ମାର୍କେଟିଙ୍ଗର ଡିକୋଡିଂ

ମାର୍କେଟିଙ୍ଗର ଡିକୋଡିଂ

Thursday July 28, 2016,

4 min Read

କେବଳ ଗ୍ରାହକର ମନରେ ଗୁପ୍ତ ଭାବେ ରହିଥିବା ଅକୁହା ଆବଶ୍ଯକତାକୁ ଠାବ କରିବାରେ ମାର୍କେଟିଂର କାମ ସୀମିତ ନୁହେଁ, ବରଂ ଗବେଷକ ଓ ପ୍ରଡକ୍ଟ ଡିଜାଇନରଙ୍କ ସହ ମିଶି ଏପରି ଉତ୍ପାଦ ତିଆରି କରିବା ଯାହାକି ଗ୍ରାହକଙ୍କୁ ଆକୃଷ୍ଟ କରିପାରୁଥିବ ଓ ତାଙ୍କୁ ସନ୍ତୋଷ ଦେଇପାରୁଥିବ ଓ ସେମାନେ ବାରମ୍ବାର ଫେରିବାକୁ ଚାହୁଁଥିବେ ଏହାକୁ କୁହାଯାଏ କଷ୍ଟମର ଇଣ୍ଟିମାସି ବା ଗ୍ରାହକ ଅନ୍ତରଙ୍ଗତା। ନୂତନ ଗ୍ରାହକ ସଂଗ୍ରହ କରିବାର ସ୍ବତନ୍ତ୍ର ମୂଲ୍ଯ ରହିଛି। ଏକ କମ୍ପାନୀ ପାଇଁ ଫେରିଆସୁଥିବା ଗ୍ରାହକ ଅଧିକ ଲାଭଦାୟକ ହୋଇଥାଏ। ପ୍ରଡକ୍ଟ ଡିଜାଇନ ପରେ ମାର୍କେଟିଂ ବିଶେଷଜ୍ଞଙ୍କ କାମ ହେଉଛି ତାହାକୁ ବିଭିନ୍ନ ବ୍ରାଣ୍ଡଙ୍କ ଗହଳି ଥିବା ଏକ ତୀବ୍ର ପ୍ରତିଯୋଗିତାମୂଳକ ବଜାରରେ ଉତାରିବା ପାଇଁ କୌଶଳ ପ୍ରସ୍ତୁତ କରିବା। ଏହିଠାରେ ହିଁ ସେଗମେଣ୍ଟେସନ ଓ ପୋଜିସନିଂର କାମ ଆରମ୍ଭ ହୁଏ। ଗୋଟିଏ ଜିନ୍ସ କଥା ବିଚାରକୁ ନିଅ। ଏହା ଏକ ମୋଟା କାନଭାସରେ ତିଆରି ଏକ ନୀଳ ରଙ୍ଗର ଟ୍ରାଉଜର ଅଟେ, ନୁହେଁ କି ? ଏହା ବଜାରରେ କିିଣାବିକା ହେଉଥିବା ଗୋଟିଏ ସାମଗ୍ରୀ ମାତ୍ର, ଗୋଟିଏ ବ୍ରାଣ୍ଡ ଠାରୁ ଆଉ ଗୋଟିଏ ବ୍ରାଣ୍ଡ ବିଶେଷ ଅଲଗା ନୁହେଁ। ତେବେ ଜିନ୍ସ ବଜାରରେ ଲେଭି ଷ୍ଟ୍ରସ୍ ବା ଗ୍ଯାପ୍ ବା ରାଙ୍ଗଲର ପରି ବ୍ରାଣ୍ଡଙ୍କ ଆଧିପତ୍ଯ ରହିଛି। କିନ୍ତୁ ଏନାଇଡିଜେ ପରି ଏକ ବ୍ରାଣ୍ଡ ମଧ୍ୟ ରହିଛି। 

