ଉଦ୍ୟୋଗୀ ହେବା ଅର୍ଥ ନିଜର ହାତକୁ ସବୁ ସମୟରେ ପଙ୍କରେ ବୁଡାଇ ରଖିବା: ଶଗୁନ୍ ଶର୍ମା

ଉଦ୍ୟୋଗୀ ହେବା ଅର୍ଥ ନିଜର ହାତକୁ ସବୁ ସମୟରେ ପଙ୍କରେ ବୁଡାଇ ରଖିବା: ଶଗୁନ୍ ଶର୍ମା

Tuesday November 10, 2015,

4 min Read

ସ୍କୁଲ ଶିକ୍ଷା ଶେଷ ହେବା ପରେ, ସେ ମୁମ୍ବାଇର NIFT (National Institute of Fashion Technology)ରେ ଫ୍ୟାସନ୍ ଡିଜାଇନ୍ ପଢ଼ିବାକୁ ଗଲେ । ଏଠାରେ ସେ ୮ ମାସ ପଢ଼ିବା ପରେ ସେ ଅନୁଭବ କଲେ ଯେ ନିଜର ଜୀବନ ତମାମ ସେ ଫ୍ୟାସନ୍ ଡିଜାଇନ୍ କରିପାରିବେନାହିଁ । ଏଣୁ, ଏକ ଦାମ୍ଭିକ ପଦକ୍ଷେପ ନେବାକୁ ସ୍ଥିର କରି ପାଠପଢ଼ା ଛାଡ଼ିଲେ । ନିଜର ସାଙ୍ଗସାଥି ଓ ନିକଟ ସଂପର୍କୀୟ ତାଙ୍କର ଏହି ନିଷ୍ପତ୍ତିକୁ ଗ୍ରହଣ କରିନଥିଲେ, ତଥାପି ସେ ନିଜର ନିଷ୍ପତ୍ତିରେ ଅଟଳ ରହିଲେ-

image


“ ମୁଁ ସର୍ବଦା ମୋର ସମୟ ଏଥିପାଇଁ ବିନିଯୋଗ କରିବି ଯାହାକୁ ମୁଁ ବିଶ୍ୱାସ କରିଛି ଏବଂ ଯାହାପାଇଁ ମୋର ଆବେଗ ରହିଛି ।”

Hedonistaର ପ୍ରତିଷ୍ଠାତା ଶଗୁନ୍ ଶର୍ମା କହନ୍ତି, “ମୁଁ ସେହିଦିନ ଠାରୁ ସର୍ବଦା ସେହି ଦର୍ଶନକୁ ନେଇ ବଂଚିଛି ।” Hedonista ସମସ୍ତ ପ୍ରକାରର ହାତତିଆରି, ପ୍ରାକୃତିକ ଓ ନିର୍ଦୟତା ମୁକ୍ତ ସ୍ଥାୟୀ ସୌଖିନ ସାମଗ୍ରୀ ପ୍ରସ୍ତୁତ କରିଥାଏ । ତାଙ୍କ କହିବାନୁସାରେ, ହେଡୋନିଷ୍ଟା ହେଉଛି ଉତ୍ତମ ସୌଖିନ ସୌନ୍ଦର୍ଯ୍ୟ ସାମଗ୍ରୀର ଭଣ୍ଡାର ଯାହା ଉପାଦେୟ ଓ ପ୍ରାକୃତିକ ଅଟେ କିନ୍ତୁ ଏହା ଏକ ନୂତନ ଫର୍ମୁଲା ଓ ସୁଗନ୍ଧରେ ପରିପୂର୍ଣ୍ଣ ।

image


ନିଜର ଲକ୍ଷ୍ୟ ପଥରୁ ସେ କଦାପି ବିଚ୍ୟୁତ ହୋଇନଥିଲେ ଏବଂ ସେ ଏଥିରୁ ଓହରି ନଯିବା ପାଇଁ ନିଜକୁ ସର୍ବଦା ସଚେତନ କରାଉଥିଲେ । ଶଗୁନଙ୍କ ବାହୁରେ ସବୁବେଳେ Hedonistaର ଟାଟୁ ଦେଖିବାକୁ ମିଳେ ।

