ଜ୍ୟୋତିର୍ବିଦ-ସ୍ଥପତି ନୀତା ସିହ୍ନା

ଜ୍ୟୋତିର୍ବିଦ-ସ୍ଥପତି ନୀତା ସିହ୍ନା

Friday November 13, 2015,

4 min Read

ଆମ ଦେଶରେ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ସାଧାରଣତଃ ପୁରୁଷ ମାନଙ୍କ ପ୍ରାଧାନ୍ୟ ଥିବାବେଳେ ଏ କ୍ଷେତ୍ରରେ ଏବେ ଅନେକ ମହିଳା ପାଦଦେଲେଣି ଯିଏକି ବାସ୍ତୁ ପ୍ରତିକାରଠାରୁ ଆରମ୍ଭକରି ଜ୍ୟୋତିଷଶାସ୍ତ୍ରର ଗଣନାକରି ଲୋକମାନଙ୍କୁ ଏକ ଭଲ ଜୀବନ ଶୈଳୀ ଜୀଇଁବାକୁ ସହଜ କରୁଛନ୍ତି। ଆଜି ଆମେ ନୀତା ସିହ୍ନାଙ୍କ ବିଷୟରେ ଆଲୋଚନା କରିବା ଯିଏ କି ଆଜି ଦେଶର ସବୁଠାରୁ ଧନୀ ଲୋକ ମୁକେଶ ଅମ୍ବାନୀ ଓ ପ୍ରସିଦ୍ଧ ସିନେତାରକା ଅମିତାଭ ବଚ୍ଚନଙ୍କ ପରାମର୍ଶଦାତ୍ରୀ। ଆଜି ତାଙ୍କ ସଫଳତାର ଯାତ୍ରାକୁ ଆମେ ଆସନ୍ତୁ ଦେଖିବା।

image


ନିଜର ଏହି ଦୁଇ ଦଶନ୍ଧିର ଯାତ୍ରା ବିଷୟରେ ସେ କହନ୍ତି ‘ଆଜକୁ ପ୍ରାୟ ୨୦ ବର୍ଷ ପୂର୍ବେ ମୁ ଏହି କ୍ଷେତ୍ରରେ ପ୍ରବେଶ କରିଥିଲି। ମୁଁ ଡକ୍ଟର ଏଲ ଏନ କୁସୁମାଙ୍କ ଦ୍ଵାରା ପ୍ରଭାବିତ ହୋଇ ଏ କ୍ଷେତ୍ରକୁ ଆସିଥିଲି। ସେ ମୋର ଭବିଷ୍ୟଗଣନା ନିର୍ଭୁଲଭାବରେ କରି ମୋର ଏଇ ବୃତ୍ତି ପ୍ରତି ଏକ ଅହେତୁକ ଆକର୍ଷଣ ଉତ୍ପାଦନ କରିଥିଲା। ଡକ୍ଟର କୁସୁମା ନିଜେ ଜଣେ ବିଖ୍ୟାତ ବୈଦିକ ଜ୍ୟୋତିଷ ଓ ସେ କେ.ଏସ କୃଷ୍ଣମୁର୍ତ୍ତିଙ୍କର ଶିଷ୍ୟ ଥିଲେ।

ଏହି ସମୟ ମଧ୍ୟରେ ସେ କୁସୁମାଙ୍କ ସହ ପାଖାପାଖି ୩୦,୦୦୦ ଘର ବୁଲି ବାସ୍ତୁ ଶାସ୍ତ୍ର ଅନୁଧ୍ୟାନ କରିଥିଲେ ଓ ଲକ୍ଷ୍ୟ କରିଥିଲେ ଯେ ଯଦିଓ ଗୋଟେ ବହୁତଳ ପ୍ରାସାଦରେ ରହୁଥିବା ସବୁ ଘର ଗୁଡିକ ଏକାଭଳି କିନ୍ତୁ ସେଠାରେ ରହୁଥିବା ଲୋକମାନେ କିନ୍ତୁ ଏକାଭଳି ବିତ୍ତଶାଳୀ ନୁହନ୍ତି ଓ ସମସ୍ତେ ଏକାଭଳି ଭାଗ୍ୟବାନ ନୁହନ୍ତି। ଏଥିରୁ ସେ ଏହି ନିର୍ଣ୍ଣୟରେ ପହଞ୍ଚିଲେଯେ ଲୋକମାନଙ୍କ ଭାଗ୍ୟ ସେମାନଙ୍କ ଜନ୍ମକୁଣ୍ଡଳୀ ବା ଜାତକ ସହ ଜଡିତ ଯାହା ଲୋକମାନଙ୍କ ଜୀବନର ଗତିପଥ ହୋଇଥାଏ। ଏଥିସହ ସେ ବାସ୍ତୁ ଓ ଜୋତିର୍ବିଦ୍ୟା ରେ ମନୋନିବେଶ କରିବାକୁ ନିଷ୍ପତ୍ତି ନେଲେ।

