ଏହି ଯୋଜନା ଜରିଆରେ ଏହି ଷ୍ଟାର୍ଟଅପ ମାନେ ୪୦,୦୦୦ ଆମେରିକୀୟ ଡଲାର ମୂଲ୍ୟର ସେବା ତଥା କ୍ରେଡିଟର ଲାଭ ଉଠାଇପାରିବେ। ସେବା ଗୁଡ଼ିକ ମଧ୍ୟରେ ଫେସବୁକର ମୁଖ୍ୟ କାର୍ଯ୍ୟାଳୟ, ମେନଲୋ ପାର୍କରେ ଥିବା ଇଞ୍ଜିନିୟରିଙ୍ଗ ଟୀମ ଠାରୁ ଶିକ୍ଷା ବା ମେଣ୍ଟରଶିପ ଓ ଫେସବୁକର ପାର୍ଟନର ଯେପରିକି ଆମାଜନ ୱେବ, Annie, Dropbox, Adobe ଓ Mailchimp ଭଳି କମ୍ପାନୀ ମାନଙ୍କର ସେବା ମାଗଣାରେ ପାଇବେ।
୨୦୧୬ରେ VideoVibeର ସ୍ଥାପନା କରିଥିଲେ ଓଡ଼ିଆ ପୁଅ ରଞ୍ଜନ ସାହୁ ଓ ତାଙ୍କର ବନ୍ଧୁ ଏଲିଶା ପ୍ରିୟଦର୍ଶିନୀ। ଏହି ଷ୍ଟାର୍ଟଅପ ଟି Youtubeରୁ ଡାଟା ସଂଗ୍ରହ କରି ତାଙ୍କୁ ନେଇ ପରିସଂଖ୍ୟାନ ଗତ ଗ୍ରାଫ ତିଆରି କରିଥାଏ ଏବଂ ତାହାର ଉନ୍ନତିକୁ ଟ୍ରାକ କରିଥାଏ। ଏହି ତଥ୍ୟର ଆଧାରରେ କମ୍ପାନୀ ବା ଚ୍ଯାନେଲ ମାନେ ତାଙ୍କର ଭବିଷ୍ୟତର ରୋଜଗାର ଏବଂ ଦର୍ଶକ ସଂଖ୍ୟା ସମ୍ବନ୍ଧରେ ସଠିକ ଭାବେ ଅନୁମାନ ଲଗେଇପାରିବେ। ଉଭୟ ସାଂଖ୍ୟିକ ତଥ୍ୟ ଏବଂ ସହଜରେ ବୁଝି ହେଉଥିବା ଭଳି ଗ୍ରାଫ ଜରିଆରେ Videoବିବେ ଏହି ସବୁ ତଥ୍ୟ ଯୋଗାଇ ଦେଇଥାଏ। ଏଯାବତ ଯେଉଁମାନେ VideoVibeର ୱେବସାଇଟ ଅଥବା ସ୍ମାର୍ଟଫୋନ ଆପ୍ପ ବ୍ୟବହାର କରୁଛନ୍ତି, ସେମାନେ ମାଗଣାରେ ଏହି ପରିସଂଖ୍ୟାନର ଲାଭ ଉଠାଇପାରୁଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ଷ୍ଟାର୍ଟଅପର ୱେବ ପ୍ଲାଟଫର୍ମ ଲାଇଭ ହୋଇଛି। ତାଙ୍କ ଅନୁସାରେ ସେମାନେ ଏବେ ପର୍ଯ୍ୟନ୍ତ ୩୦,୦୦୦ ବ୍ୟବହାରକାରୀ, ୫୦,୦୦୦ରୁ ଊର୍ଦ୍ଧ୍ଵ ୱେବସାଇଟ ଭିଉ ଓ ୧୫,୦୦୦ ରୁ ଊର୍ଦ୍ଧ୍ଵ ସନ୍ତୁଷ୍ଟ ଗ୍ରାହକ ପାଇପାରିଛନ୍ତି।
କମ୍ପାନୀ ଖୁବଶୀଘ୍ର ସୋସିଆଲ ମିଡିଆରେ ପ୍ରବେଶ କରିବାକୁ ଯାଉଛି ଏବଂ ଆସନ୍ତା ଛ’ ମାସ ମଧ୍ୟରେ ଆହୁରି ଅନେକ ଇଉଜରଙ୍କୁ ନିଜ ପ୍ରତି ଆକର୍ଷିତ କରିବାର ଆଶା ରଖିଛି। ନିଜର ଲାଭକୁ ଆଠ ଡିଜିଟ ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ମଧ୍ୟ ରଖିଛି VideoVibe।
୨୦୧୬ ଜାନୁୟାରୀରେ ଆରମ୍ଭ ହେଇଥିବା VideoVibe ପ୍ରାରମ୍ଭିକ ସମୟରେ ଲୋକପ୍ରିୟ ୱେବସାଇଟ Diggର ପରିସଂଖ୍ୟାନରେ ସାହାଯ୍ୟ କରୁଥିଲା।
ପ୍ରତିଷ୍ଠାତା ରଞ୍ଜନ ସାହୁ କୁହନ୍ତି, “ଜୁଲାଇ ମାସରୁ ଆମେ Youtubeର ତଥ୍ୟକୁ ବିଶ୍ଳେଷଣ କରିବା ଆରମ୍ଭ କଲୁ। ଅକ୍ଟୋବର ମାସରୁ ଆମର ବ୍ୟବହାରକାରୀ ମାନଙ୍କୁ ଏକ ଆହୁରି ସନ୍ତୋଷଜନକ ଅନୁଭବ ଦେବାପାଇଁ ଆମେ ନିଜର ଅଣ୍ଡ୍ରୋଏଡ଼ ଆପ୍ପ ଆରମ୍ଭ କରିଲୁ।“
Related Stories
December 31, 2016
December 31, 2016
December 31, 2016
December 31, 2016
Stories by Team Odia
December 31, 2016
December 31, 2016
December 31, 2016
December 31, 2016