“ ମହିଳାମାନେ ଚାହିଁଲେ ସବୁକିଛି କରିପାରିବେ ଓ ପାଇପାରିବେ। ସଫଳତା ନିଜ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ”- ଅଷ୍ପି ଗୁପ୍ତା, ସହକାରୀ ଉପ ସଭାପତି, Mumbai Angels

“ ମହିଳାମାନେ ଚାହିଁଲେ ସବୁକିଛି କରିପାରିବେ ଓ ପାଇପାରିବେ। ସଫଳତା ନିଜ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ”- ଅଷ୍ପି ଗୁପ୍ତା, ସହକାରୀ ଉପ ସଭାପତି, Mumbai Angels

Tuesday November 10, 2015,

4 min Read

Tanishq ଦ୍ଵାରା ପ୍ରାୟୋଜିତ Mia Women Series ମଧ୍ୟରୁ ଏହି କାହାଣୀ ଗୋଟିଏ। ଏହି କାହାଣୀମାନଙ୍କରେ ଆମେ ସାହସୀ, ସଫଳ ଓ ପ୍ରେରଣାଦାୟୀ ମହିଳାମାନଙ୍କର ସଫଳତାର ଗାଥା ପ୍ରଦର୍ଶନ କରିଥାଉ। (ଏ ସମସ୍ତ କାହାଣୀ ଉପରେ HerStoryର ସମ୍ପୂର୍ଣ ସମ୍ପାଦକୀୟ କର୍ତ୍ତୁତ୍ଵ ରହିଛି।)

ତାଙ୍କ ପାଇଁ ସବୁଠାରୁ ବଡ ପ୍ରତିଦ୍ଵନ୍ଦୀ ହେଲେ ସେ ନିଜେ, କାରଣ ପ୍ରତିଥର ସେ ନିଜ କାମକୁ ପୂର୍ବ ଥର ଠାରୁ ଆହୁରି ଅଧିକ ଭଲ କରିବା ପାଇଁ ପ୍ରୟାସ କରନ୍ତି। ତାଙ୍କ ନାମ ଯେପରି ନିଆରା କାମ ବି ଠିକ ସେମିତି। ସେ ହେଉଛନ୍ତି ଅଶପି ଗୁପ୍ତା। ନିବେଶ ବଜାରରେ ଯେଉଁ କେତେ ଜଣ ହାତଗଣତି ମହିଳା ନିଜର ଛାପ ଛାଡି ପାରିଛନ୍ତି ତାଙ୍କ ଭିତରୁ ଜଣେ ହେଲେ ଅଷ୍ପି। E&Y, PwC ଓ Merrill Lynch ପରି ଅନ୍ତର୍ଜାତୀୟ ସ୍ତରର ର ବିତ୍ତୀୟ ସଂସ୍ଥାରେ କାମ କରିସାରିଥିବା ଅଷ୍ପି ବର୍ତ୍ତମାନ Mumbai Angelsର ସହକାରୀ ଉପ ସଭାପତି। Mumbai Angels ଭାରତର ଏକ ଅଗ୍ରଣୀ ନିବେଶକାରୀ ସଂସ୍ଥା। ଏହା ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ନିଜ ଉଦ୍ୟୋଗ ଆରମ୍ଭ କରିବା ତଥା ଉଦ୍ୟୋଗ ଆରମ୍ଭର ପ୍ରାଥମିକ ସ୍ତରରେ ଆର୍ଥିକ ସହାୟତା ଦେଇଥାଏ।

image


ନିଜ କ୍ଷେତ୍ରର ଅନେକଙ୍କ ଠାରୁ ଅଷ୍ପି ଭିନ୍ନ। ଜୀବନର ଲକ୍ଷ୍ୟରେ ସେ ଗୋଟିଏ ବୃହତ୍ତର ସ୍ୱରୂପ ଦେଖନ୍ତି। ତାଙ୍କ ମତରେ ପରୀକ୍ଷାରେ ଅଧିକ ନମ୍ବର କିମ୍ବା ଶୀଘ୍ର ପଦନ୍ନୋତି ଭଳି ସଫଳତା ଗୁଡିକ କ୍ଷଣସ୍ଥାୟୀ। ଆଉ ଏହା ସେ ଜୀବନର ଆରମ୍ଭରୁ ବୁଝିପାରିଛନ୍ତି। ତାଙ୍କର ଜନ୍ମ ଫେବ୍ରୁୟାରୀ ମାସରେ ହୋଇଥିଲା। ସେଥିପାଇଁ ସ୍କୁଲରେ ନାମ ଲେଖାଇବା ବେଳେ ଅସୁବିଧା ମଧ୍ୟ ହୋଇଥିଲା ଓ ସେ ନର୍ସରୀ ଶ୍ରେଣୀରେ ଦୁଇଥର ପଢିଥିଲେ। ମାତ୍ର ଗୋଟିଏ ଶ୍ରେଣୀରେ ଦୁଇଥର ପଢିବା ତାଙ୍କୁ ଶିକ୍ଷକମାନଙ୍କ ପ୍ରିୟ ଛାତ୍ରୀ ମଧ୍ୟ କରିପାରିଥିଲା।

