ଛୋଟ ବିକ୍ରେତାଙ୍କୁ ଇ-ବଜାର ଉପଲବ୍ଧ କରାଉଛି ନୂଆ ଷ୍ଟାର୍ଟ-ଅପ୍ “Kraftly’

ଛୋଟ ବିକ୍ରେତାଙ୍କୁ ଇ-ବଜାର ଉପଲବ୍ଧ କରାଉଛି ନୂଆ ଷ୍ଟାର୍ଟ-ଅପ୍ “Kraftly’

Thursday March 10, 2016,

3 min Read

ଭାରତୀୟ ଇ-କମର୍ସ କ୍ଷେତ୍ର ବର୍ତ୍ତମାନ ଯାଏଁ ମୁଖ୍ଯତଃ B2C ବା ବ୍ୟବସାୟ ଠାରୁ ଗ୍ରାହକ ଯାଏଁ ବଜାର ଉପରେ ଧ୍ୟାନ ଦେଉଥିଲା। ଏହି କ୍ଷେତ୍ରରେ କିଛି ହାତଗଣତି କମ୍ପାନୀ ହିଁ କାର୍ଯ୍ୟ କରିଆସୁଛନ୍ତି। ଏହା ଏକପ୍ରକାରେ ଗ୍ରାହକଙ୍କ ପାଇଁ ଧୀରେ ଧୀରେ ମାନ୍ଦା ହେଇଯାଉଛି। ସବୁ ଇ-କମର୍ସ ସାଇଟରେ ସେଇ ସମାନ ବସ୍ତୁ। କିଣାକିଣିର ଅନୁଭବ କୌଣସି ପ୍ରକାରେ କିଛି ନୂଆ ନୁହେଁ। 

image


ଏହି କ୍ଷେତ୍ରର ଷ୍ଟାର୍ଟଅପ ମାନେ ଚିନ୍ତା କରିପାରିନାହାନ୍ତିଯେ ଘରେ ବସି କାମ କରୁଥିବା ଅନେକ ଉଦ୍ୟୋଗୀ(homepreneurs), ଶିଳ୍ପୀ ଓ ଫ୍ଲି ବଜାରର ବିକ୍ରେତା ଯେଉଁମାନଙ୍କର ସଂଖ୍ୟା ୫୦ ମିଲିୟନରୁ ଊର୍ଦ୍ଧ୍ଵ ହେବ, ସେମାନଙ୍କ ପାଇଁ ଅଛି ଏକ ଉଚିତ ଇ-ବଜାରର ଅଭାବ। KartRocket ଦ୍ଵାରା ସଂସ୍ଥାପିତ Kraftly ଦେଶର ପ୍ରଥମ C2C ପ୍ଲାଟଫର୍ମ ବନେଇ ଆଗେଇଆସିଛି ଏହି ଦୂରତାକୁ କମ କରିବା ପାଇଁ। 

ଦେଶର ଛୋଟ ଓ ଘରେ ରହି କାମ କରୁଥିବା ବିକ୍ରେତାମାନଙ୍କୁ ଇ-ବଜାରର ସ୍ୱାଦ ଚାଖିବାର ସୁଯୋଗ ପ୍ରଦାନ କରିଛି ନୂତନ ଷ୍ଟାର୍ଟ-ଅପ୍ ସଂସ୍ଥା Kraftly । ଏହା ଏବେ ସୁଦ୍ଧା ଦେଶର ୧୫ ହଜାର ବିକ୍ରେତାଙ୍କ ପାଖରେ ପହଂଚି ସାରିଛି । ପ୍ରତିଦିନ ୧୭ ହଜାର ବିକ୍ରେତା ଏହି ପ୍ଲାଟଫର୍ମରେ ପଂଜିକୃତ ହେଉଛନ୍ତି । ବ୍ୟକ୍ତି ବିଶେଷ ଓ କ୍ଷୁଦ୍ର ବିକ୍ରେତା ସଂପ୍ରଦାୟକୁ ନେଇ ଏହା ସବୁଠୁ ପସନ୍ଦଯୋଗ୍ୟ ଫ୍ଲି-କମର୍ସ ସଂସ୍ଥା ଗଠନ କରିବାକୁ ଚାହୁଁଛି ଯାହା ସେମାନଙ୍କୁ ଇ-ବଜାରରେ ସ୍ୱଚ୍ଛତାର ସହ ଭାଗ ନେବାର ସୁଯୋଗ ପ୍ରଦାନ କରିବ । ଭବିଷ୍ୟତ ଯୋଜନା ଭାବେ ଏହା ରାଜସ୍ୱ ବଢ଼ାଇବା, ଗ୍ରାହକ ଅନୁଭୂତି କୈନ୍ଦ୍ରୀକ ବଜାର ବିକଶିତ କରିବା ଓ ଏକ ସ୍ୱତନ୍ତ୍ର ବ୍ୟବସାୟ ମଡେଲ୍ ବିକଶିତ କରିବା ଉପରେ ଏହା ଜୋର ଦେଉଛି । ନିଜର ଭବିଷ୍ୟତ ଉଦ୍ୟମ ପାଇଁ କଂପାନି ଅନେକ ମେଧା ସଂଗ୍ରହ କରିବାକୁ ଯୋଜନା ରଖିଛି ।

