ୍ୟ ରଖାଯାଇଛି । ଏଥିପାଇଁ ବିଭିନ୍ନ ସହର ମାନଙ୍କରେ ଅତ୍ୟାଧୁନିକ କ୍ଲିନିକ ମାନ କରାଯାଇଛି । Sucre Blue ଏବଂ ଆଉ ଜଣେ ସହଯୋଗୀ ମିଶି ମିଳିତ ଭାବେ ବାଙ୍ଗାଲୋରରେ ସ୍ଲାଇଡିଂ ସ୍କେଲ ମଧୁମେହ କ୍ଲିନିକ କରିଥିଲେ ଯାହାର ନାମ ରଖାଗଲା ଜ୍ଞାନ ସଞ୍ଜିବନୀ । ଏହି କ୍ଲିନିକରେ ଧନୀ ଏବଂ ଗରୀବ ସମସ୍ତଙ୍କ ପାଇଁ ସ୍ୱଳ୍ପ ଖର୍ଚ୍ଚରେ ଏକ ପ୍ରକାର ଚିକିତ୍ସା କରାଯାଉଛି ।

image


ମହିଳାମାନଙ୍କ ମାନଙ୍କ ବିକାଶ ପାଇଁ ଏରିନ ଗୁରୁତ୍ୱାରୋପ କରନ୍ତି । ସେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହେେଇ ନିଜ ପରିବାରର ମଧ୍ୟ ଭରଣପୋଷଣ କରିପାରୁଛନ୍ତି । ଟାଇପ-୧ ମଧୁମେହ ରୋଗର ଚିକିତ୍ସା କରିବା ଏରିନଙ୍କର ଏକ ବଡ ଲକ୍ଷ୍ୟ ଥିଲା । କାରଣ ସେ ନିଜେ ଏହି ରୋଗକୁ ଅତ୍ୟନ୍ତ ନିକଟରୁ ଦେଖିଥିଲେ । “କୌଣସି ମେଡିକାଲ ଉପକରଣ ମୋ ପାଖରେ ନଥିବା ସତ୍ୱେ ମୁଁ ବହୁ କଷ୍ଟରେ ଏହି ରୋଗର ଚିକିତ୍ସାରେ ସଫଳ ହୋଇଥିଲି ।” ମୁଁ ଏକ ରକ୍ଷଣଶୀଳ ପରିବାରରୁ ଆସିଛି ଯେଉଁମାନଙ୍କ ପାଖରେ ଅନ୍ଧବିଶ୍ୱାସ ଭରି ରହିଛି ସେଥିପାଇଁ ମୁଁ ମୋ ପରିବାର ଏବଂ ବନ୍ଧୁମାନଙ୍କୁ ଏହି ରୋଗ ବିଷୟରେ ଲୁଚାଇଥିଲି । ରକ୍ଷଣଶୀଳ ପରିବାରମାନଙ୍କରେ ଗୋଟିଏ ରୋଗ ହେଲେପର ପୀଢିକୁ ଏହା ସଂକ୍ରମିତ ହୋଇଥାଏ ବୋଲି ସେମାନଙ୍କର ଅନ୍ଧବିଶ୍ୱାସ ରହିଥାଏ ।

