ବାଳିକାମାନଙ୍କର ସ୍ଵରରେ ବଳ

ବାଳିକାମାନଙ୍କର ସ୍ଵରରେ ବଳ

Thursday November 12, 2015,

3 min Read

ନିକଟରେ ୨୦ଟି ଦେଶରେ ନାରୀମାନଙ୍କ ସ୍ଥିତି ସମ୍ବନ୍ଧରେ ଏକ ଆକଳନ ପ୍ରସଙ୍ଗରେ ୩୭୦ ଜଣ ଲିଙ୍ଗ ବିଶେଷଜ୍ଞ ଭାରତକୁ ନାରୀମାନଙ୍କ ପାଇଁ ସବୁଠାରୁ ନିକୃଷ୍ଟତମ ଦେଶ ବୋଲି ଅଭିହିତ କରିଥିଲେ। ୨୦୧୧ ମସିହାରୁ ‘VOICE 4 Girls’ଭାରତରେନାରୀମାନଙ୍କ ସ୍ଥିତିରେ ସୁଧାର ଆଣିବାପାଇଁ କାମ ଆରମ୍ଭ କରି ଦେଶରେ ୧୫୦୦ରୁ ଅଧିକ ଯୁବତୀଙ୍କୁ ସଶକ୍ତିକରଣ କରିସାରିଲାଣି।

image


‘VOICE 4 Girls’ର କାହାଣୀ ଅଗଷ୍ଟ ୨୦୧୦ରେ ଆରମ୍ଭ ହୁଏ, ଯେତେବେଳେ ତିନିଜଣ ଆମେରିକୀୟ ଯୁବତୀ ହାଇଦରାବାଦରେ IDEX ଫେଲୋସିପ ମାଧ୍ୟମରେ ସ୍ୱଳ୍ପ ଆୟକାରୀ ଗୋଷ୍ଠୀଙ୍କ ପାଇଁ ଉଦ୍ଦିଷ୍ଟ ସୁଲଭ ଘରୋଇ ବିଦ୍ୟାଳୟଗୁଡ଼ିକରେ ଉପଦେଷ୍ଟା ରୂପେ କାର୍ଯ୍ୟରତ ଥିଲେ। ଜାନୁୟାରୀ ୨୦୧୧ରେ Nike Foundation,IDEX ଫେଲୋସିପର ପୃଷ୍ଠପୋଷକ Gray Matters Capitalକୁ ଭାରତର ସ୍ୱଳ୍ପ ଆୟକାରୀ ଝିଅମାନଙ୍କ ପାଇଁ ଇଂଲିଶ ଗ୍ରୀଷ୍ମକାଳୀନ ଶିବିର ଆୟୋଜନ କରିବାର ପ୍ରସ୍ତାବ ଦେଲେ। ଏହି ସୁଯୋଗରେAveril Spencer, Allison Gross, ଏବଂ IlanaShushanskyସହାୟତାର ହାତ ବଢାଇବାକୁ ଆଗଭର ହେଲେ।