ନିଜକୁ ସେ ଜଣେ ଜ୍ୟୋତିର୍ବିଦ-ସ୍ଥପତି ବୋଲି କହନ୍ତି କାରଣ ସେ ଘରର ବାସ୍ତୁ ଦେଖିବା ସହ ଲୋକଙ୍କ ଜାତକ କୁଣ୍ଡଳୀ ମଧ୍ୟ ଦେଖି ପ୍ରତିକାର ବତେଇଥାଆନ୍ତି। ’ଯେହେତୁ ସମସ୍ତଙ୍କର ଜନ୍ମସମୟ ଅଲଗା ଅଲଗା ତେଣୁ ସମସ୍ତଙ୍କ ପାଇଁ ପ୍ରତିକାର ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଟେ।

ପ୍ରତି ଘରର ବାସ୍ତୁ ଅଲଗା

ବାସ୍ତୁ ବିଷୟରେ ସେ କହନ୍ତି ‘ପ୍ରତି ସ୍ଥାନରେ ୩ଟି ନକାରାତ୍ମକ ଓ ୯ଟି ସକାରାତ୍ମକ ଦିଗ ଥାଏ। ତେଣୁ ମୁଁ କୌଣସି ଘର ଦେଖିବା ପୁର୍ବରୁ ସେ ଜାଗାର ମାନଚିତ୍ର ଓ ନକ୍ସାକୁ ଟିକିନିଖି ଭାବେ ଅନୁଧ୍ୟାନ କରିଥାଏ। ଏବଂ ମୁଁ ସେଠାରେ ଥିବା ସକାରାତ୍ମକ ଶକ୍ତିକୁ ଅଧିକ କ୍ରିୟାଶୀଳ କରି ନକାରାତ୍ମକ ଶକ୍ତିକୁ କମ କରିବାକୁ ଉଦ୍ୟମ କରିଥାଏ’।

ନିଜର ୨୨ବର୍ଷର ବୃତ୍ତିଗତ ଜୀବନରେ ଆଜି ସେ ଅମ୍ବାନୀ ଓ ବଚ୍ଚନ ପରିବାର ବ୍ୟତୀତ ଶାହରୁଖ ଖାନ୍, କରନ ଜୋହର, ଅକ୍ଷୟ କୁମାର ଆଦି ସିନେତାରକାମାନଙ୍କର ମଧ୍ୟ ବାସ୍ତୁ-ପରାମର୍ଶଦାତା। ଏହାଛଡା ବହୁତ ବଡ ବଡ ଶିଳ୍ପସଂସ୍ଥା,ଶିଳ୍ପପତି,ବ୍ୟବସାୟୀ ମାନେ ମଧ୍ୟ ତାଙ୍କ ଗ୍ରାହକ ଅଟନ୍ତି, ଯାହା ତାଙ୍କୁ ଜଣେ ହାଇପ୍ରୋଫାଇଲ ପରାମର୍ଶଦାତାର ପରିଚୟ ଦେଇଛି।

