ଚାଷୀଭାଇଙ୍କୁ ସ୍ବାବଲମ୍ବୀ କରାଉଛି ଉତ୍କଳ ଆଲୁମିନା

ଚାଷୀଭାଇଙ୍କୁ ସ୍ବାବଲମ୍ବୀ କରାଉଛି ଉତ୍କଳ ଆଲୁମିନା

Tuesday February 28, 2017,

2 min Read

ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ରାୟଗଡ଼ାର କାଶିପୁର ବ୍ଲକ୍ ରେ କୃଷିର ବିକାଶ ପାଇଁ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛି।, ଯଦିଓ ଗ୍ରାମୀଣ ଭାରତର ୬୫% ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ କିନ୍ତୁ ଏହି କ୍ଷେତ୍ରର ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଅବଦାନ ହେଉଛି ମାତ୍ର ୧୬ ପ୍ରତିଶତ। ଅଣ କୃଷି କ୍ଷେତ୍ରର ଅଧିକ ଅଭିବୃଦ୍ଧି ଯୋଗୁଁ କୃଷି କ୍ଷେତ୍ରରେ ଲାଭ ପରିମାଣ ପ୍ରଭାବିତ ହୋଇଛି ଯେଉଁଥି ପାଇଁ ଗ୍ରାମାଚଂଳର ଲୋକମାନେ ସହରାଚଂଳ ଆଡକୁ ମୁହାଁଉଛନ୍ତିି।

image


ଏହି ଆଦିବାସୀ ବହୁଳ ବ୍ଲକ୍ରେ ଯଦିଓ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ କିନ୍ତୁ ଖରାପ ଜଳସେଚନ ସୁବିଧା, ଗୋଦାମ, ପ୍ରୋସେସିଂ, ମାର୍କେଟିଂ ସୁବିଧାର ଅଭାବ ଯୋଗୁଁ କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।

ନିଜ ଉପାୟରେ ଊକ୍ରଳ ଆଲୁମିନା ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରୁଛି। ସେମାନେ ୨୧ଟି ଆଖପାଖ ଗାଁର ୩୫୮ ସଦସ୍ୟଙ୍କୁ ନେଇ ୨୧ଟି ଚାଷୀ କ୍ଲବ୍ ଗଠନ କରିଛି। ଏହି କ୍ଲବ୍ଗୁଡ଼ିକ ମାର୍କେଟିଂ ସଂଗ୍ରହ କରିି ବିଭିନ୍ନ ସରକାରୀ ସ୍କିମ୍ର ସେବା ଓ ସୁବିଧା ପ୍ରଦାନ କରିବା ସହ ସୂଚନା ଓ ଚିନ୍ତାଧାରାର ଆଦାନପ୍ରଦାନ ଜରିଆରେ ଜ୍ଞାନ ବୃଦ୍ଧି କରୁଛି। ଏହା ସହିତ ଉକ୍ରଳ ଆଲୁମିନା ଟିକିରି ଏଗ୍ରୋ କ୍ରାଫ୍ଟ ପ୍ରଡୁ୍ୟସର୍ସ କଂପାନି ନାମକ ଏକ ଉତ୍ପାନ କଂପାନି ଖୋଲିଛି ଯାହା ଅର୍ଥନୀତିର ସୁଯୋଗ ସୃଷ୍ଟି କରିଛି।

“ବାଣିଜ୍ୟିକ ପନିପରିବା ଉତ୍ପାଦନ ଯୋଗୁଁ ଚାଷୀଙ୍କ ଆନୁଷଂଗିକ ଆୟ ବୃଦ୍ଧି ପାଇଛି ଯେଉଁଥି ପାଇଁ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ହୋଇଛି ବୋଲି ଉକ୍ରଳ ଆଲୁମିନାର ପଦକ୍ଷେପକୁ ପ୍ରଶଂସା କରି ବିଲାମଲ ଗାଁର ଶସ୍ତୁ ମାଝି କହିଛନ୍ତି।

ଉକ୍ରଳ ଆଲୁମିନାର ସଭାପତି ଓ ୟୁନିଟ୍ ମୁଖ୍ୟ ଏନ୍ ନାଗେଶ କହିଛନ୍ତି ଯେ, “ଚାଷୀମାନଙ୍କୁ ଫସଲର ଉତ୍ପାଦକତା ବୃଦ୍ଧି ପାଇଛି ତାଲିମ ଓ ଫସଲକୁ ସୁରକ୍ଷା ପ୍ରଦାନ ସଂପର୍କିତ ତାଲିମ ପ୍ରଦାନ କରାଯାଉଛି। ପନିପରିବା ମେଳା ଜରିଆରେ ସହାୟତା ପ୍ରଦାନ କରାଯାଉଛି ଯେଉଁଠାରେ ଫସଲକୁ ମାର୍କେଟିଂ କରିବାର ବିପୁଳ ସୁଯୋଗ ରହିଛି, ତେଣୁ ଚାଷୀମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ସେ କହିଛନ୍ତି।