ପ୍ରାୟ ଦୁଇ ବର୍ଷ ପୂର୍ବେ, ଶଗୁନ ପାରଂପରିକ, ଶୀତଳ ପ୍ରକ୍ରିୟାକୃତ ସାବୁନ୍ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । କାରଣ ଏହା ବଜାରରେ ମିଳୁଥିବା ଏହି ସାମଗ୍ରୀ ଅଧିକ ଚମକପ୍ରଦ ଥିଲା । ସେ ଏହି କାମକୁ ଅଧିକ ନିଷ୍ଠାର ସହ ଆରମ୍ଭ କରିଥିଲେ ଓ ସାମଗ୍ରୀ ପ୍ରସ୍ତୁତ କରିବା ସଂପର୍କରେ ଅଧିକ ଗବେଷଣା କରିବା ସହ ନୂତନ ଫର୍ମୁଲା ଓ ଉପାଦାନ ସୃଷ୍ଟି କଲେ, ଫଳରେ ଏହା ଉକ୍ରୃଷ୍ଟ ହୋଇପାରିବ । ନିଜର ବନ୍ଧୁଙ୍କ ଠାରୁ ଏହାର ଆକାର ଓ ସୁଗନ୍ଧ ଆଦି ଓ ସଂପର୍କରେ ଭଲ ପ୍ରତିକ୍ରିୟା ଶୁଣିଲେ । ସେ ଏହାହିଁ ଚାହୁଁଥିଲେ, “ମୁଁ ଜାଣିପାରିଲି ଯେ ଚର୍ମର ଯତ୍ନ ସଂପର୍କିତ ସାମଗ୍ରୀ ପାଇଁ ଏକ ବଜାର ରହିଛି, ଯାହା କୌଣସି ସ୍ୱାସ୍ଥ୍ୟ ସଂପର୍କିତ ଏବଂ ଆୟୁର୍ବେଦ ଠାରୁ ଭିନ୍ନ ଅଟେ । ସୌଖିନ ଏବଂ ମନମୋହକ, ପରିବେଶ ଅନୁକୂଳ ଗୋଧୋଇବା ଓ ଶରୀର ସାମଗ୍ରୀ ପାଇଁ ଏହି ବଜାର ଉଦ୍ଧିଷ୍ଟ ଏଣୁ, Hedonista ଜନ୍ମ ନେଇଥିଲା ।”

ଦିଲ୍ଲୀ ବାସିନ୍ଦା ଶଗୁନ,ଏଠାରେ ଜନ୍ମ ନେଇ ଶିକ୍ଷା ଗ୍ରହଣ କରିଥିଲେ । ଦିଲ୍ଲୀର ନୋଏଡାର ପବ୍ଲିକ୍ ସ୍କୁଲରେ ଶିକ୍ଷା ସମାପ୍ତ କରି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରିଣ୍ଡା ହାଉସରେ ଇଂରାଜୀ ଶିକ୍ଷା ଲାଭକଲେ । ଏହା ପରେ ସେ ପୁନେର Symbiosis Institute of Business Managementରୁ ଏମବିଏ ଶିକ୍ଷା ଶେଷକଲେ ।