ସେ ନିଜ ରୋଗ ସହିତ ସଂଘର୍ଷ କରୁଥବାବେଳେ ନିଜର ଯତ୍ନ ନେବା ସହିତ ମଧୁମେହ ରୋଗର ନିରାକରଣ ପାଇଁ ୟୁଏସ ଭଳି ଅନ୍ୟ ଦେଶ ମାନଙ୍କରେ ଏଥିପାଇଁ ଥିବା ସୁବିଧା ଉପରେ ରିସର୍ଚ୍ଚ କରୁଥିଲେ । ଭାରତ ଏବଂ ଚାଇନାରେ ଏହି ରୋଗର ମାତ୍ରା ଏତେ ଅଧିକ ଥିଲା ଯେ, ସେ ଭୟଭୀତ ହୋଇଯାଇଥିଲେ । ନର୍ଥୱେଷ୍ଟନ କେଲଗ ସ୍କୁଲ ଅଫ ବିଜନେସରେ ପଢୁଥିବା ତାଙ୍କର ଜଣେ ବନ୍ଧୁ ୨୦୧୦ରେ Sucre Blue ଅନୁଷ୍ଠାନରେ ରହି ରିସର୍ଚ୍ଚ କରୁଥିଲେ । ଭାରତରେ ଫେଲୋସିପ କରିବାସମୟରେ ସେ ତାଙ୍କ ମଡେଲକୁ ଅତ୍ୟାଧୁନିକ କରିବାର ଚେଷ୍ଟା ଆରମ୍ଭ କରିଥିଲେ । ଲିଟିଲ ଏହା ପୂର୍ବରୁ ୟୁଏସରେ ସୋସିଆଲ ଏନଟରପ୍ରାଇଜର୍ସ ଏବଂ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଜଡିତ ଥିଲେ ।

କମ ଆୟଭିତ୍ତିକ ସମୁଦାୟ ଲୋକଙ୍କୁ ସାହାଯ୍ୟ କରିବାର ଲିଟିଲ ଲକ୍ଷ୍ୟ ରଖିଥିଲେ । ମଧ୍ୟବିତ ଶ୍ରେଣୀର ଲୋକ ପ୍ରାୟତଃ ଏହି ମଧୁମେହ ରୋଗରେ ପୀଡିତ । ଏହି ମଧୁମେହ ରୋଗ ବର୍ତମାନ ସହରାଂଚଳରେ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି । ଏହି ସମୁଦାୟ ଲୋକେ ପୂର୍ବ ଯତ୍ନଶୀଳତା ଅଭାବରୁ ଉକ୍ତ ରୋଗର ଶିକାର ହେଉଛନ୍ତି । ସହରାଂଚଳ ଲୋକମାନେ ଏହି ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା କରିପାରୁଥିବାବେଳେ କମ ଆୟଭିତିକ ଲୋକ କୌଣସି ସୁବିଧା ପାଇପାରୁନାହାନ୍ତି ।

ଭାରତୀୟ ଙ୍କ ଦୈନନ୍ଦିନ ଖାଦ୍ୟରେ ମାତ୍ରାଧିକ ଶର୍କରାଜାତୀୟ ଖାଦ୍ୟ ଥାଏ, ଯାହାକି ଏହି ରୋଗର ମୁଖ୍ୟ କାରଣ। ଲିଟିଲ ଭାରତୀୟମାନଙ୍କୁ ଡାଏଟ ସମାନତା ରକ୍ଷା କରିବାପାଇଁ କହିଛନ୍ତି । ଦକ୍ଷିଣ ଆମେରିକା ଏବଂ ଭାରତରେ ପ୍ରାୟତଃ ଅଧିକ ଖାଇବାରେ ରୁଚି ରଖିଥାନ୍ତି ।

ଭାରତରେ ବଂଶଗତ ରୋଗର ନିରାକରଣ କରିବା Sucre Blue ପାଇଁ ଏତେ ସହଜ ହୋଇନାହିିଁ । ଅଭିଜ୍ଞ ବ୍ୟକ୍ତିଙ୍କ ଅଭାବ ଥିବରୁ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ଆରମ୍ଭ କରିବା ତାଙ୍କ ପକ୍ଷେ ସହଜସାଧ୍ୟ ନଥିଲା । ଏସବୁ ଜାଣିବା ସତ୍ୱେ ସେ ତାଙ୍କର ଯୋଜନାରେ ଦୃଢନିଶ୍ଚିତ ଥିଲେ ଓ ନିଜ କାର୍ଯ୍ୟରେ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରୁଛନ୍ତି ।

Learn more about Sucre Blue and get involved here or connect with them on YS Pages.