ଛୋଟ ସହରର ଛାତ୍ର ଅନୂପଙ୍କ ବଡ ସ୍ୱପ୍ନରୁ ସୃଷ୍ଟି : Ideapoke

ଛୋଟ ସହରର ଛାତ୍ର ଅନୂପଙ୍କ ବଡ ସ୍ୱପ୍ନରୁ ସୃଷ୍ଟି : Ideapoke

Tuesday October 27, 2015,

4 min Read

ଇଛାଶକ୍ତିକୁ ନେଇ ଛୋଟ ସହରଗୁଡିକ ଗଢିଉଠେ କହିଲେ ଅତ୍ୟୁକ୍ତି ହେବନାହିଁ । ଓଡିଶା ରାଜ୍ୟର ରାଉରକେଲା ଭଳି ଏକ ଛୋଟ ସହରର ଇଂଜିନିୟରିଂ ପ୍ରଥମ ବର୍ଷର ଛାତ୍ର ଅନୂପ ସାହୁ ନିଜେ କିଛି କରିବାକୁ ଚାହିଁଲେ । ଓଡିଶା ଓ ଏହାର ଆଖପାଖ ଅଂଚଳ ମାନୁଫ୍ୟାକଚରିଂ ଓ ମାଇନିଂ ଭଳି ବ୍ୟବସାୟର ସାମ୍ରାଜ୍ୟ ହୋଇଥିଲେ ମଧ୍ୟ ସଫ୍ଟୱେୟାର କୌଣସି ବ୍ୟବସାୟୀକ କ୍ଷେତ୍ର ନାହିଁ । ତେଣୁ ଏହି ନୂତନ ବ୍ୟବସାୟକୁ ନେଇ ଅଭିଜ୍ଞତା କରିବାର ଆବଶ୍ୟକତାକୁ ମୁଁ ଅନୁଭବ କଲି ବୋଲି ଅନୂପ କୁହନ୍ତି ।

image


ସଫ୍ଟୱେୟାରର ପାୱାରକୁ ନେଇ ଅନୂପଙ୍କର ଏକ ଦୃଢମନୋବଳ ଥିଲା । ସେ କୁହନ୍ତି, ସଫ୍ଟୱେୟାରରେ ନିହାତି କିଛି ଶକ୍ତି ଅଛି । ଏହା ବ୍ୟବସାୟୀକ ପକ୍ରିୟାକୁ ସରଳ କରି ପ୍ରତିଷ୍ଠିତ କରିବା ସହ ଶିଳ୍ପକୁ ଜୀବନ ଦେଇଥାଏ ।

ସେ ତାଙ୍କର ଏହି ପ୍ରୋଜେକ୍ଟକୁ ‘Google for enterprise technology information’ ବୋଲି କହନ୍ତି । ତାଙ୍କର ଏହି ବ୍ୟବସାୟରୁ ବ୍ୟବସାୟ ଭିତ୍ତିକ, Ideapoke ପ୍ଲାଟଫର୍ମ ମାଧ୍ୟମରେ ସେ ବିଶ୍ୱର ଟେକନୋଲୋଜି ଇନଫରମେସନକୁ ଏକାଠି କରି କଂପାନୀମାନଙ୍କୁ ଟେକନୋଲୋଜି ସମାଧାନପ୍ରଦାନ କରିବାକୁ ଇଛୁକ ।

ଏହା କିପରି କାର୍ଯ୍ୟ କରେ ?

ଏହା Google ପରି ଏକ ସର୍ଚ୍ଚ ଇଂଜିନ ଅଟେ । ଯାହାକି, ବିଶ୍ୱର ବିଭିନ୍ନ ମାଇନ୍ସ ସଂମ୍ପର୍କିତ ଡାଟା, ବିଜ୍ଞାନ ସମ୍ବନ୍ଧୀୟ ଖବର, ୟୁନାଇଟେଡ ଷ୍ଟେଟସ୍ ପେଟେଣ୍ଟ ଏଣ୍ଡ ଟ୍ରେଡମାର୍କ ଅଫିସ, ୟୁରୋପୀଆନ ପିଟିଓ ପରି ଆହୁରି ଅନେକ ଡାଟାକୁ ୱେବ ସହ ସଂଯୋଗ କରି ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିଥାଏ । କର୍ପୋରେଟ ହାଉସ ଏହି ସାଇଟରେ ସାଇନ ଅପ କରି ତାହାର ସମସ୍ୟା ଦର୍ଶାଇବା ପରେ ପ୍ଲାଟଫର୍ମ ତାହାର ଆବଶ୍ୟକତା ଅନୁଯାୟୀ ସମାଧାନର ପନ୍ଥା ବତାଇଥାଏ । ଅନୂପ ଓ ସଂଜୟ ସାହୁଙ୍କ ଦ୍ୱାରା୨୦୧୨ରେ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ଟି ୨୦୧୪ ମସିହା ଅପ୍ରେଲ ମାସରେ ଲାଇଭ ହୋଇଥିଲା । ଏକ ବର୍ଷରୁ ଅଳ୍ପ ଅଧିକ ସମୟର ଏହି ମୁକ୍ତ ସୃଜନାତ୍ମକ ଭିତ୍ତିଭୂମିଟି ୭୬୦୦୦ କଂପାନୀ ଓ ୧୯୦୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ଏକ ନିୟୁତ ଲିଷ୍ଟିଙ୍ଗ ପାଇପାରିଛି ।

