ମିସଡ୍ କଲ୍ କରି ମୋବାଇଲ୍ ରିଚାର୍ଜ କରନ୍ତୁ

ମିସଡ୍ କଲ୍ କରି ମୋବାଇଲ୍ ରିଚାର୍ଜ କରନ୍ତୁ

Friday July 29, 2016,

2 min Read

ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ କିଛିଦିନ ତଳେ ବୈପ୍ଳବିକ ମିସଡ୍ କଲ୍ ମୋବାଇଲ୍ ରିଚାର୍ଜ ସେବା ବିଷୟରେ ଘୋଷଣା କରାଯାଇଛି । ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ କୌଣସି ଦୋକାନ ନ ଯାଇ, ଆପ୍ ନ ଖୋଲି ଓ ୱେବସାଇଟ୍ ପରିଦର୍ଶନ ନ କରି ମିସ୍ଡ୍ କଲ୍ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିପାରିବେ । ପୁନଶ୍ଚ, ଗ୍ରାହକମାନେ ଏହି ସେବା ପାଇଁ ନିଜର ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ସାମିଲ କରିପାରିବେ ।

image


ଏହି ସେବା ଜରିଆରେ ଏଚ୍ଡିଏଫସି ବ୍ୟାଙ୍କ ୯୦ କୋଟି ପ୍ରିପେଡ୍ ମୋବାଇଲ୍ ଗ୍ରାହକମାନଙ୍କ ପାଖରେ ପହଂଚିପାରିବ, ଯେଉଁମାନଙ୍କ ମଧ୍ୟରୁ ୮୪% ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ୯୨% ଫିଚର୍ ଫୋନ୍ ବ୍ୟବହାର କରୁଛନ୍ତି । ଭାରତରେ ୧୦୦ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ରହିଛନ୍ତି । ଏହି ସେବା ହାସଲ କରିବା ପାଇଁ ଡାଟା ପ୍ଲାନ୍ ଦରକାର ନାହିଁ ।

ଏହି ସେବାକୁ ଆକ୍ଟିଭେଟ୍ କରିବାକୁ ହେଲେ ଗ୍ରାହକଙ୍କୁ ୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍ କରି ନିଜର ମୋବାଇଲ୍ କୁ ପଞ୍ଜିକୃତ କରିବାକୁ ପଡ଼ିବ । ସାଧାରଣତଃ ରିଚାର୍ଜ ପାଇଁ ୫୦ ଟଙ୍କା ରଖାଯାଉଛି । ଗ୍ରାହକମାନେ କିନ୍ତୁ ନିଜ ଆବଶ୍ୟକତା ଅନୁସାରେ ତାହାକୁ ୧୦ ଟଙ୍କାରୁ ୨୫୦ ଟଙ୍କା ମଧ୍ୟରେ ରଖିପାରିବେ । ମୋବାଇଲ୍ ଫୋନ୍ ପଞ୍ଜିକୃତ ହୋଇଯିବା ପରେ ଗ୍ରାହକଙ୍କୁ ୭୩୦୮୦୮୦୮୦୮କୁ ମିସ୍ଡ୍ କଲ୍ ମାରିବାକୁ ପଡ଼ିବ । ଯେତିକି ପରିମାଣ ଅର୍ଥ କ୍ରେଡିଟ୍ ହୋଇ ରହିଥିବ ତାହା ସଙ୍ଗେ ସଙ୍ଗେ ମୋବାଇଲ୍ ନମ୍ବରରେ ରିଚାର୍ଜ ହୋଇଯିବ । ସେହି ଅର୍ଥ ଏଚଡିଏଫ୍ସି ବ୍ୟାଙ୍କର ଗ୍ରାହକଙ୍କୁ ଖାତାରୁ କଟିଯିବ । ଏହି ସେବା ଥରେ ଆକ୍ଟିଭେଟ୍ ହୋଇଗଲେ ଦେଶର ଯେ କୌଣସି କଂପାନିର ମୋବାଇଲ୍ ରୁ ଏହି ସେବାକୁ ହାସଲ କରାଯାଇପାରିବ ।

ପଞ୍ଜିକୃତ ଗ୍ରାହକମାନେ ଚାହିଁଲେ ନିଜ ପ୍ରିୟଜନଙ୍କୁ ଏହି ସେବା ସହ ଯୋଡ଼ିପାରିବେ । କିନ୍ତୁ ସେମାନେ ଯେଉଁ ରିଚାର୍ଜ କରିବେ ତାହା ଗ୍ରାହକଙ୍କ ଖାତାରୁ କଟିବ ।

ଏ ସଂପର୍କରେ ଏଚ୍ଡିଏଫସି ବ୍ୟାଙ୍କର ଦେଶର ମୁଖ୍ୟ, ଡିଜିଟାଲ୍ ବ୍ୟାଙ୍କିଙ୍ଗ, ନୀତିନ୍ ଛୁଗ୍ କହିଛନ୍ତି ଯେ,

“ମିସଡ୍ କଲ୍ ମୋବାଇଲ୍ ରିଚାର୍ଜ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିବା ଆହୁରି ସହଜ ହୋଇଯିବ । ଏଥିରେ ଗ୍ରାହକ କୌଣସି ରାସ୍ତା କଡ଼ରେ ଠିଆ ହୋଇ କିମ୍ବା ଦୁର୍ଗମ ଅଂଚଳରେ ଥିଲେ ମଧ୍ୟ ମିସଡ୍ କଲ୍ ମାରି ନିଜର ମୋବାଇଲ୍ ରିଚାର୍ଜ କରିପାରିବେ । ପୁନଶ୍ଚ, ଏହି ସେବା ଗ୍ରାହକଙ୍କୁ ନିଜର ପ୍ରିୟଜନ ଓ ପରିବାର ସଦସ୍ୟଙ୍କୁ ଯୋଡ଼ିବାର ବିକଳ୍ପ ପ୍ରଦାନ କରୁଛି । ଭାରତରେ ମୋବାଇଲ୍ ଫୋନ୍ ବଜାରର ଏକ ବଡ଼ ଭାଗ ପ୍ରିପେଡ୍ ଗ୍ରାହକ ହୋଇଥିବାରୁ ଆମେ ଏହାକୁ ଏକ ସ୍ୱତନ୍ତ୍ର ସେବା ଭାବେ ବିଚାର କରୁଛୁ ।’’

ତିନିଟି ସହଜ ଉପାୟ

୧- ୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍ ପଠାଇ ଥରେ ମୋବାଇଲ୍ ନମ୍ବର ପଞ୍ଜିକରଣ କରିବାକୁ ପଡ଼ିବ । ପଞ୍ଜିକୃତ ହୋଇଯିବା ପରେ ଆକାଉଂଟ୍ ରେ ୫୦ ଟଙ୍କା ରହିବ ।

୨- ଗ୍ରାହକ ନିଜ ଚାହିଦା ଅନୁସାରେ ୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍ କରି ଆକାଉଂଟ୍ ର ମୂଲ୍ୟ ବଦଳାଇପାରିବେ । ଅର୍ଥାତ ୫୦ ଟଙ୍କାକୁ କମ କିମ୍ବା ଅଧିକ କରିପାରିବେ ।

୩- ପଞ୍ଜିକୃତ ଗ୍ରାହକମାନେ ମୋବାଇଲ୍ ଫୋନ୍ ରୁ ମିସଡ୍ କଲ୍ କଲେ ମୋବାଇଲ୍ ରିଚାର୍ଜ ହୋଇଯିବ