୧୦ଟି ସାମାଜିକ ଉଦ୍ୟୋଗ ଯାହାକି ଉତ୍ତମ ଫସଲ ଓ ଅମଳ ପାଇଁ କରୁଛି କାମ

୧୦ଟି ସାମାଜିକ ଉଦ୍ୟୋଗ ଯାହାକି ଉତ୍ତମ ଫସଲ ଓ ଅମଳ ପାଇଁ କରୁଛି କାମ

Wednesday November 25, 2015,

3 min Read

ମକର ସଂକ୍ରାନ୍ତି ପର୍ବଟିକୁ ଆମେ ଭିନ୍ନ ଭିନ୍ନ ନାମରେ ଜାଣୁ – ମକରସଂକ୍ରାନ୍ତି,ପୋଙ୍ଗଲ, ଉତ୍ତରାୟଣ,ମାଘି,ଲୋରୀ,ବିହୂ, ମକରସଂକ୍ରମଣ, ଶିଶୁର ସେଂକ୍ରାନ୍ତ ବା ଖିଚଡ଼ି- କିନ୍ତୁ ସବୁ ଭାରତୀୟମାନେ ଏହି ଶୁଭ ଫସଲ ଅମଳ ପର୍ବଟିକୁ ଜାନୁୟାରୀ ୧୪ତାରିଖରେ ପାଳନ କରନ୍ତି।

image


ମକରସଂକ୍ରାନ୍ତି ପର୍ବଟି ଶୀତ ଫସଲ ଶେଷରେ ଓ ଆଉ ଏକ ନୂତନ ଫସଲ ଋତୁର ଆରମ୍ଭରେ ଆସିଥାଏ। ଭିନ୍ନ ଭିନ୍ନ ପ୍ରଥା ଓ ପରମ୍ପରା ଅନୁସାରେ ଏହା ଦେଶସାରା ପାଳିତ ହୁଏ।ଏତେ ଭିନ୍ନତା ସତ୍ତ୍ୱେ ମକରସଂକ୍ରାନ୍ତିର ମୂଳଭାବ ସମାନ - ପ୍ରାଚୁର୍ଯ୍ୟର ଉତ୍ସବ ମନାଇ ଆଉ ଏକ ଭଲ ଫସଲ ପାଇଁ ପ୍ରାର୍ଥନା କରିବା।

କୃଷକର ଜୀବନରେ ଖୁସି ,ଫସଲରେ ପୁଷ୍ଟି ଓ ଉତ୍ପାଦନରେ ବୃଦ୍ଧି ଆଣିବା ପାଇଁ ଭାରତରେ କିଛି ଅନୁଷ୍ଠାନ କାମ କରୁଛନ୍ତି। ତାଲିକାଟି ଯଦିଓ ସଂପୂର୍ଣ୍ଣ ନୁହେଁ ଆମେ ଏ ଦିଗରେ କାମ କରୁଥିବା ୧୦ଟି ସାମାଜିକ ସଂଗଠନର ନାମ ଉଲ୍ଲେଖ କରୁଛୁ।

AgSri- AgSri ପୋଷଣୀୟ ଆଖୁ ଚାଷ ପ୍ରଚେଷ୍ଟାକୁ ପ୍ରୋତ୍ସାହିତ କରିଥାଏ।AgSri ହଜାର ହଜାର ଆଖୁ ଚାଷୀଙ୍କୁ ଆଖୁ ଚାଷ ସଂକ୍ରାନ୍ତୀୟ ସମସ୍ତ ଜ୍ଞାନକୌଶଳରେ ତାଲିମ ଦେଇ ଆଖୁ ଉତ୍ପାଦନ ବଢାଇବାରେ ସହାୟତା କରିଥାଏ।ଏହା ସେମାନଙ୍କୁ SSI(Sustainable Sugarcane Initiative) ବା ପୋଷଣୀୟ ଆଖୁ ଚାଷ ପ୍ରଚେଷ୍ଟାକୁ ଆପଣେଇ ନିଜର ଛୋଟ ଛୋଟ ନର୍ସରୀ ସବୁ ଗଠନ କରିବାକୁ ସାହାଯ୍ୟ କରିଥାଏ।

