ଅଦରକାରୀ ବସ୍ତୁରେ ତିଆରି ଏହି ବାଇକ ପେଟ୍ରୋଲ, ଡିଜେଲ, କିରୋସିନ ଓ ଏଲପିଜିରେ ଚାଲିବ

ଅଦରକାରୀ ବସ୍ତୁରେ ତିଆରି ଏହି ବାଇକ ପେଟ୍ରୋଲ, ଡିଜେଲ, କିରୋସିନ ଓ ଏଲପିଜିରେ ଚାଲିବ

Saturday December 31, 2016,

2 min Read

କତିହାର, ବିହାରର ବାସିନ୍ଦା ଇଝାର ଅଲି ଏବେ ତାଙ୍କ ସହରରେ ଚର୍ଚ୍ଚାରେ ଅଛନ୍ତି। ଇଝାର ନିଜେ ଏକ ତିନିଚକିଆ ବାଇକ ତିଆରି କରିଛନ୍ତି ଯାହାକି ପେଟ୍ରୋଲ ଓ ଡିଜେଲରେ ତ ଚାଲେ, ତା’ସହ କିରୋସିନ ଓ ଏଲପିଜିରେ ମଧ୍ୟ ଚାଲିପାରେ। ସବୁଠାରୁ ଆକର୍ଷଣୀୟ ତଥ୍ୟ ହେଉଛି ସେ ଏହି ବାଇକକୁ ବର୍ଜ୍ୟବସ୍ତୁ ଓ ଫିଙ୍ଗାହେଇଥିବା ମେଟାଲରୁ ତିଆରି କରିଛନ୍ତି।

Image : <a href=

Image :

Facebooka12bc34de56fgmedium"/>

ରାମପଡ଼ା, କତିହାରର ଏହି ବାସିନ୍ଦା କହନ୍ତି ଯେ ସେ ୨୦୦୬ ମସିହାରେ ଅଜୟ ଦେବଗନ ଅଭିନୀତ ‘ଗୋଲମାଲ’ ଫିଲ୍ମ ଦେଖିବା ପରଠାରୁ ନିଜର ଠିକ ସେହିପରି ଏକ ବାଇକ ତିଆରି କରିବା କଥା ଭାବିଲେ। ତା’ପରେ କିଛିଦିନ ଇଝାର ଅବ୍ୟବହୃତ ମେଟାଳ ଓ ସ୍ପେୟାର ପାର୍ଟ ଖୋଜିବାରେ ଲଗେଇଲେ। ସେ ଏକ ପୁରୁଣା ଜିନିଷ ବିକ୍ରେତା ଠାରୁ ଏକ ପୁରୁଣା ବଜାଜ ଏଣ୍ଟାଇସର ବାଇକ କିଣିଲେ ଓ ତାକୁ ନୂଆ କରି ବନେଇବା ଆରମ୍ଭ କଲେ। (ସୂତ୍ର – ଦୈନିକ ଭାଷ୍କର)

ସେଥିରେ ସେ ଏକ ଅତିରିକ୍ତ ଚକା ଯୋଡ଼ିଦେଲେ ଯାହା ଫଳରେ ବାଇକଟି ଆହୁରି ଲମ୍ବା ହେଇଗଲା। ସେ ବାଇକର ପ୍ରକୃତ ତେଲଟାଙ୍କିକୁ କାଢି ତା’ ସ୍ଥାନରେ ଆଉ ଏକ ବଡ଼ ଟାଙ୍କି ଲଗାଇଲେ। ଏହି ନୂଆ ଟାଙ୍କିଟି ପେଟ୍ରୋଲ, ଡିଜେଲ ଛଡା କିରୋସିନରେ ମଧ୍ୟ ଗାଡ଼ିକୁ ଚଳେଇପାରେ। ତେଲଟାଙ୍କିରେ ଦୁଇଟି ପ୍ରକୋଷ୍ଠ ରହିଛି। ଗୋଟିଏ ଅଂଶରେ ପେଟ୍ରୋଲ ରଖିହେବ ଏବଂ ଅନ୍ୟଟିରେ ଡିଜେଲ ବା କିରୋସିନ ରଖିହେବ। ସେ ସେଥିରେ ଏକ ଏଲପିଜି କିଟ ମଧ୍ୟ ଯୋଡ଼ିଛନ୍ତି ଯାହାର ଦାମ ୩୨୦୦ ଟଙ୍କା ଏବଂ ଏହା ଫଳରେ ପ୍ରଦୂଷଣ ବିନା ଗାଡି ଚାଲିପାରିବ।

ଇଝାର, ତାଙ୍କ ପରିବାର ଓ କିଛି ବନ୍ଧୁ ମିଛି ପ୍ରାୟ ୫୦ ଦିନ ମଧ୍ୟରେ ଏହି ନୂଆ ବାଇକକୁ ତିଆରି କଲେ। Prabhat khabarର ଏକ ରିପୋର୍ଟ ଅନୁସାରେ ଇଝାର କହନ୍ତି ଯେ ସେ ବିଶ୍ଵାସ କରନ୍ତି ଯେ ଅଦରକାରୀ ବସ୍ତୁ ଓ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସେ ଯେଉଁ ବାଇକ ତିଆରି କରିଛନ୍ତି ତାହା ଏଲପିଜି ଓ କିରୋସିନରେ ଚାଲିପାରୁଥିବାରୁ ଏହା ପରିବେଶ ଅନୁକୂଳ ଅଟେ। ସେ ଏହାକୁ ଆଗକୁ ଆହୁରି ଉନ୍ନତ ଧରଣର ବନେଇବା ପାଇଁ ସରକାରଙ୍କ ଠାରୁ ସହଯୋଗ ଆଶା କରୁଛନ୍ତି।