ସିନେମା ନିର୍ମାତାରୁ ବେକେରି: ପୁନମ ମାରିଆ ପ୍ରେମଙ୍କ କାହାଣୀ

ସିନେମା ନିର୍ମାତାରୁ ବେକେରି: ପୁନମ ମାରିଆ ପ୍ରେମଙ୍କ କାହାଣୀ

Saturday December 19, 2015,

3 min Read

ଓସ୍କାର ବିଜେତା ସିନେମା The Golden Compass ଏବଂ Life of Piରେ ସେ କାମ କରିଛନ୍ତି, ଯାହା ତାଙ୍କର ଏକ ଦଶକ ଲମ୍ବା ଭିଜୁଆଲ୍ ଇଫେକ୍ଟସ୍ କ୍ୟାରିୟରର ଦୃଶ୍ୟପଟ୍ଟ।

image


ସେ ସାତ ବର୍ଷ ତଳରୁ ବେକର ହେଲେଣି। କିନ୍ତୁ 2012ରେ ସେ ଯେତେବେଳେ ତାଙ୍କ ଝିଅର ଜନ୍ମ ଦିନ ପାଇଁ ଗୋଟିଏ ଆନିମଲ ଥିମର କେକ୍ ବନାଉଥିଲେ ସେତେବେଳେ ଏହି କଳାରେ ନିଜର ପରୀକ୍ଷା କରିବାକୁ ଭାବିଲେ।

ହାଇଦ୍ରାବାଦରେ ଥିବା ଜୋଇସ ବେକ୍ ହାଉସର ମାଲିକ ପୁନମ ମାରିଆ ପ୍ରେମ କହନ୍ତି ସେ ପ୍ରଥମେ ଭାବିଲେ ଏହା କେତେ କଷ୍ଟ ହୋଇପାରିବ ଏବଂ ଯଦି ଏହା ନହୋଇପାରିବ ତାହା ହେଲେ ବି ଏହା କେବଳ ତାଙ୍କରି ହିଁ କେକ୍ ଥିବ।

ପୁନମଙ୍କ କେକ୍ ତିଆରି ଆରମ୍ଭ

ତାହା ପରେ କାମ ତାଙ୍କୁ ବ୍ୟସ୍ତ ରଖିଥିଲା। କିନ୍ତୁ ପୁଣି ସେଂକିବା ଆରମ୍ଭ ହେଲା ଯେତେବେଳେ ତାଙ୍କର ଜଣେ ସହର୍କମୀ ତାଙ୍କର ଝିଅ ପାଇଁ ଗୋଟିଏ ଇନ୍ଦ୍ରଧନୁ ସଂକଳ୍ପର କେକ୍ ପ୍ରସ୍ତୁତ କରିବାକୁ କହିଲେ।

image


ବିଶ୍ୱାସ କରନ୍ତୁ ଏହା ମୋ ପାଇଁ ବହୁତ କଷ୍ଟ ଥିଲା। ମୁଁ ସବୁବେଳେ ଭାବୁଥିଲି ଟିଭିରେ ଦେଖାଉଥିବା ଏତେ ବଡ ବଡ କେକ୍ ସେମାନେ କେମିତି କରୁଥିଲେ, ପୁନମ କହନ୍ତି।

କିଛି ମାସ ବିତିଗଲାସେ ପୁଣି ତାଙ୍କର ସହକର୍ମୀଙ୍କ ପାଇଁ ଏକ ଚିନିର ଖଞର ତିଆରି କରିବାକୁ ନିଷ୍ପତ୍ତି ନେଲେ।

ମୁଁ ଏହାକୁ ବ୍ୟବସାୟିକରୂପେ ନେବାର କିଛି ଯୋଜନା ନଥିଲା। ତାହା ପରେ ମୁଁ ମୋର ଝିଅ ନାଁ ଜୋଇରେ ଗୋଟିଏ ଫେସବୁକ୍ ପେଜ୍ ତିଆରି କିରିଲି ଏଥିପାଇଁ। ପରେ ମୁଁ ଏହା ବିଷୟରେ ଭୁଲି ଯାଇଥିଲି ଯେଉଁ ପର୍ଯ୍ୟନ୍ତ ମୋ ସ୍ୱାମୀ ଗୋଟିଏ ପୋଷ୍ଟ ଭାଇରାଲ ହେବାକଥା ଜଣେଇ ନଥିଲେ, ପୁନମ ମନେପକାନ୍ତି।

