ବାହାରେ ମଳତ୍ୟାଗ ବନ୍ଦ ପାଇଁ ଯୋଜନା : ସବୁ ପରିବାରରେ ପାଇଖାନା ବସାଇବା ଲକ୍ଷ୍ୟ

ବାହାରେ ମଳତ୍ୟାଗ ବନ୍ଦ ପାଇଁ ଯୋଜନା : ସବୁ ପରିବାରରେ ପାଇଖାନା ବସାଇବା ଲକ୍ଷ୍ୟ

Thursday March 03, 2016,

2 min Read

ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ସାରା ଦେଶର ସହର, ଗାଁ ସର୍ବତ୍ର ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରାଯାଉଛି | ଏଥିରେ ରାଜ୍ୟ ସରକାର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ମଧ୍ୟ ସାମିଲ ହେଉଛନ୍ତି | ତେବେ ଗାଁ ଗଣ୍ଡାରେ ଓ ସହର ତଳି ଅଂଚଳରେ ବାହାରେ ମଳତ୍ୟାଗ କରିବାର ଅଭ୍ୟାସକୁ ଛଡାଇବା ପାଇଁ ପାଇଖାନା ବ୍ୟବସ୍ଥା କରାଯାଉଛି | ଆମ ରାଜ୍ୟରେ ମଧ୍ୟ ବାହାରେ ମଳତ୍ୟାଗ କରୁଥିବା ଗାଁ ସଂଖ୍ୟା ବହୁତ | ତେଣୁ ଏ ଦିଗରେ ଧ୍ୟାନ ଦେଇ ବାହରେ ମଳତ୍ୟାଗ ମୁକ୍ତ ଅଂଚଳ ପ୍ରତିଷ୍ଠା କରିବା ଲାଗି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି |

ଗ୍ରାମ୍ୟ ସ୍ତରରେ ପରିମଳ ଓ ସ୍ୱାସ୍ଥ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ବିଭିନ୍ନ ବିଭାଗରେ କରାଯାଉଥିବା ଯୋଜନାଗୁଡିକର ଏକ ସମନ୍ୱିତ ସୂଚନା ପ୍ରସାରଣ ଓ ସଚେତନତା କାର୍ଯ୍ୟକ୍ରମା କରିବା ଲାଗି ସରକାର ନିଷ୍ପତି ନେଇଛନ୍ତି | ଏଥିପାଇଁ ସଚେତନତା ଭିତ୍ତିକ ସିନେମା ଓ ପ୍ରାମାଣିକ ଚିତ୍ର ଆଦି ଜରିଆରେ ଲୋକଙ୍କୁ ସଚେତନତା କରାଯିବ | ଆଗାମୀ ବର୍ଷରୁ ଲକ୍ଷ୍ୟ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ୟୁନିସେଫ୍ ସହଯୋଗରେ କରାଯିବ | ଏଥିପାଇଁ ଜିଲ୍ଲା, ବ୍ଲକ ଓ ପଂଚାୟତସ୍ତରରେ ପ୍ରାୟ ୬୭୦ ଜଣ ସ୍ୱେଚ୍ଛାସେବୀ ସଂଯୋଜକ କାମ କରୁଛନ୍ତି |

image


ସ୍ୱଚ୍ଛ ଭାରତ ମିଶନ-୨୦୧୪ ସର୍ଭେ ଅନୁସାରେ ଗ୍ରାମୀଣ ଓଡିଶାରେ ପ୍ରାୟ ୯୦,୨୦,୧୦୦ ପରିବାର ବସବାସ କରୁଛନ୍ତି | ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ୩୮ ହଜାରରୁ ଅଧିକ ପରିବାରରେ ଘରୋଇ ପାଇଖାନା ଅଛି | ୨୦୧୪-୧୫ ଓ ୨୦୧୫-୧୬ ବର୍ଷରେ ଅଧିକ ୯,୬୪,୪୮୨ଟି ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣ କରାଯାଇଛି | ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର ୧୬୪୩ଟି ଗ୍ରାମ, ୭୧ଟି ଗ୍ରାମ ପଂଚାୟତ ଏବଂ ୨ଟି ବ୍ଲକକୁ ‘ସଂପୂର୍ଣ୍ଣ ବାହାରେ ମଳତ୍ୟାଗ ମୁକ୍ତ’ ଅଂଚଳ ଭାବେ ଘୋଷଣା କରାଯାଇଛି | ଗଜପତି ଜିଲ୍ଲାର କାଶିନଗର ବ୍ଲକ ରାଜ୍ୟର ଏଭଳି ପ୍ରଥମ ଅଂଚଳ ଭାବେ ମାନ୍ୟତା ପାଇଛି |

