ଦୃଢ଼ଆତ୍ମବିଶ୍ୱାସ ଓ କଠିନ ଅଧ୍ୟବସାୟ ଦ୍ୱାରା ନିଜ ସ୍ୱପ୍ନର ରେଷ୍ଟୁରାଣ୍ଟ ‘The Flour Works’ ବାସ୍ତବ ରୂପ ଦେଇପାରିଛନ୍ତି ମିତା ମଖିଚା

ଦୃଢ଼ଆତ୍ମବିଶ୍ୱାସ ଓ କଠିନ ଅଧ୍ୟବସାୟ ଦ୍ୱାରା ନିଜ ସ୍ୱପ୍ନର ରେଷ୍ଟୁରାଣ୍ଟ ‘The Flour Works’  ବାସ୍ତବ ରୂପ ଦେଇପାରିଛନ୍ତି ମିତା ମଖିଚା

Saturday December 12, 2015,

3 min Read

ତୁମେ ତୁମ ସ୍ୱପ୍ନର ରେଷ୍ଟୁରାଣ୍ଟ କରିବାକୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଦସ୍ତଖତ କରିବାକୁ ବାହାରିଥିବା ବେଳେ ଯଦି ତୁମର ସହଯୋଗୀ ଅର୍ଥାଭାବ ଦର୍ଶାଇ ପଛକୁ ହଟିଯାଆନ୍ତି ତେବେ ତୁମେ କଣ କରିବ ? ହତାଶାରେ ଚିତ୍କାର କରିବ! କାନ୍ଦିବ ନହେଲେ ଅନ୍ୟ ଏକ ଦିନକୁ ଅପେକ୍ଷା କରିବ । ପୁନେର ୪୩ ବର୍ଷ ବୟସ୍କା ମିତା ମଖିଚା ନିଜ ସ୍ୱପ୍ନର ରେଷ୍ଟୁରାଣ୍ଟ ଆରମ୍ଭ ପୂର୍ବରୁ ଏହିପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ କିନ୍ତୁ ଏପରି କିଛି କରିନଥିଲେ । ସେ ନିଜେ ନିଜ ଶିଙ୍ଗରେ ମାଟି ତାଢ଼ିବାକୁ ସ୍ଥିରକଲେ । ସେ ନିଜକୁ ପୁନର୍ବାର ପ୍ରସ୍ତୁତ କରି ନିଜର ବୁଦ୍ଧିର ପ୍ରୟୋଗ କଲେ । ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଲେ, ବନ୍ଧୁ, ପରିଜନମାନଙ୍କ ନିକଟରୁ ଆର୍ଥିକ ସହାୟତା ଆଣି ନିଜର ସ୍ୱପ୍ନର ରେଷ୍ଟୁରାଣ୍ଟ The Flour Worksକୁ ବାସ୍ତବ ରୂପଦେଲେ ।

image


ପୁନେରେ ଜନ୍ମିତ ଓ ବଢ଼ିଥିବା ମିତାଙ୍କର ଖାଦ୍ୟରୁଚି ତାଙ୍କର ବିବାହ ପରେ ବଢ଼ିଥିଲା ତାଙ୍କ ସ୍ୱାମୀ ଯେତେବେଳେ ସାନଫ୍ରାନ୍ସିସ୍କୋରେ କାମରେ କରୁଥିଲେ । ସେହି ସମୟରେ ସେ ସାନଫ୍ରାନ୍ସିସ୍କୋର କାର୍ଲ୍ଲିଫର୍ନିଆ କଲିନାରୀ ଏକାଡେମୀରେ ୧୮ ମାସ ଅବଧୀର ଏକ ରୋଷେଇ ଶିକ୍ଷା ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ତାଙ୍କର ରୋଷେଇ ଦକ୍ଷତାକୁ ବଢ଼ାଇ ଦେଇଥିଲା ଓ ସେ ସହରରେ ସାଢ଼େ ଚାରି ବର୍ଷ ରୋଷେୟା କାର୍ଯ୍ୟ କରିଥିଲେ । Les Folie, Fifth Floor ପରି ନାମୀଦାମୀ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରିଥିବା ମିତା ପ୍ରଖ୍ୟାତ ଚକୋଲେଟ ନିର୍ମାତା Michael Recchiutiଙ୍କ ନିକଟରେ ଚକୋଲେଟ ପ୍ରସ୍ତୁତି କଳା ମଧ୍ୟ ଶିକ୍ଷାଲାଭ କରିଥିଲେ ।