image


ଜଣେ ତରୁଣୀ ପିନ୍ଧୁଥିବା ଲୋ-କଟ୍ କିମ୍ବା ହିପ୍-ହଗିଙ୍ଗ ଜିନ୍ସ ତା' ପାଇଁ ଉପଯୁକ୍ତ ହୋଇନପାରେ ଏବଂ ଏଥିପାଇଁ ଅଛି ସ୍ବତନ୍ତ୍ର ବ୍ରାଣ୍ଡ ଏନାଇଡିଜେ-ନଟ୍ ୟୋର ଡଟର୍ସ ଜିନ୍ସ, ଅର୍ଥାତ୍ ତୁମ ଝିଅର ଜିନ୍ସ ନୁହେଁ ନାଁରୁ ହିଁ ଏହି ବ୍ରାଣ୍ଡର ସ୍ବତନ୍ତ୍ରତା ପ୍ରକଟିତ ହୋଇଥାଏ। ଏହି କମ୍ପାନୀର ୱେବସାଇଟରେ ଗର୍ବର ସହ ଏହି ଉଦଘୋଷଣା କରାଯାଇଛି। କେତେକ ଲୋକ କୁହନ୍ତି ଯୌବନ କେବଳ ଯୁବକଯୁବତୀମାନଙ୍କ ପାଖରେ ନଷ୍ଟ ହୋଇଯାଉଛି କିନ୍ତୁ ବଢୁଥିବା ବୟସର ଏକ ଅଲଗା ଆକର୍ଷଣ ରହିଛି। ଆପଣ ଆଉ ଟିକିଏ ବୁଦ୍ଧିମାନ ହୋଇଯାଇଛନ୍ତି, କାହିଁ କେତେ ଆତ୍ମବିଶ୍ବାସ ଆସିଯାଇଛି ଓ ବିଶ୍ବାସ କର ବା ନକର, ଆପଣ ପୂର୍ବାପେକ୍ଷା ଆହୁରି ସେକ୍ସି ହୋଇଯାଇଛନ୍ତି। ଆପଣ ଆଉ ଟିନଏଜର ହୋଇ ନାହାନ୍ତି, ଆପଣ ତାହା ଟପିି ସାରିଲେଣି ଓ ଏବେ ତାହା ଅତୀତ, କିନ୍ତୁ ଏବେ ଆପଣ ଯେଉଁଠି ଅଛନ୍ତି ସନ୍ତୁଷ୍ଟ ଅଛନ୍ତି। ଆପଣ ନିଜ ଝିଅର ସ୍ଥାନ ନେଇପାରିବେ ନାହିଁ କିମ୍ବା ତାହାର ଜିନ୍ସ ମଧ୍ୟ ପିନ୍ଧିପାରିବେ ନାହିଁ। ତାହା ତୁମର ଷ୍ଟାଇଲ ନୁହେଁ। ନଟ୍ ୟୋର ଡଟର୍ସ ଜିନ୍ସ ସେହି ନାରୀକୁ ସଲାମ କରେ, ଯିଏ କି ଭଲଭାବେ ଜାଣିଛି ଯେ ସେ ଜୀବନର କେଉଁ ପାହାଚରେ ଛିଡା ହୋଇଛି ଓ ଆହୁରି ମଧ୍ୟ ଜାଣିଛି ଯେ ନିଜ ଛଡା ଅନ୍ଯ କାହାରିକୁ ପ୍ରଭାବିତ କରିବାକୁ ତାହାର ଆବଶ୍ଯକତା ନାହିଁ। ଆପଣ ହିଁ ସେହି ନାରୀ ହଳେ ନଟ୍ ୟୋର ଡଟର୍ସ ଜିନ୍ସ ପିନ୍ଧନ୍ତୁ ଓ ନିଜେ ଆବିଷ୍କାର କରନ୍ତୁ ଯେ କମ୍ଫର୍ଟ ଓ ଷ୍ଟାଇଲ୍ ଗୋଟିଏ ଉତ୍ପାଦନର ପରସ୍ପର ବିପରୀତ ଗୁଣ ନୁହଁନ୍ତି। ଏହା ସେହି ଜିନ୍ସ ଯାହାକୁ ଆପଣ ମନେ ମନେ ଖୋଜୁଥିଲେ ଓ ଭାବିଥିଲେ ଯେ ତାହା ଆପଣଙ୍କ ଆଲମୀରାର ଶୋଭା ବଢାଇବ। ଏହା ସେହି ଜିନ୍ସ ଯାହାକି ସକାଳୁ ସନ୍ଧ୍ଯା ପର୍ଯ୍ଯନ୍ତ ଆପଣଙ୍କ ଆରାମ ଦେବ ଓ ପୁଣି ସୌନ୍ଦର୍ଯ୍ଯର ଅନୁଭବ କରାଇବ ଆମର ଲିଫ୍ଟ/ଟ୍ରକ ଟେକନଲୋଜୀ ଯୋଗୁଁ ଆପଣ ନିଜର ପ୍ରକୃତ ସାଇଜ ତୁଳନାରେ ପତଳା ଦେଖାଯିବେ ଏହା ସେହି ଜିନ୍ସ ଯାହା ଆପଣଙ୍କୁ କେବେ ମଧ୍ୟ ନିରାଶ କରିବ ନାହିଁ। ଆସିଗଲା ଏନାଇଡିଜେ। 

