କୁନି ଡେଣା ଓ ଛୋଟିଆ ପ୍ରାର୍ଥନା: ମାଳତୀ ଭୋଜୱାନୀଙ୍କ ସଫଳତା ଯାତ୍ରାର ମନ୍ତ୍ର

କୁନି ଡେଣା ଓ ଛୋଟିଆ ପ୍ରାର୍ଥନା: ମାଳତୀ ଭୋଜୱାନୀଙ୍କ ସଫଳତା ଯାତ୍ରାର ମନ୍ତ୍ର

Friday November 06, 2015,

4 min Read

ଜୀବନର ଅନୁଭୂତି ଏବଂ ତା’ ସଂପର୍କିତ ପ୍ରୟୋଗ ବା ଜୀବସତ୍ତ୍ୱା ବିଦ୍ୟାର ଟ୍ରେନର୍ ମାଳତି ଭୋଜୱାନୀ ଅନ୍ୟମାନଙ୍କ ପାଇଁ ଆଦର୍ଶର ଜ୍ୱଳନ୍ତ ଉଦାହରଣ । ଜୀବନର ଭଲ ଦିଗ ସଂପର୍କରେ ତାଲିମ ଅନେକ ଲୋକଙ୍କୁ ଜୀଇଁବା ପାଇଁ ପ୍ରେରଣା ଦେଇଛି । ବ୍ୟକ୍ତିଗତ ହଜାରେ ସମସ୍ୟାର ବାଡ଼ ଡେଇଁ ତା’କୁ ସୁଯୋଗ ଭାବେ କିପରି ବ୍ୟବହାର କରାଯାଇପାରେ, ସେହି ଉଦାହରଣ ସୃଷ୍ଟି କରିଛନ୍ତି ମାଳତି ।

image


ହର୍ ଷ୍ଟୋରୀ ତାଙ୍କ ସହ ଜୀବନର ଅଭୁଲା ଅନୁଭୂତି, ବିପର୍ଯ୍ୟୟ ଏବଂ ସଫଳତା ସଂପର୍କରେ କଥା ହେବା ପାଇଁ ପାଇଥିଲା ସୁଯୋଗ ।

ବ୍ୟକ୍ତିଗତ ଅସୁବିଧାକୁ ଦୂର କରିବା

ଇଣ୍ଡୋନେସିଆରେ ମାଳତୀ ଜଣେ ଇଂରାଜୀ ଶିକ୍ଷକ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ପରେ ଅଷ୍ଟ୍ରେଲିଆରେ ଘରୋଇ ବେପାରରେ ଯୋଗ ଦେଇଥିଲେ । ବାହା ହେବା ବେଳକୁ ତାଙ୍କ ସ୍ୱପ୍ନ ଥିଲା ପ୍ରତିଟି ଝିଅ ପରି ବେଶ ସରଳ ଆଉ ନିଚ୍ଛକ । ଖୁସିରେ ଜୀବନ ବିତେଇବା । କିନ୍ତୁ ଜୀବନର ଯୋଜନା ଥିଲା ଅଲଗା। ଜୀବନ ତାଙ୍କ ପାଇଁ ଅଲଗା କିଛି ରଖିଥିଲା । ୨୬ ବର୍ଷ ବୟରେ ବିବାହ ବିଚ୍ଛେଦ ହେଲା । ତା’ସାଙ୍ଗକୁ ଛୋଟିଆ ଝିଅଟେ ମଧ୍ୟ ।

ମାଳତୀଙ୍କ କହିବା ଅନୁସାରେ- ଜୀବନର ପଜିଟିଭ୍ ଦିଗ ସଂପର୍କରେ ସେତେବେଳେ ମୁଁ ଭଲ କରି ଜାଣିଲି, ଯେତେବେଳେ ଟନି ରବିନ୍ସନଙ୍କ ସେମିନାରରେ ମୁଁ ଯୋଗ ଦେଲି । LGAT ଉପରେ ମୁଁ ବିଶେଷ ଭାବେ ତାଲିମ ନେଲି । ଜୀବନର ଦାୟିତ୍ୱ ମୁଣ୍ଡାଇ ଏକଲା ରାସ୍ତା ଚାଲିବା ସେଇଠୁ ଶିଖିଲି । ଦୁଃଖ, ବିପର୍ଯ୍ୟୟକୁ ଗଣ୍ଠିଲି କରି କାନ୍ଧରେ ପକେଇ ଆରମ୍ଭ କଲି ଜୀବନର ଆଲୋକିତ ଦିଗ ଦେଖିବା । ଆଉ ଜଣେ ତାଲିମଦାତା ଭାବେ ଅଭିଜ୍ଞତା ବି ହାସଲ କଲି ।

