ସ୍କୁଲରୁ ବିଷୟଗତ ପାଠପଢାକୁ ବାଦ୍ ଦେବାରେ ଫିନଲ୍ଯାଣ୍ଡ ହେବ ପ୍ରଥମ ଦେଶ

ସ୍କୁଲରୁ ବିଷୟଗତ ପାଠପଢାକୁ ବାଦ୍ ଦେବାରେ ଫିନଲ୍ଯାଣ୍ଡ ହେବ ପ୍ରଥମ ଦେଶ

Saturday November 26, 2016,

2 min Read

ଫିନଲ୍ୟାଣ୍ଡର ଶିକ୍ଷା ବ୍ୟବସ୍ଥାକୁ ବିଶ୍ଵର ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥା ମାନଙ୍କ ମଧ୍ୟରେ ଗଣା ଯାଏ। ବିଶ୍ଵର ସବୁଠାରୁ ବୁଦ୍ଧିମାନ ଓ ପ୍ରଜ୍ଞାଶୀଳ ଛାତ୍ର ଛାତ୍ରୀ ଆସନ୍ତି ଏହି ଦେଶରୁ। କିନ୍ତୁ ଆମେ କେତେ ଜାଣୁ ଏହି ଦେଶର ଶିକ୍ଷାଦାନର ପ୍ରଣାଳୀ ବିଷୟରେ? ଆପଣ ଜାଣନ୍ତି, ଫିନଲ୍ୟାଣ୍ଡରେ ଶିକ୍ଷାଦାନ ପ୍ରଣାଳୀ ଏକ ଅଳ୍ପସଳ୍ପ ବା ଯାହାକୁ କୁହନ୍ତି ମିନିମାଲିଷ୍ଟିକ ଦୃଷ୍ଟିକୋଣକୁ ଆପଣେଇଥାଏ।

Image : <a href=

Image :

Triangle Student Transportationa12bc34de56fgmedium"/>

ଏଠାରେ ସ୍କୁଲ ମାନଙ୍କରେ କୌଣସି ଟିଉସନ ଫୀ ନିଆଯାଏ ନାହିଁ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଖୁବ ଅଳ୍ପ ଓ ରିହାତି ଦରରେ ପୌଷ୍ଟିକ ଖାଦ୍ଯ ଯୋଗାଇ ଦିଆଯାଏ। ଏଠାରେ ପିଲାଙ୍କ ପାଇଁ ହୋମୱର୍କ ନଥାଏ ଓ ପିଲା ମାନଙ୍କୁ ୭ ବର୍ଷ ବୟସ ହେବା ପୂର୍ବରୁ ସ୍କୁଲକୁ ପଠାଇବା ବେଆଇନ ବୋଲି ଧରାଯାଏ।

ନିକଟ ଅତୀତରେ ଫିନଲ୍ଯାଣ୍ଡ ସ୍କୁଲ ମାନଙ୍କରୁ ସମସ୍ତ ପାରମ୍ପରିକ ବିଷୟ ଗୁଡ଼ିକୁ ଉଠାଇଦେବାର ନିଷ୍ପତ୍ତି ନିଆଯାଇଛି। ସାହିତ୍ଯ, ପଦାର୍ଥ ବିଜ୍ଞାନ, ଇତିହାସ, ଭୂଗୋଳ ଓ ଗଣିତ ବଦଳରେ ଏଠାରେ ଏବେ ଛାତ୍ରଛାତ୍ରୀ ମାନେ ଏକ ଇଣ୍ଟର ଡିସିପ୍ଲିନାରୀ ପ୍ରକ୍ରିୟାରେ ପଢିବେ ଓ ଶିଖିବେ।

ଏବେ ସ୍କୁଲରେ ବିଭିନ୍ନ ଘଟଣା ଓ ବ୍ୟାପାରକୁ ନେଇ ପଢାହେବ। ଉଦାହରଣ ସ୍ୱରୂପ ଦ୍ଵିତୀୟ ବିଶ୍ଵଯୁଧ୍ୟ ସମ୍ପର୍କରେ ପଢାଯିବ ଏବଂ ଏହାକୁ ବୁଝାଇବା ସମୟରେ ଏହାର ଐତିହାସିକ, ଭୌଗୋଳିକ ଓ ଗାଣିତିକ ପଟ୍ଟଭୂମି ସମ୍ପର୍କରେ ଆଲୋଚନା କରାଯିବ। କୌଣସି ଏକ ବିଦ୍ୟାର୍ଥୀ “କାଫେ ରେ କାମ କରିବା’ ପାଠ୍ୟକ୍ରମ ବାଛିପାରେ। ଏହି ପାଠ୍ୟକ୍ରମରେ ସେ ଇଂଲିଶ ଭାଷା, ଅର୍ଥନୀତି ଓ ନିଜର ଯୋଗାଯୋଗ କରିବାର ଦକ୍ଷତା ବୃଦ୍ଧି ନେଇ ଶିକ୍ଷା ପାଇବ (Bright Sideର ଏକ ରିପୋର୍ଟ ଅନୁସାରେ)।

ଶିକ୍ଷାବ୍ୟବସ୍ଥାରେ ଏପରି ଏକ ପରିବର୍ତ୍ତନ ଆଣି ସେଠାକାର ସରକାର ଲକ୍ଷ୍ୟ ରଖିଛନ୍ତି ଯେ ୨୦୨୦ ଭିତରେ ସେମାନେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର ପୂର୍ଣ୍ଣ କ୍ଷମତା ଓ ସମ୍ଭାବନାକୁ ସାମନାକୁ ଆଣିପାରି ତାକୁ ଆହୁରି ବିକଶିତ କରିବାରେ ସାହାଯ୍ୟ କରିପାରିବେ। ଏହି ଦେଶରେ ପେସା ଭାବରେ ଶିକ୍ଷକ ହେବା ସମାନାସ୍ପଦ ହେବା ସହ ପାରିଶ୍ରମିକ ଦୃଷ୍ଟିରୁ ଲୋଭନୀୟ ମଧ୍ୟ। ଏଠାକାର ସ୍କୁଲ ମାନଙ୍କରେ ଶିକ୍ଷକ ହେବା ପାଇଁ ମାଷ୍ଟର ଡିଗ୍ରୀ ଥିବା ନିତାନ୍ତ ଆବଶ୍ୟକ।

ବିଦେଶରେ ଥିବା ସର୍ବୋତ୍ତମ ଶିକ୍ଷାବ୍ୟବସ୍ଥାରେ ହେଉଥିବା ବିବର୍ତ୍ତନକୁ ଦେଖି ଆମ ନିଜ ଦେଶରେ ଆମେ ଏପରି କିଛି ପରିବର୍ତ୍ତନ ଦେଖିପାରିବା କି?