ଆରମ୍ଭ ହେଲା Stockroom Prime —  ଚୟନ ପ୍ରକ୍ରିୟା ହେବ ଗୁଣାତ୍ମକ ଓ କମ ସମୟ ସାପେକ୍ଷ

ଆରମ୍ଭ ହେଲା Stockroom Prime —  ଚୟନ ପ୍ରକ୍ରିୟା ହେବ ଗୁଣାତ୍ମକ ଓ କମ ସମୟ ସାପେକ୍ଷ

Wednesday March 02, 2016,

2 min Read

ପାରମ୍ପରିକ ନିଯୁକ୍ତି ପ୍ରକ୍ରିୟା କୁ ସରଳ ଓ ପ୍ରଭାବଶାଳୀ କରିବା ପାଇଁ Stockroom ଆରମ୍ଭ କରିଛି Stockroom Prime। ଚାକିରୀ ବା କମ୍ପାନୀ ଆବଶ୍ୟକ କରୁଥିବା ସେବାର ସଠିକ କୋଡିଂ ମାଧ୍ୟମରେ ଯୋଗ୍ୟ ଇଞ୍ଜିନିୟର ଓ ଡେଭେଲପର ଚୟନ କରିବା ଏହି ପ୍ରୟାସର ଲକ୍ଷ୍ୟ। ଗତ ଦଶନ୍ଧିରେ କମ୍ପାନୀ ମାନଙ୍କରେ ପ୍ରଚଳିତ ନିଯୁକ୍ତି ପ୍ରକ୍ରିୟାରେ ସେପରି କିଛି ପରିବର୍ତ୍ତନ ଆସି ନାହିଁ। ଏବେ ବି ଏହା ପାରମ୍ପରିକ ଭାବେ ରିଜ୍ୟୁମ କୈନ୍ଦ୍ରିକ। ମାତ୍ର ରିଜ୍ୟୁମ ସର୍ବଦା ଜଣେ ଆବେଦନକାରୀର ସାମଗ୍ରିକ କୌଶଳର ସଠିକ ପ୍ରତିଫଳନ ହୋଇ ନଥାଏ। ସେଥିପାଇଁ ଏହି ପାରମ୍ପରିକ ପଦ୍ଧତି ଅନେକ ସମୟରେ ପକ୍ଷପାତୀ ଓ ଏକ ପୂର୍ବଧାରିତ ମତାମତର ପ୍ରତିଫଳନ ହୋଇଥାଏ।

image


ଉତ୍ତମ ଗୁଣବତ୍ତା ସମ୍ପନ୍ନ କର୍ମଚାରୀଟିଏ ନିଯୁକ୍ତ କରିବା ଏକ ସମୟ ସାପେକ୍ଷ କାର୍ଯ୍ୟ। ଆସିଥିବା ଆବେଦନପତ୍ର ଗୁଡିକ ମଧ୍ୟରୁ ଅଳ୍ପ କିଛି ବାଛିବା ଓ ଏହା ପରେ ସେମାନଙ୍କର ସାକ୍ଷାତକାର ନେବା ପାଇଁ କମ୍ପାନୀ ମାନେ ୨୧ ରୁ ୩୫ ଦିନ ପର୍ଯ୍ୟନ୍ତ ସମୟ ନେଇଥାନ୍ତି। ଏହି ପ୍ରକ୍ରିୟାରେ ଅଧିକ ସମୟ ଓ ସମ୍ବଳ ଲାଗି ଥାଏ। ଜଣେ ଆବେଦନକାରୀଙ୍କର ରିଜ୍ୟୁମ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ବିଷୟରେ ଏକ ମୋଟା ମୋଟି ଧାରଣା ଦେଇଥାଏ। ମାତ୍ର ଏହା ଯଥେଷ୍ଟ ନୁହେଁ। କାରଣ ଏହା ସମ୍ପୃକ୍ତ ପ୍ରାର୍ଥୀ ଜଣକ କମ୍ପାନୀ ଆବଶ୍ୟକ କରୁଥିବା କୋଡକୁ ନିର୍ଭୁଲ ଭାବେ ଲେଖିବା ପାଇଁ ଦକ୍ଷ ନା ନୁହନ୍ତି ତାହା ଜଣା ପଡେ ନାହିଁ।

