୨୦୧୭ ସୁଦ୍ଧା ୩୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ : ସବୁ ସହରରେ ଝଲସିବ ‘ଏଲ୍‌ଇଡି’

୨୦୧୭ ସୁଦ୍ଧା ୩୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ : ସବୁ ସହରରେ ଝଲସିବ ‘ଏଲ୍‌ଇଡି’

Tuesday February 09, 2016,

3 min Read

ଏବେ ବିଦ୍ୟୁତ ଲୋକମାନଙ୍କ ପାଇଁ ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଯାଇଛି | ଦିନକୁ ଦିନ ବିଦ୍ୟୁତ ଚାହିଦା ବଢିବାରେ ଲାଗିଛି | ଓଡିଶାରେ ଆସନ୍ତା ତିନି ବର୍ଷ ମଧ୍ୟରେ ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ | ଅର୍ଥାତ୍ ୨୦୧୭ ସୁଦ୍ଧା ବିଦ୍ୟୁତ ସେବାରୁ ବଂଚିତ ଥିବା ପ୍ରାୟ ୩୦ ଲକ୍ଷ ପରିବାର ବିଦ୍ୟୁତ ସଂଯୋଗ ପାଇବେ | ତେବେ ମାନବ ସମ୍ବଳ ଅଭାବ ଯୋଗୁଁ ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି |

୨୦୧୧ ଜନଗଣନା ଅନୁସାରେ ଓଡିଶାରେ ମୋଟ ୯୬ ଲକ୍ଷ ପରିବାର ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୬୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ କରାଯାଇଛି | ଏଥିମଧ୍ୟରୁ କେବଳ ଗତ ତିନି ବର୍ଷ ମଧ୍ୟରେ ୨୫ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି | ଅବଶିଷ୍ଟ ୩୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ ପର୍ଯ୍ୟାୟ କ୍ରମେ କରାଯିବ |

ପଢନ୍ତୁ - ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍, ଗଦା ହୋଇ ରହିବ ନାହିଁ ଫାଇଲ୍

image


ଏ ସମ୍ପର୍କରେ ଗ୍ରିଡ୍ କର୍ପୋରେସନ୍ ଅଫ୍ ଓଡିଶା ଲିମିଟେଡ୍ (ଗ୍ରିଡକୋ)ର ସିଏମଡି ହେମନ୍ତ ଶର୍ମା କହନ୍ତି,

ଗତ ୧୫ ବର୍ଷ ମଧ୍ୟରେ ନୂତନ ଗ୍ରାହକଙ୍କ ସଂଖ୍ୟା ୬୦ ଲକ୍ଷରେ ପହଂଚିଛି | ସେହିପରି ବିଦ୍ୟୁତ ଶକ୍ତିର ଚାହିଦା ୨ ହଜାର ମେଗାୱାଟ୍ ରୁ ୪ ହଜାର ମେଗାୱାଟ୍ କୁ ବୃଦ୍ଧି ପାଇଛି | କିନ୍ତୁ ମାନବ ସମ୍ବଳ ୬୦ ହଜାରରୁ ହ୍ରାସ ପାଇ ୩୦ ହଜାରରେ ପଂହଚିଛି | ବିଦ୍ୟୁତ ଚାହିଦା ଦୁଇଗୁଣା ହୋଇଥିବା ବେଳେ ଏଥିରେ ନିୟୋଜିତ ଲୋକଙ୍କ ସଂଖ୍ୟା ଆବଶ୍ୟକତାର ଅଧାରୁ ବି କମ୍ ଅଛି |

