ଷ୍ଟାର୍ଟ-ଅପ କିପରି ଗଢିବେ ? ମାଗଣାରେ ତାଲିମ ନିଅନ୍ତୁ

ଷ୍ଟାର୍ଟ-ଅପ କିପରି ଗଢିବେ ? ମାଗଣାରେ ତାଲିମ ନିଅନ୍ତୁ

Wednesday February 10, 2016,

3 min Read

image


ଆମ ଦେଶରେ ଏବେ ଷ୍ଟାର୍ଟଅପ ଆନ୍ଦୋଳନ ଆରମ୍ଭ ହୋଇଛି କହିଲେ ଭୁଲ ହେବ ନାହିଁ। ଆଜିର ଯୁବ ସମାଜ କେବଳ ଚାକିରି ପଛରେ ନଗୋଡାଇ ଅନ୍ୟକୁ ଚାକିରି ପ୍ରଦାନ କରୁଥିବା ଉଦ୍ୟୋଗଟିଏ ଗଢିବାକୁ ଆଗଭର ହେଉଛନ୍ତି। ସରକାର ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଉଦ୍ୟୋଗଶୀଳତାକୁ ପ୍ରେତ୍ସାହନ ଦେଉଛନ୍ତି। ଆଜି ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ର ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଷ୍ଟାର୍ଟଅପ ମାନ ଆରମ୍ଭ ହୋଇ ସଫଳ ହେଉଛନ୍ତି। କିନ୍ତୁ ଏହା ମଧ୍ୟ ଏକ ଅପ୍ରିୟ ସତ କଥା ଯେ ଖୋଲୁଥିବା ଅନେକ ଷ୍ଟାର୍ଟଅପ ମଧ୍ୟରୁ ଅଳ୍ପ କେତୋଟି ସଫଳ ହୋଇପାରୁଛନ୍ତି, କିନ୍ତୁ ଅନେକ ଷ୍ଟାର୍ଟଅପ ବିଫଳ ହେଉଛନ୍ତି। ବିଶେଷକରି ଇଣ୍ଟରନେଟ ଭିତ୍ତିକ ଅସଂଖ୍ୟ ଷ୍ଟାର୍ଟଅପ ଖୋଲୁଥିବାବେଳେ ଅଧିକାଂଶ ବିଫଳ ହେଉଛନ୍ତି। ଉଦ୍ୟୋଗୀମାନଙ୍କ ମଧ୍ୟରେ ଏ ସମ୍ପର୍କିତ ତାଲିମ ତଥା ଉପଯୁକ୍ତ ଜ୍ଞାନକୌଶଳର ଅଭାବ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ। କିନ୍ତୁ ଆଜିର ପରିବର୍ତିତ ଯୁଗରେ ଭାବି ଉଦ୍ୟୋଗୀମାନଙ୍କୁ ମାଗଣାରେ ତାଲିମ ଦେବାକୁ ଏକ ସଂସ୍ଥା ଆଗଭର ହୋଇଛି। 

ଦି ଇଣ୍ଡିଆନ୍ ସ୍କୁଲ ଅଫ୍ ଇ-ବିଜ୍ନେସ୍ (ଆଇଏସ୍ଇବି), ପ୍ରଥମ 360 ଡିଗ୍ରୀ ଇ-କମର୍ସ ତାଲିମ ଓ ଶିକ୍ଷା ପ୍ରଦାନକାରୀ ଏଡଭାଣ୍ଟେଜ୍ ନାମକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯାହାମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ଏ ସଂପକିର୍ତ ତାଲିମ ମାଗଣାରେ କିମ୍ବା ଅତି ଅଳ୍ପ ଅର୍ଥରେ ପ୍ରଦାନ କରାଯାଉଛି ଅର୍ଥାତ ଦୁଇ ପ୍ରକାରର ଅନଲାଇନ କୋର୍ସ ଅଛି- ପ୍ରଥମଟି ସଂପୂର୍ଣ୍ଣ ମାଗଣା ଓ ଦ୍ଵିତୀୟଟି ମାତ୍ର 5 ହଜାର ଟଙ୍କାରେ ଉପଲବ୍ଧ ହେବ।

ଯେଉଁ ଉଦ୍ୟୋଗୀମାନେ ଅଫଲାଇନରେ ପାଠ୍ୟକ୍ରମ ହାସଲ କରିପାରି ନାହାନ୍ତି ସେମାନଙ୍କୁ ଅନଲାଇନକୁ ଆଣି ତାଲିମ ପ୍ରଦାନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ନୂଆ ବ୍ୟବସ୍ଥା ଆଡଭାଣ୍ଟେଜ ଜରିଆରେ ଆଇଏସ୍ଇବି ଅତିକମରେ 100,000 ଉଦ୍ୟୋଗୀଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେମାନଙ୍କୁ ଅନଲାଇନରେ ଶିକ୍ଷା ପ୍ରଦାନ କରାଯିବ। ଏହି ପାଠ୍ୟକ୍ରମକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯଦ୍ଵାରା ଉଦ୍ୟୋଗପତିମାନେ କେବଳ ଇ-ବଜାର ବିଷୟରେ ଜ୍ଞାନ ହାସଲ କରିବେ ତାହା ନୁହେଁ, ସେମାନେ ବ୍ୟବସାୟ ଯୋଜନା ପ୍ରସ୍ତୁତି, ତାଲିମ, ପରିଚାଳନା ଓ ଆହୁରି ଅନେକ କିଛି ବିଷୟରେ ଜ୍ଞାନ ହାସଲ କରିପାରିବେ। ଇ-କମର୍ସ ଜଗତର 30 ବିଶେଷଜ୍ଞ ଏହି ତାଲିମ ପ୍ରଦାନ କରିବେ। 30ଟି ତଥ୍ୟ ଭତ୍ତିକ ମୋଡ୍ୟୁଲକୁ ନେଇ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। 

