ଆମେ କାହିଁକି ନିଜ ରଙ୍ଗକୁ ନେଇ ଅସନ୍ତୁଷ୍ଟ #UnfairandLovely

ଆମେ କାହିଁକି ନିଜ ରଙ୍ଗକୁ ନେଇ ଅସନ୍ତୁଷ୍ଟ #UnfairandLovely

Wednesday March 16, 2016,

3 min Read

ଆପଣ କଣ ଖୋଜୁଛନ୍ତି କି?

ଏକ ଚାକିରି?

ଜଣେ ଜୀବନ ସାଥୀ?

ଯେଉଁ କଲେଜରେ ପଢ଼ିବାକୁ ପ୍ରବଳ ଇଛା ସେଠାରେ ନାମ ଲେଖାଇବାକୁ ଚାହୁଁଛନ୍ତି କି?

ଚାକିରିରେ ପଦୋନ୍ନତି?

ଯାହା ବି କିଛି କରିବାକୁ ଚାହୁଁଛନ୍ତି କି?

କିନ୍ତୁ କିଛି ନା କିଛି କାରଣ ଯୋଗୁଁ ଅସଫଳ ରହିଯାଉଛନ୍ତି ।

ଏହା ପାଇଁ ରହିଛି ଏକ ନିଶ୍ଚିତ ଉପାୟ । ତାହା ହେଉଛି ଫେୟାରନେସ୍ କ୍ରିମ୍ ।

image


ହଁ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଆପଣମାନେ ବିଶ୍ୱାସ କରିପାରିବେ ନାହିଁ ଯେ ଫେୟାରନେସ୍ ଶିଳ୍ପ ବହୁ ବର୍ଷ ଧରି ଆପଣମାନଙ୍କୁ ଓ ମୋତେ ଏଭଳି ଅସଙ୍ଗତ କାରଣ ଦର୍ଶାଇ ସେମାନଙ୍କ ଉତ୍ପାଦର ପ୍ରଚାର କରାଉଛନ୍ତି? ଆମେ ସେମାନଙ୍କ ଜାଲରେ ଫସିଯାଉଛେ କିମ୍ବା ସେମାନଙ୍କର ଉପସ୍ଥିତିକୁ ଗ୍ରହଣ କରିନେଉଛେ । କାରଣ ସେମାନେ ସବୁ ବେଳେ ସେହିଠାରେ ରହିଛନ୍ତି ।

ନିର୍ଦ୍ଧିଷ୍ଟ ପ୍ରକାରର ପୋଷାକ ପିନ୍ଧିବା ଓ ନିର୍ଦ୍ଧିଷ୍ଟ ଭଳି ଦେଖାଯିବା ପାଇଁ ମହିଳାମାନଙ୍କ ଉପରେ ସବୁ ବେଳେ ଚାପ ରହିଥାଏ । ଶ୍ୟାମଳ ଚର୍ମକୁ ସୁନ୍ଦର ବୋଲି ବିଚାର କରାଯାଏ ନାହିଁ ଓ ଅଧିକାଂଶ ମହିଳା ଶ୍ୟାମଳ ଦେଖାଯିବାକୁ ଚାହାନ୍ତି ନାହିଁ ବୋଲି କହନ୍ତି ଭାରତର ପ୍ରଥମ ପ୍ରଫେସନାଲ୍ ମହିଳା ସର୍ଫର୍ ଇଶିତା ମାଲବ୍ୟା । Her Story ସହ କଥାବାର୍ତ୍ତା କରିବା ବେଳେ ସେ କାହିଁକି ମହିଳାମାନେ ସମୁଦ୍ରଠାରୁ ଦୂରେଇ ରହିଛନ୍ତି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ।

ତେବେ ପରିବର୍ତ୍ତନର ସମୟ ଆସିଛି । ଟେକ୍ସାସ୍ ବିଶ୍ୱବିଦ୍ୟାଳୟ କିଛି ଛାତ୍ରୀ ଏକ ମହତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି । ସେହିଠାରୁ ଜନ୍ମ ନେଇଛି #UnfairandLovely । ରଙ୍ଗଭେଦକୁ ଦୂର କରିବା ପାଇଁ ବିଶ୍ୱ ସ୍ତରରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଏହା ଏକ ଅଭିଯାନ। ଗୋରା ଚର୍ମ ହିଁ ସୁନ୍ଦର ବୋଲି ବିଶ୍ୱର ପ୍ରାୟ ସମସ୍ତ ପ୍ରାନ୍ତରେ ରହିିବା ଭ୍ରମ ଧାରଣା କୁ ଏହା ଦୂର କରିବାକୁ ପ୍ରୟାସ କରୁଛି ।

