ଝିଅମାନେ ଆଉ ବସିବାକୁ ବାଧ୍ୟ ନୁହେଁ 

PeeBuddy ଦେଉଛି ମହିଳାଙ୍କୁ ଠିଆ ହେଇ ପରିସ୍ରା କରିବାର ସ୍ଵାଧୀନତା 

0

ଜିନ୍ଦେଗୀ ମିଲେଗୀ ନା ଦୋବାରା ଫିଲ୍ମ ଦେଖିବା ପରେ ଯୁବ ପିଢିର ଅନେକେ ନିଜର ‘ରୋଡ଼ ଟ୍ରିପ’ ଯୋଜନା କରିବାରେ ଲାଗିଲେ। ଫିଲ୍ମରେ ଏଇ ‘ରୋଡ଼ ଟ୍ରିପ’ ଖୁବ ରୋମାଞ୍ଚଭରା ଓ ରୋମାଣ୍ଟିକ ଲାଗେ, ନୁହେଁ କି? କିନ୍ତୁ ଏହା ପୁରୁଷ ମାନଙ୍କ ପାଇଁ ସତ୍ୟ । ମହିଳା ମାନଙ୍କ ପାଇଁ ବାସ୍ତବତା ଅନ୍ୟ ପ୍ରକାର। ଏପରି ଏକ ବାସ୍ତବତାକୁ ଅଙ୍ଗେ ନିଭେଇଲା ପରେ ତିନି ଜଣ ସାଙ୍ଗ ମହିଳା ମାନଙ୍କ ପାଇଁ ମଧ୍ୟ ଏପରି ରୋଡ଼ ଟ୍ରିପ ରୋମାଞ୍ଚକର ହେଇପାରିବ ସେଥିପାଇଁ ଏକ ଅଭିନବ ଉଦ୍ଭାବନ କଲେ। ଆପଣ ଭାବୁଥିବେ ଏଇ ବଡ଼ ଅସୁବିଧାଟି କଣ ଯେଉଁଟା ପୁରୁଷଙ୍କ ପାଇଁ ଅସୁବିଧା ନୁହେଁ କିନ୍ତୁ ମହିଳାଙ୍କ ପାଇଁ ଖୁବ ବଡ଼ ସମସ୍ଯା ! ‘ପରିସ୍ରା’ ହେଉଛି ଉତ୍ତର।

୨୦୧୪ରେ ଦୀପ ବଜାଜ ତାଙ୍କର ଦୁଇ ସାଙ୍ଗ ମୋହିତ ବଜାଜ, ରାହୁଲ ଆନନ୍ଦ ଓ କିଛି ଝିଅ ସାଙ୍ଗ ମିଶି ଏକ ରୋଡ଼ ଟ୍ରିପରେ ଯାଇଥିଲେ। ସେମାନେ ତାଙ୍କ ରୋଡ ଟ୍ରିପରେ ଝିଅ ମାନେ ସାଙ୍ଗରେ ଯାଇଥିବାରୁ ବଡ଼ ଅସୁବିଧା ହେଲା ବୋଲି କୁହନ୍ତି। ସେମାନେ ରାସ୍ତା ସାରା ଯେଉଁଠି ପେଟ୍ରୋଲ ପମ୍ପ ବା ରେଷ୍ଟୁରାଣ୍ଟ ଦେଖିଲେ ଅଟକେଇବାକୁ କହିଲେ ଆଉ ସେଠାରେ ପ୍ରାୟ ସମୟରେ ଥିବା ଅପରିଷ୍କାର ବାଥରୁମ କାରଣରୁ ନିଜେ ହଇରାଣ ହେଲେ ଆଉ ତା’ସାଙ୍ଗରେ ତାଙ୍କର ରୋଡ ଟ୍ରିପର ମଜା ବି ଗଲା। ତାଙ୍କର ମନେ ଅଛି ତାଙ୍କର ଝିଅ ସାଙ୍ଗ ମାନେ କହୁଥିଲେ ଯେ କେତେ ବଢିଆ ହେଇଥାନ୍ତା ଯଦି ସେମାନେ ୟୁରୋପରେ ଏଇ ଟ୍ରିପ କରିଥାନ୍ତେ ତା'ହେଲେ କିଛି ନହେଲେ ଅପରିଷ୍କାର ସର୍ବସାଧାରଣ ବାଥରୂମ ବ୍ୟବହାର କରିବା ସମୟରେ ସେଠାରେ ପରିସ୍ରା କରିବା ପାଇଁ ମିଳୁଥିବା ପୁନଃବ୍ୟବହାର କରିହେଉଥିବା ପ୍ଲାଷ୍ଟିକ ଯନ୍ତ୍ର ସାହାଯ୍ୟରେ ଏ ସମସ୍ଯାର ସମାଧାନ ହେଇଥାନ୍ତା।

