ପୁନେର ଜଣେ ଯୁବ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ବିରଳ କାହାଣୀ

ପୁନେର ଜଣେ ଯୁବ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ବିରଳ କାହାଣୀ

Friday November 06, 2015,

4 min Read

ପୁନେସ୍ଥିତ କୁମାର ଅର୍ବାନ ଡେଭଲପମେଣ୍ଟର ନିର୍ଦ୍ଧେଶିକା କୃତି ଜୈନ ମାତ୍ର ଆଠ ବର୍ଷ ବୟସରେ ପ୍ରଥମ ଥର ପାଇଁ ସୋସାଇଟି ହ୍ୟାଣ୍ଡ ଓଭର ମିଟିଙ୍ଗରେ ଯୋଗଦେଇଥିଲେ, ଯେଉଁଠାରେ ତାଙ୍କ ପିତା ତାଙ୍କୁ ରେସିଡେଣ୍ଟମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ କମ୍ୟୁନିଟି ହାଉସିଂ ପ୍ରକଳ୍ପର ଅପରେସନ ଦାୟିତ୍ତ୍ଵ ତୁଲାଇବାକୁ କହିଥିଲେ । ଏହା ହିଁ ତାଙ୍କର ବୃତିଗତ ଯାତ୍ରାର ଆରମ୍ଭ ଥିଲା ।

image


ସତର ବର୍ଷ ବୟସରେ ପୁନେର କୁମାର ବିଲ୍ଡର୍ସର କାର୍ଯ୍ୟକାରୀ ନିର୍ଦ୍ଧେଶିକା ହୋଇ ସେ ଯୁବାବସ୍ଥାରେ ଖୁବ ଶୀଘ୍ର ସଫଳତା ପାଇଁ ଅନେକ ପୁରସ୍କାର ପାଇଛନ୍ତି । ସେ ୨୦୦୪-୫ର ଦି ଟପ୍ ମ୍ୟାନେଜମେଣ୍ଟ କନସୋରଟିଅମ ଆୱାର୍ଡ ଅଫ ଏକ୍ସଲେନ୍ସ ଆୱାର୍ଡ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟପାଳ ଏସ୍ ଏମ୍ କ୍ରିଷ୍ନାଙ୍କଠାରୁ ଗ୍ରହଣ କରିଛନ୍ତି । ଏଥି ସହିତ ସେ ୨୦୧୨ ମସିହାରେ ଏନଡି ଟିଭିର ୟଙ୍ଗ ଗୁନ୍ ଅଫ ରିଅଲ ଇଷ୍ଟେଟ କାର୍ଯ୍ୟକ୍ରମକୁ ବକ୍ତବ୍ୟ ଦେବାକୁ ନିମନ୍ତ୍ରିତ ହୋଇଥିଲେ ।

କିନ୍ତୁ ଏସବୁ ସଫଳତା ଏତେ ସହଜରେ ମିଳିନାହିଁ । ଆଜି ୨୮ ବୟସ୍କ କୃତି ଏହି ସଫଳତା ପାଇଁ ପ୍ରତି ମୁହୁର୍ତ୍ତରେ କିପରି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ତାହା ତାଙ୍କଠାରୁ ଜାଣିବା ।

ସେ ତେରବର୍ଷର ହୋଇଥିବା ସମୟରେ ଯେତେବେଳେ ତାଙ୍କ ପିତାଙ୍କ ସହ ବୁଲିବା କଥା, ସେତେବେଳେ ସେ ପିତାଙ୍କ ସହ ତାଙ୍କ ଅଫିସ ଓ ନିର୍ମାଣ ସ୍ଥାନକୁ ଯାଇ ବ୍ୟବସାୟ ସମ୍ବନ୍ଧୀୟ ଜ୍ଞାନ ଆହରଣ କରୁଥିଲୋ। ଯାହାକି ତାଙ୍କୁ ଅତି କମ ବୟସରୁ ବ୍ୟବସାୟରେ ନିୟୋଜିତ ହେବାକୁ ଉତ୍ସାହିତ କରିଥିଲା ।