ଏ ବିଷୟରେ ନୀତା କହନ୍ତି, “ଯଦିଓ ମୁଁ ବଡ ଶିଳ୍ପପତି, ବ୍ୟବସାୟ ସଂସ୍ଥା ଓ ସିନେତାରକା ମାନଙ୍କ ପାଇଁ କାମ କରେ,ମୁଁ କିନ୍ତୁ ଆଦୌ ହାଇପ୍ରୋଫାଇଲ ନୁହେଁ। ମୋର ଅଧିକାଂଶ ଗ୍ରାହକ ସାଧାରଣ ଲୋକ ଯୋଉମାନେ କି ଦୈନନ୍ଦିନ ଜୀବନରେ ସାମନା କରୁଥିବା ଅସୁବିଧା ପାଇଁ ମୋ ପାଖକୁ ଅସିଥାନ୍ତି। ମୁଁ ସମସ୍ତଙ୍କୁ ସମାନ ଭାବେ ସେବା ଯୋଗାଇଦିଏ।"

ଜଣେ ସଫଳ ଜ୍ୟୋତିଷ ଓ ବାସ୍ତୁ ବିଶାରଦ ହେବାକୁ ହେଲେ କଣ କରିବାକୁ ପଡିବ ପ୍ରଶ୍ନର ଉତ୍ତରରେ ସେ କହନ୍ତି "ଆମର ଏଠି ଏ ବିଦ୍ୟାକୁ ବିଜ୍ଞାନ ବୋଲି ଗଣାଯାଏ ନାହିଁ, ତେଣୁ ଯୁବାପିଢି ଏଥିପାଇଁ ଆକର୍ଷିତ ହେଉନାହାନ୍ତି। କିନ୍ତୁ ଏହା ସମ୍ପୁର୍ଣ୍ଣ ବିଜ୍ଞାନ ଅଟେ ଯାହା ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରେ। ଏହାର ସଠିକ ଗଣନା କରିବା ବହୁତ କଠିନ ଅଟେ, ଯାହାକି ବହୁତ କମ ଜ୍ୟୋତିଷ କରିପାରନ୍ତି। ମୁଁ ସବୁବେଳେ ବ୍ୟକ୍ତିର ନିଜର ଶକ୍ତି ସହ ଗ୍ରହ ମାନଙ୍କ ଶକ୍ତିର ଗଣନା କରେ ଓ ଏହା ସମ୍ପୁର୍ଣ୍ଣଭାବେ ଗ୍ରହମାନଙ୍କ ଚଳନ ଉପରେ ନିର୍ଭର କରେ। ମୁଁ ତେଣୁ ଏହାକୁ ଦୈବୀବିଜ୍ଞାନ ବୋଲି କହେ।"

ଏ ବୃତ୍ତିରେ ସେ ସମ୍ମୁଖୀନ ହେଉଥିବା ମୁଖ୍ୟ ଅସୁବିଧା ବିଷୟରେ ସେ କହନ୍ତି ଯେ - ଯେହେତୁ ଏହା ଏକ ବ୍ୟକ୍ତିକେନ୍ଦ୍ରିକ ସେବା ଏଥିରେ ଖୁବ୍ କମ ଲୋକମାନଙ୍କୁ ସେ ସେବା ଯୋଗାଉଛନ୍ତି। “ମୁଁ ଦେଶର ଏକମାତ୍ର ବାସ୍ତୁ ଓ ଜ୍ୟୋତି-ସ୍ତପତି ଅଟେ ଫଳରେ ବହୁତ ଲୋକ ମୋ ପାଖକୁ ପରାମର୍ଶ ନେବାକୁ ଆସନ୍ତି। କିନ୍ତୁ ମୁଁ ସମୟର ଅଭାବ ହେତୁ ସମସ୍ତଙ୍କୁ ପରାମର୍ଶ ଦେଇପାରୁନାହିଁ। କାରଣ ଏହା ଏକ ବ୍ୟକ୍ତିଗତ ସେବା ଓ ଗଣନା କରିବା ଏକ ସମୟସାପେକ୍ଷ କାର୍ଯ୍ୟଅଟେ। ଗୋଟେ ଦିନ ୨୪ ଘଣ୍ଟା ଓ ଏହାମଧ୍ୟରେ ହିଁ ଆପଣଙ୍କୁ ନିଜର କାମ କରିବାକୁ ପଡିଥାଏ।