ଅଷ୍ପିଙ୍କ ପିଲା ଦିନ ମୁମ୍ବାଇରେ ବିତିଥିଲା। ଏହା ତାଙ୍କ ଜୀବନର ସବୁଠାରୁ ସୁଖଦ ସମୟ ଥିଲା ବୋଲି ଅଷ୍ପି କୁହନ୍ତି। ଦଶମ ଶ୍ରେଣୀ ପରେ ହିଁ ସେ ପ୍ରକୃତ ସମସ୍ୟାର ସମ୍ମୁଖୀନ ହେଲେ। ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବାରୁ ଅନ୍ୟମାନଙ୍କ ପରି ଅଷ୍ପି ମଧ୍ୟ ଯୁକ୍ତ ଦୁଇ ଶ୍ରେଣୀରେ ବିଜ୍ଞାନ ପଢିଲେ, ଏବଂ ତା ପରେ ଇଞ୍ଜିନିୟରିଂ। ଇଞ୍ଜିନିୟରିଂ ଶିକ୍ଷା ହିଁ ତାଙ୍କର ବିଶ୍ଲେଷଣ କରି ପାରିବାର ଦକ୍ଷତାକୁ ବଢାଇ ଥିଲା। ଏହାପରେ ସେ PwCର କନସଲଟିଙ୍ଗ ଟିମରେ କାମ କରିବା ଆରମ୍ଭ କଲେ। ଏହି ଟିମଟି ଛୋଟ ଥିଲା, ଫଳରେ ସ୍ଵାଭାବିକ ଭାବେ ଅଷ୍ପି ଅଧିକ କାମର ଦାୟିତ୍ଵ ପାଇଲେ। ଏହା ତାଙ୍କର ଅଭିଜ୍ଞତାକୁ ବ୍ୟାପକ କରିଥିଲା।

PwC ର ଚାକିରି ପରେ ଅଷ୍ପି ଏମବିଏ ପଢିବା ପାଇଁ ସିଙ୍ଗାପୁର ସ୍ଥିତ ନ୍ୟାସନାଲ ୟୁନିଭରସିଟି ଗଲେ। ଏମବିଏ ଶିକ୍ଷା ଶେଷ କରିବା ପରେ ସେ Ernst and Youngରେ କାମ କରିବା ଆରମ୍ଭ କଲେ। Ernst and Young ରେ କାମ କରିବା ସମୟରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିଲା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତ୍ତିକ ସମସ୍ୟା ଦେଖାଯିବା ଆରମ୍ଭ ହେଲା। ଏହି ସମସ୍ୟା ପାଇଁ ଛୁଟିରେ ଥିବା ବେଳେ ସେ ଅନୁଭବ କଲେ ଯେ ତାଙ୍କର ନିଜ କାମ କଥା ଆଦୌ ମନେ ପଡୁ ନାହିଁ। ସେ ଏମିତି କିଛି କରିବାକୁ ଚାହୁଁଥିଲେ ଯାହା ଆକର୍ଷକ ଓ ରୋମାଞ୍ଚକାରୀ ହୋଇଥିବ। ଏପରି ସମୟରେ ହିଁ ଅଷ୍ପିଙ୍କର Mumbai Angelsର ସହ ପ୍ରତିଷ୍ଠାତା ଶାଶାଙ୍କ ସହ ଭେଟ ହୋଇଥିଲା। ଏହି ସାକ୍ଷାତ ଅଷ୍ପିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା।

image


Mumbai Angels ଅଷ୍ପିଙ୍କ ନୂତନ ଶିକ୍ଷା ଓ ଅଭିଜ୍ଞତାର ଭଣ୍ଡାର ପ୍ରମାଣିତ ହେଲା। ଏଠାରେ ସେ ଏପରି ଅନେକ ଉଦ୍ୟୋଗପତିଙ୍କୁ ଭେଟିଳେ ଯେଉଁ ମାନେ ଆକର୍ଷଣୀୟ କର୍ପୋରେଟ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେମାନଙ୍କ ଉତ୍ସାହ ଓ ନିଷ୍ଠା ଅଷ୍ପିଙ୍କୁ ପ୍ରଭାବିତ କରିଥିଲା। 