ମୁଁ ମୋର ପିତାଙ୍କୁ କାର୍ଯ୍ୟରୁ ବାହାରକୁ ଆଣି ତାଙ୍କ ସହ ସମୟ ଅତିବାହିତ କରିବାକୁ ଚେଷ୍ଟା କରୁଥିବା ବେଳେ କେତେବେଳେ ସେ ମୋତେ ତାଙ୍କର ବ୍ୟବସାୟ ସାମ୍ରାଜ୍ୟରେ ସାମିଲ କରିଦେଲେ ମୁଁ ଜାଣିପାରିଲି ନାହିଁ ବୋଲି ସେ କୁହନ୍ତି । ସେ ତାଙ୍କ ପିତାଙ୍କର କମ୍ପ୍ୟୁଟର ଆଣି ସାରାଦିନ ମାଇକ୍ରୋସଫ୍ଟ ପେଣ୍ଟରେ ଦିନ ବିତାଉଥିଲା ବେଳେ ଅନେକ ସମୟରେ ବ୍ୟବସାୟ ସମ୍ବନ୍ଧୀୟ ମିଟିଙ୍ଗରେ ମଧ୍ୟ ଯୋଗଦେଉଥିଲେ ଓ କିଛି କିଛି ବ୍ୟବସାୟ ନୀତି ଶିଖୁଥିଲେ ।

ଥରେ ଏକ ଲିଗାଲ କାଉନସିଲ ମିଟିଙ୍ଗରେ ଜଣେ ଓକିଲ ଏକ ବିଷୟରେ ବୁଝାଇବାକୁ ଆସିଥିବା ବେଳେ ସେ ମଧ୍ୟ ସେଠାରେ ବସିଥିଲେ । ଆଗାମୀ ଦିନ ବିଭିନ୍ନ ପାର୍ଟନରମାନେ ଏକ ସାଧାରଣ ମିଟିଙ୍ଗରେ ନିଜର ମତ ରଖୁଥିବା ସମୟରେ ସେ ହଠାତ ସେମାନେ ଛାଡିଯାଇଥିବା ଏକ ସ୍ତମ୍ଭକୁ ଉପସ୍ଥାପିତ କରିଥିଲେ । ତାଙ୍କର ଏଭଳି ଚମତ୍କାରିତାରେ ପାଞ୍ଚ ସେକେଣ୍ଡର ନିରବତା ପରେ ହଠାତ ସମସ୍ତଙ୍କ ମୁଖରେ ସ୍ମିତହାସ୍ୟ ଦେଖାଯାଇଥିଲା ବୋଲି ତାଙ୍କର ପୁରୁଣା ଦିନକୁ ମନେପକାଇ ସେ ହସି ହସି କୁହନ୍ତି ।

ମୁଁ ପ୍ରାୟ ସବୁକଥାରେ କିଛି ନା କିଛି ମତ ରଖୁଥିଲି ଓ ସର୍ବଦା ମୋର ମତ ରଖୁଥିଲି ବୋଲି ସେ କୁହନ୍ତି । ଏବଂ ଅନ୍ୟ ବୟସ୍କ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିମାନେ ମଧ୍ୟ ତାଙ୍କ କଥାକୁ ପସନ୍ଦ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ।

କୃତି ନିଜର ଦଶମ ଗ୍ରେଡ ଶେଷ କରିବାର ପରଦିନ ମାତ୍ର ୧୫ବର୍ଷ ବୟସରେ ନୀତିଗତ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । କିନ୍ତ ତାଙ୍କ ପିତା ତାଙ୍କୁ ସାହାଯ୍ୟ କରିବା ବଦଳରେ ପରବର୍ତ୍ତୀ ଦୁଇବର୍ଷ ଯାଏ ତାଙ୍କୁ ପାଖାପାଖି ୨୩ଟି ବିଭାଗର ସମସ୍ତ ଲୋକଙ୍କୁ ରିପୋର୍ଟିଂ କରିବାକୁ ପଡିଥିଲା, ଯେଉଁମାନେ କି ଆଜି ତାଙ୍କୁ ରିପୋର୍ଟ କରୁଛନ୍ତି । ତାଙ୍କୁ ଲକ୍ଷ୍ୟ ହାସଲ କରିବା ସହ ସମ୍ପର୍କ ମଧ୍ୟ ଯୋଡିବାକୁ ଥିଲା ।

