କପେ ଚା' ସହ ଇଣ୍ଟରନେଟ ମାଗଣା

କପେ ଚା' ସହ ଇଣ୍ଟରନେଟ ମାଗଣା

Thursday November 03, 2016,

2 min Read

ଦେଶରେ ଚା’ ବାଲାଙ୍କ ଚର୍ଚ୍ଚା ଥମୁନି। ବର୍ତ୍ତମାନ ଏହି ପେସାର ଲୋକେ ସବୁବେଳେ ଖବରରେ ରହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦିନେ କହିଥିଲେ ଯେ ଜଣେ ‘ଚା’ ବାଲା’ ର ଶକ୍ତି ଓ କ୍ଷମତା ଉପରେ ସନ୍ଦେହ କରିବା କଥା ନୁହେଁ। କିଛି ସପ୍ତାହ ତଳେ ପାକିସ୍ଥାନର ଜଣେ ଚା’ ବାଲା ବେଶ ଚର୍ଚ୍ଚାରେ ଥିଲେ। ତାଙ୍କର ଚେହେରା ଓ ନୀଳ ଆଖି ପାଇଁ। ଖବର ମିଳେ ଯେ ସେ ଏକ ମଡେଲିଙ୍ଗ କଣ୍ଟ୍ରାକ୍ଟ ସାଇନ କରିବା ସହ ଫିଲ୍ମର ଅଫର ମଧ୍ୟ ପାଇ ସାରିଲେଣି।

Image : <a href=

Image :

Fickra12bc34de56fgmedium"/>

ଏବେ ଆମେ ଆଉ ଏକ ଚା’ ବାଲାଙ୍କ କଥା କହିବାକୁ ଚାହୁଁଛୁ। ସୋସିଆଲ ମିଡିଆରେ ସେ ଖୁବ ଚର୍ଚ୍ଚାରେ। ନିଜ ଚେହେରା ପାଇଁ ନୁହେଁ ବରଂ ନିଜର ବ୍ୟବସାୟ କୌଶଳ ପାଇଁ ସେ ଆଜି ଚର୍ଚ୍ଚାରେ। ଚା’ ଷ୍ଟଲ ବ୍ୟବସାୟ ଚଳେଇବା ପାଇଁ କେବଳ ଚା’ ବିକିଲେ ଚଳିବ ନାହିଁ।

୨୩ ବର୍ଷୀୟ ସୟୀଦ ଖଦର ବାଶାଙ୍କ ଘର କର୍ଣ୍ଣାଟକର ବଲ୍ଲରୀ ଠାରେ। ପାଖାପାଖି ଅନେକ ଚା’ ଦୋକାନ ହେବା ପରେ ସେ ବ୍ୟବସାୟର ଦୌଡ଼ରେ ଆଗରେ ରହିବା ପାଇଁ କିଛି ନୂଆଁ କରିବାକୁ ଭାବିଲେ। ଆଜିର ୱାଇଫାଇ ଯୁଗରେ ସେ ଭାବିଲେ ଗ୍ରାହକ ମାନଙ୍କୁ କପେ ଚା’ ସହ ଇଣ୍ଟରନେଟ ମାଗଣା ମିଳିଲେ କେମିତି ହୁଅନ୍ତା। ସେ ଆରମ୍ଭ କାଲେ ତାଙ୍କର ନୂଆଁ ସ୍କିମ – ପାଞ୍ଚ ଟଙ୍କାରେ କପେ ଚା’ ପିଅ, ୩୦ ମିନିଟ ମାଗଣା ଇଣ୍ଟରନେଟ ପାଅ। ସାଧାରଣ କଥା – ଲୋକେ ଏଇ ସ୍କିମକୁ ବହୁତ ପସନ୍ଦ କଲେ।

ବାଶାଙ୍କ ଦୋକାନରେ ପାଞ୍ଚ ଟଙ୍କା ଦେଇ ଗୋଟିଏ କପ ଚା’ କିଣିଲେ ସେ ଏକ କୁପନ ଦିଅନ୍ତି ଯେଉଁଥିରେ ଅଧଘଣ୍ଟା ପାଇଁ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ପାସୱର୍ଡ ଥାଏ।

Times of Indiaର ଏକ ରିପୋର୍ଟ ଅନୁସାରେ ଏହି ସ୍କିମ ଏକ ବଡ଼ ହିଟ୍ ପ୍ରମାଣିତ ହେଇଛି ଏବଂ ବାଶାଙ୍କ ଚା’ ଦୋକାନରେ ଏବେ ନାହିଁ ନଥିବା ଭିଡ଼। ଏପରିକି ଲୋକେ ଲାଇନ ମଧ୍ୟ ଲଗାଉଛନ୍ତି। ରିପୋର୍ଟ ଅନୁସାରେ ସେପ୍ଟେମ୍ବର ମାସରୁ ଏହି ସ୍କିମ ଆରମ୍ଭ କରିବା ପରେ ତାଙ୍କର ବିକ୍ରି ଚାରିଗୁଣା ପର୍ଯ୍ଯନ୍ତ ବଢିଛି।

ବାଶାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ। ସ୍କୁଲ ପରେ କଲେଜ ମାଟି ମାଡ଼ିନାହାନ୍ତି ସେ, କିନ୍ତୁ କୌଣସି ଏମବିଏ ଗ୍ରାଜୁଏଟ ଠାରୁ କମ ନୁହେଁ ତାଙ୍କ ବ୍ୟବସାୟ କୌଶଳ ଓ ନୀତି। ତାଙ୍କର ଏହି ସ୍କିମ ଦ୍ଵାରା ବିଶେଷ କରି କଲେଜ ଛାତ୍ର ମାନେ ଆକର୍ଷିତ ହେଇ ତାଙ୍କ ଦୋକାନ ଆଡ଼େ ମାଡ଼ିଆସୁଛନ୍ତି।

image


ମାଗଣା ଡାଟା ନହେଲେ ମଧ୍ୟ ଏବେ ଧୀରେ ଧୀରେ ଚା’ ଓ ପାନ ଦୋକାନୀ ମାନେ ଡିଜିଟାଲ ହେବାକୁ ଲାଗିଛନ୍ତି। ସବୁଦିନିଆ ବାକି ଓ ଖୁଚୁରା ପଇସାକୁ ନେଇ ଅସୁବିଧାରୁ ରକ୍ଷା ପାଇବା ପାଇଁ ସୁବିଧା କରିଛି ଡିଜିଟାଲ ଆପ୍ପ। ଛୋଟ ଛୋଟ ଗଳି ଭିତରେ ମଧ୍ୟ ଚା’ ଦୋକାନ ସାମନାରେ Paytm accepted here ବୋର୍ଡ ଲାଗିଥିବା ଦେଖାଯାଉଛି।