ଦୋକାନିର ପୁଅ ନିର୍ମାଣ କଲା ବିଶ୍ୱର ସବୁଠୁ ଶସ୍ତା ଫୋନ୍

ଦୋକାନିର ପୁଅ ନିର୍ମାଣ କଲା ବିଶ୍ୱର ସବୁଠୁ ଶସ୍ତା ଫୋନ୍

Friday February 19, 2016,

2 min Read

ଆଜି ସାରା ଦେଶରେ ରିଙ୍ଗିଙ୍ଗ୍ ବେଲ୍ ନାମକ ମୋବାଇଲ୍ କଂପାନିକୁ ନେଇ ଜୋରଦାର ଚର୍ଚ୍ଚା । ଏହି କଂପାନି ନିର୍ମାଣ କରିଛି ଫ୍ରିଡମ୍ ୨୫୧ ନାମକ ସ୍ମାର୍ଟଫୋନ୍ । ୨୫୧ ଟଙ୍କାରେ ଏହା ଲୋକମାନଙ୍କୁ ବିକ୍ରି କରିବାକୁ ବୁକିଙ୍ଗ ଆରମ୍ଭ ହୋଇଯାଇଛି । ଏହି ଫୋନ୍ ନିର୍ମାଣ କରିବାରେ ସବୁଠୁ ବଡ଼ ଅବଦାନ ରହିଛି ଅମିତ ଗୋୟଲଙ୍କର । ସେ ରାତାରାତି ପ୍ରସିଦ୍ଧି ଲାଭ କରିଛନ୍ତି । ଫ୍ରିଡମ୍ ୨୫୧ ତାଙ୍କୁ ଏହି ପ୍ରସିଦ୍ଧି ଆଣିଦେଇଛି ।

ସେ ରିଙ୍ଗିଙ୍ଗ୍ ବେଲ୍ ନାମକ କଂପାନି ଗଠନ କରିବାକୁ ପୂର୍ବରୁ ଜଣେ ସାଧାରଣ ଲୋକ ଥିଲେ । ତାଙ୍କ ପରିଚୟ ଥିଲା ତାଙ୍କ ବାପାଙ୍କର କିରାନା ଦୋକାନ । ଅମିତଙ୍କ ବାପା ରାଜେଶ ଗୋୟଲ ଏହି ଛୋଟ ଦୋକାନରେ ବସି ପ୍ରତି ଦିନ ବେପାର କରୁଛନ୍ତି । ଦୋକାନର ନାମ ରଖିଛନ୍ତି “ରାମଜୀ’। ରାଜେଶ ନିଜ ପୁଅ ବିଷୟରେ କହିଛନ୍ତି ଯେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା ତାଙ୍କ ପୁଅ ଦିନେ ନା ଦିନେ କିଛି ବଡ଼ କରି ଦେଖାଇବ । ଆଜି ସେହିଦିନ ଆସିଯାଇଛି ବୋଲି ଭାବବିହ୍ୱଳ ହୋଇ ସେ କହିଛନ୍ତି । ସାରା ଦେଶରେ ଫ୍ରିଡମ୍ ୨୫୧କୁ ନେଇ ଚର୍ଚ୍ଚାର ଯେଉଁ ତରଙ୍ଗ ସୃଷ୍ଟି ହୋଇ ସେ ବିଷୟରେ ରାଜେଶ ବେଶି କିଛି ଭାବୁ ନାହାନ୍ତି । କିନ୍ତୁ ତାଙ୍କ ପୁଅ ଯେ କିଛି ବଡ଼ କଥା କରିପାରିଛି ତାହା ଜାଣିପାରିଛନ୍ତି ।

image


ଉତର ପ୍ରଦେଶର ଶାମଳୀ ଜିଲ୍ଲାର ଗରିପୁଖ୍ତା ନାମକ ଛୋଟ ସହରରେ ରହିଛି ରାଜେଶଙ୍କ ଏହି ଛୋଟ କିରାନା ଦୋକାନ । ଫ୍ରିଡମ୍ ୨୫୧ ବିଷୟରେ ଘୋଷଣା ହେବା ପୂର୍ବରୁ ରାଜେଶ କିମ୍ବା ତାଙ୍କ ଦୋକାନ ବିଷୟରେ କେହି କିଛି ଜାଣି ନ ଥିଲେ । କିନ୍ତୁ ଆଜି ତାଙ୍କ ଦୋକାନ ଓ ପୁଅକୁ ନେଇ ସବୁ ଆଡ଼େ ଜୋରଦାର ଚର୍ଚ୍ଚା ଚାଲିଛି ।

ରାଜେଶଙ୍କ ପୁଅ ମୋହିତ ସ୍ନାତକ ଶିକ୍ଷା ଶେଷ କରିବା ପରେ ନୋଏଡା ଚାଲି ଆସିଥିଲା । ସେଠାରେ ସେ ଆମିଟି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ଶେଷ ଥର ପାଇଁ ସେ ଘରକୁ ଯାଇଥିବା ବେଳେ ବାପାଙ୍କୁ ଗୋଟିଏ କଂପାନି ଖୋଲିବା ବିଷୟରେ କହିଥିଲେ । ରାଜେଶ ତେଣୁ ଅମିତକୁ କିଛି ଟଙ୍କା ଯୋଗାଡ଼ କରି ଦେଇଥିଲେ କଂପାନି ଖୋଲିବାକୁ । ଅମିତ ନିଜର ଏକ ମୋବାଇଲ୍ ଫୋନ୍ କଂପାନି ପ୍ରତିଷ୍ଠା କରିଥିଲେ । ଆଜି ସେହି କଂପାନି ରିଙ୍ଗିଙ୍ଗ୍ ବେଲ୍ ଫ୍ରିଡମ୍ ୨୫୧ ନାମକ ଶସ୍ତା ସ୍ମାର୍ଟଫୋର୍ଟ ବିକଶିତ କରି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

ମୋହିତ ନିଜ ସହରରେ ପାଠ ପଢ଼ୁଥିବା ବେଳେ ଅନେକ ସମୟ ନିଜ ବାପାଙ୍କ ସହ ବିତାଇଛନ୍ତି । ନିଜ ବାପାଙ୍କ ଦୋକାନରେ ରହି ତାଙ୍କୁ ବହୁତ ସହାୟତା କରିଛନ୍ତି । ମୋହିତ ନିଜ ସହରରେ ଥିବା ସେଣ୍ଟ ଆର୍ସି କନଭେଣ୍ଟ ସ୍କୁଲରେ ପାଠ ପଢ଼ିଥିଲେ । ସେ ନିକଟରେ ନୋଏଡାର ବାସିନ୍ଦାର ଧାରଣାଙ୍କୁ ବିବାହ କରିଛନ୍ତି । ଧାରଣା ଏବେ ରିଙ୍ଗିଙ୍ଗ୍ ବେଲର ସିଇଓ ଭାବେ କାମ କରୁଛନ୍ତି । ଅମିତ ପରିଚାଳନା ନିର୍ଦ୍ଦେଶକ । ତାଙ୍କ ବାପା କଂପାନିର ଜଣେ ନିର୍ଦ୍ଦେଶକ ।

ଅମିତର ନିଜ ସହର ପ୍ରତି ବେଶ ମୋହ ରହିଛି । ଫ୍ରିଡମ୍ ୨୫୧ ଉନ୍ମୋଚନ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ନିଜ ଗାଁର କିଛି ଲୋକଙ୍କୁ ସେ ସେହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ଆଣିଥିଲେ ।