ଓଡ଼ିଶାରେ ମଧ୍ୟାହ୍ନ ଭୋଜନ ଯୋଜନା: ସାମିଲ ହେଲା ମୋବାଇଲ୍ କଂପାନି ଆଇଡିଆ

ଓଡ଼ିଶାରେ ମଧ୍ୟାହ୍ନ ଭୋଜନ ଯୋଜନା: ସାମିଲ ହେଲା ମୋବାଇଲ୍ କଂପାନି ଆଇଡିଆ

Thursday December 10, 2015,

2 min Read

ଆଦିତ୍ୟ ବିର୍ଲା ଗ୍ରୁପର ଦୂର ସଂଚାର କଂପାନି ଆଇଡିଆ ଓଡ଼ିଶାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ସହ ମିଶି ବିଦ୍ୟାର୍ଥୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବ । ନିକଟରେ କଂପାନି ପକ୍ଷରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ସହ ବୁଝାମଣା ସ୍ୱାକ୍ଷର କରାଯାଇଥିଲା । ରାଜ୍ୟର ୧୦ଟି ସ୍ଥାନରେ ଥିବା ୬୨୫ଟି ସ୍କୁଲର ୪୭ ହଜାର ଛାତ୍ରଛାତ୍ରୀ ଏହା ଦ୍ୱାରା ଲାଭବାନ ହେବେ । ପ୍ରାରମ୍ଭରେ ଏହି ଅଭିଯାନ ପାଇଁ ପୁରୀ ଓ କଟକର ଦୁଇଟି ସ୍କୁଲକୁ ଚିହ୍ନଟ କରାଯାଇଛି । ଏହି ଅଭିଯାନର ମୂଳ ଉଦ୍ଧେଶ୍ୟ ହେଉଛି ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ କରିବା ଯଦ୍ୱାରା ସେମାନେ ପ୍ରତି ଦିନ ସ୍କୁଲ ଆସିପାରିବେ । ଏହା କ୍ଷୁଧା ଦୂରୀକରଣରେ ସହାୟକ ହେବା ସହ ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଦରକାର ପୋଷଣ ଯୋଗାଇ ଦେବ ।

image


ଆଇଡିଆ ଟିମ୍ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଏହି ଅଭିଯାନକୁ ପୁରୀ ଜିଲ୍ଲାର ବିଜୟରାମଚନ୍ଦ୍ରପୁର ୟୁଜିୟୁପି ସ୍କୁଲ ଓ କଟକ ଜିଲ୍ଲାର ଖାନନଗର ନୋଡାଲ୍ ୟୁପି ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକରେ କେବଳ ଛାତ୍ରଛାତ୍ରୀ ନୁହନ୍ତି ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ପ୍ରବଳ ଉତ୍ସାହର ସହ ଯୋଗ ଦେଇଥିଲେ ।

image


ଆଇଡିଆର ଓଡ଼ିଶା ସର୍କଲ୍ ମୁଖ୍ୟ ସୋମେଶ୍ୱର ରାଓ କହିଛନ୍ତି ଯେ, ଗ୍ରାମୀଣ ଅଂଚଳରେ ଯେଉଁଠାରେ ପିଲାମାନେ ଦିନକୁ ଥରେ ଖାଇବାକୁ ପାଉ ନାହାନ୍ତି ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ କରିବା ସହ ମୌଳିକ ଶିକ୍ଷା ପ୍ରଦାନ କରି ସେମାନଙ୍କ କ୍ୟାରିଅର ସଜାଡ଼ିବା ଓ ଫିଟନେସ୍ ଓ ସ୍ୱାସ୍ଥ୍ୟ ରକ୍ଷା ଜରିଆରେ ମୌଳିକ ମୂଲ୍ୟବୋଧ ଆଗକୁ ବଢ଼ାଇବା ଭଳି ଚ୍ୟାଲେଞ୍ଜ ଗ୍ରହଣ କରିବା ନିଶ୍ଚିତ ପକ୍ଷେ ପ୍ରଶଂସାଯୋଗ୍ୟ । ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ଆମ ଗ୍ରୁପ୍ ସମାଜକୁ ଫେରାଇବା ଉପରେ ବିଶ୍ୱାସ ରଖେ ଓ ସିଏସଆର୍ କାମର ଅଂଶ ସ୍ୱରୂପ , ଆମେ ଆରମ୍ଭରେ ଦୁଇଟି ସ୍କୁଲରୁ ଏହି ଅଭିଯାନ ଆରମ୍ଭ କରୁଛୁ । ମୁଁ ନିଶ୍ଚିତ ଯେ ଏହା ଆମ ପାଇଁ ଏକ ଶ୍ରେଷ୍ଠ କାହାଣୀ ହେବ ଓ ଭବିଷ୍ୟତରେ ଏହି ଧାରା ଜାରି ରହିବ ।

image


ସୁଜାତା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ, ବିଜୟରାମଚନ୍ଦ୍ରପୁର ୟୁଜିୟୁପି ସ୍କୁଲ, ପୁରୀ କହିଛନ୍ତି ଯେ, ଆଇଡିଆ କଂପାନିର ଏହି ପଦକ୍ଷେପ ନିଶ୍ଚିତପକ୍ଷେ ସ୍ୱାଗତଯୋଗ୍ୟ । ଆମେ ଖୁସି ଯେ କଂପାନି ଏଥିପାଇଁ ଆମ ସ୍କୁଲକୁ ଚୟନ କରିଛି । ଆଇଡିଆ ଟିମ୍ ପକ୍ଷରୁ ପିଲାମାନଙ୍କ ସହ ମିଶି ଗୋଟିଏ ଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଉପକରଣ ହାସଲ କରି ଛାତ୍ରଛାତ୍ରୀମାନେ ବେଶ ଖୁସି ଅଛନ୍ତି । ସେମାନେ ରଙ୍ଗରେ ସେହିଦିନିକିଆ କାର୍ଯ୍ୟକ୍ରମରେ ନିଜର ଚପଳ ଖୁସିକୁ ବ୍ୟକ୍ତ କରିଥିଲେ । ମୁଁ ନିଶ୍ଚିତ ଯେ ଏହା ଅନ୍ୟ ପିଲାମାନଙ୍କୁ ଅନୁପ୍ରାଣିତ କରିବ ।

ରବିନ୍ଦ୍ରନାଥ ରାଉତରାୟ, ପ୍ରଧାନ ଶିକ୍ଷକ, ଖାନନଗର ନୋଡାଲ୍ ୟୁପି ସ୍କୁଲ, କଟକ କହିଛନ୍ତି ଯେ, ଆଇଡିଆ ଟିମ୍ ଦ୍ୱାରା ବହୁତ ଭଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶେଷ କରି ଚିତ୍ରାଙ୍କନ ପ୍ରତିଯୋଗିତା ଓ ପିଲାମାନଙ୍କ ସହ ମିଶି ଯେଉଁ କାର୍ଯ୍ୟକ୍ରମଗୁଡ଼ିକୁ ଆୟୋଜନ କରାଯାଇଥିଲା ତାହା ସମସ୍ତ ଷ୍ଟାଫଙ୍କ ଦ୍ୱାରା ପ୍ରଶଂସାଯୋଗ୍ୟ ହୋଇଥିଲା । ପିଲାମାନେ ଏଭଳି କାର୍ଯ୍ୟକ୍ରମ ଓ ଉପହାର ପାଇ ବେଶ ଖୁସି ହୋଇଥିଲେ ।

Share on
close