ଏହି ପାରମ୍ପରିକ ଚୟନ ପ୍ରକ୍ରିୟାରେ ସୁଧାର ଆଣିବା ହିଁ Stockroomର ଲକ୍ଷ୍ୟ। ଗତ ଅକ୍ଟୋବର ମାସରେ ଏହା ଏକ ନୂଆ ମଡେଲର ଆରମ୍ଭ କରିଥିଲା। କମ୍ପାନୀ ମାନେ ଆବଶ୍ୟକ କରୁଥିବା ଇଞ୍ଜିନିୟର ଓ ଡେଭେଲପର ଚୟନ କରିବା ପାଇଁ ଏହି ମଡେଲ ଏକ online coding challenge ଯୋଗାଇ ଦେଇଥିଲା। ଏହି ମଡେଲ ଅନେକ କମ୍ପାନୀ ପାଇଁ ଫଳପ୍ରଦ ହୋଇଥିଲା ଓ ମାତ୍ର ତିନି ମାସ ମଧ୍ୟରେ UrbanClap, Thoughtworks, Pega Systems, Travel Triangle, Tower Research Capital, IVY Comptech ଭଳି ୧୬ ବଡ କମ୍ପାନୀ ଏହି ସେବାର ଲାଭ ଉଠାଇ ଥିଲେ। ଆବେଦନକାରୀମାନଙ୍କ ପାଇଁ ମଧ୍ୟ ଏହି ମଡେଲ ଭଲ କମ୍ପାନୀରେ ନିଯୁକ୍ତିର ବାଟ ଖୋଲିଥିଲା।

image


ଏହି ମଡେଲ କୁ ଆଉ ପାଦେ ଆଗେଇ ନେବା ପାଇଁ Stockroom Prime ସେବାର ଆରମ୍ଭ କରାଯାଇଛି। ଏହି ସେବା ଚୟନ ପ୍ରକ୍ରିୟା କୁ ଗୁଣାତ୍ମକ କରିବା ସହ ସରଳ କରିବ। ଏହି ପ୍ରକ୍ରିୟାରେ ଆବେଦନକାରୀ ଚାକିରୀ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ coding challengeର ସାମ୍ନା କରିବେ। ସଫଳତାର ସହ ଏହି coding challengeକୁ ସମ୍ପୂର୍ଣ କଲା ପରେ ତାଙ୍କ ବିଷୟରେ ସମ୍ପୃକ୍ତ କମ୍ପାନୀକୁ ସୂଚିତ କରାଯିବ। ଫଳରେ ସାକ୍ଷାତକାର ସମୟରେ କମ୍ପାନୀକୁ ସମ୍ପୃକ୍ତ ପ୍ରାର୍ଥୀଙ୍କ କୋଡିଙ୍ଗ ଦକ୍ଷତା ବିଷୟରେ ଚିନ୍ତିତ ହେବାର ଅବକାଶ ରହିବ ନାହିଁ।

image


ଏହି ସେବା ଚୟନ ପ୍ରକ୍ରିୟା କୁ କମ ସମୟ ସାପେକ୍ଷ କରିପାରିବ। କମ୍ପାନୀ ମାନେ ପୂର୍ବ ଅପେକ୍ଷା ୬୦ ପ୍ରତିଶତ କମ ସମୟରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ପାରିବେ। ଏହା ଆବେଦନକାରୀ ମାନଙ୍କ ପାଇଁ ମଧ୍ୟ ଗୋଟିଏ ସୁଖଦ ଅନୁଭୂତି ଆଣିବ। ଏହା ସେମାନଙ୍କୁ ସମ୍ପୃକ୍ତ କମ୍ପାନୀ ଠାରୁ ଶୀଘ୍ର ଉତ୍ତର ପାଇବା ଓ ନିଜ ଦକ୍ଷତାକୁ ସଠିକ ଭାବେ ପ୍ରତିପାଦିତ କରିବାରେ ସହାୟକ ହେବ।