ଭିଡିଓ କଲିଂ ପରେ WhatsAppର ନୂଆ ଫିଚର

ଭିଡିଓ କଲିଂ ପରେ WhatsAppର ନୂଆ ଫିଚର

Friday December 09, 2016,

2 min Read

କିଛିଦିନ ତଳେ ଲୋକପ୍ରିୟ ମେସେଞ୍ଜର ଆପ୍ପ WhatsApp ନିଜର ଏକ ନୂଆ ଫିଚର ଲଞ୍ଚ କରିଥିଲା। ତାହା ହେଲା ଭିଡିଓ କଲିଙ୍ଗ। ଏହି ଆପ୍ପର ବ୍ୟବହାରକାରୀଙ୍କ ପାଇଁ ଆସିଛି ଆହୁରି ନୂଆ ଫିଚର। ଆଣ୍ଡ୍ରୋଏଡ଼ ଆପ୍ପ କ୍ଷେତ୍ରରେ ଏବେ ଅନେକ ମେସେଜିଙ୍ଗ ଆପ୍ପ ମଧ୍ୟରେ ଲାଗିଛି ପ୍ରତିଯୋଗୀତା। କିଏ କାହାକୁ ପଛରେ ପକାଇ ପାରିବ ଓ ରେସରେ ଆଗରେ ରହିବ। ଯଦିଓ WhatsAppର ବିଶ୍ଵବଜାରରେ ଅତୁଳନୀୟ ଉପସ୍ଥିତି ରହିଛି କିନ୍ତୁ ଜାପାନ ଓ କୋରିଆରେ Line ଓ Kakao Talk ଭଳି କିଛି ଆପ୍ପ ଅଛନ୍ତି ଯେଉଁମାନେ ଏହି ଅଞ୍ଚଳରେ WhatsAppକୁ ଦେଉଛନ୍ତି କଡ଼ା ପ୍ରତିଯୋଗୀତା। ତେଣୁ WhatsApp ଗତ କିଛିଦିନ ମଧ୍ୟରେ ଅନେକ ଗୁଡ଼ିଏ ନୂଆଁ ଫିଚର ଯୋଡ଼ିବାରେ ଲାଗିଛି। ଆସନ୍ତୁ ନଜର ପକାଇବା ଏହାର ନବୀନତମ ଫିଚର ଗୁଡ଼ିକ ଉପରେ।

image


ଭିଡିଓ ଷ୍ଟ୍ରିମିଂ

ଏବେ ଯାଏଁ ସାଙ୍ଗ ମାନେ ପଠାଇଥିବା ଭିଡିଓକୁ ପ୍ରଥମେ ଡାଉନଲୋଡ କରିବାକୁ ପଡୁଥିଲା ଏବଂ ତାପରେ ତାକୁ ଦେଖି ହେଉଥିଲା। ମାତ୍ର ଏବେ ଆପଣ ତାକୁ ପାଇବା ସଙ୍ଗେ ସଙ୍ଗେ ଦେଖିପାରିବେ। ଯାହାକୁ କୁହନ୍ତି ଲାଇଭ ଷ୍ଟ୍ରିମିଂ ମାନେ ଆପଣ ଦେଖିବା ମଧ୍ୟରେ ହିଁ ଭିଡିଓଟି ଡାଉନଲୋଡ ହେଇଯିବ। ଠିକ ଯେମିତି youtubeର ଭିଡିଓ ଦେଖନ୍ତି ସେହିଭଳି।

