ସଫ୍ଟେଓ୍ଵୟାର ଇଞ୍ଜିନିୟର ହେବେ ଦଶମ ଶ୍ରେଣୀ ଛାତ୍ର

ସଫ୍ଟେଓ୍ଵୟାର ଇଞ୍ଜିନିୟର ହେବେ ଦଶମ ଶ୍ରେଣୀ ଛାତ୍ର

Friday March 31, 2017,

1 min Read

image


ଦଶମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସଫ୍ଟେଓ୍ଵୟାର ଇଞ୍ଜିନିୟର ହେବା ସୁଯୋଗ ମିଳିବ। ଦେଶର ଚତୁର୍ଥ ବୃହତ୍‌ ସଫ୍ଟେଓ୍ଵୟାର କମ୍ପାନି ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କୁ ଆସନ୍ତା ଏପ୍ରିଲରୁ ଏ ପ୍ରକାର ସୁଯୋଗ ଦେବାକୁ ଯାଉଛି। ଏପ୍ରିଲରୁ ୨୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରି ସେମାନଙ୍କୁ ବର୍ଷେ ପର୍ଯ୍ୟନ୍ତ ସଫ୍ଟେଓ୍ଵୟାର ଟ୍ରେନିଂ ଦେବ। କମ୍ପାନି ଏହାର ଲକ୍ଷ୍ନୌ ଏବଂ ମଦୁରାଇ ସ୍ଥିତ ତାଲିମ କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଭର୍ତି କରିବ।

ଛାତ୍ରଛାତ୍ରୀମାନଙ୍କୁ ୯ ମାସ ପାଠ ପଢ଼ିବେ ଏବଂ ୩ ମାସ ପାଇଁ ଚାକିରି ସଂପର୍କିତ ତାଲିମ ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ଆପ୍ଲିକେସନ ଡେଭଲପମେଣ୍ଟ, ସଫ୍ଟେଓ୍ଵୟାର ଟେଷ୍ଟିଂ, ଆପ୍ଲିକେସନ୍‌ ସପୋର୍ଟ ଏବଂ ଇନ୍‌ଫ୍ରାଷ୍ଟ୍ରକଚର ମ୍ୟାନେଜମେଣ୍ଟ ସର୍ଭିସେସ୍‌୍ର ତାଲିମ ନେବେ। ଏହା ପରେ ସେମାନଙ୍କୁ କମ୍ପାନିରେ ବାର୍ଷିକ ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଯୁକ୍ତି ଦିଆଯିବ। ତାଲିମ ଦେବା ପରେ ସେମାନଙ୍କୁ ‘ସାର୍ଟିଫାଏଡ ଡିପ୍ଲୋମା’ ପ୍ରମାଣପତ୍ର ଦେବ। ଛାତ୍ରଛାତ୍ରୀମାନେ ଚାହିଁଲେ ଶିବ ନାଦର ବିଶ୍ୱବିଦ୍ୟାଳୟ କିମ୍ବା ସେମାନଙ୍କ ପସନ୍ଦର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ବିଏସ୍‌ସି ପାଠ୍ୟକ୍ରମ ପଢ଼ିପାରିବେ ବୋଲି ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍‌ର ଉପସଭାପତି ଶ୍ରୀମତୀ ଶିବଶଙ୍କର କହିଛନ୍ତି।