ପୁଅଙ୍କ କମେଂଟ୍ ମରା ସହିପାରିଲେନି, ଗଠନ କଲେ 'ରେଡ୍ ବ୍ରିଗେଡ୍'

ପୁଅଙ୍କ କମେଂଟ୍ ମରା ସହିପାରିଲେନି, ଗଠନ କଲେ 'ରେଡ୍ ବ୍ରିଗେଡ୍'

Wednesday January 27, 2016,

3 min Read

ସମସ୍ୟା ଜୀବନରେ ସମସ୍ତଙ୍କ ପାଇଁ ଆସେ । ଏହା ବେଳେ ବେଳେ ବାତ୍ୟା ଭଳି ଜୀବନ ଭିତରୁ ପ୍ରବେଶ କରିଥାଏ । କେତେକ ଲୋକ ଏହି ବାତ୍ୟାକୁ ସହି ନ ପାରି ନିଜ ପଥରୁ ଓହରି ଯାଆନ୍ତି । ଆଉ କିଛି ସାହସୀ ବ୍ୟକ୍ତି ରହିଛନ୍ତି ଯେଉଁମାନେ ବାତ୍ୟାକୁ ସାମ୍ନା କରିବାର ସାହସ ଜୁଟାଇ ଲଢ଼ିଥାନ୍ତି । ଏଠାରେ ସେଭଳି କିଛି ବାଳିକାଙ୍କ ବିଷୟରେ ଲେଖୁଛି ଯେଉଁମାନେ ପୁଅମାନଙ୍କ କମେଂଟ୍ ମରାରେ ଅତିଷ୍ଠ ହୋଇଯାଇଥିଲେ । କିନ୍ତୁ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବାକୁ ଚାହୁଁ ନ ଥିଲେ । ସେମାନେ ଗଠନ କରିଛନ୍ତି ରେଡ୍ ବ୍ରିଗେଡ୍ । ଯେଉଁଠାରେ କୌଣସି ଝିଅକୁ ପୁଅମାନେ କମେଂଟ୍ ମାରୁଥିବା କିମ୍ବା ହଇରାଣ କରୁଥିବା ଜାଣିଲେ ପହଚିଂ ଯାଏ ଏହି ରେଡ୍ ବ୍ରିଗେଡ୍ ।

ସହରର ଉଷା ବିଶ୍ୱକର୍ମା ଏଭଳି ଏକ ନାମ ଯାହା ଏବେ ସାରା ଦେଶର ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି । ତାଙ୍କୁ ବଳାକ୍ତାର କରିବାର ଉଦ୍ୟମ କରାଯାଇଥିଲା । ଏହା ପରେ ସେ ନିଶ୍ଚିତ ରୂପେ ନିଜର ସାହସ ହରାଇ ବସିଥିଲେ । କିନ୍ତୁ ଏହା ପରେ ଏଭଳି ଠିଆ ହୋଇଥିଲେ ଯେ ହଜାର ହଜାର ଝିଅଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି । କେବିସିର ହଟ୍ ସିଟରେ ବସିବା ପର୍ଯ୍ୟନ୍ତ ସେ ଯାତ୍ରା କରିଛନ୍ତି । ତାଙ୍କୁ ଶ୍ରେଷ୍ଠ ୧୦୦ ଆଚିଭର ଙ୍କ ତାଲିକାରେ ସ୍ଥାନ ଦିଆଯାଇଛି । ଅଦମ୍ୟ ସାହସ ଯୋଗୁଁ ତାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭୋଜନ ପାଇଁ ଆମନ୍ତ୍ରଣ ଦେଇଛନ୍ତି ।

