ଆରମ୍ଭ ହେଲା Techsparks ୨୦୧୬

ଆରମ୍ଭ ହେଲା Techsparks ୨୦୧୬

Friday September 30, 2016,

2 min Read

ଅନେକ ଉତ୍ସାହ ଓ ଆଗ୍ରହ ମଧ୍ୟରେ କର୍ଣ୍ଣାଟକର ଆଇଟି, BT ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରିୟାଙ୍କ ଖାରଗେ, ଦେଶର ସବୁଠାରୁ ଲୋକପ୍ରିୟ ଟେକ ସମିଟ Techsparksର ସପ୍ତମ ଅଧ୍ୟାୟ ଉତ୍ସବକୁ ଉଦଘାଟନ କରିଛନ୍ତି। ବେଙ୍ଗାଲୁରୁରେ ଆଜିଠାରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ଗତ ସାତ ବର୍ଷର ସ୍ଥିତି ମଧ୍ୟରେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିପାରିଛି। ଦେଶରେ ଥିବା ସବୁଠାରୁ ଆଶାପ୍ରଦ ଟେକ ବା ବୈଷୟିକ ଷ୍ଟାର୍ଟଅପକୁ ପ୍ରଦର୍ଶନ କରିବା ସହ ଇଣ୍ଡଷ୍ଟ୍ରୀର ନାମୀଦାମୀ ଲୋକ ଓ ଷ୍ଟାର୍ଟଅପ ପରିବେଶକୁ ଆହୁରି ସବୁଜ କରି ଗଢି ତୋଳିପାରିବା ପରି ଲୋକଙ୍କୁ ଏକ ସଙ୍ଗେ ଗୋଟିଏ ଛାତ ତଳେ ଆଣିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଗତ ସାତ ବର୍ଷ ଧରି ବେଶ କୁଶଳତାର ସହ ଏହା କରିଆସିଛି।

image


ନିଜର ଉଦ୍ବୋଧନୀ ଭାଷଣରେ Yourstoryର ପ୍ରତିଷ୍ଠାତ୍ରୀ ଓ ସିଇଓ ଶ୍ରଦ୍ଧା ଶର୍ମା ୨୦୧୦ରେ ଆରମ୍ଭ ହେଇଥିବା ଏହି ସାତ ବର୍ଷର ଯାତ୍ରାର ସ୍ମୃତିଚାରଣା କରିଥିଲେ। ୨୦୧୦ରେ ନଥିଲା ସେ ନାମ। ଆରମ୍ଭ ହେଇଥିଲା ବାସ ଅଳ୍ପ କିଛି ହାତଗଣତି ଲୋକଙ୍କ ସହ ଯେଉଁମାନେ ଶ୍ରଦ୍ଧା ଓ ତାଙ୍କ ଉଦ୍ୟମ ଉପରେ ତାଙ୍କର ନିସର୍ତ୍ତ ଭରସା ରଖିଥିଲେ। ଆଜି techsparksର ହଲରେ ଉପସ୍ଥିତ ୩୦୦୦ ଉଦ୍ଯୋଗୀ, ଉଦ୍ୟମୀ ଓ ଷ୍ଟାର୍ଟଅପ ପ୍ରତିଷ୍ଠାତା ମାନଙ୍କୁ ଆହ୍ଵାନ ଦେଇଥିଲେ ଯେ ସଫଳତା ପାଇବା ପାଇଁ ନିଜ ମଧ୍ୟରେ ଥିବା ସେଇ ସ୍ପାର୍କ ବା ସେଇ ସ୍ଫୁଲିଙ୍ଗକୁ ଖୋଜନ୍ତୁ (Find Your Spark)।

image


TechSparks2016 ଉଦଘାଟନ କରିବା ଅବସରରେ କର୍ଣ୍ଣାଟକର ଆଇଟି, BT ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରିୟାଙ୍କ ଖାରଗେ କହିଥିଲେ, 

ବେଙ୍ଗାଲୁରୁ ଦେଶର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ସହର ଭାବେ ଗଣାଯାଏ। ଦେଶର ବୈଷୟିକ ବିପ୍ଲବର ମଶାଲଧାରୀ ଭାବେ ଏହି ସହର ଆଗଧାଡିରେ ଠିଆ ହେଇଛି। ଏହି ସହରରେ ୪୦୦୦ରୁ ଅଧିକ ଷ୍ଟାର୍ଟଅପ କମ୍ପାନୀ ଅଛନ୍ତି।

