ଲଘୁ ଉଦ୍ୟୋଗ ଭାରତୀ ବିକିବ ସିଲିଣ୍ଡରରେ ଗୋବର୍ ଗ୍ୟାସ୍

ଲଘୁ ଉଦ୍ୟୋଗ ଭାରତୀ ବିକିବ ସିଲିଣ୍ଡରରେ ଗୋବର୍ ଗ୍ୟାସ୍

Wednesday December 16, 2015,

2 min Read

ଲୋକମାନେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର୍ ଜରିଆରେ ପାଉଛନ୍ତି । ତାହାକୁ ଜାଳେଣି ଭାବେ ବ୍ୟବହାର କରି ରୋଷେଇ କରୁଛନ୍ତି । ଏହି ମଡେଲକୁ ଖୁବ ଶୀଘ୍ର ଗୋବର ଗ୍ୟାସ୍ ବିତରଣ ଦିଗରେ ବ୍ୟବହାର କରାଯିବ । ଏଥିପାଇଁ ଆଗେଇ ଆସିଛି ଲଘୁ ଉଦ୍ୟୋଗ ଭାରତୀ । ଏହି ସଂସ୍ଥା ସିଲିଣ୍ଡର୍ ଜରିଆରେ ଗୋବର ଗ୍ୟାସ୍ ବିକ୍ରି କରିବାକୁ ଚାହୁଁଛି । ଏଥିପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛି ।

image


ଗ୍ରାମାଚଂଳରେ ଏଣିକି ସୌର ଶକ୍ତି ପ୍ରକଲ୍ପ ଆରମ୍ଭ ହେବ । ଜଣେ ବ୍ୟକ୍ତି ନିଜ ଘରେ ସୌର ଶକ୍ତିର ସଂରକ୍ଷଣ କରି ଏହାର ବ୍ୟବହାର କରିପାରିବ । ଏଥି ପାଇଁ ଆଖ ପାଖ ୧୫ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ କରି ଏହି ପ୍ରକଳ୍ପ ଆରମ୍ଭ କଲେ ସରକାରଙ୍କ ସବସିଡିର ସୁଯୋଗ ନେଇ ଲାଭବାନ ହୋ ପାରିବ । ଏପରି ଶିଳ୍ପ ଲୋକଙ୍କ ଆର୍ଥିକ ସମୃଦ୍ଧି ତଥା ଆତ୍ମନିର୍ଭରଶୀଳ ପାଇଁ ନୂଆ ଯୋଜନା ଖୁବଶୀଘ୍ର ଶୁଭାରମ୍ଭ କରିବ ଲଘୁ ଉଦ୍ୟୋଗ ଭାରତୀ । ଏହି ଯୋଜନାରେ ବେକାର ଯୁବକ ଯୁବତୀ ଅଳ୍ପ ବ୍ୟୟ ଓ ସ୍ୱଳ୍ପ ସମୟରେ ଏହି ଶିଳ୍ପ ତିଆରି କରି ଲାଭବାନ ହେବେ । ଏହି ସୌର ଶକ୍ତି ପ୍ରକଳ୍ପ ଦ୍ୱାରା ଶିଳ୍ପ ଉଦ୍ୟୋଗୀ ମାନେ ଲାଭବାନ ହେବା ସହ ଏବେ ସୌର ଶକ୍ତିର ଅଧିକ ସଂରକ୍ଷଣ ହୋଇପାରିବ ବୋଲି ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ କୁହାଯାଇଛି ।

image


ସେହିପରି ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ଏବେ ଗୋବର ଗ୍ୟାସ ପ୍ଳାଣ୍ଟ ଗୁଡ଼ିକ ବାଣିଜ୍ୟିକ ସୂତ୍ରରେ କରାଯିବ । ଜାଳେଣି ଗ୍ୟାସ ପାଇଁ ସାଧାରଣ ଗ୍ୟାସ ଟାଙ୍କି ପରି ଏହି ଗୋବର ଗ୍ୟାସ ଟାଙ୍କି ଲୋକଙ୍କୁ ମିଳିପାରିବ । ଯାହା ଫଳରେ ସିଲିଣ୍ଡର୍ ମାଧ୍ୟମରେ ଲୋକେ ଏହି ଗ୍ୟାସକୁ ସଂରକ୍ଷଣ ରଖିବା ସହ ଏହାକୁ ତିଆରି କରି ଶିଳ୍ପ ସଂସ୍ଥା ମଧ୍ୟ ଲାଭବାନ ହେବେ । ସେହିପରି ଗ୍ରାମାଚଂଳରେ ଥିବା ଛୋଟ ଶିଳ୍ପମାନଙ୍କଠାରୁ ବଡ଼ ଶିଳ୍ପଗୁଡ଼ିକ ସାମଗ୍ରୀ କିଣି ଉଭୟ ଶିଳ୍ପ ଲାଭବାନ ହେବ । ବିଭିନ୍ନ ସଂସ୍ଥା ଓ କମ୍ପାନି ସହାୟତାରେ ଆମ ରାଜ୍ୟରେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଆସନ୍ତା ୧୬ ତାରିଖରେ କରାଯିବ । 

କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂକ୍ଷ୍ମ, ସ୍ୱଳ୍ପ ଓ ମଧ୍ୟମ ବିଭାଗର କେନ୍ଦ୍ର ମନ୍ତ୍ରୀ କଲରାଜ ମିଶ୍ର, ସୂକ୍ଷ୍ମ, ସ୍ୱଳ୍ପ ଓ ମଧ୍ୟମ ବିଭାଗର ରାଜ୍ୟ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ଜାତୀୟ ଲଘୁ ଉଦ୍ୟୋଗ ଭାରତୀର ସାଧାରଣ ସଂପାଦକ ଜିତେନ୍ଦ୍ର ଗୁପ୍ତା ଯୋଗଦେଇ ଏହାକୁ ଉଦ୍ଘାଟନ କରିବେ ବୋଲି ଲଘୁ ଉଦ୍ୟୋଗର ରାଜ୍ୟ ସଭାପତି ଲକ୍ଷ୍ମୀଧର ସାହୁ, ଉପ ସଭାପତି ପବନ କୁମାର ଝୁନଝୁନ ୱାଲା, ଭୁବନେଶ୍ୱର ଜୋନ୍ ସଭାପତି ତପନ କୁମାର ସ୍ୱାଇଁ କହିଛନ୍ତି ।