ଭାରତକୁ ଫେରିବା ପରେ ମିତା ତାଙ୍କର ଅଭିଜ୍ଞତାକୁ ନେଇ ବିଭିନ୍ନ ପ୍ରତିଷ୍ଠିତ ରୋଷ୍ଟୁରାଣ୍ଟକୁ କନସଲଟେସନ ସେବା ଦେବାରେ ନିୟୋଜିତ ହେଲେ କିନ୍ତୁ ସେ ଦେଖିଲେ ସେମାନେ ପ୍ରଶିକ୍ଷଣ ସମୟରେ ସବୁକିଛି ବୁଝୁଥିଲେ ବି କାର୍ଯ୍ୟ ଶୈଳୀରେ କୌଣସି ପରିବର୍ତ୍ତନ ଆଣୁନାହାଁନ୍ତି । ୨୦୧୦ ମସିହା ପରେ ସେ କନସଲଟିଂ କାମ ବନ୍ଦ କରି ନିଜକୁ ରୋଷେଇ କରିବାରେ ଦୃଷ୍ଟି ଦେଲେ । ଏଥିପାଇଁ ସେ ଏକ ସୁନ୍ଦର ସ୍ଥାନର ସନ୍ଧାନରେ ଥିବା ବେଳେ ପ୍ରାୟ ଦେଢ଼ ବର୍ଷ ପରେ କଲ୍ୟାଣୀ ନଗରରେ ଏକ ଅତୀବ ସୁନ୍ଦର ସ୍ଥାନରେ ନିଜର ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଠିକ କଲେ । ମିତା ସମସ୍ତ ଟେକନିକାଲ ଦାୟୀତ୍ୱ ସମ୍ଭାଳିବେ ଓ ତାଙ୍କ ବାନ୍ଧବୀ ଆର୍ଥିକ ଦିଗ ସମ୍ଭାଳିବାକୁ ପୂର୍ବରୁ ସ୍ଥିରିକୃତ ହୋଇଥିଲା । କିନ୍ତୁ ଭାଗ୍ୟରେ କିଛି ଅନ୍ୟ କାହାଣୀ ଲେଖାଥିଲା । ମିତାଙ୍କ ବାନ୍ଧବୀ ଶେଷ କ୍ଷଣରେ ଏଥିରୁ ଓହରିଗଲେ ।

ମିତା ଏଥିରେ ଭାଙ୍ଗି ନପଡି ନିଜର ସ୍ୱପ୍ନକୁ ବାସ୍ତବତାର ରୂପ ଦେବାକୁ ଏକାକୀ ଯାତ୍ରା ଆରମ୍ଭ କଲେ ଓ ରେଷ୍ଟୁରାଣ୍ଟ ଆରମ୍ଭ କଲେ । ସେ ନିଜର ସମସ୍ତ ପୁଞ୍ଜି ଜାଗା ଓ ସରଞ୍ଜାମ ରେ ବ୍ୟୟ କରିଦେଇଥିବାରୁ ମାର୍କେଟିଂ ପାଇଁ ଆଦୌ ଅର୍ଥ ନଥିଲା । ଆରମ୍ଭରେ ଲୋକମାନେ ରେଷ୍ଟୁରାଣ୍ଟ ଖୋଜି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରଥମ ଦିନରୁ ମୌଖିକ ପରିଚୟରେ ଏହା ଗ୍ରାହକମାନଙ୍କୁ ବାଟ ଦେଖାଇଲା । ଧିରେ ଧିରେ ଲୋକମାନେ ଏଠାକୁ ଆସିବାକୁ ଲାଗିଲେ । ୬୦% ଗ୍ରାହକ ଥରେ ଆସିବାପରେ ବାରମ୍ବାର ଆସିବାକୁ ଲାଗିଲେ ଓ କିଛି ଲୋକ ଆସିବା ବନ୍ଦ କରିଦେଲେ କାରଣ ସେମାନଙ୍କୁ ଆମ ଖାଦ୍ୟର ସ୍ୱାଦ ପସନ୍ଦ ଆସିଲା ନାହିଁ । ୟୁରୋପିଆନ ଖାଦ୍ୟ ପ୍ରସ୍ତୁତିରେ ମସଲା ଭାବରେ ଲୁଣ ଓ ଗୋଲମରୀଚ ଅଧିକ ବ୍ୟବହାର ହୋଇଥାଏ । ଯାହା ପ୍ରାୟ କିଛି ଗ୍ରାହକଙ୍କୁ ପସନ୍ଦ ଆସିଲା ନାହିଁ । ତଥାପି ଆମେ ପ୍ରଥମରୁ କେବେ ବି ଆମର ଖାଦ୍ୟର ମାନ ଦଣ୍ଡରେ କିମ୍ବା ପ୍ରସ୍ତୁତିରେ ସାଲିସ କରିନାହୁଁ ।

