ବ୍ୟାଙ୍କରରୁ ଟିଫିନବାଲା ପାଲଟିଥିବା ୨୪ ବର୍ଷୀୟ ଅକ୍ଷୟ ଭାଟିଆଙ୍କ କାହାଣୀ

ବ୍ୟାଙ୍କରରୁ ଟିଫିନବାଲା ପାଲଟିଥିବା ୨୪ ବର୍ଷୀୟ ଅକ୍ଷୟ ଭାଟିଆଙ୍କ  କାହାଣୀ

Thursday December 10, 2015,

4 min Read

୨୪ ବର୍ଷୀୟ ଅକ୍ଷୟ ଭାଟିଆ ଲଣ୍ଡନର ମର୍ଗାନ ଆଣ୍ଡ ଷ୍ଟାନଲିରେ ଜଣେ ବ୍ୟାଙ୍କର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଥଣ୍ଡା ଓ ପ୍ୟାକେଟ ଖାଦ୍ୟ ଖାଇଖାଇ ବିରକ୍ତ ହୋଇଯାଇଥିଲେ । ସେ ଅନେକ ସମୟରେ ଜଳି ଯାଇଥିବା ଟୋଷ୍ଟ ଖାଇ ରହିବାକୁ ବାଧ୍ୟ ହେଉଥିଲେ ବୋଲି ସେ ତାଙ୍କ ମୁମ୍ବାଇର ପୋବାଇ ସ୍ଥିତ ତାଙ୍କ ଘରୁ yourstoryକୁ କହିଛନ୍ତି । ଏକ ଇନଭେସ୍ଟମେଣ୍ଟ ବ୍ୟାଙ୍କରେ ଦୀର୍ଘ ସମୟ ଧରି ଜଟିଳ କାମ କରିବାପରେ ଖାଦ୍ୟର ଯାହା ବି ଟିକେ ସ୍ୱାଦ ରହିବା କଥା ତାହା ମଧ୍ୟ ସେ ଭୁଲି ଯାଉଥିଲେ । ଦୈନିକ ରାସ୍ତାକଡର ସ୍ୟାଣ୍ଡଉଇଚ ଓ ସ୍ୱାଦହୀନ ଖାଦ୍ୟ ଖାଇ ସେ ବିରକ୍ତ ହୋଇ ଉଠିଥିଲେ । ସମୟେ ସମୟେ ସେ ଏଭଳି ସ୍ୱାଦହୀନ ଥଣ୍ଡା ସ୍ୟାଣ୍ଡଉଇଚ ଯାହାକି ତାଙ୍କର ଆଦୌ ପସନ୍ଦ ନୁହେଁ, ଏଥିପାଇଁ କାହିଁକି ୫ ପାଉଣ୍ଡ ଦେଉଛନ୍ତି ବୋଲି ଭାବନ୍ତି । ଦୈନିକ ଏକ ମନ ପସନ୍ଦର ଖାଦ୍ୟ ପାଇବା ପାଇଁ ସେ କିପରି ଅସୁବିଧା ଦେଇ ଗତି କରୁଥିଲେ ମନେ ପକାଇ କୁହନ୍ତି ।

image


ଘରୁ ବାହାରେ ରହୁଥିବା ସମସ୍ତ ଭାରତୀୟଙ୍କ ପରି ଅକ୍ଷୟ ମଧ୍ୟ ନିଜର ସହକର୍ମୀମାନଙ୍କ ଲଂଚ ବକ୍ସକୁ ଆଖେଇବାରେ ଲାଗିଲେ ।

ସେଠାରେ ଅନେକ ପାରିବାରିକ ସହକର୍ମୀ ଥିଲେ ,ଯେଉଁମାନେ ଘରୁ ଖାଦ୍ୟ ଡବା ନେଇ ଆସୁଥିଲେ । ମୁଁ ସେମାନଙ୍କଠୁ ଥରେ ଥରେ କିଛି ଖାଦ୍ୟ ଆଣିବାକୁ ପସନ୍ଦ କରୁଥିଲି କିନ୍ତୁ ଦ୍ୱିତୀୟ ଥରକୁ ଖରାପ ଲାଗୁଥିଲା । ଏହାର ସମାଧାନର ସୂତ୍ର ବାହାର କରିବାକୁ ଯାଇ ମୁଁ ଭୋକିଲା ନ ଲାଗିବାର ଦେଖାଯିବାର ଭଙ୍ଗୀକରି ଦ୍ୱିତୀୟ ଥର ବି ଆଣିବାର ପ୍ରୟାସ କଲି ।

