ଜିଓ ର ଅଫର ଏବେ ମାର୍ଚ୍ଚ ୨୦୧୭ ଯାଏଁ

ଜିଓ ର ଅଫର ଏବେ ମାର୍ଚ୍ଚ ୨୦୧୭ ଯାଏଁ

Saturday October 29, 2016,

2 min Read

ଚାରିଦିନ ପୂର୍ବେ ଖବର ଆସିଥିଲା ଯେ ରିଲାଏନ୍ସ ଜିଓର ମାଗଣା କଲ ଓ ଡାଟା ଅଫର ଡିସେମ୍ବର ଯାଏଁ ହିଁ ମିଳିବ। କିନ୍ତୁ ଏବେ କମ୍ପାନିରୁ ଖବର ଆସିଛି ଯେ ଏଇ ମାଗଣା ଅଫର ବଢିଯାଇ ଏବେ ମାର୍ଚ୍ଚ ୨୦୧୭ ଯାଏଁ ଉପଲବ୍ଧ ହେବ। ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରି କିଛି ଦିନ ତଳେ ଜିଓର ଏକ ୱେଲକମ ଅଫର ଆସିଥିଲା ଯେଉଁଥିରେ ଗ୍ରାହକ ମାନେ ମାଗଣା ଭୟେସ କଲ ଓ ଡାଟା ଉପଭୋଗ କରିପାରିବେ ଡିସେମ୍ବର ମାସ ପର୍ଯ୍ୟନ୍ତ। ମାତ୍ର ଏହା ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା ଯେଉଁମାନେ ରିଲାଏନ୍ସ ଜିଓ ଡିସେମ୍ବର ୩ ଯାଏଁ କିଣିବେ। କିନ୍ତୁ ବର୍ତ୍ତମାନ ରିପୋର୍ଟ ଅନୁସାରେ ଏହି ଅଫର ଆହୁରି ତିନି ମାସ ଆଗକୁ ବଢି ମାର୍ଚ୍ଚ ୨୦୧୭ ପର୍ଯ୍ଯନ୍ତ ଉପଲବ୍ଧ ହେବ।

image


ଜିଓର ଲଞ୍ଚ ପରେ ଏହାର ସୁବିଧା ମନ ଏକଦମ ମାଗଣାରେ ଗ୍ରାହକଙ୍କୁ ଉପଲବ୍ଧ ହେଉଛି – ଲକ୍ଷ୍ୟ ହେଉଛି ବ୍ଯବସାୟିକ ଭାବେ ଲଞ୍ଚ ହେବା ପୂର୍ବରୁ ଏହାର ନେଟୱର୍କକୁ ପରୀକ୍ଷା କରିବା। ସେପ୍ଟେମ୍ବର ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଡିଜିଟାଲ ଇଣ୍ଡିଆ ସ୍ଵପ୍ନକୁ ସାକାର କରିବାରେ ନିଜ ଯୋଗଦାନ ଦେଇ ଅମ୍ବାନୀ ଏହି ଅଭିନବ ଟେଲିକମ ସେବା ସମ୍ବନ୍ଧରେ ଘୋଷଣା କରିଥିଲେ।

ସେପ୍ଟେମ୍ବର ୧ରେ ଏହାର ଲଞ୍ଚ ଘୋଷଣା କରି ଅମ୍ବାନୀ କହିଥିଲେ ଜିଓରେ ୱେଲକମ ଅଫର ସରିବା ପରେ ଭୟେସ କଲ ହେବା ସଂପୂର୍ଣ୍ଣ ଭାବେ ମାଗଣା ଆଜୀବନ ଏବଂ ଡାଟା ପାଇଁ ସାମାନ୍ୟ ଶୁଳ୍କ ଲାଗିବ। TRAIର ଅର୍ଡର ପରେ କମ୍ପାନୀ ଗ୍ରାହକ ମାନେ ଯେ ୱେଲକମ ଅଫର ଉପରାନ୍ତେ କେତେ ଶୁଳ୍କ ଦେବେ ତାହା ସ୍ପଷ୍ଠ କରିନଥିଲେ। ଅନ୍ୟାନ୍ୟ ଟେଲିକମ କମ୍ପାନୀ ଯଥା ଭାରତୀ ଏୟାରଟେଲ ଓ ଭୋଡ଼ାଫୋନ ଇଣ୍ଡଷ୍ଟ୍ରି ସଂସ୍ଥା COAI ଏହି ମାଗଣା ଅଫରକୁ ବିରୋଧ କରି ନିୟନ୍ତ୍ରଣ ବିଭାଗଙ୍କ ଦ୍ଵାରସ୍ଥ ହେଇଥିଲେ। ସେମାନେ ଏହା ଅଭିଯୋଗ କରିଥିଲେ ଯେ ଏହି ଅଫର ଯୋଗୁଁ ଏକ ଅସମାନ ଗ୍ରାହକଙ୍କ ସୁନାମୀ ତାଙ୍କ ନେଟୱର୍କକୁ ଚାଲିଆସୁଛି ଯାହା ଫଳରେ କଲ ଡ୍ରପ ହେଉଛି।

ରିପୋର୍ଟ ଅନୁସାରେ ଜିଓର କୌଶଳ ଓ ପରିକଳ୍ପନା ବିଭାଗୀୟ ମୁଖ୍ୟ କହିଛନ୍ତି, “ଯେପର୍ଯ୍ୟନ୍ତ ଆମେ ଜିଓର ଗୁଣବତ୍ତା ମାନ ସହ ସନ୍ତୁଷ୍ଟ ହେଇନାହୁଁ ସେପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ଠାରୁ ଶୁଳ୍କ ନେବା ଠିକ ହେବନାହିଁ।“

TRAIର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ ଚାଲୁଥିବା ୪G ସେବା ମଧ୍ୟରେ ଜିଓର ସ୍ପୀଡ ସବୁଠାରୁ କମ। କିଛି ଦିନ ତଳେ ଦେଇଥିବା ଏକ ସାକ୍ଷାତକାରରେ ଅମ୍ବାନୀ କହିଥିଲେ ଯେ ତାଙ୍କର ଏହି ନୂଆଁ ଟେଲିକମ ସେବା ଏକ ଜୁଆ ଖେଳ ନୁହେଁ ବରଂ ଉତ୍ତମ ଭାବେ ବୁଝିସୁଝି ଆରମ୍ଭ କରିଥିବା ଏକ ବ୍ୟବସାୟ। ଅନ୍ୟାନ୍ୟ ନେଟୱର୍କ ସହ ଇଣ୍ଟର-କନେକ୍ଟିଭିଟିରେ ହେଉଥିବା ଅସୁବିଧାକୁ ନେଇ ସେ କହିଥିଲେ ଏହି ପରିସ୍ଥିତି ଠିକ କଲେଜରେ ଏକ ମେଧାବୀ ଛାତ୍ର ଉପରେ ହେଉଥିବା ରାଗିଙ୍ଗ ସହ ସମାନ। ଏ ନେଇ TRAI ଏବେ ଅନ୍ୟ ନେଟୱର୍କ ଯେପରିକି ଏୟାରଟେଲ, ଭୋଡ଼ାଫୋନ ଓ ଆଇଡିୟା ଉପରେ ୩୦୫୦ କୋଟି ଟଙ୍କାର ଜୋରିମାନା ଲଗେଇଛି।