ଓଡ଼ିଶାରେ ଟାଟା ଷ୍ଟିଲ୍ ଖୋଜିବ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା

ଓଡ଼ିଶାରେ ଟାଟା ଷ୍ଟିଲ୍ ଖୋଜିବ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା

Sunday December 13, 2015,

1 min Read

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ସ୍ତରୀୟ ଇସ୍ପାତ କଂପାନି ଟାଟା ଷ୍ଟିଲ୍ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରେ ପହଂଚି ଜ୍ୟୋତିର୍ବିଜ୍ଞାନୀଙ୍କୁ ଖୋଜିବ । ବିଜ୍ଞାନକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ କରିବା ପାଇଁ କଂପାନିର ଏହା ଏକ ଉଦ୍ୟମ । ଏ ଦିଗରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ସହଯୋଗ ନେଉଛି କଂପାନି । ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଭାମାନଙ୍କୁ ଅନ୍ୱେଷଣ କରାଯିବ । ଚଳିତ ମାସ ୧୨ ତାରିଖଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ ।

image


ଓଡ଼ିଶାର ସମୃଦ୍ଧି ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଟାଟା ଷ୍ଟିଲ ପକ୍ଷରୁ ରାଜ୍ୟର କଳା, ସଂସ୍କୃତି ଓ ବୈଜ୍ଞାନିକ ଚିନ୍ତାଧାରର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ, ଯୁବଗୋଷ୍ଠୀଙ୍କୁ ନିଜ ଜ୍ଞାନର ପରିପ୍ରକାଶ ପାଇଁ ବୃହତ୍ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲ ପକ୍ଷରୁ ଡିସେମ୍ବର ୧୨ ତାରିଖରେ ଭୁବନେଶ୍ୱରଠାରେ ଟାଟା ଷ୍ଟିଲ ଆନ୍ତଃ-ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତାର ଫାଇନାଲ୍ ଆୟୋଜନ କରାଯାଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ଟି ଦଳ ଏହି ଫାଇନାଲ୍ ରାଉଣ୍ଡରେ ଭାଗ ନେବେ ।

ସେହିପରି, ଜ୍ୟୋତିର୍ବିଜ୍ଞାନରେ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ତଥା ମହାକାଶ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ଓ ପ୍ରତିଭା ଚିହ୍ନଟ ଲକ୍ଷ୍ୟରେ ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୯ମ ଥର ପାଇଁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ଆୟୋଜନ କରୁଛି । ଓଡ଼ିଶାର ବିଭିନ୍ନ ଅଂଚଳରୁ ଚୟନ ହୋଇଥିବା ୧୧୬ଜଣ ଛାତ୍ରଛାତ୍ରୀ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଡିସେମ୍ବର ୧୨ ଓ ୧୩ତାରିଖରେ ଦୁଇଦିନ ଧରି ହେବାକୁଥିବା ରାଜ୍ୟସ୍ତରୀୟ ଶିବିରରେ ନିଜ ମଡେଲ ପ୍ରଦର୍ଶନ କରିବେ ।

Share on
close