ପୁନମ ଧୀରେ ଧୀରେ ସପ୍ତାହାନ୍ତ ଗୁଡିକରେ ବ୍ୟବସାୟିକ ଅର୍ଡର ଗ୍ରହଣ କରିବା ଆରମ୍ଭ କଲେ। ଏହା ସେଇ ସମୟରେ ଖୁବ୍ ସନ୍ତୋଷଜନକ ଥିଲା।

ଯେତେବେଳେ ଅଧିକ ଅର୍ଡର ଆସିବା ଆରମ୍ଭ ହେଲା ସେତେବେଳେ ମୋତେ ଲାଗିଲା କେକ୍ ବଜାର ବହୁତ ବଡ। ଆଉ ନିଜ ବ୍ୟବସାୟକୁ ବଡ କରିବା ପାଇଁ ଦରକାର ଥିଲା କଠିନ ପରିଶ୍ରମ, ରାତି ଅନିଦ୍ରା, କିଛି ବିଫଳତା ଆଉ ନୂଆ କାମ ପାଇଁ ଢେର ସାରା ଭଲପାଇବା, ପୁନମ କହନ୍ତି।

କେକ୍ ବନାଇବାରେ ପୂରା ସମୟ

ଗୋଟିଏ ବର୍ଷ ପରେ, ପର୍ସି ଜାକସନ୍-ସି ଆଫ୍ ମନଷ୍ଟରସ୍, ସିନେମାରେ କାମ କରିଲା ପରେ ରିଦମ୍ ଆଣ୍ଡ ହ୍ୟୁସ ପରେ ପୁନମ ତାଙ୍କର ଚାକିରି ଛାଡି ଦେଲେ ଆଉ ପଛକୁ କେବେ ଚାହିଁ ଦେଖିଲେ ନାହିଁ। ତାଙ୍କ ଯୋଜନା ସହ ଯୋଡି ରହିବା ଉପରେ ପୁନମ କହନ୍ତି ଯେ ଏହା ଏକ ଭଲ ରୋଜଗାର ଦେଉଥିବା ପେଶା କିନ୍ତୁ ଏହାର କଠିନ ପରିଶ୍ରମକୁ ଦେଖି ଲୋକେ ଏହାକୁ କମ କରି ଆଙ୍କିଥାନ୍ତି।

ଫେସବୁକ, ଫୋନ କଲ, ହ୍ୱାଟସଆପ୍ ଓ ଇମେଲରେ ଲୋକଙ୍କର ଅନୁରୋଧ ଏବଂ ଯାଞ୍ଚକୁ ଉତ୍ତର ଦେବା ସହଜ ନଥାଏ। ସମସ୍ତେ ଭାବନ୍ତି ଆମେ ଗୋଟିଏ ଟିମ ବୋଲି କିନ୍ତୁ ସବୁଦିନ ଏକୁଟିଆ ହିଁ ସବୁକିଛି ବୁଝିବାକୁ ପଡେ। ମୋ ସ୍ୱାମୀ ମୋର ମେରୁଦଣ୍ଡ ତାଙ୍କର ସାହାଯ୍ୟ ବିନା ଜୋଇସ ବେକ୍ ହାଉସ ଏକ ଦୂର ସ୍ୱପ୍ନ, ପୁନମ କହନ୍ତି।

ଉଦ୍ୟୋକ୍ତା ହେବା

ନିଜେ ଜଣେ ଉଦ୍ୟୋକ୍ତା ହେବା ଆଉ ଜଣେ କର୍ମଦାତା ପାଖରେ କାମ କରିବା ଦୁଇଟାର ଭଲ ଓ ଖରାପ ଥାଏ। ଜୟେସ୍ ବେକ୍ ହାଉସ ସାଧାରଣରେ ନିଜର ପରିଚୟ ସୃଷ୍ଟି କରିପାରିଛି ଆଉ ତାଙ୍କୁ ମାନ୍ୟତା ଦେଇଛି ଯେଉଁଥିପାଇଁ ସେ ଗର୍ବ କରିପାରିବେ।