ରଘୁନାଥ ପ୍ରତିହାରୀ, ଭିପି (ଏଚ୍ଆର୍, ଆଡମିନ୍ ଓ ସିଏସ୍ଆର୍), ୟୁଏଆଇଏଲ୍ କହିଛନ୍ତି ଯେ, ଅଣ୍ଡିରାକାଂଚ, ନୂଆଗାଁ ଓ କୋଡିପରି ଗାଁର ଚାଷୀମାନେ ଚେକ୍ ଡ୍ୟାମ୍ର ନବୀକରଣ ଯୋଗୁଁ ଲାଭବାନ ହୋଇଛନ୍ତି। କୋଚେଇପଦର, କୋଡିପରି, ଦ୍ୱିମୁଣ୍ଡି, ହାଡିଗୁଡା, କାଂଚମୁଗା, ଚନ୍ଦ୍ରଗିରି, ଅଣ୍ଡିରାକାଂଚ ଓ ପେରିଙ୍ଗିନି ଗାଁରେ ଜଳସେଚନ ଚ୍ୟାନେଲ୍୍ଗୁଡ଼ିକୁ ନବୀକରଣ/ମରାମତି କରାଯାଇଛି ଯଦ୍ୱାରା ଚାଷ ଜମିରେ ସହଜରେ ପାଣି ପହଂଚି ପାରୁଛି ବୋଲି ସେ କହିଛନ୍ତି।

ଏହି ଢ଼ାଂଚା ଜରିଆରେ ଚାଷୀମାନେ ବୋହି ଯାଉଥିବା ପାଣିକୁ ପାହାଡ ଉପରେ ଜମା ରଖିବା ସହ ପାହାଡ ତଳେ ଥିବା ଚାଷ ଜମିରେ ସେମାନେ ସେହି ପାଣିକୁ ବ୍ୟବହାର କରୁଛନ୍ତି। ମକରପଦର, ବିଲାମାଲ ଓ ସାନମାଟିକାନରେ ସରକାରଙ୍କ ସହଯୋଗରେ ଗଭୀର ଜଳସେଚନ ସୁବିଧାର ବ୍ୟବସ୍ଥା କରାଯାଇଛି।

ପୁନଶ୍ଚ, ସାନମାଟିକଣା ଗାଁରେ ୨୧ଟି ଗଭୀର ନଳକୂଳ ଖନନ କରାଯାଇଛି ଓ ମକପଦର ଓ କାମପର ଗାଁରେ ବିଜୁ କୃଷକ ବିକାଶ ଯୋଜନାରେ ୮ଟି ଲଘୁ ନଦୀ ଉଠା ଜଳସେଚନ ବ୍ୟବସ୍ଥା ପ୍ରଦାନ କରାଯାଉଛି।

ପ୍ରକଳ୍ପ ସମୃଦ୍ଧି ଅଧୀନରେ ଏହି ଅଂଚଳରେ ପାରମ୍ପରିକ ଚାଷରୁ ବାହାରି ଲାଭଜନକ ବାଣିଜି୍ୟକ ଚାଷ ଆରମ୍ଭ କରାଯାଇଛି। ଏହା ୧୪ଟି ଗାଁର ୨୨୨ ଚାଷୀଙ୍କୁ ୮୦ ଏକରରୁ ଅଧିକ ଜମିରେ ରବି ଋତୁରେ ପନିପରିବା ଚାଷ ପାଇଁ ପ୍ରୋତ୍ସାହିତ କରିଛି।

“ଚାଷୀମାନଙ୍କୁ ଉଚ ଉତ୍ପାଦକତା ବିଶିଷ୍ଟ ବୀହନ ପ୍ରଦାନ କରାଯାଉଛି ଓ ୨୫୦ରୁ ଅଧିକ ଚାଷୀଙ୍କୁ ଚଳିତ ବର୍ଷ ୩,୩୭୩ ଆମ୍ବ ଗଛ ଚାରା ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରତିହାରି କହିଛନ୍ତି।

ଓଡ଼ିଶାର ଦୁର୍ଗମ ଅଂଚଳରେ ଥିବା ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ରେ ଚାଷରେ ଉନ୍ନତି ଓ ଲୋକମାନଙ୍କୁ ନିରନ୍ତର ଜୀବନଜୀବିକା ପ୍ରଦାନ କରି ସେମାନଙ୍କ ଜୀବନରେ ପରିବର୍ତନ ଆଣିବା ଦିଗରେ ଉକ୍ରଳ ଆଲୁମିନା କାମ କରୁଛି।