ଅଷ୍ଟିନର ଟେକ୍ସାସ ବିଶ୍ୱବିଦ୍ୟାଳୟର ୨୧ ବର୍ଷୀୟା ଆଫ୍ରିକା ଆମେରିକୀୟ ଛାତ୍ରୀ ପାକ୍ସ ଜୋନ୍ସ ନିଜର ଦକ୍ଷିଣ ଏସିଆ ସହପାଠୀ-ଭଉଣୀ ମିରୁଷା ଓ ୟନୁଷା ୟୋଗରାଜାଙ୍କୁ ନେଇ ଏକ ଫଟୋସୁଟ୍ ପ୍ରସ୍ତୁତ କରିଛନ୍ତି । ୨୦୧୫ ଡିସେମ୍ବରରେ ସେ ନିଜର ପ୍ରକଳ୍ପ ପାଇଁ ଏହା ପ୍ରସ୍ତୁତ କରିଥିଲେ ।

ଅନଫେୟାର ଆଣ୍ଡ ଲଭ୍ଲି ନାମକ ଏହି ସିରିଜ୍ ସୋସିଆଲ୍ ମିଡିଆରେ ବେଶ ଚର୍ଚିତ ହେବା ସହ #UnfairandLovely ହାଶଟ୍ୟାଗକୁ ଜନ୍ମ ଦେଇଛି। ଭାରତରେ ବହୁ ଲୋକପ୍ରିୟ ଫେୟାରନେସ୍ କ୍ରିମ୍ ଫେୟାର ଆଣ୍ଡ୍ ଲଭ୍ଲିର ନାମକୁ ନେଇ ଏହି ହାଶଟ୍ୟାଗ୍ ର ନାମ ଅନଫେୟାର ଆଣ୍ଡ୍ ଲଭ୍ଲି ରଖାଯାଇଛି ।

ଏହି ଅଭିଯାନରେ କଣ କରାଯାଉଛି?

ଏହି ଅଭିଯାନ, ଯାହା ଶ୍ୟାମଳ ରଙ୍ଗକୁ ସମର୍ଥନ କରୁଛି, ମହିଳାମାନଙ୍କୁ ସେମାନଙ୍କ ଶ୍ୟାମଳି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ପ୍ରୋତ୍ସାହିତ କରୁଛି । ଏହା ସମଗ୍ର ବିଶ୍ୱର ଅନଲାଇନ୍ କମୁ୍ୟନିଟିର ଦୃଷ୍ଟି ଆକର୍ଷଣ କରିବା ସହ ଟ୍ୱିଟର୍ ଓ ଫେସବୁକ୍ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ରେ ୧୦୦ରୁ ଅଧିକ ଲୋକ ନିଜର ଫଟୋ ପୋଷ୍ଟ କରିସାରିଲାଣି ।

ପରିବର୍ତ୍ତନର ସମୟ : କିଛି ଭଲ ହେବ

ଅନେକ ଆଗଧାଡ଼ିରେ ସେଲିବ୍ରିଟି ଓ ଅଭିନେତ୍ରୀ ଫେୟାରନେସ୍ କ୍ରିମ୍ ଗୁଡିକର ପ୍ରସାର କରୁଥିବା ବେଳେ ଏଭଳି କିଛି ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ଏହାକୁ ସମର୍ଥନ କରୁନାହାନ୍ତି । ସେମାନେ କେବଳ ଏହାକୁ ବିରୋଧ କରୁଛନ୍ତି ତାହା ନୁହେଁ ସାଧାରଣ ଜନତାଙ୍କୁ ଏ ନେଇ ଦୃଢ଼ ବାର୍ତ୍ତା ମଧ୍ୟ ପ୍ରଦାନ କରୁଛନ୍ତି ।