How to Use
How to Use

ଦୀପଙ୍କର ଏହି ଅଭିଜ୍ଞତା ତାଙ୍କ ମୁଣ୍ଡରେ ଅଟକିଗଲା। ସେ ଏ ବିଷୟରେ ଭଲ ଭାବେ ଜାଣିବାକୁ ବୁଝିବାକୁ ଚାହିଁଲେ। ଅନେକ ଝିଅଙ୍କ ସଙ୍ଗେ କଥା ହେବା ପରେ ସେ ଜାଣିଲେ ଯେ ମହିଳା ମାନଙ୍କ ପାଇଁ ପ୍ରଥମତଃ ଭାରତରେ ରାସ୍ତାଘାଟ ମାନଙ୍କରେ ବାଥରୁମର ସୁବିଧା ନାହିଁ ଆଉ ଯେଉଁଠି ଅଛି ସେଠାରେ ପ୍ରାୟତଃ ପରିଚ୍ଛନ୍ନତାର 'ପ' ମଧ୍ୟ ନାହିଁ। ସେମାନଙ୍କୁ ଟୟଲେଟର ସିଟକୁ ପୋଛି ବସିବାକୁ ପଡ଼େ ବା ସ୍କୁଲରେ ଚେୟାର ହେଇ ବସିବାର ଦଣ୍ଡ ପାଇବା ପରି ବସିବାକୁ ହୁଏ ଅଥବା ପରିସ୍ରା ରୋକିଦେବାକୁ ହୁଏ। ଏସବୁରୁ କୌଣସି ମଧ୍ୟ ଉପାୟ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ଏବଂ ଏହା ଯୋଗୁଁ ପରିସ୍ରା ନଳୀର ସଂକ୍ରମଣ ତଥା କିଡନୀରେ ପଥର ହେବାର ସମ୍ଭାବନା ରହିଛି। ତେଣୁ ଦୀପ ତାଙ୍କର ବନ୍ଧୁଙ୍କ ସହ ମିଶି ଏପରି କିଛି ଉଦ୍ଭାବନ କରିବାକୁ ଭାବିଲେ ଯାହା ମହିଳା ମାନଙ୍କୁ ସ୍ଵଚ୍ଛତାର ସ୍ଵାଧୀନତା ଦେବ।

Mohit Bajaj (L) and Deep Bajaj (R), founders at PeeBuddy. Also pictured: a PeeBuddy pack (top right) and Sirona (bottom right)
Mohit Bajaj (L) and Deep Bajaj (R), founders at PeeBuddy. Also pictured: a PeeBuddy pack (top right) and Sirona (bottom right)

ତିନିବର୍ଷ ତଳେ ଏହି ତିନି ବନ୍ଧୁ ମିଶି ‘’PeeBuddy’’ ନାମରେ ଏକ ଏପରି ଯନ୍ତ୍ର ତିଆରି କଲେ ଯାହା ପ୍ରକୃତ ଅର୍ଥରେ ମହିଳା ମାନଙ୍କୁ ନିଜ ପାଇଁ ଠିଆ ହେବାକୁ ସ୍ଵାଧୀନତା ଦେବ। ହଁ, କହିବାର ଆକ୍ଷରିକ ଅର୍ଥ ହେଉଛି PeeBuddy ସାହାଯ୍ୟରେ ମହିଳା ମାନେ ମଧ୍ୟ ଠିଆ ହୋଇ ପରିସ୍ରା କରିପାରିବେ। ଆମର ଦେଶରେ ମହିଳାଙ୍କର ବିଶେଷ ଆବଶ୍ୟକତାକୁ ଚାହିଁ କୌଣସି ବିଶେଷ ଭିତ୍ତିଭୂମିର ସୁବିଧା ନାହିଁ। ଏହାର ଜବାବ ହେଉଛି PeeBuddy। ଏହା ସହ ଏହି ତିନି ବନ୍ଧୁ ଏବେ ମାସିକ ଋତୁସ୍ରାବ ସମୟରେ ହେଉଥିବା ପେଟବିନ୍ଧାର ଉପଶମ ପାଇଁ ମଧ୍ୟ ଏକ ସହଜ ଓ ସଂପୂର୍ଣ୍ଣ ରୂପେ ହର୍ବାଲ ପଟି ତିଆରି କରିଛନ୍ତି ଯାହାର ନାମ ଦେଇଛନ୍ତି – ଶିରୋନା ହର୍ବାଲ ପଟି (Sirona Herbal Patch)।