ଇଂଟରନେସନାଲ୍ କୋଚ୍ ଫେଡେ଼ରେସନରେ ତା’ପରେ ଯୋଗ ଦେଲେ ମାଳତୀ ଏବଂ ଲାଇଫ୍ କୋଚ୍ ଭାବେ ହାସଲ କଲେ ତାଲିମ । ଜଣେ ଉଦ୍ୟୋଗୀ ଭାବେ ନିଜକୁ ଗଢିବା ପାଇଁ ଯଦିଓ ତାଙ୍କର ଇଚ୍ଛା ଥିଲା, ପରିସ୍ଥିତି କିନ୍ତୁ ଥିଲା ବେଶ ପ୍ରତିକୂଳ। ମାର୍କେଟ ସଂପର୍କରେ ତାଙ୍କର ବେଶି କିଛି ଧାରଣା ନ ଥିଲା । ୨୦୦୦ ମସିହାଠାରୁ ପ୍ରାୟ ୩ ବର୍ଷ ପର୍ଯନ୍ତ ମାଳତୀ ହଜାରେ ଅସୁବିଧାର ସାମ୍ନା କଲେ, ଯାହା ଭିତରେ ଆର୍ଥିକ ଚ୍ୟାଲେଂଜ ଏବଂ ବ୍ୟକ୍ତିଗତ ସମସ୍ୟା ସାମିଲ ଥିଲା । ମାଳତୀଙ୍କ ଭାଷାରେ- ଅନେକ ଲୋକ ମତେ ପରାମର୍ଶ ଦେଇଥିଲେ, ଚାକିରି ଖଣ୍ଡେ ଖୋଜି ସ୍ଥାୟୀ ଜୀବନ ବିତାଇବାକୁ । ହେଲେ ସେହି ପରିଶ୍ରମର ଫଳ ଏବେ ମୁଁ ପାଉଛି ।

ଭଗବାନଙ୍କ ଉପରେ ଦୃଢ ବିଶ୍ୱାସ ଏବଂ ମନ ଭିତରେ ଥିବା ଶକ୍ତ ଇଚ୍ଛା ଶକ୍ତି, ଶେଷକୁ ତାଙ୍କୁ ଆଣି ଦେଇଥିଲା ସଫଳତା । ମାଳତୀ ଏ ବିଷୟରେ ନିଜର ପ୍ରବନ୍ଧ ‘ସେଭେନ୍ ରିକଭରି ଷ୍ଟେପ୍ସ ଟୁ ଗେଟ୍ ଓଭର୍ ଏ ବ୍ରେକ୍ ଅପ୍’ରେ ଏ ସଂପର୍କରେ ବର୍ଣ୍ଣନା କରିଛନ୍ତି ।

ନିଜ ଉପରେ ଭରସା ଆସିଗଲା ପରେ ମାଳତୀ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଦେଖିବାକୁ ମାଳତୀ ଟିକେ ମୋଟା । ହେଲେ ଏବେ ସେ ସ୍ୱାସ୍ଥ୍ୟ ଆଉ ନାହିଁ । ମାଳତୀଙ୍କ କହିବା ଅନୁସାରେ- ଖୁସି ନିଜ ଭିତରୁ ହିଁ ଆସେ। କୌଣସି ବାହାର ଲୋକ କିମ୍ବା ଅବସ୍ଥା ଏହାକୁ ବଦଳାଇ ପାରିବ ନାହିଁ । ତେଣିକି ମୁଁ ନିଜକୁ ଭଲ ପାଇବାକୁ ଆରମ୍ଭ କଲି ଏବଂ ନିଜ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଲି । ମୋ ବିଜିନେସ୍ ଏବଂ ବ୍ରାଣ୍ଡ ବିଲ୍ଡିଂ ଉପରେ ଯଥେଷ୍ଟ ଧ୍ୟାନ ଦେଲି ।

