ଏହି ଏୟାର ଇଣ୍ଡିଆ ସୁରକ୍ଷା କର୍ମୀ ଜଣକ ବିମାନରେ ଛାଡିଯାଇଥିବା ୫ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା ଫେରାଇଲେ

ଏହି ଏୟାର ଇଣ୍ଡିଆ ସୁରକ୍ଷା କର୍ମୀ ଜଣକ ବିମାନରେ ଛାଡିଯାଇଥିବା ୫ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା ଫେରାଇଲେ

Tuesday June 21, 2016,

2 min Read

ନିଜର ମୂଲ୍ୟବାନ ଜିନିଷ ହରାଇବା ଏକ ଅତ୍ୟନ୍ତ ଦୁଖଃଦ ଅଭିଜ୍ଞତା ହେଇପାରେ। କିନ୍ତୁ ବିମାନ ଯାତ୍ରା କଲାବେଳେ ଯଦି ଆପଣ ନିଜ ଜିନିଷ ହଜେଇ ଦିଅନ୍ତି ତାହା ଅଧିକ କଷ୍ଟକର ବିଷୟ ହୋଇଯାଏ କାରଣ ଏହା ଫେରିପାଇବା ଏକ କାଠିକର ପାଠ। କିନ୍ତୁ ଗତ ସପ୍ତାହ ଜଣେ ଏୟାର ଇଣ୍ଡିଆର ଯାତ୍ରୀ କିଛି ଭିନ୍ନ ହିଁ ଅଭିଜ୍ଞତା କୁହନ୍ତି। ସେ ୫ ଲକ୍ଷ ଟଙ୍କା ମୂଲ୍ୟର ବୈଦେଶିକ ମୁଦ୍ରା ଏକ ପାଉଚରେ ରଖିଥିଲେ ଯାହାକି ବିମାନ ମଧ୍ୟରେ ହିଁ ଛାଡିଯାଇଥିଲେ।

Image : (L) – <a href=

Image : (L) –

Punjab Star News; (R) – Scoop Whoopa12bc34de56fgmedium"/>

ଏହି ଯାତ୍ରୀ ଜଣକ ଯିଏକି AI ଫ୍ଲାଇଟ ୩୧୭ରେ ଯାତ୍ରା କରୁଥିଲେ ଗତ ଗୁରୁବାର ଦିନ ହଂକଂରୁ ଦିଲ୍ଲୀରେ ଅବତରଣ କଲେ। ସେ ବିମାନରୁ ବାହାରି ମୁମ୍ବାଇକୁ ଯାଉଥିବା ଏକ କନେକ୍ଟିଙ୍ଗ ବିମାନ ଅବରୋହଣ କଲେ। କିନ୍ତୁ ଡଲାର ଓ କିଛି ୟୁରୋ ଥିବା ସେ ପାଉଚଟିକୁ ଛାଡି ଦେଇଯାଇଥିଲେ। ତାଙ୍କ ଭାଗ୍ୟକୁ ସୁଭାଷ ଚନ୍ଦର ବୋଲି ଏୟାର ଇଣ୍ଡିଆର ସୁରକ୍ଷା କର୍ମୀ ଜଣକ ବିମାନର ନିୟମିତ ନିରୀକ୍ଷଣ କରୁଥିବା ସମୟରେ ୬,୦୫୬ ଡଲାର ଓ ୧,୨୯୦ ୟୁରୋ (ପ୍ରାୟ ୫. ୦୬ ଲକ୍ଷ ଟଙ୍କା) ଥିବା ଏହି ପାଉଚଟିକୁ ପାଇଥିଲେ। ସୁଭାଷ ଏହି ପାଉଚକୁ ଏୟାରଲାଇନର ଅଫିସରେ ଜମା କରିଥିଲେ ଓ ପରେ ଏହା ତା’ର ମାଲିକଙ୍କ ପାଖକୁ ପଠାଯାଇଥିଲା ବୋଲି ଏୟାର ଇଣ୍ଡିଆର ମୁଖପାତ୍ର ଜଣାଇଛନ୍ତି। ସୁଭାଷଙ୍କୁ ତାଙ୍କର ସଚ୍ଚୋଟତା ପାଇଁ ଏୟାରଲାଇନ ରବିବାର ଦିନ ସମ୍ମାନିତ କରିଛି।

The Times Of Indiaର ଏକ ରିପୋର୍ଟ ଅନୁସାରେ ବିଜ୍ଞାନରେ ସ୍ନାତକ କରିଥିବା ସୁଭାଷ AI ସହ ଗତ ୨୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ଥର ତାଙ୍କର ସଚ୍ଚୋଟତାର ନିଦର୍ଶନ ଦେଇଛନ୍ତି। ୨୦୦୩ରେ ସାଉଦି ଆରବକୁ ଯାଉଥିବା ଏକ ବିମାନରେ ସେ ଏକ ହ୍ୟାଣ୍ଡବ୍ୟାଗ ପାଇଥିଲେ ଯେଉଁଥିରେ ୧ କିଲୋ ସ୍ଵର୍ଣ୍ଣ ଅଳଙ୍କାର ଥିଲା। ସମ୍ପୃକ୍ତ ଯାତ୍ରୀଙ୍କୁ ଏହି ବ୍ୟାଗଟି ଫେରସ୍ତ ଦିଆଯାଇଥିଲା। ସେମିତି ଆଉ ଥରେ ମଧ୍ୟ ସୁଭାଷ ୭-୮ ଲକ୍ଷ ଟଙ୍କା ଥିବା ଏକ ମୁଣି ବିମାନ ମଧ୍ୟରୁ ପାଇଥିଲେ ଯାହାକି ତା’ର ମାଲିକଙ୍କୁ ଫେରସ୍ତ କରାଯାଇପାରିଥିଲା।