Gift A Pension ବାଛନ୍ତୁ, ଆପଣଙ୍କ ପ୍ରିୟ ସହାୟକକୁ ଏକ ଆର୍ଥିକ ସୁରକ୍ଷାର ଭବିଷ୍ୟ ଦିଅନ୍ତୁ

Gift A Pension ବାଛନ୍ତୁ, ଆପଣଙ୍କ ପ୍ରିୟ ସହାୟକକୁ ଏକ ଆର୍ଥିକ ସୁରକ୍ଷାର ଭବିଷ୍ୟ ଦିଅନ୍ତୁ

Monday October 26, 2015,

4 min Read

ଆମ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ରୋଜଗାରର କିଛି ନିର୍ଦ୍ଧିଷ୍ଟତା କି ସ୍ଥିରତା ନାହିଁ । ସେମାନେ ନିଜର ଦୈନିକ ରୋଜଗାର ବା ମାସିକ ରୋଜଗାର କେବଳ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ହିଁ ଶେଷ ହୋଇଯାଏ । ଏଇ ଯେପରି ଆପଣଙ୍କୁ ଦୀର୍ଘ ୨୦ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଡ୍ରାଇଭର । ତା'ର ତ ପେନସନ ନାହିଁ ! ସେ ବୁଢା ହୋଇଗଲେ, କାମ ନକରି ପାରିଲେ, ବଂଚିବ କେମିତି ? ଅସୁସ୍ଥ ହେଲେ ଟଙ୍କା ଆଣିବ କେଉଁଠୁ ? ସେ ଆପଣଙ୍କ ଲୁଗା ସଫା କରୁଥିବା ଧୋବା ହେଉ, ଧାଈ ହେଉ, କାମବାଲୀ ହେଉ ଅବା ବାସନ ମାଜିବାକୁ ଆସୁଥିବା ବୁଢୀଟି ହେଉ । ଏମାନେ ବୟସର ଅପରାହ୍ନରେ କାମ କରି ନପାରିଲେ ବଂଚିବେ କେମିତି ? ଏହା ସତ ଯେ ଆମେ ସେମାନଙ୍କୁ ପାରିଶ୍ରମିକ ଦେଉ । କିନ୍ତୁ ଏହା କଣ ସେମାନଙ୍କ ପାଇଁ ଯଥେଷ୍ଟ ? ଆମ ଜୀବନକୁ ସାରା ଜୀବନ ସହଜ ଓ ସରଳ କରିଥିବା ଏହି ବ୍ୟକ୍ତିମାନେ ଯେତେବେଳେ ବୁଢାବୁଢୀ ହେଇଯିବେ ସେମାନେ କଣ ପେନସନର ହକଦାର ନୁହନ୍ତି ? ସବୁଠୁ ବଡ ଦୁଖର କଥା, ଏମାନଙ୍କୁ ଶେଷ ଦିନଗୁଡିକରେ ସାହାହେବାକୁ ଏମାନଙ୍କର ପ୍ରାୟ କେହି ନିଜର ନଥାନ୍ତି ।

image


ବୃଦ୍ଧାବସ୍ଥା ଆର୍ଥିକ ଅନିଶ୍ଚିତତା ଆମ ଦେଶରେ ଏକ ବଡ ଚ୍ୟାଲେଞ୍ଜ ଭଳି ଉଭା ହୋଇଛି । ଅଧିକାଂଶ କର୍ମଜୀବୀ ମୁଖ୍ୟତ ନିମ୍ନ ରୋଜଗାରକ୍ଷମ ଲୋକ ଏପରି ଏକ ଅନିଶ୍ଚିତ ଆର୍ଥିକ ଭବିଷ୍ୟ ନେଇ ଗତି କରୁଛନ୍ତି । ଏହିଭଳି ଲୋକମାନଙ୍କର ଏକ ସୁନିଶ୍ଚିତ ଭବିଷ୍ୟତ ରଚନା କରିବା ଳକ୍ଷ୍ୟରେ ଗିଫ୍ଟ ଏ ପେନସନ ଯୋଜନାର ଆରମ୍ଭ । ଏହା ଏକ ମାଇକ୍ରୋ ପେନସନ ଫାଉଣ୍ଡେସନ ପ୍ରୋଜେକ୍ଟ, ଯାହାକି ଆଦୌ ସଂଚୟ ନଥିବା ବା ସ୍ୱଳ୍ପ ସଂଚୟ କରିବାର କ୍ଷମତାଥିବା ବ୍ୟକ୍ତିବିବିଶେଷଙ୍କୁ ସଂଚୟ କରାଇବାରେ ସାହାଯ୍ୟ ପାଇଁ ଉଦ୍ଧିଷ୍ଟ ।