ରାଜ୍ୟର ଷ୍ଟାର୍ଟଅପ ଅନୁକୂଳ ନୀତି ବିଷୟରେ ଆଲୋଚନା କରି ଶ୍ରୀ ଖାରଗେ କହିଥିଲେ, “ଆମର ଷ୍ଟାର୍ଟଅପ ବୂଷ୍ଟର କୀଟ ଷ୍ଟାର୍ଟଅପ ମାନଙ୍କୁ ଆରମ୍ଭ ଓ ବଢିବା ପାଇଁ ସାହାଯ୍ୟ କରିବ। ଆମେ କର୍ଣ୍ଣାଟକର ସବୁ ଅଂଶରେ ଇନକୁବେଟର ସ୍ଥାପନା କରି ଉଦ୍ଯୋଗକୁ ଆଗକୁ ନେବା ପାଇଁ ସାହାଯ୍ୟ କରିବୁ ଓ R&Dର ବ୍ୟବସାୟୀକରଣ କରିବା ଲାଗି ଉଦ୍ୟମ କରୁଛୁ।

Techsparksର ଏବର୍ଷର ଥିମ ହେଉଛି Build, Grow and Monetize। ଏବର୍ଷର Techsparks ଷ୍ଟାର୍ଟଅପର ମୌଳିକ ଲକ୍ଷ୍ୟ ଯାହା ହେଲା ନିଜର ସ୍ଥିତି ବଜାୟ ରଖି ନିଜର ନମ୍ବର ଓ ଲାଭାଂଶ ବୃଦ୍ଧି କରିବା, ତା’କୁ ମିଶନ କରିଛି। TechSparks 2016ର କେନ୍ଦ୍ରବିନ୍ଦୁ ହେଉଛି ପ୍ରକୃତ ବ୍ୟବସାୟର ବୃଦ୍ଧି, ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଓ ପ୍ରକୃତ ଲାଭାଂଶରେ ବୃଦ୍ଧିରେ ସହାୟକ ହେବା।

ଦୁଇଦିନ ବ୍ୟାପୀ (ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧) ଏହି କାର୍ଯ୍ୟକ୍ରମରେ ଅନେକ ଷ୍ଟାର ବକ୍ତା ଓ ଅତିଥି ଯୋଗ ଦେଉଛନ୍ତି, ତାଙ୍କ ମଧ୍ୟରେ ଆଇଟି, BT ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରିୟାଙ୍କ ଖାରଗେ, କର୍ଣ୍ଣାଟକ ସରକାରଙ୍କ C&I ବିଭାଗର ଅତିରିକ୍ତ ସଚିବ ରତ୍ନ ପ୍ରଭା, Future ଗୃପର କିଶୋର ବିୟାନୀ, ଟାଟା ସନ’ସ ବ୍ରାଣ୍ଡ କଷ୍ଟଡିଆନ ଡାଃ ମୁକୁନ୍ଦ ରାଜନ, MapMyGenomeର ଅନୁ ଆଚାର୍ଯ୍ୟ, Zendeskର ଜୁଲି ନାଇଟ ଓ ମୋର୍ଟନ ପ୍ରିମଡାଲ, BookMyShowର ଆଶିଷ ହେମରାଜାନୀ, Sequoia Capitalର ଶୈଳେନ୍ଦ୍ର ସିଂ, Shopifyର ବ୍ରାମ ସୁଗାରମ୍ୟାନ, ZestMoneyର ଲିଜି ଚ୍ୟାପମ୍ୟାନ, କୁନାଲ ଶାହ, BabyChakraର ନାଇଆ ସାଗି, Vista Roomର ଅଙ୍କିତା ସେଠ ଓ Ten Ten Ten Digital Productର ରମେଶ ଶ୍ରୀବତ୍ସ ପ୍ରମୁଖ।

TechSparks 2016କୁ ସମର୍ଥନ କରୁଛନ୍ତି କିଛି ବିଶ୍ଵାସୀ ଓ ଅଭିନବ ବ୍ରାଣ୍ଡ ମାନେ। ଏଥିରୁ କିଛି ହେଲେ Zendesk, Axis Bank, Sequoia Capital India Advisors, Digital Ocean, Microsoft, Amazon Web services, Target, Akamai, ଓ Kerala Startup Mission।