ଏଭଳି ଭାବନା ତାଙ୍କୁ ଏପରି ଭାବରେ ବିଚଳିତ କଲା ଯେ ଶେଷରେ ସେ ଏସବୁକୁ ଲେଖି ରଖିବାକୁ ବସିଲେ । ମୁଁ ପ୍ରଥମେ ଲେଖିଲି ମେୁଁ କଣ ଚାହୁଁଥିଲି । ସତେଜ ଘରରନ୍ଧା ଖାଦ୍ୟ ହିଁ ମୋର ଇଛାଥିଲା । ଏହା ପରେ ମୁଁ ଏହାର ସମାଧାନ ଲେଖିଲି । ମୋ ପାଇଁ ଜଣେ ରାନ୍ଧିବାକୁ ଦରକାର କିନ୍ତୁ ତାହା କରିବା ଅପେକ୍ଷା କହିବାକୁ ସହଜ ଥିଲା ।

image


ସେ ନିଜର ସହକର୍ମୀମାନଙ୍କ ସହିତ ଖାଦ୍ୟ ବାଣ୍ଟି ଖାଇବାର ଏକ କ୍ଷେତ୍ର ପ୍ରସ୍ତୁତ କଲେ କିନ୍ତୁ ଏହା ଲଣ୍ଡନ ଭଳି ସ୍ଥାନରେ ହେବନାହିଁ ବୋଲି ସେ ଅନୁଭବ କଲେ । ସେଠାରେ ଲୋକମାନେ ଆତ୍ମନିର୍ଭରଶୀଳ । ଲଂଚରୁ ଖାଦ୍ୟ ବଳିଲେ ସେମାନେ ତାହା ଡିନର ପାଇଁ ରଖି ଦିଅନ୍ତି । ବାଣ୍ଟି କରି ଖାଇବାର ଅଭ୍ୟାସ ଓ ଗୁଣ କେବଳ ଏସିଆନ ସମ୍ପ୍ରଦାୟରେ ଦେଖାଯାଏ । ମୋର ଭାରତୀୟ ସହକର୍ମୀମାନେ ମୋତେ କେତେବେଳେ କିଛି ସ୍ପେସିଆଲ ଖାଇବାକୁ ଇଛାହେଲେ ସେମାନଙ୍କୁ କହିବାକୁ କହିଲେ । କିନ୍ତୁ ଏହା ମୋତେ ସେମାନଙ୍କ ଉପରେ ବୋଝ ହେବ ବୋଲି ଲାଗିଲା । ବିଶେଷତ ସେମାନେ ବଦଳରେ ଯଦି ଟଙ୍କା ନନେବେ । ତାଙ୍କର ସେ ସମୟର ବିଚଳିତ ଭାବନାକୁ ଅକ୍ଷୟ ମନେପକାଇ ଏପରି କୁହନ୍ତି ।

ସହରର ବୃଦ୍ଧି ହେବା ସହିତ ପରିବାରଗୁଡିକ ଛୋଟ ହୋଇଯାଉଛି । କିନ୍ତୁ ଆମେ ଯୋତବେଳେ ଆମ ଝରକା ଦେଇ ପଡୋଶୀ ଘରଗୁଡିକରୁ ଭାସି ଆସୁଥିବା ସ୍ୱାଦିଷ୍ଟ ଖାଦ୍ୟର ବାସ୍ନା ଆମକୁ ସର୍ବଦା ଏହାର ସ୍ୱାଦ ଚାଖିବାକୁ ମନକୁ କହିଥାଏ । ଚଳିତ ବର୍ଷ ଜାନୁଆରୀ ମାସରେ ଅକ୍ଷୟ ଯେତେବେଳେ ଏକ ଛୁଟିରେ ଘରକୁ ଆସିଲେ ସେ ତାଙ୍କର ମନ ଭିତରେ ପଡୋଶୀମାନଙ୍କ ସହିତ ଖାଦ୍ୟ ବିନିମୟର ଭାବନାକୁ ଏକ ବାସ୍ତବିକ ରୂପ ଦେବାକୁ ଚେଷ୍ଟାକଲେ । ସେ ମୁମ୍ବାଇର ପୋୱାଇ ସ୍ଥିତ କଲୋନୀରେ ଏ ନେଇ ଏକଛୋଟ ଅନୁସନ୍ଧାନ କଲେ । ସେମାନେ କଣ ଖାଇବାକୁ ଭଲପାଆନ୍ତି ଓ ସେମାନେ ନିଜ ପଡୋଶୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତ କି? ଏହାର ଉତ୍ତର ନିଶ୍ଚିତଭାବେ ହଁ ଆସିଲା ଓ ସମସ୍ତେ ଏଥିପ୍ରତି ଆଗ୍ରହୀ ଥିଲେ ।