ଏମାନଙ୍କୁ ଟେକନୋଲୋଜିର ବ୍ୟବହାରରେ ବିଭିନ୍ନ ନୂତନ ତରିକାରେ ଭବିଷ୍ୟତର ଆର୍ଥିକ ସୁରକ୍ଷା ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ମାଇକ୍ରୋ ପେନସନ ଫାଉଣ୍ଡେସନ ଦେଖିଲା ଯେ ଦେଶରେ ୪୦ ମିଲିୟନ ଡୋମେଷ୍ଟିକ ୱାର୍କର ଅଛନ୍ତି । ଯେଉଁମାନେ କି ସଂଚୟ କରିବାକୁ ଚାହୁଁଥିଲେ ବି ସଂଚୟ କରିପାରୁନାହାଁନ୍ତି । କାରଣ ସେମାନଙ୍କ ପାଖରେ ଏ ନେଇ ଆବଶ୍ୟକୀୟ ସୁବିଧା ଓ ସୁଚନା ନାହିଁ । ତେଣୁ ସେମାନେ ଗିଫ୍ଟ ଏ ପେନସନ ଭଳି ଏକ ଅନନ୍ୟ ଯୋଜନା ନେଇ ସେମାନଙ୍କ ପାଖକୁ ଆସିଲେ ।

image


ଗିଫ୍ଟ ଏ ପେନସନ ଏକ ୱେବ ଆଧାରିତ ପ୍ଲାଟଫର୍ମ ଯାହା ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ଘରେ କାମ କରୁଥିବା ସହାୟକ ସହାୟିକାମାନଙ୍କୁ ପେନସନ ସୁବିଧା ଯୋଗାଇ ଦେବାକୁ ସହଯୋଗ କରିଥାଏ । ଏହି ବ୍ୟବସ୍ଥାରେ ନିଯୁକ୍ତିଦାତା ଅନଲାଇନରେ ସେମାନଙ୍କ ସହାୟକମାନଙ୍କୁ ଏହି ଯୋଜନାରେ ପଞ୍ଜିକରଣ କଲେ ଚାକିରି ବା କାମ ଛାଡିବା ପରେ ସେମାନେ ସମ୍ମାନର ସହ ନିଜର ପେନସନ ଉଠାଇ ପାରିବେ । ଏହି ଯୋଜନାଭୁକ୍ତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପେନସନ ସ୍କିମକୁ ସରକାରଙ୍କ ତରଫରୁ ଭାରତ ସରକାରଙ୍କ ନ୍ୟାସନାଲ ପେନସନ ସ୍କିମ୍ ଯୋଜନା ମାଧ୍ୟମରେ ପ୍ରଥମ କିଛିବର୍ଷ ପାଇଁ ବାର୍ଷିକ୧୦୦୦ ଟଙ୍କା ଯିବ । ଏଥି ସହିତ ସେମାନେ SBI ଲାଇଫ ତରଫରୁ ୩୦,୦୦୦ ଟଙ୍କାର ଏକ ଜୀବନ ବୀମା ଓ ଭିସା କାର୍ଡ ସହ ସରଳ କାରବାର ସୁବିଧା ପାଇବେ । ଥରେ ଯୋଜନାରେ ସାମିଲ ହୋଇଗଲେ ଗିଫ୍ଟ ଏ ପେନସନ ତରଫରୁ ସେମାନଙ୍କ ସହ ସଂଚୟ ଓ ଅନ୍ୟାନ୍ୟ ସେବା ପାଇଁ ସିଧାସଳଖ ଯୋଗାଯୋଗ କରାଯିବ ।

