ଘରେ ବସି ନିଜ ସୁବିଧାରେ କରନ୍ତୁ ଭିସା ପାଇଁ ଆବେଦନ

ଘରେ ବସି ନିଜ ସୁବିଧାରେ କରନ୍ତୁ ଭିସା ପାଇଁ ଆବେଦନ

Saturday April 09, 2016,

3 min Read

image


ବ୍ରିଟେନ ଭିସା ଓ ଇମିଗ୍ରେସନ୍ ସହ ବୁଝାମଣା କରି VFS-Global ପକ୍ଷରୁ “ଅନ ଡିମାଣ୍ଡ ମୋବାଇଲ୍ ଭିସା’ ସେବା ଆରମ୍ଭ ବିଷୟରେ ଘୋଷଣା କରାଯାଇଛି । ଭାରତୀୟମାନେ ଏହି ସେବାକୁ ବ୍ୟବହାର କରି ବ୍ରିଟେନ୍ ଭିସା ପାଇଁ ଆବେଦନ କରିପାରିବେ ।

ଏହି ସେବା ଜରିଆରେ ଭାରତର ଯେ କୌଣସି ସ୍ଥାନରେ ବାସ କରୁଥିବା ଲୋକମାନେ ଭିସା ପାଇଁ ଆବେଦନ କରିବା ସହ ନିଜ ଘର କିମ୍ବା ଅଫିସରେ ରହି ବାୟୋମେଟ୍ରିକ୍ ତଥ୍ୟ ଦେଇପାରିବେ ।

image


“ଅନ୍ ଡିମାଣ୍ଡ୍’ ସେବା ଆବେଦନକାରୀଙ୍କ ଘରେ, ଅଫିସରେ କିମ୍ବା ଅନ୍ୟ ସ୍ଥାନରେ ପହଂଚାଇ ହେବ (ବିପଦର ମାତ୍ରା ଆକଳନ ପରେ) । ବହୁ ଭାରତୀୟ ଯଥା କର୍ପୋରେଟ୍ କର୍ମଚାରୀ, କଲେଜ୍ କ୍ୟାମ୍ପସ୍, ସିନେମା ନିର୍ମାଣ ୟୁନିଟ୍ ସଦସ୍ୟ, ଯେଉଁମାନେ ଭିସା ଆବେଦନ କେନ୍ଦ୍ରକୁ ଯାତ୍ରା କରିବାକୁ ଚାହୁଁ ନାହାନ୍ତି ସେମାନେ “ଅନ୍ ଡିମାଣ୍ଡ ମୋବାଇଲ୍ ଭିସା’ ସେବା ହାସଲ କରିପାରିବେ ଯାହା ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ।

ଏହି ସେବା ପୂର୍ବ ଆପଏଣ୍ଟମେଣ୍ଟ ଜରିଆରେ ମିଳୁଛି । ସପ୍ତାହନ୍ତରେ ମଧ୍ୟ ମିଳୁଛି । ଏଥିପାଇଁ ଅଧିକ ଶୁଳ୍କ ଦରକାର । ଏ ବିଷୟରେ ଅଧିକ ଜାଣିବା ପାଇଁ ଏଥିରେ [email protected] ଇମେଲ୍ କରିପାରିବେ ।

ହୋମ୍ ଟୁ ହୋମ୍ ସେବା ମଧ୍ୟ ଆରମ୍ଭ

ବ୍ରିଟେନ୍ ଭିସା ଆବେଦନ ପାଇଁ VFS-Global ପକ୍ଷରୁ ହୋମ୍ ଟୁ ହୋମ୍ (ଏଚ୍୨ଏଚ୍) ନାମକ ବ୍ୟକ୍ତିଗତ ସେବା ଆରମ୍ଭ କରାଯାଇଛିି । ଏଥିରେ ଡ୍ରାଇଭର ସେବା ସହିତ ଫର୍ମ ଆବେଦନରୁ ଦାଖଲ ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦିଆଯାଉଛି । ସହର ବାହାରେ ରହୁଥିବା ଆବେଦନକାରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି, ଯେଉଁମାନେ ଭିସା ଆବେଦନ ପାଇଁ ସହରକୁ ଆସିପାରନ୍ତି ନାହିଁ ।

ଏହି ସେବାର ମୁଖ୍ୟାଂଶ

ପିକ୍ ଅପ୍ ଓ ଡ୍ରପ୍: ବିମାନ ବନ୍ଦର କିମ୍ବା ରେଳ ଷ୍ଟେସନ୍ରୁ ଆଣି ଫର୍ମ ଆବେଦନ ଓ ଦାଖଲ କରି ପୁଣି ଆବେଦନକାରୀଙ୍କୁ ଛାଡ଼ିବା ପର୍ଯ୍ୟନ୍ତ କାମ