image


ଜଣେ ଉଦ୍ୟୋଗୀ ମହିଳାର ଯାତ୍ରାର କିୟଦଂଶ

ବିଗତ ବର୍ଷମାନଙ୍କରେ ମାଳତୀ ୫୦୦ରୁ ଅଧିକ ଲୋକଙ୍କ ଜୀବସତା ସଂପର୍କରେ ତାଲିମ ଦେଇଛନ୍ତି ଏବଂ ଜୀବନକୁ ନୂଆ ଦିଗରୁ ଦେଖିବାକୁ ବତେଇଛନ୍ତି ରାସ୍ତା । ଜଣେ ଜଣେ ବ୍ୟକ୍ତିଙ୍କ ପାଇଁ ମାଳତୀ ଲାଇଫ୍ କୋଚ୍ ଭାବେ ତିନି, ଚାରି ମାସ ତାଲିମ ଦିଅନ୍ତି, ଯେଉଁଠି ତାଙ୍କ ସହ ମାଳତୀ ବରାବର ଯୋଗସୂତâରେ ରହନ୍ତି ଏବଂ ସୁସ୍ଥ ମାନସିକତାକୁ ଫେରିବାକୁ ସାହାଯ୍ୟ କରନ୍ତି । ତାଙ୍କ ଫାର୍ମ- ମଲ୍ଟି କୋଚିଂ ଇଂଟରନେସନାଲ୍ ବରାବର ତାଲିମ ଶିବିର, ୱାର୍କସପ୍ ଏବଂ କର୍ପୋରେଟ୍ ତାଲିମ କାର୍ଯ୍ୟକâମ ଆୟୋଜନ କରେ । ମାଳତୀ ଏମିତି ଅନେକ ତାଲିମ ଶିବିର ଆୟୋଜନ କରିଛନ୍ତି । ହେଲେ ତା’ ଭିତରୁ ଥାଇଲାଣ୍ଡରେ ମାଇକେâାସଫ୍ଟର ସିନିଅର୍ ଲିଡରମାନଙ୍କ କରିଥିବା ୱାର୍କସପ୍ କୁ ସେ ବେଶ ସ୍ମରଣୀୟ ବୋଲି କହନ୍ତି ।

ଜୀବନର ଉଠାଣି, ଗଡ଼ାଣି ରାସ୍ତାର କଥାକୁ ନେଇ ମାଳତୀ ଯୋଡ଼ାଏ ବହି ବି ଲେଖିଛନ୍ତି । ‘ଡୋଂଟ ଥିଙ୍କ ଅଫ୍ ଏ ବ୍ଲୁ ବଲ୍’ ଦେଶ ଓ ବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଛି । ବିଦେଶୀ ଭାଷାରେ ବି ଅନୂଦିତ ହୋଇଛି । ଆଉ ଏକ ବହି ‘ଥାଙ୍କଫୁଲ୍ନେସ୍ ଆପ୍ରିସିଏସନ୍ ଗ୍ରାଟିଚ୍ୟୁଡ଼୍’ ପୁଣି ଥରେ ଛପା ହେବା ପାଇଁ ଯାଇଛି । ଆଗାମୀ ଦିନରେ ଆହୁରି ଅନେକ ବହି ଲେଖିବାକୁ ତାଙ୍କର ଯୋଜନା ରହିଛି ।

ମାଳତୀଙ୍କ ନିଜର ୱେବସାଇଟ୍ ସହିତ ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ସେ ଲୋକଙ୍କ ପାଖରେ ପହଁଚନ୍ତି । ‘ଅନେକ ପâକାରର ଲୋକଙ୍କ ସହ ମୁଁ କାମ କରେ । ଯାହା ଭିତରେ କର୍ପୋରେଟ୍ ଏକଜିକ୍ୟୁଟିଭ୍, ମହିଳା, ଘରୋଇ ମହିଳା, ସାଧାରଣ ମଣିଷ ଓ ଉଦ୍ୟୋଗୀ ସାମିଲ । ଜୀବସତା ସଂପର୍କିତ ତାଲିମ ନିଜର କଣ ଅଛି ଓ କଣ ହେବାକୁ ଚାହୁଁଥିବା ଏକ ପ୍ରକ୍ରିୟା । ଗୂଢ ଭାବେ ଦେଖିଲେ ଇଚ୍ଛା ଓ ଚ୍ୟାଲେଂଜ ଦୃଷ୍ଟିରୁ ଆମେ ସମସ୍ତେ ସମାନ । ଦୃଷ୍ଟିକୋଣରେ ପରିବର୍ତନ ଆସି ପାରିଲେ, ଦିଗବଳୟ ବଦଳି ଯାଇଥିବ ।’ ବୋଲି ମାଳତୀ କହନ୍ତି ।