ଗିଫ୍ଟ ଏ ପେନସନ ଡିଜିଟାଲ ଓ ଅର୍ଥନୈତିକ ସମୃଦ୍ଧିକୁ ଏକ ସ୍ୱତନ୍ତ୍ର ଶୈଳୀରେ ଆଣେ । ଦେଶବ୍ୟାପୀ ବ୍ୟକ୍ତିଗତ ନିଯୁକ୍ତିଦାତାମାନେ ଅନଲାଇନରେ ସେମାନଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ନ୍ୟାସନାଲ ପେନସନ ପ୍ରଡକ୍ଟରେ ପଞ୍ଜିକୃତ କରିପାରିବେ । ଏହାର ପରବର୍ତ୍ତୀ ସେବାଗୁଡିକ ପ୍ଲାଟଫର୍ମ ବହନ କରେ । ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଆମେ ସପ୍ତାହକରେ ଏକ ମିଲିଅନ ବ୍ୟକ୍ତିଗତ କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରବା ବୋଲି ମାଇକ୍ରୋ ପେନସନ ଫାଉଣ୍ଡେସନର ସହଯୋଗୀ ନିର୍ଦ୍ଧେଶକ ପାରୁଲ ଖାନ୍ନା କୁହନ୍ତି ।

ଏହି ଅନନ୍ୟ ଓ ନୂତନ ଚିନ୍ତାଧାରାର ଯୋଜନାଟି ଏମ୍ପିଏଫ୍ ବ୍ୟବସାୟ ପ୍ରତିଷ୍ଠାନ ଦ୍ୱାରା ୨୦୧୪ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ଓ କାର୍ଯ୍ୟକାରୀ ହୋଇଥିଲେମଧ୍ୟ ଏହା ଯେଭଳି ସଫଳତା ପାଇବାକଥା ପାଇଲା ନାହିଁ। ସଂଚୟ ସୁବିଧା ସୁଯୋଗରୁ ବଂଚିତ ହେଉଥିବା ଲୋକମାନଙ୍କ ପାଇଁ ଏକ ବିରଳ ସଂଚୟ ସୁଯୋଗ ସୃଷ୍ଟିକରି ଏହା ସବୁ ସ୍ତରରୁ ପ୍ରଶଂସା ପାଇଥିଲେମଧ୍ୟ ପଞ୍ଜିକରଣ ପାଇଁ ଘର ଘର ବୁଲି କାମକରୁଥିବା ସହାୟକ, ବ୍ୟକ୍ତିଗତ ସହାୟକ ଓ କର୍ମଚାରୀ ମିଳିବାରେ ଅସୁବିଧା ହେବାରୁ ଏହା ଆଶାତୀତ ସଫଳତା ପାଇଲାନାହିଁ ସେମାନଙ୍କ ସଂଚୟ ଯେ ସଂପୂର୍ଣ୍ଣ ନିରାପଦ ସେମାନଙ୍କୁ ଏହା ବୁଝାଇବା ଅତ୍ୟନ୍ତ କାଠିକର ପାଠ ହୋଇପଡିଛି। ନିଯୁକ୍ତିଦାତାମାନଙ୍କର ଭୂମିକା ଅତି ସଂକୀର୍ଣ୍ଣ ।