ଅଫିସରେ ଭିଜୁଆଲ ଇଫେକ୍ଚସ୍ ତିଆରି କରିବା ବହୁତ କଷ୍ଚ କାମ। ସେ ଦିନକୁ 14-15 ଘଣ୍ଟା କାମ କରୁଥିଲେ ଆଉ ନିଜ ଝିଅକୁ ଦେଖିପାରୁନଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜ କାମ ଓ ଜୀବନର ଠିକ୍ ସନ୍ତୁଳନ ରଖି ପାରୁଛନ୍ତି ଯଦିଅ ସେ ଦିନକୁ 12 ଘଣ୍ଟା କାମ କରନ୍ତି। ଏବେ ଯଦି କିଛି ଆବଶ୍ୟକ ପଡେ ସେ ତାଙ୍କ ଝିଅ ପାଇଁ ସବୁ ସମୟରେ ଥାଆନ୍ତି।

image


ନୂଆ ବ୍ୟବସାୟ ଆଣିବା ଓ ଗ୍ରାହାକଙ୍କୁ ସମ୍ଭାଳିବା ବହୁତ କଷ୍ଚ ଭାବନ୍ତି ସେ।

ନିଜ ଗ୍ରାହକ ଓ ବାଜାରକୁ ଜାଣିବା ଅତ୍ୟନ୍ତ ଜରୁରୀ। ଭଲ କାମ ସହଜରେ ଆସେନି ଓ କଠିନ ପରିଶ୍ରମ ନିଶ୍ଚିତ ଫଳପ୍ରଦ ଥାଏ, ସେ କହନ୍ତି।

ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦରକାର

ସେ ସବୁବେଳେ ଭାବନ୍ତି ମହିଳାମାନେ ଆତ୍ମ ନିର୍ଭରଶୀଳ ହେବା ଦରକାର ଆଉ ନିଜ ଶରୀର ଅନୁମତି ଦେଲା ଯାଏଁ ନିଜକୁ ଜୋର ଦେବା ଦରକାର। ଏହା ପୁରା ସମୟ ଚାକିରି ହେଉ କିମ୍ୱା ଘରୁ କାମ ହେଉ।

ପିଲାମାନଙ୍କ ସହ ଆପଣବି ବଢନ୍ତି। କିନ୍ତୁ ଯେତେବେଳେ ପିଲାମାନେ ତାଙ୍କ ଜୀବନରେ ସ୍ଥିର ହୋଇଯାଆନ୍ତି ତାହା ପରେ ଆପଣଙ୍କ ପାଖରେ ଆପଣଙ୍କର ପରିଚୟ କେବଳ ଥାଏ, ସେ କହନ୍ତି।

ପୁନମ ଗୋଟିଏ ଅଫଲାଇନ ରିଟେଲ କରିବା କଥା ଚିନ୍ତା କରୁଛନ୍ତି। କିନ୍ତୁ ଗୋଟିଏ ବ୍ୟସ୍ତ ସ୍ୱାମୀ ଓ ଛୋଟିଆ ଝିଅ ସହ ଏହି ଯୋଜନା କିଛି ସମୟ ଲାଗି ପାରେ।

image


କିନ୍ତୁ ଅତି ଶୀଘ୍ର କିମ୍ୱା ଟିକିଏ ବିଳମ୍ୱରେ ହେଲେ ମଧ୍ୟ ଏହା ନିଶ୍ଟୟ ହେବ ବୋଲି ପୁନମ ଆଶା ରଖିଛନ୍ତି।

ମୂଳ ଲେଖା - ଶାଶ୍ଵତୀ ମୁଖାର୍ଜୀ

ଭାଷାନ୍ତର - ରାକେଶ କୁମାର ଗୌଡ