କଂପାନୀ ମୁଖ୍ୟଙ୍କ ଝିଅ ହୋଇଥିବାରୁ ତାଙ୍କୁ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ସତର୍କତା ଓ ଶାଳୀନତାର ସହ କରିବାକୁ ପଡୁଥିଲା । ଅତି କମ ବୟସରୁ ସେ ଯେତେବେଳେ ତାଙ୍କ ଦକ୍ଷତା ଓ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ନିକଟରୁ ପ୍ରଶଂସା ପାଉଥିଲେ, ସେତେବେଳେ ହିଁ ସେ ରୂପାର ଚାମଚ ଧରି ଜନ୍ମ ହୋଇଛନ୍ତି ବୋଲି ଅନୁଭବ କରୁଥିଲେ । ଲଳିତ କୁମାରଙ୍କ ବଡ ନେଟୱର୍କ ତାଙ୍କୁ ବସ୍ତୁ ଓ ବାତାନୁକୁଳିତ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କେବଳ ଫୋନ ଯୋଗେ ହେବାରେ ସାହାଯ୍ୟ କରୁଥିଲା । ଏହା ତାଙ୍କୁ ତାଙ୍କର କାମ ସହଜ କରିବାରେ ଅନେକ ସାହାଯ୍ୟ କରୁଥିଲା । ଦୁଇବର୍ଷର ତାଲିମ ପରେ ସେ କାର୍ଯ୍ୟକାରୀ ନିର୍ଦ୍ଧେଶିକା ପଦକୁ ଉନ୍ନିତ ହୋଇଥିଲେ । ଏହି ସମୟରେ ସେ ମଧ୍ୟ ନିଜର ବିବିଏ ଓ ଏଲ୍ ଏଲ୍ ବି ର ଦୁଇଟି ଡିଗ୍ରୀ ସଫଳତାର ସହ ସମାପନ କରିଥିଲେ ।

ଅତି କମ ବୟସରୁ ତାଙ୍କ ମଧ୍ୟରେ ତିଆରି ହୋଇଥିବା ଆତ୍ମବଳ ତାଙ୍କୁ ଲିଙ୍ଗଗତ ପାର୍ଥକ୍ୟ ବିଷୟରେ ଭାବିବାକୁ ଦେଇ ନଥିଲା । ଆରମ୍ଭରୁ ଏକ ଟମବୟ ହିସାବରେ ବଢ଼ିଆସିଥିବା କୃତିଙ୍କୁ ନିର୍ମାଣ ସ୍ଥାନରେ ଏକାକୀ କାର୍ଯ୍ୟ କରିବାକୁ କିମ୍ବା ନବେ ଜଣ ଅନ୍ୟ ବ୍ୟବସାୟୀଙ୍କ ସହ ଆନ୍ତରାଷ୍ଟ୍ରୀୟ ଟୁରରେ ଯିବାକୁ ଅସ୍ୱସ୍ତିକର ଅନୁଭବ କରିବାକୁ ଦେଇ ନଥିଲା । ପ୍ରଥମ ଥର ଯେବେ ତାଙ୍କୁ ଏହି କ୍ଷେତ୍ରରେ ଏକ ମହିଳା ବୋଲି ଅନୁଭବ ହେଇଥିଲା, ତାହା ଏକ ମଜାଦାର ଘଟଣା। ୭ ବର୍ଷ ତଳେ ପୁନେର କ୍ରିଡାଇ ଚେୟାରମ୍ୟାନ ଦୁଇଶହ ଲୋକଙ୍କ ଏକ ସମାରୋହରେ ଭାଷଣ ଦେଲା ବେଳେ ପ୍ରଥମେ କହି ଉଠିଲେ, 'ମୋର ସାଥି ବ୍ୟବସାୟୀ ବନ୍ଧୁ ଓ ଏହି ଭଦ୍ର ମହିଳା (କୃତି)। ଏହି କଥା ମନେ ପକାଇ କୃତି ହସି ଉଠନ୍ତି ।

