IRCTC ସହ ଅନୁବନ୍ଧିତ ‘ହେଲୋ କରି’ ଷ୍ଟାର୍ଟ-ଅପ୍ ଟ୍ରେନରେ ଖାଦ୍ୟ ପରଷିବ

IRCTC ସହ ଅନୁବନ୍ଧିତ ‘ହେଲୋ କରି’ ଷ୍ଟାର୍ଟ-ଅପ୍ ଟ୍ରେନରେ ଖାଦ୍ୟ ପରଷିବ

Tuesday December 08, 2015,

1 min Read

IRCTCର ଅନଲାଇନ ଟିକେଟ୍ ବ୍ୟବସ୍ଥା ସହ ଅନୁବନ୍ଧିତ ହୋଇଛି ଖାଦ୍ୟ ଷ୍ଟାର୍ଟ-ଅପ୍ ହେଲୋ କରି । IRCTC ୱେବସାଇଟକରେ ଆଗୁଆ ବୁକ୍ କରି ଯାତ୍ରୀମାନେ ଏଣିକି ହେଲୋ କରି ପକ୍ଷରୁ ଟ୍ରେନରେ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇପାରିବେ ।

image


ହେଲୋ କରିର ପ୍ରତିଷ୍ଠାତା ସିଇଓ ରାଜୁ ଭୂପତି କହନ୍ତି, ‘ଆମର ପୁରସ୍କାର ପ୍ରାପ୍ତ ପ୍ୟାକେଜିଂ ସିଷ୍ଟମରେ ଖାଦ୍ୟ ଥାଳି ସହ ବିରିୟାନି ଓ ପରଟା ଆଦିପରିବେଷଣ ମାଧ୍ୟମରେ ଯାତ୍ରୀମାନେ ଟ୍ରେନ୍ ଭିତରେ ସମ୍ପୂର୍ଣ ଭାରତୀୟ ଖାଦ୍ୟର ଫାଇଦା ଉଠାଇ ପାରିବେ ।’

ସିକନ୍ଦରାବାଦ ଷ୍ଟେସନରୁ ଚଢ଼ୁଥିବା ସବୁ ଯାତ୍ରୀଙ୍କ ପାଇଁ ହେଲୋ କରି ମେନୁ ଉପଲବ୍ଧ ହେବ । ହୋମ୍ ଡେଲିଭରୀ ବ୍ରାଣ୍ଡ ଭାବେ ପରିଚୟ ପାଇସାରିଥିବା ହେଲୋ କରି ଆଗକୁ ଦିଲ୍ଲୀ, ବେଙ୍ଗାଲୁରୁ, ଭାଇଜାଗ୍ ଓ ପୁନେରେ ମଧ୍ୟ ଏହି ଟ୍ରେନ୍ ଖାଦ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ।

Share on
close