ଜନସାଧାରଣଙ୍କୁ ଡିଜିଟାଲ ପେମେଣ୍ଟ ବାବଦରେ ଶିକ୍ଷା ଦେବା ପାଇଁ ୨୪ ଘଣ୍ଟିଆ ଟିଭି ଚ୍ଯାନେଲ

ଜନସାଧାରଣଙ୍କୁ ଡିଜିଟାଲ ପେମେଣ୍ଟ ବାବଦରେ ଶିକ୍ଷା ଦେବା ପାଇଁ ୨୪ ଘଣ୍ଟିଆ ଟିଭି ଚ୍ଯାନେଲ

Tuesday December 13, 2016,

2 min Read

ଦେଶବାସୀଙ୍କୁ ଡିଜିଟାଲ ଏବଂ ନଗଦବିହୀନ (କ୍ୟାସଲେସ) ନେଣଦେଣ ସମ୍ପର୍କରେ ଶିକ୍ଷା ଦେବା ପାଇଁ କେନ୍ଦ୍ର ଆଇଟି ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ ଏକ ୨୪ ଘଣ୍ଟିଆ ଟିଭି ଚ୍ଯାନେଲ ଲଞ୍ଚ କରିଛନ୍ତି। ଡିଜିଶାଳା ନାମକ ଏହି ଚ୍ଯାନେଲ ବର୍ତ୍ତମାନ କେବଳ ଇଂଗ୍ଲିଶ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ହେବ ଏବଂ ପରେ ଯାଇ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ।

Image : (L) – Shutterstock; (R) – Wikimedia Commons

Image : (L) – Shutterstock; (R) – Wikimedia Commons


ଦୂରଦର୍ଶନ ନ୍ଯୁଜର ଏକ ରିପୋର୍ଟ ଅନୁସାରେ ପ୍ରସାଦ କହନ୍ତି,

ଏହି ଚ୍ଯାନେଲଟି ଲୋକଙ୍କୁ ତାଙ୍କର ନିତିଦିନିଆ କାରବାରରେ କ୍ୟାସଲେସ ଏବଂ ଡିଜିଟାଲ ପେମେଣ୍ଟ କରିବା ପାଇଁ ଶିକ୍ଷା ଦେବା ସହ ଉତ୍ସାହିତ କରିବ। ଚ୍ଯାନେଲଟି ମୁଖ୍ୟତଃ ଗ୍ରାମୀଣ ଏବଂ ଉପନଗରୀର ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କୁ ଡିଜିଟାଲ ପେମେଣ୍ଟର ବିଭିନ୍ନ ଦିଗ ଯେପରିକି ଇ-ୱାଲେଟ, UPI, USSD, ଆଧାର ଏବଂ କାର୍ଡକୁ କିପରି ବ୍ୟବହାର କରିବେ ସେ ନେଇ ତଥ୍ୟ ଦେବେ। ଏଥିରେ ଟକ ସୋ ଏବଂ ପ୍ରଦର୍ଶନ ଭିତ୍ତିକ କାର୍ଯ୍ୟକ୍ରମ ରହିବ।

ବର୍ତ୍ତମାନ ସୁଦ୍ଧା ଏହି ୨୪ ଘଣ୍ଟିଆ ଚ୍ଯାନେଲ ପାଖରେ ଚାରି ଘଣ୍ଟାର ମୂଳ ବିଷୟବସ୍ତୁ ରହିଛି। ଚ୍ଯାନେଲଟି ଦୂରଦର୍ଶନର ସମ୍ବଳ ବ୍ୟବହାର କରିବ ତେଣୁ ତା’ପାଇଁ କୌଣସି ଅଲଗା ବଜେଟ ପ୍ରସ୍ତୁତ ହେଇନାହିଁ। 

“ବର୍ତ୍ତମାନ ପାଇଁ ଆମେ ପାଖରେ ଥିବା ବିଷୟବସ୍ତୁକୁ ଲୁପରେ ଚଲାଇବାର ନିଷ୍ପତ୍ତି ନେଇଛୁ। ଚ୍ଯାନେଲର ଆଭିମୁଖ୍ୟ ଯେହେତୁ ଜନସାଧାରଣଙ୍କୁ ଶିକ୍ଷିତ କରାଇବା ତେଣୁ ଲୁପରେ ଚଲାଇଲେ ଏହା ସାହାଯ୍ୟ କରିବ। କିନ୍ତୁ ପରେ ନୂଆ ବିଷୟବସ୍ତୁ ମଧ୍ୟ ଆସିବ, “ 

                           - ବୋଲି ଜଣେ ବରୀଷ୍ଠ ଅଧିକାରୀ Business Standardକୁ କୁହନ୍ତି।

ଆଇଟି ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ପାଞ୍ଚଶହ ଏବଂ ହଜାରେ ଟଙ୍କିଆ ନୋଟ ଅଚଳ ହେବାର ଘୋଷଣା କରିବା ପରଠାରୁ ଡିଜିଟାଲ ପେମେଣ୍ଟରେ ପ୍ରାୟ ୪୦୦-୧୦୦୦ ପ୍ରତିଶତ ଅଭିବୃଦ୍ଧି ହେଇଛି। ମନ୍ତ୍ରାଳୟର ଆଶା ଯେ ଏହି ଟିଭି ଚ୍ଯାନେଲ ଏହି ବୃଦ୍ଧିର ସହାୟକ ହେବ ଏବଂ ଡିଜିଟାଲ ଇଣ୍ଡିଆକୁ ଆହୁରି ଆଗେଇନେବ।