କୃତିଙ୍କର ତାଙ୍କ ପ୍ରେରଣା ବର୍ଣ୍ଣନା କରିବାକୁ ମାତ୍ର ଦୁଇଟି ଶବ୍ଦ ଅଛି – ମୋ ପିତା ।

ତାଙ୍କର ପରିବାର ବ୍ୟବସାୟରେ ବଂଶଗତ ଭାବେ ଜଡିତ ଅଛନ୍ତି । ତାଙ୍କର ରକ୍ତରେ ଉଚ୍ଚଭାବନା ରହିଥିବାରୁ ସେ ଏଥିରେ ସଫଳତା ପାଇପାରିଛନ୍ତି । ସେ ଲଳିତ କୁମାର ଜୈନଙ୍କୁ ଅତି ଗର୍ବର ସହ ଜଣେ ଦୂରଦର୍ଶୀ ଓ ନିଜର ମାର୍ଗଦର୍ଶକ ବୋଲି କୁହନ୍ତି । ଯେ' କି ତାଙ୍କୁ ସର୍ବଦା ଉତ୍ସାହିତ କରିଆସିଛନ୍ତି ।

ଶାଳୀନତା ଓ କାର୍ଯ୍ୟରେ ଲକ୍ଷ୍ୟ ଯେକୌଣସି ସଫଳତାର ମୂଳ ମନ୍ତ୍ର ବୋଲି କୃତି କୁହନ୍ତି, ଏହା ବୃତିଗତ ହେଉ ଅବା ବ୍ୟକ୍ତିଗତ ହେଉ । ସେ ୧୧ ବର୍ଷ ବୟସର ହୋଇଥିବା ବେଳେ ଜାତୀୟ ସ୍ତରରେ ହକି ଖେଳିଛନ୍ତି । ଏପରିକି ସେ ତେର ବର୍ଷ ବୟସରେ ଯେତେବେଳେ ତାଙ୍କ ପିତାଙ୍କ ସହ ଏକ ଛୁଟିରେ ଥିଲେ ସେ ପ୍ରତିଦିନ ସକାଳ ସାତଟାରେ ତାଙ୍କ ପିତାଙ୍କ ସହ କାର୍ଯ୍ୟାଳୟ ଯିବାକୁ ଜଳଖିଆ ଟେବୁଲରେ ଉପସ୍ଥିତ ରହୁଥିଲେ । ପନ୍ଦର ବର୍ଷରେ ଯେଉଁ ସମୟରେ ତାଙ୍କ ବୟସର ପିଲାମାନେ ବିଭିନ୍ନ ଖେଳକୁଦରେ ବ୍ୟସ୍ତ ରହୁଥିଲେ, ସେ ତାଲିମ ନେବା ପାଇଁ ଅତ୍ୟନ୍ତ ଦୃଢ଼ତାର ସହ କାର୍ଯ୍ୟ କରୁଥିଲେ । ରାତିରେ ସେ ଯେତେ ସାମାଜିକ କାର୍ଯ୍ୟର ନିୟୋଜିତ ଥିଲେ ମଧ୍ୟ ସକାଳ ୮ଟାରେ କାର୍ଯ୍ୟରେ ଯୋଗଦେଉଥିଲେ ।

"ମୋର ବର୍ତ୍ତମାନ ତେର ବର୍ଷରୁ ସତୁରୀ ବର୍ଷ ବୟସ୍କ ସାଙ୍ଗ ଅଛନ୍ତି । ଆଜିର ଦିନରେ ମୋ ବୟସର ଏକ ସାଙ୍ଗ ମିଳିବା ବହୁତ କଷ୍ଟ କାରଣ ଅଧିକାଂଶ କ୍ଷେତ୍ରରେ ମୋର ସେମାନଙ୍କ ପିତାମାତାଙ୍କ ସହ ବନ୍ଧୁତ୍ୱ," କହି ସେ ହସନ୍ତି ।