ବଜାରରେ ଉତ୍ପାଦଗୁଡିକୁ ବିଭକ୍ତ କରି ଏକ ସ୍ବତନ୍ତ୍ର ଶ୍ରେଣୀ ସୃଷ୍ଟି କରିବାର କଳା ହେଉଛି ସେଗମେଣ୍ଟେସନ ବା ବର୍ଗୀକରଣ। ଏକ ଅଠର ବର୍ଷୀୟା ତରୁଣୀ ଜିନ୍ସ ପିନ୍ଧେ ଓ ତାର ଅଠଚାଳିଶ ବର୍ଷୀୟା ମା ମଧ୍ୟ ଜିନ୍ସ ପିନ୍ଧନ୍ତି। କିନ୍ତୁ ସେମାନଙ୍କ ବୟସ, ଦୃଷ୍ଟିଭଙ୍ଗୀ, ପସନ୍ଦ-ଅପସନ୍ଦ ଓ ବ୍ଯୟକ୍ଷମତା କଣ ସମାନ ? ନିଶ୍ଚୟ ନୁହେଁ। ଏଣୁ ଦୁହିଁଙ୍କ ପାଇଁ ରହିଛି ଅଲଗା ପ୍ରକାରର ଜିନ୍ସ। ଏହା ହିଁ ସେଗମେଣ୍ଟେସନ। 

ଏଣୁ ଏବେ କାରଖାନା କର୍ମଚାରୀଙ୍କ ପାଇଁ ଜିନ୍ସ ମିଳୁଛି, ଆଧୁନିକ ଯୁବକଯୁବତୀଙ୍କ ପସନ୍ଦ ଅନୁସାରେ ଷ୍ଟାଇଲିଷ୍ଟ ଓ ଟ୍ରେଣ୍ଡି ଜିନ୍ସ ମିଳୁଛିି, ଆହୁରି ପୁଣି ମିଳୁଛିି। ଏନାଇଡିଜେ ଥରେ ତୁମେ ଏକ ନୂଆ ସେଗମେଣ୍ଟ ବା ବର୍ଗର ଗ୍ରାହକ ଖୋଜିପାଇଲା ପରେ କଥା ଉଠେ ତାହାକୁ ବଜାରରେ କିପରି ସ୍ଥାପନା ବା ପୋଜିସନ କରାଯିବ ? ପ୍ରକୃତ କଥା ହେଉଛି ଏହି ନୂଆ ବର୍ଗ ପାଇଁ ଉଦ୍ଦିଷ୍ଟ ପ୍ରଡକ୍ଟ କିମ୍ବା ସେବାର ପ୍ରଚାର ଏପରି ହେବା ଦରକାର ଯେ ତାହାର ସେହି ବର୍ଗର ଗ୍ରାହକଙ୍କୁ ସ୍ପଷ୍ଟଭାବେ ବୁଝାଇବ ଯେ ସେହି ପ୍ରଡକ୍ଟଟି ସେମାନଙ୍କ ଆବଶ୍ଯକତା ମେଣ୍ଟାଇବା ପାଇଁ ହିଁ ତିଆରି ହୋଇଛି। ଏଣୁ ଆପଣ ଟୋୟୋଟା ଓ ହଣ୍ଡା ମଧ୍ୟରେ କାହାକୁ ବାଛିବେ ତାକୁ ନେଇ ବିଭ୍ରାନ୍ତ ହେବେ ନାହିଁ। ଟୟୋଟା କେବଳ ଷ୍ଟାଇଲ ପାଇଁ ନୁହେଁ, ଏହା ମଧ୍ୟ ଗୁଣବତ୍ତା ଓ ପକେଟକୁ ସୁହାଇଲା ଭଳି ମୂଲ୍ଯ ପାଇଁ ପରିଚିତ। କିନ୍ତୁ ହୋଣ୍ଡାକୁ ତା'ଠାରୁ ଗୋଟିଏ ପାହାଚ ଉପରେ ପୋଜିସନ କରାଯାଏ, ଯେଉଁଠାରେ ଷ୍ଟାଇଲ, ଭରସା ଓ ଗୁଣବତ୍ତା ଏକାଠି ହୋଇଛନ୍ତି ଓ ଯେଉଁଥିପାଇଁ ଗ୍ରାହକ ଅଧିକ ମୂଲ୍ଯ ଦେବାକୁ ପ୍ରସ୍ତୁତ। 