ହାଓ ଟୁ ଡୁ ବିଜ୍ନେସ୍ ଅନଲାଇନ୍ (କିଭଳି ଅନଲାଇନ୍ରେ ବେପାର କରିବେ)ରେ 25 ଘଣ୍ଟାର ପାଠ୍ୟକ୍ରମ ରହିଛି। ଯେଉଁମାନେ ଉଦ୍ୟୋଗୀ ହେବାକୁ ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଆମର ପ୍ରତି ବ୍ୟାଚରେ ଦେଶର ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀ ଯୋଗ ଦେଉଛନ୍ତି। ଆମେ ଏବେ ଭାବୁଛୁ ଯେ ଆହୁରି ଅନେକ ଏଭଳି ଉଦ୍ୟୋଗୀ ରହିଯାଇଛନ୍ତି, ଯେଉଁମାନେ ଆମ ପାଠ୍ୟକ୍ରମ ଗ୍ରହଣ କରିବାକୁ ଚାହୁଁଛନ୍ତି, ମାତ୍ର ଭୌଗୋଳିକ ସମସ୍ୟା ଯୋଗୁଁ ତାହା ହାସଲ କରିପାରୁ ନାହାନ୍ତି। ସେଥିପାଇଁ ଆମେ ଏହି ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତି ନେଇଛୁ, ବୋଲି ସହ ପ୍ରତିଷ୍ଠାତା ତଥା ସାମାଜିକ ଉଦ୍ୟୋଗୀ ନୟନ ଭେଡା କହିଛନ୍ତି। 

ଦେଶର କୋଣ ଅନୁକୋଣରେ ଇଣ୍ଟରନେଟ୍ ପହଞ୍ଚିଲାଣି। ସେଥିପାଇଁ ଆମେ ଏହି ପାଠ୍ୟକ୍ରମକୁ ଅନଲାଇନରେ ଆଣିବାକୁ ଭାବିଥିଲୁ। ଅନଲାଇନରେ ଉଦ୍ୟୋଗୀମାନେ ସଫଳତାର ସହ ସେମାନଙ୍କ କାରବାରକୁ ଆଣିପାରିଲେ ଆମକୁ ବହୁତ ସନ୍ତୋଷ ମିଳିବ ବୋଲି ସହ ପ୍ରତିଷ୍ଠାତା ଆଶିଷ ଝଲାନି କହିଛନ୍ତି। 

ଯେଉଁମାନେ ନିଜ ଛୋଟ କାରବାରକୁ ଇ-କମର୍ସ ଜରିଆରେ ବନ କରିବାକୁ ଚାହୁଁଛନ୍ତି କିମ୍ବା ଯେଉଁମାନେ ନିଜର ନୂଆ ଇ-କମର୍ସ କାରବାର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆଇଏସ୍ଇବିର ଅଫଲାଇନ ପାଠ୍ୟକ୍ରମ ଫେବୃଆରି 27ରୁ ଆରମ୍ଭ ହେବ। ଇ-କମର୍ସ ଶିଳ୍ପର 360 ଡିଗ୍ରୀ ବିଷୟକୁ ଏଥିରେ ସାମିଲ କରାଯାଇଛି। ଏକ ବାଣିଜ୍ୟିକ କାରବାର ଆରମ୍ଭ କରିବାଠାରୁ ଏଞ୍ଜେଲ ନିବେଶକଙ୍କ ପାଣ୍ଠି ହାସଲ କରିବା ପର୍ଯ୍ୟନ୍ତ ବହୁତ କିଛି ବିଷୟରେ ତଥ୍ୟ ଏହି ପାଠ୍ୟକ୍ରମରେ ରହିଛି। ବାସ୍ତବିକ ତାଲିମ, ଭିଡିଓ, ଇ-ବୁକ୍ ଜରିଆରେ ଏହି ତାଲିମ ପ୍ରଦାନ କରାଯାଉଛି। ତିନି ସପ୍ତାହରେ 150 ଘଣ୍ଟାର ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏଥିରେ ବିଜନେସ୍ ମଡେଲ୍, ରିସର୍ଚ ଓ ପ୍ଲାନିଂ, ମାର୍କେଟ୍ ପ୍ଲେସ୍, ପ୍ରଯୁକ୍ତି ଚୟନ, ସଫ୍ଟଓୟାର ଆବଶ୍ୟକତା, ବିଷୟବସ୍ତୁ ଆଦି ଉପରେ ଶିକ୍ଷାଦାନ କରାଯାଉଛି। ଇ-କମର୍ସ ଆଶାୟୀଙ୍କ ପାଇଁ ଏହି ପାଠ୍ୟକ୍ରମ ବେଶ ସହାୟକ ହେବ।

image