ସେମାନଙ୍କୁ କେବଳ ପ୍ରତି ମାସ ୩୦୦ଟଙ୍କା ପୈଠ କରିବାକୁ ପଡିଥାଏ । ଏହାପରେ କର୍ମଚାରୀମାନେ ସେମାନଙ୍କୁ ୱେଲକମ କିଟସହ ଦିଆଯାଇଥିବା ନିଜର ମାଇକ୍ରୋ ପେନସନ ପ୍ରିପେଡ କାର୍ଡ ବ୍ୟବହାର କରି କିମ୍ବା ବ୍ୟାଙ୍କ ଏକାଉଣ୍ଟ ବ୍ୟବହାର କଋ ସଂଚୟ କରିପାରିବେ । ପ୍ରିପେଡ ମୋବାଇଲ ସେବା ଭଳି ସେମାନେ ନିଜର ନିଯୁକ୍ତିଦାତାଙ୍କ ଦ୍ୱାରା ଅନଲାଇନରେ ରିଚାର୍ଜ କରିପାରିବେ ଏବଂ/କିମ୍ବା ସେମାନେ ଦେଶସାରା ଥିବା ଆଉଟଲେଟରେ ନିଜେ ଲୋଡ କରିପାରିବେ । ପାରୁଲ କୁହନନ୍ତି ଆପଣ ଯଦି ଆପଣଙ୍କର କେହି ଜଣେ ସହାୟକ କର୍ମଚାରୀକୁ ଖୁସିରେ ପୁରସ୍କୃତ କରିବାକୁ ଚାହୁଁଛନ୍ତି ତେବେ ଚରୋଟି ଅତି ସାଧାରଣ ଓ ସହଜ ପଦ୍ଧତିରେ ଆପଣ ତାଙ୍କୁ ପୁରସ୍କୃତ କରିପାରିବେ । ପ୍ରାରମ୍ଭିକ ପଞ୍ଜିକରଣ ସଂପୂର୍ଣ୍ଣରୂପେ ଅନଲାଇନରେ ହୋଇଥାଏ । ପଞ୍ଜିକରଣର ଚାରିଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କ ଲିଖିତ ଠିକଣାରେ ଏକ କୋରିୟର ମିଳିବ । ଏହାପରେ ଆପଣଙ୍କୁ ଆପଣଙ୍କ ସହାୟକର ଏକ ସ୍ୱାକ୍ଷର ଆଣିବାକୁ ପଡିବ । ଏହାପରେ କୋରିୟରଟି ଆପଣଙ୍କ ଘରୁ ନିଆଯିବ ଓ ଆପଣ ଅତି ସହଜରେ ଏହି ଉପହାରଟି ଦେଇପାରିବେ । ଆରମ୍ଭ ହେବାର ୬ ମାସ ମଧ୍ୟରେ ଏକ ପରିଚୟ ସୃଷ୍ଟି କରିପାରିଥିବା ଏହି ଗିଫ୍ଟ୍ ଏ ପେନସନ ୱେବସାଇଟ ବର୍ତମାନ ଦୈନିକ ୫୦୦ ରୁ ୧୦୦୦ ଭିଜିଟର ପାଉଛି । ଗ୍ରାହକ ସଂଖ୍ୟା ସେତେ ଅଧିକ ନ ହେଲେ ବି ବର୍ତମାନ ପାଇଁ ୧୪୦୦ ନିଯୁକ୍ତିଦାତା ପଞ୍ଜିକୃତ ହୋଇଥିବା ବେଳେ ୪୫୦ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି । ବାଙ୍ଗାେଲୋର ଓ ମୁମ୍ବାଇରେ ଆମର ସ୍ଥିତି ମଜଭୁତ ଥିବା ବେଳେ ଆମେ ଦିଲ୍ଲୀରେ ନିଜ ପାଦ ସୁଦୃଢ କରିବାକୁ ଚେଷ୍ଟାକରୁଛୁ ବୋଲିଏହାର ଜଣେ ଟିମ ସଦସ୍ୟ କୁହନ୍ତି ।

ସାମିଲ ହୋଇଥିବା ସଂଖ୍ୟାର ୫୫% ମହିଳା ଥିବା ବେଳେ ସାମିଲ ସଂଖ୍ୟାର ୬୩% ଆଧାରକାର୍ଡ ସହ ସଂଯୁକ୍ତ ଓ ୧୧% ନିଯୁକ୍ତି ଦାତା ସେମାନଙ୍କ କ୍ରେଡିଟ କାର୍ଡରେ ଅଟୋ ଡେବିଟ ସଂଯୋଗ କରିଛନ୍ତି ।

ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚି ଯେତେ ସଂଭବ ସ୍ୱଳ୍ପ ରୋଜଗାର ବ୍ୟକ୍ତିମାନଙ୍କୁ ଏହି ସରଳ ସଂଚୟ ଯୋଜନାରେ ସାମିଲ କରି ସେମାନଙ୍କୁ ଏକ ସୁନିଶ୍ଚିତ ଆର୍ଥିକ ଭବିଷ୍ୟ ଦେବା ଆମର ମୁଳ ଲକ୍ଷ୍ୟ ଓ ଆଗକୁ ଆମେ ଆଉ କିଛି ନୂଆ ନୂଆ ପ୍ଲାନ ସହ ଆସିବାକୁ ସ୍ଥିର କରିଛୁ ବୋଲି ଏହାର ସଦସ୍ୟମାନେ କୁହନ୍ତି ।