ଜେଲରୁ IIT : ୧୮ ବର୍ଷର ପିୟୁଷ ଗୋୟଲ ଜେଲରେ ରହି IIT-JEE ପାଇଁ କରୁଥିଲେ ପ୍ରସ୍ତୁତି

ଜେଲରୁ IIT : ୧୮ ବର୍ଷର ପିୟୁଷ ଗୋୟଲ ଜେଲରେ ରହି IIT-JEE ପାଇଁ କରୁଥିଲେ ପ୍ରସ୍ତୁତି

Monday July 04, 2016,

2 min Read

ଗତ ଦୁଇ ବର୍ଷ ଧରି ଠିକ ଇଞ୍ଜିନିୟରିଙ୍ଗ ଏଣ୍ଟ୍ରାଂସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏକ ସାଧାରଣ ଛାତ୍ର ପରି ପିୟୁଷ ଗୋୟଲ ପ୍ରସ୍ତୁତି କରୁଥିଲେ। ଗୋଟିଏ ମାତ୍ର ତଫାତ ହେଲା ସେ କୋଟାରେ ଥିବା ଓପେନ ଜେଲରେ ଥାଇ ନିଜର ପ୍ରସ୍ତୁତି କରୁଥିଲେ। ତାଙ୍କ ବାପା ଏହି ଜେଲରେ ଦଣ୍ଡ ଭୋଗୁଥିବା ଜଣେ କଏଦୀ। ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ତାଙ୍କ ବାପା, ଫୁଲ ଚାନ୍ଦଙ୍କର ସୀମିତ ସମ୍ବଳ ଯୋଗୁଁ ପିୟୁଷ ହଷ୍ଟେଲରେ ରହି ନିଜର ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଅସମର୍ଥ ଥିଲେ। କିନ୍ତୁ ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଇଞ୍ଜିନିୟରିଙ୍ଗ ଏଣ୍ଟ୍ରାଂସ ପରୀକ୍ଷାରେ ସାରା ଦେଶରେ ୪୫୩ତମ ସ୍ଥାନ ଅଧିକାର କରିଛନ୍ତି।

Image: <a href=

Image:

India Todaya12bc34de56fgmedium"/>

“ଜେଲ ସେତେ ବି ଖରାପ ନଥିଲା, ପିୟୁଷ NDTVକୁ କୁହନ୍ତି। ଲୋକେ ଭାବନ୍ତି ଯେ ସେଠାକାର ପରିବେଶ ଅତ୍ୟନ୍ତ ଖରାପ ହେଇଥିବ। କିନ୍ତୁ ପ୍ରକୃତରେ ତାହା ଠିକ ନୁହେଁ। ଆଜି ମୁ ମୋ ବାପାଙ୍କ ସ୍ଵପ୍ନକୁ ସାକାର କରିପାରିଛି। ବାପା ଯେ ମୋତେ ଏଠାରେ ରଖି ମୋତେ ପାଠ ପଢିବାକୁ ସମ୍ବଳ ଯୋଗାଇଦେଲେ ତାହା ଏକ ଖୁବ ସାହସର କାମ,” ପିୟୁଷ କହନ୍ତି।
Image : <a href=

Image :

The Mango Newsa12bc34de56fgmedium"/>

ଫୁଲ ଚାନ୍ଦଙ୍କର ୧୪ ବର୍ଷର କାରାଦଣ୍ଡ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ସେଥିପାଇଁ ତାଙ୍କୁ ଖୋଲା ଜେଲରେ ରହିବାକୁ ଅନୁମତି ମିଳିଥିଲା। ଖୋଲା ଜେଲ ଏକ ଏପରି ସୁଧାର ସ୍ଥଳ ଯେଉଁଠାରେ ଅନ୍ତେବାସୀ ମାନେ ଜେଲ ବାହାରକୁ କାମ କରିବା ପାଇଁ ଯାଇପାରିବେ କିନ୍ତୁ ସନ୍ଧ୍ୟା ସୁଦ୍ଧା ତାଙ୍କୁ ଫେରିବାକୁ ହେବ। ଗତ ଦୁଇବର୍ଷ ଧରି ପିୟୁଷ ତାଙ୍କ ବାପାଙ୍କ ସହ ଏହି ଖୋଲା ଜେଲରେ ରହି ଆସୁଛନ୍ତି।

ବର୍ତ୍ତମାନ ଯାଏ ଫୁଲ ଚାନ୍ଦ ସହର ମଧ୍ୟରେ ଥିବା ଏକ ଦୋକାନରେ କାମ କରି ଯେଉଁ ୧୨,୦୦୦ ଟଙ୍କା ଦରମା ପାଆନ୍ତି ସେଥିରେ ପିୟୁଷଙ୍କ ପଢା ଖର୍ଚ୍ଚ ଉଠେ। ସେ ତାଙ୍କୁ ଏହି ସ୍ୱଳ୍ପ ଆୟରେ ହଷ୍ଟେଲରେ ରଖିପାରିନଥିଲେ। କିନ୍ତୁ କୋଟାର “Vibrant” ନାମକ କୋଚିଙ୍ଗ ସେଣ୍ଟରରେ ପୁଅକୁ ପଢାଉଥିଲେ।

“ଏଠାରେ ରହି ପଢିବା କଷ୍ଟ ଥିଲା। କିନ୍ତୁ ମୁ ଜେଲ କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଦେବୀ ଯେ ସେମାନେ ସହଯୋଗ କଲେ ଓ ମୋର ପୁଅକୁ ଏଠାରେ ରହି ପଢିବା ପାଇଁ ଅନୁମତି ଦେବା ସହ ପ୍ରେରଣା ମଧ୍ୟ ଦେଲେ। ଡିଉଟିରେ ଥିବା ଗାର୍ଡ, ବିଶେଷ କରି କମ ବୟସର ଗାର୍ଡ ମାନେ ପିୟୁଷକୁ ସବୁବେଳେ ଆଗକୁ ବଢିବା ପାଇଁ ସାହସ ଓ ପ୍ରେରଣା ଦେଉଥିଲେ,” ଫୁଲ ଚାନ୍ଦ କୁହନ୍ତି।

ପିୟୁଷଙ୍କ ସଫଳତା ଦେଖି ଜେଲ ପ୍ରଶାସନ ଏହି ଖୋଲା ଜେଲର ସୁବିଧା ବଢେଇବାକୁ ଆଶା କରୁଛି। “ଆମେ ବହୁତ ଆନନ୍ଦିତ ଯେ ପିୟୁଷ ଏଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ରହି ମଧ୍ୟ ସଫଳ ହୋଇପାରିଲେ,” ଜେଲ ଅଧୀକ୍ଷକ ଶଙ୍କର ସିଂହ କହନ୍ତି।