ତାଙ୍କ ମତରେ ଏହା ଏକ ପୁରୁଷ ପ୍ରଧାନ ସମାଜ ଓ ଉଦ୍ୟୋଗ କ୍ଷେତ୍ର ଏହି ପ୍ରାଧାନ୍ୟର ବ୍ୟତିକ୍ରମ ନୁହେଁ। ମାତ୍ର ଜୀବନ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ନୁହେଁ। କାହାକୁ ଆଗ ତ କାହାକୁ ପଛରେ, ହେଲେ ସୁଯୋଗ ସମସ୍ତଙ୍କୁ ମିଳିଥାଏ। ସୁଯୋଗ ମିଳିଲେ ନିଜକୁ ପ୍ରମାଣିତ କରିପାରିବା ପାଇଁ ଆପଣ କେତେ ଦୂର ପ୍ରସ୍ତୁତ ତାହା ଉପରେ ହିଁ ଆପଣଙ୍କ ସଫଳତା ନିର୍ଭର କରେ।

ମହିଳା ଉଦ୍ୟୋଗପତି ମାନଙ୍କ ଉପରେ ମତ ରଖି ଅଷ୍ପି କୁହନ୍ତି, “ ମୁଁ ଦୃଢ ନିଶ୍ଚିତ ଯେ କରିପାରିବାର ଦକ୍ଷତା ମହିଳା ମାନଙ୍କ ଭିତରେ ଅଛି। ମାତ୍ର ଆପଣଙ୍କ ଦୃଷ୍ଟିଭଙ୍ଗୀ ଉପରେ ହିଁ ଆପଣଙ୍କ ସଫଳତା ନିର୍ଭର କରେ। ବହୁତ ଗୁଡିଏ ଜିନିଷ ଏକ ସାଙ୍ଗେ ହାସଲ କରିବା ଅପେକ୍ଷା ମୁଁ ଖୁସିକୁ ଜୀବନରେ ଅଧିକ ଗୁରୁତ୍ଵ ଦିଏ। ମୋ ପାଇଁ ଖୁସି ଛୋଟ ଛୋଟ ଜିନିଷର ସମାହାର ଯେମିତିକି ମତେ ଭଲ ପାଉଥିବା ଜଣେ ମଣିଷ, ମତେ ଭଲ ଲାଗୁଥିବା କିଛି କାମ ଓ ଆଗକୁ ବଢିବା ପାଇଁ ଯୋଜନା।“ ପ୍ରତ୍ୟେକ ମଣିଷର ସଫଳତା ପାଇଁ ପ୍ରେମ ଓ ଭଲ ପାଇବା ଅତି ଜରୁରୀ।ଅଷ୍ପିଙ୍କ ବାପା ମାଆ ଓ ସ୍ଵାମୀ ଭାବନ୍ତି ଯେ ସେ ଯେକୌଣସି କାମ କରିପାରିବେ। ସେମାନଙ୍କ ସହଯୋଗ ଓ ବିଶ୍ଵାସ ତାଙ୍କୁ ଶକ୍ତିଶାଳୀ କରିଛି ବୋଲି ଅଷ୍ପି କୁହନ୍ତି।

ଦୁଇଟି ଜିନିଷ ପାଇଁ ତାଙ୍କର ଅହେତୁକ ଦୁର୍ବଳତା ରହିଛି। ସେଗୁଡିକ ହେଲା କଳା ଓ ଭ୍ରମଣ। ସେ ପିଲାଦିନରୁ ଚିତ୍ର ଆଙ୍କୁଛନ୍ତି ଓ ତାଙ୍କ ପରିବାର ଗୋଟିଏ ଆର୍ଟ ଗ୍ୟାଲେରୀର ମାଲିକ ମଧ୍ୟ। ଅଶପି ଏହି ଗ୍ୟାଲେରୀ ସହ ଖୁବ ଶୀଘ୍ର ଅଧିକ ନିବିଡ ଭାବେ ସମ୍ପୃକ୍ତ ହେବାକୁ ଯାଉଛନ୍ତି।

image


ଅଷ୍ପି ଓ ତାଙ୍କ ସ୍ଵାମୀ ଶୋଭିତଙ୍କ ଭିତରେ ସବୁଠାରୁ ବଡ ସମାନତା ହେଲା ବିଭିନ୍ନ ସ୍ଥାନକୁ ବୁଲିଯିବାର ନିଶା। ପ୍ରତି ବର୍ଷ ଅତିକମରେ ସେମାନେ ଚାରି ଥର ବୁଲିବାକୁ ଯାଆନ୍ତି। ଏହି ଭ୍ରମଣ ହିଁ ତାଙ୍କୁ ବିଭିନ୍ନ ସ୍ଥାନ ଓ ସେମାନଙ୍କର ଇତିହାସ ସମ୍ପର୍କରେ ଅଧିକ ସୂଚନା ଦେଇଛି। ତା’ ଛଡା ଭ୍ରମଣ ତାଙ୍କର ଜୀବନ ପ୍ରତି ଥିବା ଦୃଷ୍ଟିଭଙ୍ଗୀକୁ ତିଆରି କରିବାରେ ସାହାଯ୍ୟ କରିଛି ବୋଲି ଅଷ୍ପି ମତ ଦିଅନ୍ତି।