ପ୍ରିମିୟମ୍ ଲାଉଞ୍ଜ: ଏହି ଏକ୍ସପ୍ରେସ୍ ଚେକ୍ ଇନ୍ରେ ଆବେଦନକାରୀଙ୍କୁ ସିଧାସଳଖ ପ୍ରିମିୟମ୍ ଲାଉଞ୍ଜକୁ ନିଅଯାଏ । ସେଠାରେ ଫଟୋକପି, ଫଟୋ ବୁଥ୍ ଓ ଏସଏମ୍ଏସ୍ ସେବା ମାଗଣାରେ ମିଳେ । ମାଗଣାରେ କୁରିୟର ମଧ୍ୟ କରାଯାଇପାରିବ ।

ବ୍ୟକ୍ତିଗତ ଭିଏଫ୍ଏସ୍ ସହାୟତା: ପିକ୍ ଅପ୍ ପଏଣ୍ଟରୁ ଆବେଦନ ଦାଖଲ ପର୍ଯ୍ୟନ୍ତ ଷ୍ଟାଫ୍ ସହାୟତା ପ୍ରଦାନ କରାଯାଏ । ଗ୍ରାହକଙ୍କୁ ଡିଜିଟାଲ୍ ସହାୟତା ଦିଆଯାଏ ।

ଲମ୍ବା କାର୍ଯ୍ୟ ସମୟ: ସାଧାରଣ କାର୍ଯ୍ୟ ସମୟ ବାଦ ସୋମବାରରୁ ଶୁକ୍ରବାର ରାତି ୭ଟା ପର୍ଯ୍ୟନ୍ତ ସେବା ପ୍ରଦାନ କରାଯାଏ ।

ଏଚ୨ଏଚ୍ ସେବା ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଗୁରୁଗାଓଁ, ମୁମ୍ବାଇ ଓ ନୂଆଦିଲ୍ଳୀରେ ଉପଲବ୍ଧ ହେଉଛି । ଏ ବିଷୟରେ ଅଧିକ ଜାଣିବା ପାଇଁ ଲେଖିପାରିବେ ଏଥିରେ [email protected] ।

୨୦୦୩ ପରଠାରୁ ଭିଏଫ୍ଏସ୍ ଗ୍ଲୋବାଲ୍ ବ୍ରିଟେନ୍ ଭିସା ସେବା ଯୋଗାଇ ଦେଉଛି । ବର୍ତ୍ତମାନ ଏହାର ସାରା ବିଶ୍ୱର ୫୪ଟି ରାଷ୍ଟ୍ରରେ ୧୦୪ଟି ଭିସା ଆବେଦନ କେନ୍ଦ୍ର ରହିଛି ।

ଏହି ସେବା ସଂପର୍କରେ ନିକ୍ କ୍ରାଉଚ୍, ୟୁକେଭିଆଇ ଆଂଚଳିକ ନିର୍ଦେଶକ, ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ, କହିଛନ୍ତି ଯେ, 

“ୟୁକେଭିଆଇ ଓ ଭିଏଫ୍ଏସ୍ ମିଳିତ ଭାବେ ଭିସା ଆବେଦନକୁ ନେଇ କାମ କରିବାର ଏହା ଆଉ ଏକ ଉଦାହରଣ । ଏହା ଦ୍ଵାରା ଗ୍ରାହକଙ୍କ ମତାମତ ସିଧାସଳଖ ମିଳେ । ଆମର ବିଶ୍ୱାସ ରହିଛି ଯେ ଏହି ସେବା ଆହୁରି ଲୋକପ୍ରିୟ ହେବ । ଆଗକୁ ସେବାରେ ଆହୁରି ଉନ୍ନତି କରିବା ପାଇଁ ଆମେ ମିଳିତ ଭାବେ କାମ ଜାରି ରଖିବୁ ।’’

ବିନୟ ମଲହୋତ୍ରା, ସିଓଓ, ଦକ୍ଷିଣ ଏସିଆ, VFS-Global କହିଛନ୍ତି ଯେ, “ 

ଆମର ବ୍ୟବସାୟ ବିକାଶରେ ନୂତନତ୍ୱକୁ ଆମେ ଗୁରୁତ୍ୱ ଦେଉଛୁ । ସେହି ଉଦ୍ୟମର ଫଳ ହେଉଛି “ଅନ ଡିମାଣ୍ଡ ମୋବାଇଲ୍ ଭିସା’ ସେବା । ଏହି ପ୍ରିମିୟମ ସେବା ବ୍ରିଟେନ୍ ଯାଉଥିବା ଯାତ୍ରୀମାନଙ୍କୁ ସହଜରେ ଓ ସୁବିଧାରେ ଉପଲବ୍ଧ ହେବ । ସେହିପରି ବ୍ୟକ୍ତିଗତ ସେବା ଚାହୁଁଥିବା ଲୋକଙ୍କ ପାଇଁ ଏଚ୍୨ଏଚ୍ ସେବା ରହିଛି । ଆମେ ଆଶା କରୁଛୁ ଯେ ଏହି ଦୁଇ ପ୍ରକାର ସେବା ଆବେଦନକାରୀଙ୍କୁ ଉଚ୍ଚ ଶ୍ରେଣୀର ସନ୍ତୋଷ ପ୍ରଦାନ କରିବ । ’’