Volkswagon Beetle ଯୁବପିଢିଙ୍କ ପସନ୍ଦର କାର, କିନ୍ତୁ ସେହି ସମାନ ମୂଲ୍ଯରେ ଆପଣ ଅନେକ ପ୍ରକାରର ରେଗୁଲାର କାର ପାଇପାରିବେ। ମୂଲ୍ଯ ସମାନ ହେଉ ପଛେ ଗୋଟିକର ଗ୍ରାହକ ଅନ୍ଯଟି କିଣିବା ପାଇଁ ଇଚ୍ଛା କରିବ ନାହିଁ। ବଜାରରେ ପ୍ରତିଟି କାର ବ୍ରାଣ୍ଡ ଓ ପ୍ରତି ବ୍ରାଣ୍ଡ ମଧ୍ୟରେ ଆସୁଥିବା ପ୍ରତିଟି ମଡେଲ ସ୍ବତନ୍ତ୍ର ଭାବେ ପୋଜିସନ ହୋଇଥାଏ। ପୋଜିସନିଂ କେବଳ ଆମେ କିଣୁଥିବା ପ୍ରଡକ୍ଟ ମଧ୍ୟରେ ସୀମିତ ନାହିଁ, ବରଂ ଏହା ମଧ୍ୟ ହୋଟେଲଠାରୁ ଆରମ୍ଭ କରି ବ୍ଯାଙ୍କ, ହସପିଟାଲ ଓ କନସଲଟାନ୍ସି ଆଦିି ସେବା ବ୍ଯବସାୟ ପାଇଁ ସମାନ ଭାବେ ଲାଗୁ ହେଉଛି। 

ଟ୍ରାଇଡେଣ୍ଟ ହୋଟେଲ ପ୍ରସିଦ୍ଧ ଓବେରୟ ହୋଟେଲ ଚେନର ଏକ ଅଂଶ, କିନ୍ତୁ ଏହାକୁ ମିଡିଲ-ମ୍ଯାନେଜମେଣ୍ଟ ସ୍ତରର ବିଜନେସ ଯାତ୍ରୀଙ୍କ ପାଇଁ ପୋଜିସନ କରାଯାଇଛି। ଅନ୍ଯପକ୍ଷରେ ଓବେରୟ ହୋଟେଲଗୁଡିକ ଧନୀ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ପୋଜିସନିଂ କରାଯାଇଛି। ଏହି ପ୍ରକାରେ, ତାଜ୍ ଏକଜୋଟିକା ସେହି ସମାନ କମ୍ପାନୀର ଅନ୍ଯ ହୋଟେଲ ଯଥା ତାଜ ଭିଭାଣ୍ଟା ଓ ଗେଟେ ଆଦି ଲୋ-ଏଣ୍ଡ ହୋଟେଲ ପ୍ରପର୍ଟି ଠାରୁ ଭିନ୍ନ ଭାବେ ପୋଜିସନିଂ ହୋଇଛି। 

ସେଗମେଣ୍ଟେସନ ଓ ପୋଜିସନିଂ ପରେ ରହିଛି ଆଡଭର୍ଟାଇଜିଂ ଓ କମ୍ଯୁନିକେସନ (ବିଜ୍ଞାପନ ଓ ଯୋଗାଯୋଗ), ବିଜନେସ ଡେଭେଲପମେଣ୍ଟ ବା ବ୍ଯବସାୟ ବିସ୍ତାର, ଗ୍ରାହକ ଯୋଗାଯୋଗ ଓ ତାଙ୍କୁ ସ୍ଥାୟୀ ଭାବେ ଧରିରଖିବା। କେବଳ ଏତିକି ନୁହେଁ, ଆହୁରି ମଧ୍ୟ ରହିଛି ଗ୍ରାହକଙ୍କ ସହ ବ୍ଯକ୍ତିଗତ ସମ୍ପର୍କ ସ୍ଥାପନ ଓ ଏହି ସମ୍ପର୍କକୁ ଗୋଟିଏ ଥରର କିଣାବିକାରେ ସୀମିତ ନ ରଖି ତାକୁ ସ୍ଥାୟୀ କରିବା, ଗ୍ରାହକର ଭବିଷ୍ଯତ ଖର୍ଚ୍ଚ ଯୋଜନାର ଅଂଶ ହେବା ଓ ବିଶ୍ବସ୍ଥତା ମାଧ୍ୟମରେ ଉଭୟପକ୍ଷର ହିତସାଧନ ଉପରେ ଗୁରୁତ୍ବ ଦେବା ଇତ୍ଯାଦି।