ନିଜର ଶିକ୍ଷା ଶେଷ କରିବା ପରେ ସେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହିନ୍ଦୁସ୍ତାନ ଟାଇମ୍ସ ଓ ଫ୍ୟୁଚର ଗ୍ରୁପରେ କାମ କରିଥିଲେ । ସେ ବିଭିନ୍ନ କଂପାନୀରେ କାମ କରିବା ସମୟରେ ସେ ସେହି କଂପାନୀର ବିକାଶ ଏବଂ ପ୍ରଚାର-ପ୍ରସାର ପାଇଁ ନିୟୋଜିତ ଥିଲେ । ଏଥିରୁ ସେ ମହିଳା ଗ୍ରାହକଙ୍କୁ ବୁଝିବା, ତାଙ୍କର ଇଚ୍ଛା, ଆବଶ୍ୟକତା ଓ ପ୍ରେରଣା ସମ୍ବନ୍ଧରେ ଅଭିଜ୍ଞତା ଅର୍ଜନ କରିଥିଲେ । ଶଗୁନ କହନ୍ତି ଏକ ଉଦ୍ୟୋଗୀ ହେବା ଯେଭଳି ଚମକପ୍ରଦ ଦେଖାଯାଏ, ବାସ୍ତବରେ ସେପରି ନୁହେଁ, “ବାସ୍ତବରେ ଏହା, ନିଜକୁ ପ୍ରସ୍ତୁତ କରି, ନିଜର ପୋଷାକର ହାତକୁ ଟେକି ପଙ୍କରେ ହାତ ପୁରାଇବା ନୁହେଁ, ବରଂ ହାତକୁ ସବୁବେଳେ ପଙ୍କ ଓ କାଦୁଅରେ ବୁଡେଇ ରଖିବା ସହ ସମାନ। ଏହାର ଆରମ୍ଭ ହୁଏ ଏକଦମ ଆରମ୍ଭରୁ ଯେତେବେଳେ ଆପଣ ଏଇ କ୍ଷେତ୍ରରେ ଡିଆଁ ମାରନ୍ତି।”

ଉତ୍ପାଦର ଅଧିନେତୃତ୍ୱ ଓ ସର୍ଜନାକାରୀ ଠାରୁ ଆରମ୍ଭ କରି ଫ୍ୟାକ୍ଟରିର କର୍ମଚାରୀଙ୍କ ପରିଚାଳନା କରିବା, ବଜାରର ପ୍ରକୃତ ସ୍ଥିତି ଓ ସମସ୍ୟାର ଆକଳନ କରିବା ଓ ଏକ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ଥିବା ଶୂନ୍ୟସ୍ଥାନର ପୂରଣ କରିବା, ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ଏବଂ ସଂସ୍ଥାର ଆୟବ୍ୟୟର ହିସାବ ରଖିବା ଆଦି ଜଣେ କରିବା ଭଳି ବିରାଟ ଦାୟିତ୍ୱ ଶଗୁନ ମୁଣ୍ଡାଇଛନ୍ତି ।

ଜଣେ ଉଦ୍ୟୋଗୀ ହେବା ଅର୍ଥ ଜଣେ ନିଜର ଗୋଟିଏ ପାଦ ସର୍ବଦା ବଢ଼ାଇ ତତ୍ପର ରହିବା ଉଚିତ । ଶଗୁନ୍ କହନ୍ତି, “ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଅତୁଳନୀୟ ଧୈର୍ଯ୍ୟର ଆବଶ୍ୟକତା ରହିଛି, କାରଣ ଏହା ଏକ ଆଶ୍ଚର୍ଯ୍ୟର ବିଷୟ ଅଟେ ଯେ ଏକ ସାଧାରଣ କ୍ଷୂଦ୍ର ଜିନିଷ ପରବର୍ତ୍ତୀ ସମୟରେ ଏକ ବିରାଟ ପ୍ରକଳ୍ପର ରୂପ ଧାରଣ କରିଥାଏ । କେବଳ ଏହାନୁହେଁ ଜଣେ ସ୍ୱପ୍ନରେ ସୁଦ୍ଧା ଦେଖିନଥିବା ଏବଂ ଜାଣିନଥିବା କାମକୁ କରିବାକୁ ପଡ଼ିଥାଏ ଏବଂ ଜୀବନର ଅନେକ ସମୟ ଏଥିରେ ଅପଚୟ ହୋଇଥାଏ । ଜଣେ ସମସ୍ତ ସହାୟତା ପାଇନପାରେ କିନ୍ତୁ ବ୍ୟବସାୟର ସମସ୍ତ କ୍ଷେତ୍ରରେ-ଏହା ପରିବହନ ହେଉ କିମ୍ବା ନାମ ପରିଚୟ, ଆଇନଗତ କିମ୍ବା ପରିଚାଳନାଗତ କୁଶଳୀ ହୋଇପାରିବ ।”

ଶଗୁନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଅନେକ ସମସ୍ୟା ନିଜର ସାଧାରଣ ଜ୍ଞାନର ପ୍ରୟୋଗ ଦ୍ୱାରା ସମାଧାନ ହୋଇପାରିବ ଏବଂ ସଠିକ ରାସ୍ତା ଯଦି ଜଣେ ଖୋଜିପାରିବ ତେବେ ସମସ୍ତ କଥାର ମୀମାଂସା ହୋଇପାରିବ ।

ଯଦିଓ, ପ୍ରତି ସନ୍ଧିକାଳରେ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା ସମୟ । ସେ କହନ୍ତି, “କେଉଁଠାରେ ନିଜର ଜ୍ଞାନ ବିନିଯୋଗ କରିବି, କେଉଁଠି ନିଜର ଅର୍ଥ ଖର୍ଚ୍ଚ କରିବି ଏହା ହେଉଛି ସବୁଠାରୁ ବଡ଼ ଦ୍ୱନ୍ଦ୍ୱ । ନିଜେ ବହିଃସ୍ରୋତ ଓ ସ୍ୱପରିଚାଳନା ମଧ୍ୟରେ ସମତୁଲ ରକ୍ଷା କରିବା ଆବଶ୍ୟକ । ଜଣେ ଉଦ୍ୟୋଗୀ ଭାବେ, ମୋ ପାଇଁ ସମୟ ହେଉଛି ବଡ଼ ସମ୍ବଳ ଏବଂ ମୁଁ ଏହି ଉପାୟ ବାହାର କରିବା ଆବଶ୍ୟକ ଯଦ୍ୱାରା ଅର୍ଥର ସଦୁପଯୋଗ ହୋଇପାରିବ ।

ନିଜର ଭାରତ ତିଆରି ଉତ୍ପାଦକୁ ନେଇ ଶଗୁନ୍ ବିଶ୍ୱବଜାରରେ ପ୍ରବେଶ କରିବାକୁ ଚାହାନ୍ତି । ସୌନ୍ଦର୍ଯ୍ୟ ପରଂପରାରେ ନିମଜ୍ଜିତ ହେବା, ଅପକର୍ଷ ଓ ସୌଖିନ ଅଭିଜ୍ଞତାର ବିଚାରକୁ ପୂରଣ କରିବା, ଫଳରେ ବ୍ୟକ୍ତି ଜଣକ ସୁଖ, ଆନନ୍ଦ ଓ ସୁନ୍ଦର ଅନୁଭବ କରିବ । ନିଜର ୱେବସାଇଟ ଜରିଆରେ ସେ ନାମୀ ପ୍ରତିଷ୍ଠାନ, ସ୍ପା, ସାଲୋନ୍, ହୋଟେଲ୍ ଆଦିକୁ ନେଇ ଏକ ଖୁଚୁରା ଆବଣ୍ଟନ ବ୍ୟବସ୍ଥା ଗଠନ କରିବାକୁ ଯାଉଛନ୍ତି । ସମୟକ୍ରମେ ଏଥିରେ ସେ କେତେକ ନୂତନ ସମଗ୍ରୀକୁ ମଧ୍ୟ ସାମିଲ କରିବେ । ସେ କହନ୍ତି, “ଦକ୍ଷିଣ-ଏସିଆରେ ଏକ ଆବଣ୍ଟନ ନେଟୱର୍କ ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ କରିସାରିଛୁ ଏବଂ ଏହା Hedonista ପାଇଁ ଏକ ବିରାଟ ବଜାର ଅଟେ ।”