ଓପ୍ରାହ ୱିନଫ୍ରିଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି । ମାଳତୀଙ୍କ ସ୍ୱପ୍ନ ହେଉଛି- ନିଜ ଇଚ୍ଛା ମୁତାବକ ଜୀବନ ଜୀଇଁବା ପାଇଁ ତାଲିମ ମାଧ୍ୟମରେ ଗୋଟେ ପ୍ଲାଟଫର୍ମ ତିଆରି କରିବା । ଯାହା ଭିତରେ ଅଧିକ ସଂଖ୍ୟାରେ ରହିବେ ମହିଳା । ଖାଲି ଦେଶ ନୁହେଏ ଦେଶ ବାହାରେ ବି । ଖୁବ ଶୀଘ୍ରମାଳତୀ ବାଙ୍ଗାଲୋରର ଇନ୍ଦିରା ନଗରରେ ଲାଇଫ୍ କୋଚିଂ ଏବଂ ବ୍ୟକ୍ତିତ୍ୱ ବିକାଶ ଉପରେ ନିଜର ପ୍ରତିଷ୍ଠାନ ଖୋଲିବେ । ଯାହାର ନାଁ ରହିବ-ବ୍ରେନ୍ ସ୍ପା ।

ତେବେ ଏବେ ଭାରତୀୟ ଉପଭେକ୍ତାଙ୍କୁ ନେଇ ଅନେକ ଅଡ଼ୁଆତଡ଼ୁଆ ଭାବନା ରହିଛି । କେହି ସହଜରେ ଲାଇଫ୍ ଟ୍ରେନିଂ ପାଇଁ ଆସନ୍ତିନି । ଆମ ସମାଜ ବି ଏହାକୁ ଗ୍ରହଣ କରେନି । ତେଣୁ ଅନଲାଇନ୍ ମିଡ଼ିଆ ମାଧ୍ୟମରେ ଏହା ସହଜ ହେବ ବୋଲି ମାଳତୀଙ୍କ ମତ ।

ମାଳତୀଙ୍କ ୨୨ ବର୍ଷର ଝିଅ ଏବେ ଅଷ୍ଟ୍ରେଲିଆରେ ପ୍ରକାଶନ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି ।

ବ୍ୟକ୍ତିଗତ ଅସୁବିଧାକୁ ଦୂର କରିବାକୁ ମାଳତୀଙ୍କ ୩ଟି ଟିପ୍ସ

୧. ଭୁଲ ଏବଂ ପୁରୁଣା ଘଟଣାକୁ ଭୁଲି ଯାଆନ୍ତୁ । ଆମ ପାଖରେ ଥିବା ସଂପଦର ସଦୁପଯୋଗ କରି ଆଗକୁ ବଢିବା ହିଁ ସମୟର ଆବଶ୍ୟକତା ।

୨. ନିଜର ପ୍ରଗାଢ ଉଦ୍ୟମ ଦରକାର । ନିଜର ଜୀବନକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ । ସଫଳତା ଅନନ୍ୟ । ସେହି ଅନୁସାରେ କାମ କରିବା ଉଚିତ୍ ।

୩. ନିଜ ଭିତରେ ଥିବା ବିଯୁକ୍ତାତ୍ମକ ଚିନ୍ତାକୁ ହଟେଇ ଦିଅନ୍ତୁ । ‘ମୁଁ ଭଲ ନୁହେଁ’, ‘ମୁଁ ଏହା କରି ପାରିବି ନାହିଁ’ କିମ୍ବା ‘ଏହା ଭାରି କଷ୍ଟସାଧ୍ୟ’କୁ ନିଜର ଦୃଢ ଇଚ୍ଛା ଶକ୍ତି ମାଧ୍ୟମରେ ବଦଳାଇ ଦିଅନ୍ତୁ । ନିଜ ଭିତର ଭଲ ଗୁଣକୁ ଚିହ୍ନନ୍ତୁ ଏବଂ ଜୀବନରଆଲୋକିତ ରାସ୍ତାରେ ଆଗେଇ ଯାଆନ୍ତୁ