ଫୋଟୋ ଏଡିଟିଙ୍ଗ

କୌଣସି ଏକ ଫୋଟୋ ପଠାଇବା ସମୟରେ ଫୋଟୋ ଉପରେ କିଛି ଲେଖା ଓ ଇମୋଜି ଲଗାଇବା ସମସ୍ତଙ୍କୁ ଭାରି ପସନ୍ଦ। ଏହି ସୁବିଧା ପ୍ରଥମେ ଆରମ୍ଭ କରିଥିଲା Snapchat। ଏବେ ଏହାର ମଜା WhatsAppରେ ମଧ୍ୟ ନେଇପାରିବେ। ଏଥିରେ ଆପଣ ଫୋଟୋଟି ସିଲେକ୍ଟ କରିବାପରେ ତାକୁ ଏଡିଟ କରି ସେଥିରେ କ୍ୟାପ୍ସନ, ଇମୋଜି ଓ ଟେକ୍ସଟ ଯୋଡ଼ିବାର ଅପ୍ଶନ ଦେଖାଇବ।

ଦ୍ଵି-ସୋପାନ ଯାଞ୍ଚ

ଆଜିକାଲି ସାଇବର ଦୁନିଆରେ ନିରାପତ୍ତା ଏକ ଚିନ୍ତାର ବିଷୟ। WhatsApp କିଛିଦିନ ତଳେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଆରମ୍ଭ କରିଥିଲା। କିନ୍ତୁ ଏବେ ତା’ର ନିରାପତ୍ତା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏପାଇଁ ଏକ ଦ୍ଵି-ସୋପାନ ଯାଞ୍ଚ ମଧ୍ୟ ଆରମ୍ଭ କରିଛି। ଆପଣଙ୍କ ମୋବାଇଲ ନମ୍ବରକୁ ବ୍ୟବହାର କରି ଅନ୍ୟକେହି ଆପଣଙ୍କ ଆକାଉଣ୍ଟକୁ ପଶିବା ରୋକିବା ପାଇଁ ଏହି ବ୍ୟବସ୍ଥା ହେଇଛି। ଆପଣ Settings-> Account->Two-step verificationକୁ ଗଲେ ଆପଣଙ୍କୁ ପାସୱର୍ଡ ତିଆରି କରିବାର ସୁବିଧା ମିଳିବ ଯାହାକି ଆପଣଙ୍କ ମୋବାଇଲ ନମ୍ବର(ଯେଉଁ ନମ୍ବରରେ ଆପଣଙ୍କ WhatsApp ଆକାଉଣ୍ଟ କନଫିଗର ହେଇଛି) ସହ ଲିଙ୍କ ହେବ।

ଭିଡିଓରୁ GIF

GIF ଇମେଜ ଆଜିକାଲି ଭାରି ଲୋକପ୍ରିୟ। ବନ୍ଧୁମାନଙ୍କ ସହ ଚାଟ କରିବା ସମୟରେ GIF ଇମେଜ ଶେୟାର କରିବା ଏକ ମଜା। ଯଦିଓ ଆଗରୁ ବ୍ୟବହାରକାରୀ ମାନେ GIF ଇମେଜ ଶେୟାର କରିପାରୁଥିଲେ ମାତ୍ର ତାଙ୍କ ପାଖରେ ଏପରି ଇମେଜ ନିଜେ ତିଆରି କରିବାର କୌଣସି ମଉକା ନଥିଲା। ଏବେ ସେମାନେ ନିଜେ ଲେଖା, ଇମୋଜି ବ୍ୟବହାର କରି ଛୋଟ ଭିଡିଓ କ୍ଲିପକୁ GIF ଇମେଜରେ ପରିଣତ କରିପାରିବେ। ଏଥିରେ ମନମୁତାବକ ରଙ୍ଗ ମଧ୍ୟ ବଦଳାଇପାରିବେ। ନିଜେ ଏହି ଫିଚରର ମଜା ଉଠାଇବା ପାଇଁ WhatsAppରେ କିଛି ସମୟ ପ୍ରେସ କରି ୬ ସେକେଣ୍ଡର ନିଜର ଭିଡିଓ ବନାନ୍ତୁ। ତା’ପରେ ତାକୁ GIF ଇମେଜରେ ପରିବର୍ତ୍ତନ କରିବା ପାଇଁ ଅପ୍ସନ ଆପ୍ପରେ ଆପେ ଆସିଯିବ।