ମାନବସମ୍ବଳ ବଢାଇବା ନିତାନ୍ତ ଜରୁରୀ ହୋଇପଡିଛି | ଉତ୍ତମ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତ କରିବା ଲାଗି ନିଷ୍ପତି ନେଇଛନ୍ତି | ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ପହଁଚି ନଥିବା ଗ୍ରାମାଂଚଳରେ ନୂତନ ୫୦୦ ସବ୍ ଷ୍ଟେସନ୍ ବସାଇବା ଲାଗି ପଦକ୍ଷେପ ନିଆଯାଉଛି | ତେଣୁ ପ୍ରତି ସବ୍‌ ଷ୍ଟେସନରେ ଅନୁନ୍ୟ ୩୦ ଜଣ ହାରରେ ପ୍ରାୟ ୧୫ ହଜାର କର୍ମଚାରୀଙ୍କ ଆବଶ୍ୟକତା ରହିଛି |

ଅପରପକ୍ଷରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ହେଉଥିବା କ୍ଷତିକୁ ରୋକିବା କାଠିକାର ପାଠ | ଏ ଦିଗରେ ପଦକ୍ଷେପ ନିଆଯାଇଛି | ଯାହା ଫଳରେ ୨୦୦୦ରୁ ୨୦୧୫ ମଧ୍ୟରେ ବିଦ୍ୟୁତ ବିତରଣ କ୍ଷତିକୁ ୫୨ ପ୍ରତିଶତରୁ ୩୮ ପ୍ରତିଶତକୁ କମି ଯାଇଛି |

ସହରରେ ଏଲଇଡି

ସେହିପରି ରାଜ୍ୟର ସମସ୍ତ ୧୦୬ ପୌରାଂଚଳ ଓ ୫ଟି ମହାନଗର ନିଗମ ରାସ୍ତାରେ ଲାଇଟ୍ ଇମିଟିଂ ଡାଏଡ୍ (ଏଲଇଡି) ବଲବ୍ ଲାଗିବ | ଏହା ଦ୍ୱାରା ପ୍ରତିବର୍ଷ ୨୫ ମେଗା ୟୁନିଟ୍ ଶକ୍ତି ସଂରକ୍ଷଣ ହୋଇପାରିବ | ଗତବର୍ଷ ଜାନୁୟାରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ଶକ୍ତି ରକ୍ଷକ ଏଲଇଡି ଯୋଜନାରେ ଏହା କରାଯିବ | କାରଣ ଏବେ ଅନେକ ସହରରେ ସବୁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲାଗିପାରିନାହିଁ |

image


ବିଦ୍ୟୁତ୍ ବିଭାଗ ପ୍ରାଥମିକ ଭାବେ ଏଥିପାଇଁ ୬୦ କୋଟି ଟଙ୍କାର ଏକ ପ୍ରାଥମିକ ବଜେଟ୍ ଆକଳନ କରିଛି | ଏହି ଅର୍ଥରେ ରାସ୍ତାରେ ଲାଗିଥିବା ପୁରୁଣା ଲାଇଟ୍ ଗୁଡିକ ହଟାଯିବ ଓ ସେଠାରେ ଏଲଇଡି ଲାଇଟ୍ ଲାଗିବ | ୨୫ ମେଗା ୟୁନିଟ୍ ଶକ୍ତି ସଂରକ୍ଷଣ ହେବା ଯୋଗୁଁ ବର୍ଷକୁ ପ୍ରାୟ ୧୩.୬୩ କୋଟି ଟଙ୍କା ସଂଚୟ ହେବ | ଏଲଇଡି ପ୍ରୋଜେକ୍ଟର ୱାରେଣ୍ଟି କାର୍ଯ୍ୟ ଶେଷଦିନ ଠାରୁ ପ୍ରାୟ ୭ ବର୍ଷ ରହିବ | ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ପୌରାଂଚଳକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |

ପଢନ୍ତୁ କିଛି ସମ୍ପର୍କିତ କାହାଣୀ -

1। ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା, ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଛାତ୍ରଛାତ୍ରୀ

2। ଆମେରିକାରେ ନେତୃତ୍ୱ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଥମ ବଣ୍ଡା ବିଧାୟକ

3। ଓଡ଼ିଶାର ପ୍ରଥମ ଉଦ୍ୟୋଗପତି ମଧୁବାବୁ: ଆଜି ୮୨ ତମ ଶ୍ରାଦ୍ଧଦିବସ