BASIX Krishi-BASIXKrishi କୃଷକମାନଙ୍କୁ ସହାୟତା ଦେବା ଲାଗି ଗୋଟିଏ ‘ଜୀବିକା ସେବା ପ୍ରଦାନକାରୀ’Livelihood Service Providers(LSPs) ସଂସ୍ଥା ଗଠନ କରି ତା’ ଜରିଆରେ ୮୦୦ଟଙ୍କା ଚାନ୍ଦା ରାଶି ବିନିମୟରେ କୃଷି ବିଶାରଦ ମାନଙ୍କୁ ପ୍ରତି ଦୁଇ ସପ୍ତାହରେ ଅନ୍ୟୁନ ଥରେ ଚାଷୀମାନଙ୍କର ଖମାରକୁ ପଠାଇଥାଏ। ସେମାନେ ଚାଷୀମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାନ୍ତି। ଏହାଛଡ଼ା ଚାଷୀମାନେ ଡକାଇଲେ ମଧ୍ୟ ସେମାନେ ଆସି ବୈଷୟିକ ପରାମର୍ଶ ଦେବା ସହିତ ସମସ୍ତ ସନ୍ଦେହ ଦୂର କରିଥାନ୍ତି।

Digital Green- ଏହା ଗୋଷ୍ଠୀଭିତ୍ତିକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ପ୍ରାସଙ୍ଗିକ ଉନ୍ନତ ଚାଷ ପ୍ରଣାଳୀ ସମ୍ବନ୍ଧୀୟ ଭିଡିଓ ବୃତ୍ତଚିତ୍ର ନିର୍ମାଣ କରି ବିତରଣ କରେ। ଏହା ଏକାଧାରରେ ଏକ ବୈଷୟିକ ଓ ସାମାଜିକ ସଂଗଠନ ଯେଉଁଠି ଗ୍ରାମଭିତ୍ତିକ ମଧ୍ୟସ୍ଥିମାନେ ସ୍ଥାନୀୟ ନିର୍ମିତ ଭିଡିଓ ସବୁ ଦେଖାଇ କ୍ଷୁଦ୍ରଚାଷୀମାନଙ୍କୁ ପୋଷଣୀୟ କୃଷି ପଦ୍ଧତି ଆପଣେଇବା ପାଇଁ ପ୍ରବର୍ତ୍ତେଇ ଥାନ୍ତି। ଫଳରେ ଚାଷୀମାନେ ନିଜର ଆୟବୃଦ୍ଧିକରି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିପାରିଥାନ୍ତି।

. Driptech-.Driptech କ୍ଷୁଦ୍ରଚାଷୀମାନଙ୍କ ପାଇଁ ଏକ ଉଚ୍ଚମାନର ସୁଲଭ ଜଳସେଚନ ବ୍ୟବସ୍ଥା ନିର୍ମାଣ କରିଛି। ଏହା ନିଜର ଉତ୍ପାଦଗୁଡିକୁ ସ୍ଥାନୀୟ ସ୍ୱାୟତ୍ତ ଶାସନ,କର୍ପୋରେଟ ଭାଗୀଦାର ଏବଂ ଏନଜିଓ ମାନଙ୍କ ଜରିଆରେ ବିତରଣ କରିଥାଏ।

eKutir Rural Management Services- ଏହାର କୃଷି ବିକାଶ ପ୍ରଚେଷ୍ଟା ଜରିଆରେ ଇ’ କୁଟୀର ଆଇସିଟି(Information&CommunicationTechnology) ଆଧାରିତ ଉପକରଣ ଦ୍ଵାରା ମୃତ୍ତିକା ପରୀକ୍ଷା, ବିହନ ନିର୍ବାଚନ ଇତ୍ୟାଦି କରାଇଥାଏ ଏବଂ ୧୫ କି॰ମି॰ ବ୍ୟାସାର୍ଦ୍ଧରେ ସ୍ଥାନୀୟ କୃଷି କେନ୍ଦ୍ରମାନ ଗଠନ କରି ଓ franchise ଦେଇ କ୍ଷୁଦ୍ରଚାଷୀମାନଙ୍କୁ କୃଷି ପରାମର୍ଶ ଓ ବ୍ୟବସାୟିକ ସୂଚନା ଦେବା ଉପରେ ଧ୍ୟାନ ଦେଇଥାଏ।