image


ସହରାଂଚଳ ଶୌଚାଳୟ ଅର୍ଥ ବଢିଲା

ସହରାଂଚଳର ବିଭିନ୍ନ ବର୍ଗର ଅବହେଳିତଙ୍କ ଶୌଚାଳୟ ନିର୍ମାଣ ପାଇଁ ପୂର୍ବରୁ ଥିବା ୫୩୦୦ ଟଙ୍କାକୁ ୮ ହଜାର ଟଙ୍କା କରାଯାଇଛି | ପୂର୍ବରୁ ଶୌଚାଳୟ ଯୋଜନାରେ ଗ୍ରାମାଂଚଳ ହିତାଧିକାରୀମାନଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସହରାଂଚଳ ହିତାଧିକାରୀମାନଙ୍କୁ ୫୩୦୦ଟଙ୍କା ଦିଆଯାଉଥିଲା | ଏଥିଯୋଗୁଁ ସହରାଂଚଳ ଉପକଣ୍ଠରେ ରହୁଥିବା ଅବହେଳିତମାନେ ଶୌଚାଳୟ ନିର୍ମାଣରେ ଅସୁବିଧାର ସମ୍ମୁଖୀନ ହେଉଥିଲେ | ୫୩୦୦ଟଙ୍କା ମଧ୍ୟରୁ କେନ୍ଦ୍ର ସରକାର ୪୦୦୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୧୩୦୦ଟଙ୍କା ଦେଉଥିଲେ | ରାଜ୍ୟ ନିଜ ଭାଗ ଅର୍ଥକୁ ୪୦୦୦ ଟଙ୍କା ବଢାଇଦେଇଛନ୍ତି |

image


ସହର ଓ ନଗର ଉନ୍ନୟନ ବିଭାଗ ଉପଶାସନ ସଚିବ ଜ୍ୟୋତିରଂଜନ ମିଶ୍ର କହିଛନ୍ତି,

ଏହା ଦ୍ୱାରା ଭୁବନେଶ୍ୱର , କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ମହାନଗର ନିଗମ, ୪୭ଟି ମ୍ୟୁନିସିପାଲିଟି ଏବଂ ୬୧ଟି ଏନଏସିର ୭ ଲକ୍ଷରୁ ଅଧିକା ପରିବାର ଉପକୃତ ହେବେ | ଏହା କେବଳ ଏସ.ସି./ଏସ୍.ଟି., ନିର୍ମାଣ ଶ୍ରମିକ, ଅପ୍ରାପ୍ତବୟସ୍କ ଓ ମହିଳା ମୁଖିଅ ପରିବାର, ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ବିଶେଷ, ଭିନ୍ନକ୍ଷମ, କିନ୍ନର, ଲେପର୍ସି, ଯକ୍ଷ୍ମା ଓ କ୍ୟାନସର ରୋଗୀ, ଭିକାରୀ ଓ ବସ୍ତି ଭେଣ୍ଡରଙ୍କ ପାଇଁ ପ୍ରଯୁଜ୍ୟ ହେବ |

ତେବେ ଉପରୋକ୍ତ ଶ୍ରେଣୀଭୁକ୍ତ ହୋଇ ଯଦି ସେ ସରକାରୀ କିମ୍ବା କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିବେ, ତେବେ ତାଙ୍କୁ ଏହି ସୁବିଧା ମିଳିବ ନାହିଁ | ଏହି ଅର୍ଥ ରାଶି ବଢିବା ପରେ ଅଧିକରୁ ଅଧିକ ପରିବାର ପାଇଖାନା କରିବାକୁ ଆଗ୍ରହୀ ହେବେ |