ଏହାପରେ ଲଣ୍ଡନରେ ତାଙ୍କ ମୁଣ୍ଡରେ ଖେଳିଥିବା ଭାବନାଟି ଏଠାରେ ଏକ ରୂପ ପାଇବାକୁ ଆରମ୍ଭ କଲା । ସେ ଭାବିଲେ ଏହା ହେଉଛି ଏକମାତ୍ର ସୁଯୋଗ ଯେଉଁଥିରେ ସେ ନିଜେ କିଛି କରିପାରିବେ ଓ କିଛି ବର୍ଷ ମଧ୍ୟରେ କର୍ପୋରେଟ ଚକ୍ରରେ ନିଜକୁ ସାମିଲ କରିପାରିବେ ।

ଅକ୍ଷୟ ୨୦୧୧ରେ ଏକାଉଣ୍ଟିକ ଏଣ୍ଡ ଫିନାନ୍ସରେ ନିଜର ଅଣ୍ଡର ଗ୍ରାଜୁଏସନ ଶିକ୍ଷା ପାଇଁ ୟୁକେର ୟୁନିଭରସିଟି ଅଫ୍ ୱାରୱିକ୍ ଯାଇଥିଲେ । ସେଠାରୁ ସେ Morgan Stanleyରେ ନିଯୁକ୍ତି ପାଇ ଇକ୍ୱିଟି ରିଷ୍କ ବିଭାଗରେ ଦେଢ଼ ବର୍ଷ କାମକଲେ ଏବଂ ପରେ ଆସେଟ ମ୍ୟାନେଭମେଣ୍ଟରେ ଦେଢ଼ବର୍ଷ କାମକଲେ । ତାଙ୍କର ତିନିବର୍ଷର କାର୍ଯ୍ୟକାଳରେ ସେ ଅନେକ ସମୟରେ ସେ ବାସ୍ତବରେ ତାଙ୍କ କାର୍ଯ୍ୟକୁ କିଛି ମୂଲ୍ୟ ଦେଇଥିଲେ କି ବୋଲି ମନାର ପ୍ରଶ୍ନ ଉଠୁଥିଲା । ସେ ଭାବିଲେ ସେ ସେମିତି କିଛି ଅଧିକ କରୁନାହାଁନ୍ତି । ସେ ଯଦି ଛାଡିଦିଅନ୍ତି ତେବେ କେହି ବି ତାଙ୍କୁ ହରାଇବାର ଦୁଖ ଅନୁଭବ କରିବେ ନାହିଁ । ବୋଧ ହୁଏ ସେ ନିଜେ କିଛି ଆରମ୍ଭ କରିବାକୁ ମନରେ ସ୍ଥିର କରିସାରିଥିଲେ, ଯାହାଦ୍ୱାରା ସେ କିଛି ବଡ ପରିବର୍ତ୍ତନ କରିପାରିବେ ।