“ଆମେ ଝିଅମାନଙ୍କ ସହିତ ବାର୍ତ୍ତାଳାପରୁ କିଶୋରୀମାନଙ୍କର ସୁଖ,ସ୍ୱାସ୍ଥ୍ୟ ତଥା ନିରାପତ୍ତା ସମ୍ବନ୍ଧରେ ସେମାନଙ୍କର ଜ୍ଞାନର ଘୋର ଅଭାବ ଉପଲବ୍ଧି କଲୁ”,‘VOICE 4 Girls’ର ନିର୍ଦ୍ଦେଶକ ଏହା କହନ୍ତି।ଏହାର ଏକ ଜ୍ଵଳନ୍ତ ଉଦାହରଣ ଗୋଟିଏ ବାଳିକାର କାହାଣୀରୁ ମିଳିଲା। ପ୍ରଥମ ଋତୁସ୍ରାବ ବେଳେ ସେ ରକ୍ତସ୍ରାବ ହେତୁ ବିବ୍ରତ ହୋଇ ଭାବିଲା ଯେ ତା’ର କ୍ୟାନ୍ସର ହୋଇଛି ; ସେ କାନ୍ଦିବାକୁ ଲାଗିଲା, ଭୟଭୀତ ହୋଇ ସେ ମା’ବାପାଙ୍କୁ ବି ଏ କଥା କହିଲାନହିଁ, ତା’କୁ ଲାଗିଲା ସେ ମରିଯିବ। “ଆମେ କହିଲୁ ଯେ, ଠିକ୍ ଅଛି, ଏ ସମୟଟି କୌଣସି ଝିଅପାଇଁ କଠିନ କିନ୍ତୁ ଏମିତି ଅନୁଭୂତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ; ନିଜ ଶରୀରର ପରିବର୍ତ୍ତନ ବିଷୟରେ ଅଜ୍ଞାନତା ତମକୁ ବିପଦରେ ହିଁ ପକାଇପାରେ” କହନ୍ତି ସ୍ପେନ୍ସର।

ଭାରତର ମହିଳାମାନେ ସାଧାରଣତଃ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପକ୍ଷପାତର ସାମନା କରିଥାନ୍ତି କିନ୍ତୁ ସେମାନେ ଦାରିଦ୍ର୍ୟ ଦୂରୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। Nikeର Girl Effectଅଭିଯାନ ଯାହାକି ‘VOICE 4 Girls’ର ପୃଷ୍ଠପୋଷକତା କରିବା ସହ ଦାରିଦ୍ର୍ୟଚକ୍ରରେ ହସ୍ତକ୍ଷେପ କରିବାକୁ ମଧ୍ୟ କାମ କରେ। ଏହି ଆନ୍ଦୋଳନ ବିଶ୍ଵାସ କରେ ଯେ ଯଦି ବାଳିକାମାନେ ଇଂରାଜୀ ଶିକ୍ଷା ପାଇବେ ଓ ଆର୍ଥିକ ସାକ୍ଷରତା ସହିତ ସ୍ୱାସ୍ଥ୍ୟ ତଥା ନାରୀର ଅଧିକାର ସମ୍ବନ୍ଧରେ ସଚେତନ ହୋଇ ପାରିବେ ତାହାହେଲେ ସେମାନେ ସମାଜରେ ମହିଳାମାନଙ୍କର ସ୍ଥିତିରେ ପରିବର୍ତ୍ତନ ଆଣିପାରିବେ ଏବଂ ତା ସହିତ ସେମାନଙ୍କ ନିଜ ପରିବାର ,ବିବାହ କରୁଥିବା ପରିବାର ତଥା ନିଜ ସନ୍ତାନମାନଙ୍କ ଉପରେ ତିନି ପିଢୀ ଓ ତା ପରେ ମଧ୍ୟ ପ୍ରଭାବ ପକାଇ ପାରିବେ।

ଚାରି ସପ୍ତାହ ବ୍ୟାପୀ ଗ୍ରୀଷ୍ମକାଳୀନ ଶିବିର ରୂପେ ମେ’ ୨୦୧୧ରେ Camp VOICEର ଶୁଭାରମ୍ଭ ହେଲା ,ଯେଉଁଠାରେ ଇଂରାଜୀ ପାଠ୍ୟକ୍ରମ ମାଧ୍ୟମରେ ସ୍ଵାସ୍ଥ୍ୟରକ୍ଷା, ପୁଷ୍ଟି, ପ୍ରଜନନ, ନାରୀର ଅଧିକାର, ଏବଂ ଶାରୀରିକ ଭାବପ୍ରକାଶ ଇତ୍ୟାଦି ସମ୍ବନ୍ଧରେ ଝିଅମାନଙ୍କୁ ଶିକ୍ଷା ଦିଆଗଲା।VOICECampଶିବିର ଗୁଡ଼ିକ ସୁଲଭ ଘରୋଇ ବିଦ୍ୟାଳୟ ମାନଙ୍କ ଦ୍ଵାରା ସେମାନଙ୍କ ଛାତ୍ରୀମାନଙ୍କ ପାଇଁ ଆୟୋଜିତ କରାଯାଇଥାଏ। ଯୁବା ପରାମର୍ଶଦାତ୍ରୀ ଓ ଶିକ୍ଷୟତ୍ରୀମାନେ ଶିବିରଗୁଡିକର ପରିଚାଳନା କରିଥାନ୍ତି, ଯାହାକି ସେମାନଙ୍କର ନେତୃତ୍ଵ ଓ ଶିକ୍ଷାଦାନର ସାମର୍ଥ୍ୟ ବୃଦ୍ଧି କରିଥାଏ। ପ୍ରତିଟି ବିଦ୍ୟାଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି VOICE 4 Girls,ଏହାର କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ କରିଥାଏ।