GEWP (Global Easy Water Products)- GEWP ଅଣୁ ଜଳସେଚନ କ୍ଷେତ୍ରରେ କାମ କରେ। ଏହା କ୍ଷୁଦ୍ରଚାଷୀମାନଙ୍କୁ ବୁନ୍ଦା ଓ ଝରା ଜଳସେଚନର ସୁଲଭ ଉପକରଣମାନ ବିତରଣ କରିଥାଏ। ଏହି ଉପକରଣ ଗୁଡ଼ିକର ବ୍ୟବହାର ଫଳରେ ଉତ୍ପାଦନ ଶତକଡା ୩୦ରୁ ୫୦ଭାଗ ବଢିପାରେ ଏବଂ ଜଳଖର୍ଚ୍ଚ ଶତକଡା ୩୦ଭାଗ କମିଥାଏ । ଫଳରେ କୃଷିକ୍ଷେତ୍ରରେ ଆୟ ମଧ୍ୟ ବଢ଼ିଥାଏ।

MYA (MokshaYug Access) – MYA ର ଲକ୍ଷ୍ୟ ଚାଷୀମାନଙ୍କର ଉତ୍ପାଦର ଗୁଣାତ୍ମକ ତଥା ପରିମାଣାତ୍ମକ ବିକାଶ ଏବଂ ମଧ୍ୟସ୍ଥି ଓ ଦଲାଲମାନଙ୍କୁ କୃଷିବେପାରରୁ ହଟାଇବା, ଯେପରି ଚାଷୀମାନେ ତାଙ୍କର ଉତ୍ପାଦ ପାଇଁ ସିଧାସଳଖ ଖାଉଟିମାନଙ୍କଠାରୁ ଉଚିତ ମୂଲ୍ୟ ପାଇ ପାରିବେ।

SV Agri – SV Agri କୃଷକମାନଙ୍କୁ ସର୍ବୋକ୍ତୃଷ୍ଟ ମାନର ବିହନ ଯୋଗାଇ ସେମାନଙ୍କୁ ସାହାଯ୍ୟ କରେ। ଏତଦ୍ ବ୍ୟତୀତ କୃଷି କ୍ଷେତ୍ରରେ ଅନ୍ୟାନ୍ୟ ନିବେଶ ଯଥା ସାର, ଜଳସେଚନ, ବୀମା, ଯାନ୍ତ୍ରୀକରଣ ଇତ୍ୟାଦିରେ ସହାୟତା କରି ଆଳୁ ଉତ୍ପାଦନ ବଢ଼ାଇବାକୁ ଚେଷ୍ଟା କରେ।

Vinfinet Technologies –ଏହା କୃଷି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ କରୁଥିବାଏକ ଆଇଟି ଉଦ୍ୟୋଗ, ଯେ କି କୃଷକ ପାଇଁ ଦୂରରେ ଥାଇ ମୋବାଇଲ କିମ୍ବା ଲ୍ୟାଣ୍ଡ ଫୋନରୁ ନିଜର ଜଳସେଚନ ପମ୍ପକୁ ନିୟନ୍ତ୍ରଣ କରିବାର GSM ସମର୍ଥିତ ଏକ ଉପକରଣ ପ୍ରସ୍ତୁତ କରିଅଛି।

Zameen Organic – Zameen Organic ଏହା କୃଷକମାନଙ୍କ ମାଲିକାନାରେ ଥିବା ଏକ ବିପଣନ ଉଦ୍ୟୋଗ ଯାହାକି କୀଟନାଶକ ମୁକ୍ତ ଜୈବ କପାର ଉଚିତ ବେପାର ପାଇଁ ଉଦ୍ଦିଷ୍ଟ। ଏହା କୃଷିକ୍ଷେତ୍ରରେ ନିବେଶ ହ୍ରାସ ଏବଂ ଦକ୍ଷତା ତଥା ଆୟ ବୃଦ୍ଧି କରି ଭାରତର ଗ୍ରାମାଞ୍ଚଳର ନାମକୁ ମାତ୍ର ଚାଷୀମାନଙ୍କ ଜୀବନଧାରଣର ମାନବୃଦ୍ଧି ପାଇଁ ଚେଷ୍ଟିତ। ଚାଷୀମାନେ ଜମୀନର ବୃହତ୍ତମ ଅଂଶୀଦାର।

.

Share on
close