ମିତାଙ୍କ ମତରେ ଏକ ବ୍ୟବସାୟରେ ତୁମେ ଯାହା ସେବା ଦେଉଛ ତାହା ଯେ ସମସ୍ତଙ୍କୁ ପସନ୍ଦ ଆସିବ ତାହା ଆଶା କରିବା ଠିକ ନୁହେଁ । କିମ୍ବା ସମସ୍ତଙ୍କୁ ନିଜର ସେବା ନେଇ ଶିକ୍ଷା ପ୍ରଦାନ କରିହେବନାହିଁ । ଅନେକ ଲୋକ ଏଠାକୁ ପାରମ୍ପରିକ ଭାରତୀୟ ରୋଷେଇ ପାଇବାକୁ ଆସୁଥିବା ବେଳେ ଏଠାରେ ଏହା ଉପଲବ୍ଧ ନଥିଲା । ତଥାପି ଆମେ ଆମର ଖାଦ୍ୟ ସେବାରେ ସର୍ବଦା ସଚେତନ ଓ ସଚ୍ଚୋଟ ଥିଲୁ ।

image


ପୋଷାଜୀବମାନଙ୍କୁ ଭଲ ପାଉଥିବା ମିତା ପୂର୍ବରୁ ପୁନେର ବିଭିନ୍ନ ପେଟ ଚାରିଟି ସହ ସମ୍ପୃକ୍ତଥିଲେ ଓ ବିଭିନ୍ନ ସ୍ଥାନରୁ ଉଚିଷ୍ଟ ସଂଗ୍ରହ କରି ପେଟ ଚାରିଟିମାନଙ୍କୁ ଦାନ କରୁଥିଲେ । ଏଥିପାଇଁ ସେ ଦ ଫ୍ଲୋର ୱର୍କ୍ସକୁ ଏକ ପେଟ ଫ୍ରେଣ୍ଡଲି ରେଷ୍ଟୁରାଣ୍ଟରେ ପରିଣତ କରିଦେଲେ । ଲୋକମାନେ ସେଠାକୁ ନିଜର ପେଟମାନଙ୍କୁ ନେଇ ଆସୁଛନ୍ତି ଓ ସେମାନଙ୍କୁ ଅତ୍ୟନ୍ତ ଆଦରର ସହିତ ବିଭିନ୍ନ ସେବା ପ୍ରଦାନ କରାଯାଉଛି ଓ ଯତ୍ନ ନିଆଯାଉଛି । ଏହାକୁ ଭାରତର ଅନ୍ୟାନ୍ୟ ରେଷ୍ଟୁରାଣ୍ଟଗୁଡିକ ପାଳନ କରିବା ଆବଶ୍ୟକ ବୋଲି ସେ ମତ ଦିଅନ୍ତି ।

ସୋସିଆଲ ମିଡିଆରେ ମିତାଙ୍କ The Flour Worksର ସଫଳତା ପରିସ୍ଫୁଟନ ଦେଖିବାକୁ ମିଳୁଥିବା ବେଳେ ସେ ଗତ ବର୍ଷରୁ ସେ ଜାଗା ପାଇଁ ଋଣ ଆଇଥିବା ଅର୍ଥ ପରିଶୋଧ କରୁଛନ୍ତି ଓ ନିକଟରେ ପୁନେର ୱାନୋରି ଠାରେ ଏହାର ଅନ୍ୟ ଏକ ଆଉଟ ଲେଟ ଖୋଲିଛନ୍ତି । ପୁନେ ସହରର ଚାରିଆଡେ ଛୋଟ ଛୋଟ ବେକେରୀ ଖୋଲିବାର ଲକ୍ଷ୍ୟ ରଖିଥିବା The Flour Works ସହରର ଅନ୍ୟ ଏକ କୋଣରେ ନୂଆ ରେଷ୍ଟୁରାଣ୍ଟ ଖୋଲିବାର ଯୋଜନା ରଖିଥିବାବେଳ ବର୍ତ୍ତମାନ ଏହାର ୬-୮ ଅଧିକ ବେକେରୀକୁ ସହଯୋଗ କରିବାର କ୍ଷମତା ରହିଛି ଓ ପାର୍ଟନରମାନଙ୍କ ସହ ମିଶି ଆମର ଏହି ଯୋଜନାକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ମିତା କହିଛନ୍ତି । 

ମୂଳ ଲେଖା - ଇନ୍ଦ୍ରଜିତ ଡ଼ି ଚୌଧୁରୀ

ଭାଷାନ୍ତର - ସୌରଭ ପରିଡ଼ା