ସଂପ୍ରତି ଏହିି ଭିତ୍ତିଭୂମି ଇଣ୍ଟରନେଟ ଦ୍ୱାରା ହେଉଥିବା ବ୍ୟବସାୟ ( କନଜ୍ୟୁମର ଇଣ୍ଟରନେଟ ଅଫ୍ ଥିଙ୍ଗସ୍ )ରେ ଅନ୍ୟ ଆଭୂଷଣ, ସାମଗ୍ରୀ, ରସାୟନିକ ପଦାର୍ଥ ଆଦି ସାମିଲ କରିବାର ଯୋଜନା ରଖିଛି । ଏହି ସମୟରେ ପ୍ୟାକେଜିଂ, ଉତ୍ପାଦକ ଓ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, ଖାଦ୍ୟ ଏବଂ ପାନୀୟ ସମଗ୍ରୀର ବ୍ୟବସାୟର ବୃଦ୍ଧି ପାଉଛି ।

ଦେଶ ବିଦେଶର ୧୦୦୦ଟି ନାମୀଦାମୀ କଂପାନୀଙ୍କ ମଧ୍ୟରୁ ୨୦ରୁ ଅଧିକ କଂପାନୀ ଏହି ଭିତ୍ତିଭୂମିରେ ପଞ୍ଜିକରଣ କରିସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୭ ଜଣ ଏହାର ପରବର୍ତ୍ତୀ ପୃଷ୍ଠପୋଷକ ହେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

Anup Sahoo, Co-founder, Ideapoke

Anup Sahoo, Co-founder, Ideapoke


ସର୍ଚ୍ଚ ଇଂଜିନ ବ୍ୟତୀତ ଏହି ଭିତ୍ତିଭୂମିର ଅନ୍ୟ ତିନିଟି ବ୍ୟବସାୟ ଯେପରି ଟ୍ରିଗର ଜେନେରେଟର, ପ୍ରଯୁକ୍ତି କ୍ଷେତ୍ରର ବିକାଶ(ଟେକନୋଲୋଜି ଲ୍ୟାଣ୍ଡସ୍କେପିଂ) ଏବଂ ବ୍ୟବସାୟୀକ ସଂପର୍କ (ଏଣ୍ଟରପ୍ରାଇଜ କନେକ୍ଟ) ଏଥିରେ ସାମିଲ ଅଛି ।

ବିଶ୍ୱର ବିଭିନ୍ନ ନୂଆ ନୂଆ ସୃଜନ ଓ ସୃଜନାତ୍ମକ ସୃଷ୍ଟିକୁ ଏକାଠି କରି ଏହି ଭିତ୍ତିଭୂମିରେ ଏକଜୁଟ କରିବା କାର୍ଯ୍ୟ ଟ୍ରିଗର ଜେନେରେଟର କରିଥାଏ । ଟେକନୋଲୋଜି ଲ୍ୟାଣ୍ଡସ୍କେପିଂ ବା ପ୍ରଯୁକ୍ତି କ୍ଷେତ୍ରର ବିକାଶ, ପ୍ୟାକେଜିଂ ଓ ଉତ୍ପାଦକ ଭଳି ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଘଟଣାର ସୂଚନା ଦେବାସହ ଖବର ଗୁଡିକ ପ୍ରଦର୍ଶିତ କରିଥାଏ ।

ଅନ୍ୟ ପକ୍ଷରେ ବ୍ୟବସାୟୀକ ସଂପର୍କ ବା ଏଣ୍ଟରପ୍ରାଇଜ କନେକ୍ଟ ଆଇଡିଆ ପୋକର ଏକ ପୂର୍ବତନ ଅର୍ଥ ଉପାର୍ଜକ । ଏହା ବିକ୍ରେତା ଓ କର୍ମଚାରୀମାନଙ୍କୁ ଗୋଟିଏ ଭିତ୍ତିଭୂମିରେ ଏକତ୍ରିତ କରି ସୃଜନାତ୍ମକ ଚିନ୍ତାକୁ ପ୍ରୋତ୍ସାହିତ କରିଥାଏ । ରିଭ୍ୟୁ ଟୁଲ ମାଧ୍ୟମରେ ଜଣେ ନିଯୁକ୍ତିଦାତା ବିଭିନ୍ନ ଶିଳ୍ପ ଭିତ୍ତିକ ସୃଜନାତ୍ମକ ଚିନ୍ତାଧାରା ସହ ପରିଚିତ ହେବାସହ ଏହା ଉପରେ ତର୍ଜ୍ଜମା କରିବାର ସୁଯୋଗ ପାଇଥାଏ ।