ନିକଟରେ ଏହି ସଂସ୍ଥାକୁ ଗଠନ କରିଥିବା ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା KartRocket ୮ ନିୟୁତ ଡଲାର ରାଉଣ୍ଡ୍ ପାଣ୍ଠି ହାସଲ କରିଥିବା ବିଷୟରେ ଘୋଷଣା କରିଛି । ଜାପାନର ଏକ ନୂଆ ନିବେଶକ ଏହି ପାଣ୍ଠି ପ୍ରଦାନ କରିଛନ୍ତି । କଂପାନିର ପୁରୁଣା ନିବେଶକ ବର୍ଟେଲ୍ସମ୍ୟାନ୍ ଇଣ୍ଡିଆ ଇନଭେଷ୍ଟମେଂଟ୍ ଲିମିଟେଡ୍ (ବିଆଇଆଇ), ନିର୍ବାଣ ଡିଜିଟାଲ୍ ଇଣ୍ଡିଆ ଫଣ୍ଡ୍, ନିର୍ବାଣ ଡିଜିଟାଲ୍ ଇନଭେଷ୍ଟ୍ମେଂଟ୍ ହୋଲ୍ଡିଂ କଂପାନି ଲିମିଟେଡ୍, ଆମେରିକାର ୫୦୦ ଷ୍ଟାର୍ଟ-ଅପ୍ ଓ ସିଙ୍ଗାପୁରର କଂପାନି ବିନେକ୍ସଟ୍ ଏହି ରାଉଣ୍ଡ ପାଣ୍ଠି ପ୍ରଦାନରେ ମଧ୍ୟ ସାମିଲ ହୋଇଥିଲେ ।

ଏହି ପାଣ୍ଠି ସଂଗ୍ରହର ଏକ ବଡ଼ ଭାଗ ପରବର୍ତ୍ତୀ ପିଢ଼ିର ମୋବାଇଲ୍ ମାର୍କେଟ୍ ପ୍ଲେସ୍ Kraftlyର ଉନ୍ନତି ଦିଗରେ ଖର୍ଚ୍ଚ କରାଯିବ । Kraftly ହେଉଛି ଭାରତରେ ପୋଷାକ, ଆକ୍ସସେସୋରିଜ୍, ଗୃହ ଉପକରଣ, ହସ୍ତତନ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା କ୍ଷୁଦ୍ର ବିକେତ୍ରା ସଂପ୍ରଦାୟ ଓ ଗୃହ ଉଦ୍ୟୋଗୀଙ୍କୁ ଓ୨ଓ ମାର୍କେଟ ପ୍ଲେସ ଯୋଗାଉଥିବା ସଂସ୍ଥା । ଏହି ପ୍ଲାଟଫର୍ମକୁ ୱେବ୍ ସମେତ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଆପ୍ ରେ ହାସଲ କରିହେବ।

ଏକ ପରବର୍ତ୍ତି ପିଢ଼ିର ମୋବାଇଲ୍ ମାର୍କେଟ ପ୍ଲେସ ଗଠନ କରିବାର ଲକ୍ଷ୍ୟ ବିଷୟରେ ସାହିଲ ଗୋୟଲ, ସିଇଓ ଓ ସହ ପ୍ରତିଷ୍ଠାତା, KartRocket କହିଛନ୍ତି ଯେ,

ପ୍ରତି ବିକେତ୍ରାଙ୍କୁ ଇ-କମର୍ସରେ ଭାଗ ନେବାର ଅନୁମତି ପ୍ରଦାନ କରିବା ଭଳି ଏକମାତ୍ର ଲକ୍ଷ୍ୟ ରଖିଥିବା କ୍ରାଫ୍ଟଲିକୁ ଏହି ପୁଞ୍ଜିନିବେଶ କଟିଂ ଏଜ୍ ଉତ୍ପାଦ ବିକଶିତ କରିବା, ମେଧା ସଂଗ୍ରହ କରିବା, ବିକ୍ରେତା ଇକୋସିଷ୍ଟମ୍ ବିକଶିତ କରିବା ଓ ମାର୍କେଟିଂ ପ୍ରଦର୍ଶନରେ ଉନ୍ନତି ଆଣିବା ଦିଗରେ ସହାୟକ ହେବ ।
image


ସେ ଯୋଡ଼ିଛନ୍ତି ଯେ, ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇ-କମର୍ସ ଶିଳ୍ପରେ ଆମର କାରବାରକୁ ଆଗକୁ ବଢ଼ାଇବା ପାଇଁ ଆମେ ଦୁଇ ଜଣଙ୍କୁ ନିଯୁକ୍ତି ଦେଇଛୁ । ଅଙ୍କିତ୍ ସୁଦ୍ ମୁଖ୍ୟ ଅର୍ଥ ଅଧିକାରୀ ଓ ଅକ୍ଷୟ ଗୁଲାଟି ମୁଖ୍ୟ ବ୍ୟବସାୟ ଅଧିକାରୀ ଭାବେ କ୍ରାଫ୍ଟଲିରେ ଯୋଗ ଦେଇଛନ୍ତି । ଉଭୟଙ୍କର ଆର୍ଥିକ କ୍ଷେତ୍ରରେ ଅଭିଜ୍ଞତା ଥିବା ବେଳେ ବ୍ୟବସାୟ ଅଭିବୃଦ୍ଧିର ଜ୍ଞାନ ଓ ଅଭିଜ୍ଞତା ରହିଛି । ତାଙ୍କର ଉପସ୍ଥିତି ଆମ କଂପାନିର ଅଭିବୃଦ୍ଧିରେ ସହାୟକ ହେବ ।