ଦୀପ ଏହା ପୂର୍ବରୁ ନିଜ ପତ୍ନୀଙ୍କର କାର୍ପେଟ ଡିଜାଇନ କମ୍ପାନୀର ବ୍ୟବସାୟିକ ଦିଗକୁ ସମ୍ଭାଳୁଥିଲେ। ମାତ୍ର PeeBuddyର ବିଚାର ଆସିବା ପରେ ସେ ଏପ୍ରିଲ ୨୦୧୪ ଠାରୁ ନିଜର ସମ୍ପୂର୍ଣ ସମୟ ଏହାକୁ ଦେଲେ। ତାଙ୍କର ବନ୍ଧୁ ରାହୁଲ ଓ ମୋହିତ ମଧ୍ୟ ଆରାମଦାୟ ଫାଇନାନ୍ସ ଓ ବିଜ୍ଞାପନ ଦୁନିଆର ଚାକିରି ଛାଡ଼ି ତାଙ୍କ ସହ ଯୋଗ ଦେଲେ। ରାହୁଲ ଅକ୍ଟୋବର ୨୦୧୫ରେ କମ୍ପାନୀ ଛାଡିଥିଲେ କିନ୍ତୁ ଦୀପଙ୍କର ଆଉ ଜଣେ ବନ୍ଧୁ ଦୀପକ ତଲରେଜା ଦୁଇ ମାସ ପରେ ସହ ପ୍ରତିଷ୍ଠାତା ଭାବେ ଯୋଗ ଦେଇ ତ୍ରିମୂର୍ତ୍ତିରେ ହେଇଥିବା ଶୂନ୍ୟସ୍ଥାନ ପୂରଣ କରିଥିଲେ।

ଦିଲ୍ଲୀରେ ଥିବା ତାଙ୍କର ଏହି କମ୍ପାନୀ ସାରା ଦେଶରେ ମହିଳା ମାନଙ୍କର ସ୍ବଚ୍ଛତା ପାଇଁ ବିଶେଷ ଉତ୍ପାଦ ତିଆରି କରି ତାଙ୍କର ଜୀବନ ଧାରଣର ମାନକୁ ଆହୁରି ଉନ୍ନତ କରିବାର ଆଭିମୁଖ୍ୟ ନେଇ କାମ କରିଥାଏ। ତାଙ୍କର ପ୍ରମୁଖ ଉତ୍ପାଦ ହେଉଛି PeeBuddy ଯାହା ହେଉଛି ଏକ ଟାଣ କାଗଜରେ ତିଆରି କାହାଳୀ ଭଳି ଜିନିଷ। ଏହା ମହିଳା ମାନଙ୍କ ଗୋଡ଼ ମଝିରେ ଖୁବ ସୁନ୍ଦର ଭାବେ ଫିଟ ହେଇଯାଏ ଏବଂ ତାଙ୍କୁ ଠିଆ ହେଇ ପରିସ୍ରା କରିବାର ସ୍ଵାଧୀନତା ଦିଏ। ଏହା ଦ୍ଵାରା ଅପରିଷ୍କାର ସର୍ବସାଧାରଣ ଟୟଲେଟର ଅପରିଚ୍ଛନ୍ନତା ତାଙ୍କୁ ସ୍ପର୍ଶ କରିବାର ପ୍ରଶ୍ନ ଉଠିବ ନାହିଁ। ଏହା ଛଡ଼ା ଆଣ୍ଠୁଗଣ୍ଠି ବାତ ଏବଂ ଗର୍ଭବତୀ ମହିଳା ଯେଉଁମାନେ ନଇଁ କରି ବସିପାରିବେ ନାହିଁ ତାଙ୍କୁ ମଧ୍ୟ ସୁବିଧାରେ ପରିସ୍ରା କରିବାରେ ସାହାଯ୍ୟ କରେ।

PeeBuddyର ଅପାର ସଫଳତା ପରେ ସେମାନେ ମହିଳାମାନେ ଆଉ କଣ କଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତାହାର ଏକ ତାଲିକା ତିଆରି କରିବାକୁ ଲାଗିଲେ। ସର୍ବପ୍ରଥମେ ଆସିଲା ଋତୁସ୍ରାବ ସମୟରେ ହେଉଥିବା ପେଟବିନ୍ଧା। ଅନେକେ ପେନକିଲର ଖାଇ ସ୍କୁଲ, କଲେଜ ଓ ଅଫିସ ଯାଇଥାନ୍ତି। ଦୀପ ତାଙ୍କ ନିଜ ପତ୍ନୀଙ୍କ ପାଇଁ ବେଳେବେଳେ ରାତି ଅଧରେ ଔଷଧ ଦୋକାନ ଦୌଡି ଔଷଧ ଆଣିଛନ୍ତି।