ଭିତ୍ତିଭୂମିର ଅର୍ଥ ବ୍ୟବସ୍ଥାକୁ ସର୍ଚ୍ଚେସ ଓ ଟ୍ରାନଜାକସନ କ୍ଲୋଜଡ ପରି ଦୁଇ ଭାଗରେ ବିଭକ୍ତ କରାଯାଇଛି । ସର୍ଚ୍ଚ ପାଇଁ ଥିବା ପ୍ୟାକେଜ ବାର୍ଷିକ ୬ ଟି ପ୍ରଶ୍ନ ଯୁକ୍ତ ଓ ୩୨ ଟି ପ୍ରଶ୍ନ ଯୁକ୍ତ ଏପରି ଦୁଇ ପ୍ରକାରରେ ଉପଲବ୍ଧ । ଏହା ପ୍ରତ୍ୟେକ ପ୍ରଶ୍ନର ସମାଧାନ ପାଇଁ ହାରାହାରି ୧୦,୦୦୦ ଆମେରିକୀୟ ଡଲାର ମୂଲ୍ୟର ଟିକଟ ରହିଛି ।

ଏଥି ସହିତ ମାଗଣା ସେବା ପ୍ରଦାନକାରୀ ସୁବିଧା ମଧ୍ୟ ଉପଲବ୍ଧ । ଆଗକୁ ପ୍ରିମିୟମ ମେମ୍ବରସିପ୍ର ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟବସାୟର ଦ୍ୱିତୀୟ ରୋଜଗାରର ଉତ୍ସ ବିଭିନ୍ନ ବ୍ୟବସାୟ ସହ ଅନୁବନ୍ଧନରୁ ସୃଷ୍ଟି ହେବ । ଯଦି କୌଣସି ସମସ୍ୟା ଥିବା କଂପାନୀ ସମାଧାନକାରୀ କଂପାନୀ ସହ ଅନୁବନ୍ଧିତ ହୁଏ ତେବେ କମିସନର କିଛି ଭାଗ ଆଇଡିଆ ପୋକ ପାଇବ ।

ଇଲେକ୍ଟ୍ରୋଲକ୍ସ, ହାୟର, କୋକାକୋଲା, ରିଲାଏନଓ, ସିଏଟ ଏବଂ ୟୁନିଲିଭର ପରି କିଛି କଂପାନୀ ଏହାର କ୍ଲାଏଣ୍ଟ ଅଛନ୍ତି ଏବଂ ଗତ କ୍ଵାର୍ଟର ରେ କଂପାନୀ ୧,୧୦,୦୦୦ ଆମେରିକୀୟ ଡଲାର ରୋଜଗାର କରିଛି ।

Sanjay Sahoo, Co-founder, Ideapoke

Sanjay Sahoo, Co-founder, Ideapoke


୫,୦୦,୦୦୦ ଆମେରିକୀୟ ଡଲାରରୁ କିଛି ଅଧିକ ମୁଳ ପୁଞ୍ଜିରେ ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମିଟି ଅଧିକରୁ ଅଧିକ କଂପାନୀ ମାନଙ୍କୁ ସାମିଲ କରି ୨୦୧୬ ଶେଷ ସୁଦ୍ଧା ୫୦ କଂପାନୀକୁ ନିଜର କ୍ଲାଏଣ୍ଟ କରିବାକୁ ଲକ୍ଷ୍ୟ ରଖିଛି । ଏଯାବତ୍ ପ୍ରାୟ ୬୦ ପ୍ରଶ୍ନର ସମାଧାନ କରିଥିବା ବେଳେ ଆଗାମୀ ବର୍ଷ ଶେଷ ସୁଦ୍ଧା ପ୍ରାୟ ୧୮୦ ପ୍ରଶ୍ନ ସମାଧାନ କରି ଏକ ନିୟୁତ ଆମେରିକୀୟ ଡଲାର ରୋଜଗାର କରିବାକୁ ଲକ୍ଷ୍ୟ ରଖିଛି । ଆଗାମୀ ଦିନରେ ଏହା ନିଜର ପ୍ରଡକ୍ଟର ମାନ ବୃଦ୍ଧି ସହ ସମୟୋପଯୋଗୀ ସେବାମାନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।

ସୃଜନ ଶୀଳତାକୁ ଏକ ମୁକ୍ତ ଭିତ୍ତିଭୂମି ପ୍ରଦାନ କରି ସୃଜନାତ୍ମକ ଚିନ୍ତଧାରାକୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଇ ଏହି ଭିତ୍ତିଭୂମି ମାଧ୍ୟମରେ ଏକଜୁଟ କରିବା ଲକ୍ଷ୍ୟ ନେଇ Ideapokeର ଆରମ୍ଭ କରିଛନ୍ତି ବୋଲି ଅନୂପ କୁହନ୍ତି ।

ବର୍ତମାନ Ideapoke ଏକ ୧୪ ସଦସ୍ୟ ବିଶିଷ୍ଟ ଟିମ ସାନ ହୋଜେ, କଲିଫୋର୍ଣ୍ଣିଆ ଓ ବେଙ୍ଗାଲୁରରେ କାର୍ଯ୍ୟରତ ।