Credits: Dark and Beautiful

Credits: Dark and Beautiful


“ଫେୟାରନେସ୍ କ୍ରିମ୍ ଗୁଡିକର ବଢୁଥିବା ସଂଖ୍ୟାକୁ ଦେଖି ମୁଁ ଚକିତ । ଶ୍ୟାମଳ ବର୍ଣ୍ଣର ଅଭିନେତ୍ରୀମାନେ ପ୍ରତି ସିନେମା, ପତ୍ରିକା, ହୋର୍ଡିଂରେ ଫିକା ଦେଖାଯାଉଛନ୍ତି । ସିନେମା ଓ ବିଜ୍ଞାପନରେ ଗୋରା ରଙ୍ଗର ମହିଳାମାନଙ୍କୁ ପ୍ରଦର୍ଶନ କରାଯାଉଛି ।’’

ଚେନ୍ନାଇର ଅଣ ସରକାରୀ ସଂସ୍ଥା “ଓମେନ୍ ଅଫ୍ ୱର୍ଥ(WOW)ର ପ୍ରଚାର ଅଭିଯାନ “ଷ୍ଟେ ଅନ୍ଫେୟାର ଆଣ୍ଡ ଷ୍ଟେ ବିଉଟିଫୁଲ୍’କୁ ସମର୍ଥନ କରି ପ୍ରସିଦ୍ଧ ଅଭିନେତ୍ରୀ ନନ୍ଦିତା ଦାସ ଅତି ଜରୁରୀ ଆବଶ୍ୟକ ଥିବା ସଚେତନତା ଆଣିପାରିଛନ୍ତି । ଏହି ଲୋକପ୍ରିୟ ଅଭିଯାନରେ ହଜାର ହଜାର ଭାରତୀୟ ସୋସିଆଲ୍ ନେଟଓ୍ବର୍କିଂ ସାଇଟ୍ଗୁଡ଼ିକ ଜରିଆରେ ଫେୟାନେସ୍ ଶିଳ୍ପ କରୁଥିବା ଚର୍ମର ରଙ୍ଗ ଭିତ୍ତିକ ବାଛବିଚାରକୁ ବିରୋଧ କରିଛନ୍ତି ।

“ଫେୟାରନେସ୍ କ୍ରିମ୍ର ପ୍ରଚାର କରିବା ଅପରାଧିକ କାର୍ଯ୍ୟ"

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଫେୟାରନେସ୍ ସାମଗ୍ରୀ ପ୍ରଚାରକୁ ବିରୋଧ କରିଛନ୍ତି ଓ ସେ ବିଶ୍ୱାସ କରନ୍ତି ନାହିଁ ଯେ ଏକ ନିର୍ଦ୍ଧିଷ୍ଟ ରଙ୍ଗର ଚର୍ମ ହିଁ ସୁନ୍ଦର ।

Credits: Indiatimes

Credits: Indiatimes


ଏବେ ଚିନ୍ତା କରନ୍ତୁ

ଆମେମାନେ ଏଭଳି ମନ୍ତବ୍ୟ ବହୁବାର ଶୁଣିଛେ ଯେ..

ତୁ ନିଶ୍ଚିତ ଯେ ଏହି ରଙ୍ଗ ପିନ୍ଧିବାକୁ ଚାହୁଁଛୁ? ଏହା ପିନ୍ଧିଲେ କଳା ଦେଖାଯିବୁ

ଖରାରେ ବାହାରକୁ ଯାଆନ୍ତି, କଳା ପଡ଼ିଯିବୁ ।

ଆଉ ସବୁଠୁ ଖରାପ ହେଉଛି, ଇଞ୍ଜିନିୟର ପାତ୍ର ପାଇଁ ଚାହୁଁଛୁ ଜଣେ ଡେଙ୍ଗା, ଗୋରା, ଘରକରଣା ଓ ପତଳା ଝିଅ ।

ହଁ ଉଜ୍ୱଳତା ହିଁ ସୁନ୍ଦର

ଯଦି ତୁମର ଭାବନା ସୁନ୍ଦର

ତୁମେ ଯେଭଳି ବିଚାର କରୁଛ

ତୁମେ ଯେଭଳି ପ୍ରେମ କରୁଛ

ତେବେ ଦୁନିଆରେ ସବୁ କିଛି ଠିକ ହୋଇଯିବ ।

ମୂଳ ଲେଖା - ପ୍ରତୀକ୍ଷା ନାୟକ

ଭାଷାନ୍ତର - ପ୍ରଭାତ ପଟ୍ଟନାୟକ