ସାଙ୍ଗମାନେ ସାହସ ଦେଲେ

ଉଷା ଦ୍ୱାଦଶ ପାସ୍ କରିବା ପରେ ଏକ ବସ୍ତିରେ ପାଠ ପଢ଼ାଉଥିଲେ । ସେ ଯେଉଁ ଝିଅମାନଙ୍କୁ ପଢ଼ାଉଥିଲେ ସେମାନଙ୍କ ଭିତରୁ ଜଣଙ୍କୁ ତା’ର ଦାଦା ବଳାକ୍ତାର କରିଥିଲା । ଏହା ଜାଣିବା ପରେ ଉଷା ସ୍ୱର ଉତ୍ତୋଳନ କରିଥିଲେ । କିନ୍ତୁ କୌଣସି ଶୁଣାଣି ହେଲା ନାହିଁ । ଜୀବନରେ ସବୁଠୁ ବଡ଼ ଧୋକା ମିଳିଲା ଯେତେବେଳେ ଉଷାଙ୍କ ସହିତ ପାଠ ପଢ଼ୁଥିବା ଏକ ବାଳକ ତାଙ୍କୁ ବଳାକ୍ତାର କରିବାକୁ ଉଦ୍ୟମ କରିଥିଲା । ସେ ଏ କଥା ଘରେ କହିଲେ ନାହିଁ । କିନ୍ତୁ ନିଜେ ବହୁତ ଡରି ଯାଇଥିଲେ । ଘରେ ଜଣାଇଥିଲେ ହୁଏତ ଘର ଲୋକ କହିଥାନ୍ତେ ସବୁ ତୋର ଭୁଲ । ଦେଢ଼ ବର୍ଷ ନିଜ ଭିତରେ ସେ ସନ୍ତୁଳି ହୋଇଚାଲିଲେ । ପୁରୁଷ ନାମ ପ୍ରତି ତାଙ୍କୁ ଘୃଣା ଲାଗୁଥିଲା । ଏଭଳିକି ସେ ନିଜ ବାପାଙ୍କୁ ଦେଖିବାକୁ ଆଉ ପସନ୍ଦ କଲେ ନାହିଁ । ନିଜକୁ ସେ ଘର ଭିତରେ ବନ୍ଦୀ କରିଦେଇଥିଲେ । ଉଷାଙ୍କର କଣ ହୋଇଛି ବୋଲି ତାଙ୍କ ସାଙ୍ଗମାନେ ଜାଣିବାକୁ ଜିଦ କଲେ । ଏହା ପରେ ସେ ସାଙ୍ଗମାନଙ୍କୁ ସବୁ କିଛି କହିଦେଲେ । ସାଙ୍ଗମାନେ ତାଙ୍କୁ ପୁଣି ଥରେ ଠିଆ ହେବାର ସାହସ ଦେଲେ ।

image


ଡ୍ରେସ୍ କୋଡ୍ ହେଲା ଲାଲ୍ ଓ କଳା ରଙ୍ଗର ପୋଷାକ

ସାଙ୍ଗମାନଙ୍କ ସହ ମିଶି ଉଷା ଲିଙ୍ଗ ସମ୍ବେଦନଶୀଳତାକୁ ନେଇ ଏକ କର୍ମଶାଳା ଆୟୋଜନ କଲେ । ଏଥିରେ ୫୫ ଜଣ ଝିଅ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣ କହିଥିଲେ ଯେ ନିଜ ଘରେ ସେମାନଙ୍କୁ ବିଭନ୍ନ ପ୍ରକାର ଅତ୍ୟାଚାର କରାଯାଇଛି । କାହାର ମାମୁଁ ତ ଆଉ କାହାର ଦାଦା ତାଙ୍କୁ ବଳାକ୍ତାର କରିଥିବା କଥା କିଛି ଝିଅ କହିଥିଲେ । ଏହା ଶୁଣିବା ପରେ ଉଷାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା । କେବଳ ବାହାରେ ନୁହେଁ ଝିଅମାନେ ନିଜ ଘରେ ବି ସୁରକ୍ଷିତ ନୁହନ୍ତି ବୋଲି ଜଣାପଡ଼ିଥିଲା। ଉଷା ଯେଉଁ ଅଂଚଳରେ ରହୁଥିଲେ ସେଠାରେ କିଛି ଦିନ ତଳେ ବିଜୁଳି ବତୀ ପହଂଚିଥିଲା । ସେଠାରେ ଝିଅମାନଙ୍କ ଜୀବନ ନର୍କ ଭଳି ଥିଲା । ରାସ୍ତାରେ ଅଂଚଳ ପିଲାମାନେ ଠିଆ ହୋଇ ଝିଅମାନଙ୍କୁ ଖୋଲାଖୋଲି କମେଂଟ୍ କରୁଥିଲେ । ବେଳେ ବେଳେ ଓଢଣୀ ଆଦି ଟାଣି ନେଉଥିଲେ । ପୁଲିସକୁ ସେ ବିଷୟରେ ଜଣାଇବା ସତ୍ୱେ କିଛି ଲାଭ ହେଉ ନ ଥିଲା ।

image


ସେହି ସମୟରେ ଆମେ ପିଲାମାନଙ୍କୁ ପଢାଇବା ସହ ପଥପ୍ରାନ୍ତ ନାଟକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ । ସେଥିରେ ଆମେ ଲାଲ ଓ କଳା ରଙ୍ଗର ପୋଷାକ ପିନ୍ଧୁଥିଲୁ । ଧୀରେ ଧୀରେ ଆମକୁ ଲୋକମାନଙ୍କ ସାହସ ମିଳିଲା ।୨୦୧୧ରେ ଆମେ ଏହି ଦଳକୁ ରେଡ୍ ବ୍ରିଗେଡ୍ ନାମ ଦେଇଦେଲୁ ବୋଲି ଉଷା କହିଛନ୍ତି ।