ବୋଧହୁଏ ସେଥିପାଇଁ ସେ ଯେତେବେଳେ ଫୁଡ ସେୟାରିଂ ପ୍ଲାଟଫର୍ମ କଥା ଭାବିଲେ ତାଙ୍କୁ ସେଭଳି କିଛି ଆଶ୍ଚର୍ଯ୍ୟ ଅନୁଭବ ହେଲାନାହିଁ । ସେ କୁହନ୍ତି, ଆମେ ପ୍ରଥମେ Mutterfly App ପ୍ରସ୍ତୁତ କଲୁ ଓ ମୋ ଆପାର୍ଟମେଣ୍ଟରେ ପ୍ରଥମେ ପରୀକ୍ଷା କଲୁ । ଲୋକମାନଙ୍କୁ ପ୍ରଥମେ ସେମାନେ କଣ ବାଣ୍ଟିବାକୁ ଭଲପାଇବେ କହିବାର ଥିଲା । ସେମାନଙ୍କ ସହିତ ପରାମର୍ଶ କରି ଏକ ରବିବାରରେ ଆମେ ପ୍ରଥମେ ସେମାନଙ୍କର ପଡୋଶୀମାନେ କଣ ରାନ୍ଧିଛନ୍ତି ସ୍ୱାଦ ପରକ୍ଷିବାକୁ ଏକ ବ୍ରେକଫାଷ୍ଟରେ ଏକତ୍ରିତ କଲୁ । ଏଥିରୁ ଏକ ବଡ ସଫଳତା ମିଳିଲା । ୧୨୦ ଫ୍ଲାଟରୁ ୪୦ରୁ୬୦ ବର୍ଷ ବୟସ୍କ ୭୦ ଲୋକ ଏଥିରେ ଅଂଶଗ୍ରହଣ କଲେ ।

ଏହାପରେ ଅକ୍ଷୟ ଆଉ କାମକୁ ଫେରିଲେ ନାହିଁ । ସେ ଏଠାରେ ରହିବା ପାଇଁ ନିଜର ପିତାମାତାଙ୍କୁ ବୁଝାଇ ନିଜର ଭାବନାକୁ ଏକ ବାସ୍ତବ ବ୍ୟବସାୟରେ ପରିଣତ କରିବାକୁ ଲାଗିଲେ କିନ୍ତୁ ଏଥିପାଇଁ ତାଙ୍କୁ ପ୍ରଥମେ ନିଜର ଜେଜେମାଙ୍କୁ ସମ୍ଭାଳିବାକୁ ଥିଲା । ମୁଁ ଏକ ମିଳିତ ପରିବାରରେ ବାସକରେ ଏବଂ ମୁଁ ଆଉ ଲଣ୍ଡନ ନଯାଇ ଏହା କରିବି ବୋଲି ମୋ ଜେଜେମାକୁ ବୁଝାଥବା ବହୁତ କଷ୍ଟକର ଥିଲା । ସେ ଭାବିଲା ମୁଁ ମୋର ବୁଦ୍ଧି ହରାଇ ବସିଛି । ଏକ ଆନ୍ତର୍ଜ୍ଜତୀୟ ବ୍ୟାଙ୍କର ଚାକିରୀ ଛାଡି ଏକ ଟିଫିନ ବାଲା ହୋଇ ଫୋନରେ ଖାଦ୍ୟ ଅର୍ଡର ନେବା କାର୍ଯ୍ୟ କରିବି ବୋଲି ଅକ୍ଷୟ କହି ହସିଉଠନ୍ତି । କାରଣ ତାଙ୍କ ଜେଜେମା ଜାଣିନଥିଲା ଯେ ଫୁଡ ସର୍ଭିସ ସେକ୍ଟର ପ୍ରତିବର୍ଷ ୧୬-୨୦ ପ୍ରତିଶତ ହାରରେ ବୃଦ୍ଧିପାଇ ୫୦ ବିଲିଅନ ମାର୍କେଟରେ ପହଂଚିବାକୁ ଯାଉଛି । ପ୍ରତିଦିନ ନୂଆନୂଆ ଷ୍ଟାର୍ଟଅପମାନେ ଜନ୍ମ ନେଉଛନ୍ତି ଓ ଟେକନୋଲୋଜି ଏହାକୁ ସହଜରୁ ସହଜତମ କରୁଛି ।

ଅକ୍ଷୟ ଓ ତାଙ୍କର ଚାରିଜଣିଆ ଦଳ ଏହାକୁ ଏକ ବାସ୍ତବ ସ୍ୱପ୍ନ ଦେଇ ଚଳିତ ବର୍ଷ ଜୁଲାଇ ମାସରୁ ବ୍ୟବସାୟ ଆରମ୍ଭ କରିଛନ୍ତି । ଏଥି ସହିତ ସେମାନେ ଆହୁରି ନୂଆନୂଆ ଚିନ୍ତାରେ ଭିନ୍ନ ଭିନ୍ନ ସେବାମାନ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ।

Website | Download the app here

ମୂଳ ଲେଖା - ଦୀପ୍ତି ନାୟାର

ଭାଷାନ୍ତର - ସୌରଭ ପରିଡ଼ା