“ମୁଁ ମୋର ପତ୍ନୀଙ୍କ ସହ ଏ ସମ୍ପର୍କରେ କଥା ହେଲି। କଥା ହେଉ ହେଉ ଜାଣିଲି ଯେ ପେନକିଲର ଅଳ୍ପ ସମୟ ପାଇଁ କାମ କରେ ଓ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ। ପରଦିନ କିଛି ବିଶେଷଜ୍ଞଙ୍କ ସାଙ୍ଗରେ କଥା ହେଲି ଏବଂ ବୁଝିପାରିଲି ଯେ ପ୍ରକୃତି ମଧ୍ୟରେ ସବୁ କଷ୍ଟର ଉପଶମ ରହିଛି। ମେନ୍ଥଳ ଓ ୟୂକାଲିପ୍ଟସ ତେଲର ଅନେକ ଔଷଧୀୟ ଗୁଣ ଅଛି ଓ ଏହା ବିନ୍ଧାବିନ୍ଧିକୁ ଅନେକ ମାତ୍ରାରେ କମେଇଥାଏ। “ – କୁହନ୍ତି ଦୀପ।

ସେମାନେ ଏହି ପଟିର ପ୍ରୋଟୋଟାଇପ ତିଆରି କରି ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ମାନଙ୍କ ସହାୟତାରେ ଏହାକୁ ପରୀକ୍ଷା କଲେ ଏବଂ ତା’ପରେ ଯାଇ ଏହାର ଲଞ୍ଚ ହେଲା। ଭାରତର ସର୍ବପ୍ରଥମ ଋତୁସ୍ରାବ ଜନିତ କଷ୍ଟ ଉପଶମକାରୀ ହର୍ବାଲ ପଟି – ଶିରୋନା ।

ଏହା ଏକ ଆୟୁର୍ବେଦିକ ଟ୍ରାନ୍ସଡର୍ମାଲ ପଟି ଅଟେ । ଏଥିରେ ମେନ୍ଥଳ ଅଛି ଯାହା ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। ଏହାକୁ ତଳିପେଟ ବା ଅଣ୍ଟାରେ ଲଗେଇଲେ ଏହା ଏହି ଅଞ୍ଚଳରେ ରକ୍ତ ସଞ୍ଚାଳନକୁ ତତ୍ପର କରିଥାଏ ଯାହା ଫଳରେ କଷ୍ଟ କମିଥାଏ। ଏହାକୁ କ୍ଲିନିକାଲ ପରୀକ୍ଷା କରାଯାଇଛି। ପାଞ୍ଚଟି ପଟି ଥିବା ଏକ ପ୍ୟାକର ଦାମ ୨୯୨ ଟଙ୍କା ରଖାଯାଇଛି। ପଟିକୁ ନେଇ ନିଜ ନାଭି ଅଞ୍ଚଳ, ତଳି ପେଟ ବା ଅଣ୍ଟାରେ ଲଗାଇଦିଅନ୍ତୁ। ଏହା ପାଞ୍ଚରୁ ସାତ ମିନିଟ ମଧ୍ୟରେ କାମ କରିବା ଆରମ୍ଭ କରିବ। ବ୍ୟାଣ୍ଡଏଡ଼ ବାହାର କରିବା ଭଳି ଏହାକୁ ବାହାର କରିପାରିବେ।

୨୦୧୬ ଡିସେମ୍ବରରେ ଆରମ୍ଭ ହେଇଥିବା ଏହି ପଟି ବର୍ତ୍ତମାନ ପାଇଁ କେବଳ ମୁମ୍ବାଇରେ ଅବସ୍ଥିତ ଏକ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ , Purplleରେ ମିଳୁଛି। ଖୁବଶୀଘ୍ର ଏହା ଅଫଲାଇନ ଷ୍ଟୋର ଏବଂ ଔଷଧ ଦୋକାନ ମାନଙ୍କରେ ଏହା ମିଳିବା ଆରମ୍ଭ ହେବ। ଏହା ଛଡ଼ା ତାଙ୍କର ନିଜର ୱେବସାଇଟରେ ମଧ୍ୟ ଏହା ଉପଲବ୍ଧ ଅଛି। 

Website