ନିଜର ସଫଳତାର କାହାଣୀର ଏକ ଉଦାହରଣ ଦେଇ ସେ କହନ୍ତି ଆଜିକୁ ୧୫ ବର୍ଷତଳେ ପ୍ରସିଦ୍ଧ କୋରିଓଗ୍ରାଫର ଶ୍ୟାମକ ଦାବର୍ ତାଙ୍କର ଜଣେ ବନ୍ଧୁଙ୍କୁ ମୋ ପାଖକୁ ଆଣିଥିଲେ ଓ ତାଙ୍କ ଅସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ। ଉକ୍ତ ମହିଳା ଜଣକ ଲିଉକେମିଆ ରୋଗରେ ପୀଡିତ ଥିଲେ ଓ ଡାକ୍ଟର ତାଙ୍କୁ ଆଉ 1ବର୍ଷ ବଞ୍ଚିବେ ବୋଲି କହିଥିଲେ। ଏଥିପାଇଁ ତାଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ମଧ୍ୟ ହେବାର ଥିଲା। ତାଙ୍କର ୨ଟି ଛୋଟ ଛୋଟ ପିଲାଥିଲେ ଓ ସେ ନିଜର ୨ଟି ପିଲାମାନଙ୍କ ସକାଶେ ବଞ୍ଚିବାକୁ ଚାହୁଁଥିଲେ। ମୁଁ ସେ ମହିଳାଙ୍କ ଘରକୁ ଗଲି ଓ ତାଙ୍କ ଘରର ବାସ୍ତୁ ଅନୁଧ୍ୟାନ କଲି। ମୁଁ ଦେଖିଲି ଯେ ଘରର ସ୍ଵାସ୍ଥ୍ୟକୋଣରେ ଅସୁବିଧା ଅଛି। ମୁଁ ତୁରନ୍ତ ତାର ସମାଧାନ କଲି ଓ ମାତ୍ର ୧୫ ଦିନ ପରେ ଖବର ପାଇଲିଯେ ସେ ଜଣେ ଉପଯୁକ୍ତ ବ୍ୟକ୍ତି ପାଇଛନ୍ତି ଯାହାର ଅସ୍ଥିମଜ୍ଜା ଉକ୍ତ ମହିଳାଙ୍କ ସହ ମିଶୁଛି। ପୁଣି କିଛିଦିନ ପରେ ତାଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ ହେଲା। ବର୍ତ୍ତମାନ ସେ ସମ୍ପୁର୍ଣ ସୁସ୍ଥ ଓ ଆହୁରି ୧୫ବର୍ଷ ସ୍ଵଛନ୍ଦରେ ବଂଚିପାରିବେ ବୋଲି ଡକ୍ଟର କହିଛନ୍ତି।“

ଏହା କେବଳ ବାସ୍ତୁ ସହ ଜ୍ୟୋତିଷ ବିଦ୍ୟାର ସମାଗମ ଯୋଗୁ ସମ୍ଭବ ହେଲା।

ଶେଷରେ ସେ ଉପଦେଶ ଦେଇ କହନ୍ତି ଯେ ଘର କରିବା ବା କିଣିବା ପୂର୍ବରୁ ଯଦି କେହି ତାଙ୍କୁ ଘରର ନକ୍ସା ଓ ମାନଚିତ୍ର ଦେଖାଏ ତେବେ ଏହା ବେଶୀ ଫଳପ୍ରଦ ହେଇଥାଏ ବୋଲି ସେ କହନ୍ତି। “ଘରର ମାଲିକାନା ଯାହା ନାମରେ ଥିବ ତାହା ଉପରେ ମଧ୍ୟ ବହୁତ କିଛି ନିର୍ଭର କରେ। ମୁଁ କେବେ ବି ଗୃହର ଆକାର ବା ସ୍ଥାନରେ କୌଣସି ନବୀକରଣ କରିବାକୁ କୁହେ ନାହିଁ ଯାହାଦ୍ଵାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିନଥାଏ।"

Neeta Sinha can be contacted at www.neetasinha.in