VOICE 4 Girls ହାଇଦରାବାଦ, ଉତ୍ତରାଖଣ୍ଡ ଏବଂ ମୁମ୍ବାଇରେ ୨୦୧୩ ଗ୍ରୀଷ୍ମ ଋତୁରେ ବିଭିନ୍ନ ଆଡ଼େ ଶିବିରସବୁ ଆୟୋଜନ କରୁଅଛି। ଗତବର୍ଷ ମଧ୍ୟ ସେମାନେ ତିନି ସହ- ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ଏକ ଦଶଜଣିଆ ଟିମ୍ ର କାର୍ଯ୍ୟକ୍ରମର ଆକଳନ କରିଛନ୍ତି। ଏକ ଛୋଟ ଉଦ୍ୟୋଗରୁ ଆରମ୍ଭ କରିଥିବା ହେତୁ ସେମାନେ ଏଥିରେ ଆଗ୍ରହୀ ଏବଂ ସୃଜନଶୀଳ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଇଥାନ୍ତି।

VOICE 4 Girlsଏବେ ସହଶିକ୍ଷା ଥିବା ବିଦ୍ୟାଳୟଗୁଡ଼ିକରେ ବର୍ଷସାରା କାର୍ଯ୍ୟକ୍ରମ ଆରମ୍ଭ କରିଛି। “ଯଦିଓ ଏବେବି ଆମେ ଭାବୁ ଯେ ବାଳିକାମାନେ କେବଳ ବାଳିକାମାନଙ୍କ ଗହଣରେ ସ୍ଵାଭାବିକ ଭାବେ ଆତ୍ମବିଶ୍ଵାସ ସହ ଶିକ୍ଷାଲାଭ କରିପାରିବେ, ସେମାନେ ବାଳକମାନଙ୍କ ଗହଣରେ ମଧ୍ୟ ସେହିପରି ଅନୁଭବ କରିବାର ଆବଶ୍ୟକତା ରହିଛି” ସ୍ପେନ୍ସର ବୁଝାନ୍ତି,“ଆମେ ବାଳିକାମାନଙ୍କ ସହିତ ଯେତେ କାମ କଲେ ବି ଭାଇମାନେ, ବାପାମାନେ, ଏବଂ ସମାଜର ଅନ୍ୟ ପୁରୁଷବର୍ଗ ମଧ୍ୟ ସଚେତନ ହୋଇ ଏହି ବାଳିକାମାନଙ୍କର ସହାୟକ ହେବାର ଆବଶ୍ୟକତା ରହିଛି”। VOICE 4 Girlsଭାରତରେ ୨୦୧୩ ଗ୍ରୀଷ୍ମଋତୁ ସୁଦ୍ଧା ୩୦୦୦ ଶିଶୁକନ୍ୟାମାନଙ୍କର ଶିକ୍ଷା ଓ ସଶକ୍ତିକରଣ କରି ଏହାକୁ କେତେ ଲକ୍ଷକୁ ପ୍ରସାରିତ କରିବାର ଯୋଜନା ରଖିଛି।