ମୁଁ ଦୃଷ୍ଟିଶକ୍ତି ହରାଇ ଦୁରଦୃଷ୍ଟି ହାସଲ କରିଛି : ନବୀନ ଲକ୍କୁର ଙ୍କ ଏକ ଅସାଧାରଣ କାହାଣୀ

ମୁଁ ଦୃଷ୍ଟିଶକ୍ତି ହରାଇ ଦୁରଦୃଷ୍ଟି ହାସଲ କରିଛି : ନବୀନ ଲକ୍କୁର ଙ୍କ ଏକ ଅସାଧାରଣ କାହାଣୀ

Monday October 19, 2015,

7 min Read



“ଭଗବାନ କଣ ନିଜ ଦିନର କାମ କରିପାରିବେ, ବିନାଆଲୁଅରେ?”ଆଗ୍ରହ ବଶତଃ ମୁଁ ପଚାରିଲି।

ନିଜେ ନିଜେ ଉତ୍ତର ମିଳିଲା-“ମଣିଷ ଠାରୁ କିମ୍ବା ନିଜଅବଦାନ ରୁ ଭଗବାନ କିଛି ଆଶା ରଖନ୍ତି ନାହିଁ,ଯେ ନିଜର ମସ୍ତିଷ୍କକୁ ଜାଗ୍ରତ କରିରଖେ,ସେମାନେ ଭଗବାନ ଙ୍କ ସବୁଠୁ ଅଧିକ ସେବା କରିଥାନ୍ତି,ତାଙ୍କରି ସାମ୍ରାଜ୍ୟରେ ସେମାନେ ଖୁବ ଦୃଢଗତିରେ ବିନା ବିଶ୍ରାମ ରେ ଜମି ଓ ସମୁଦ୍ର ଉପରେ ଆଧିପତ୍ୟ ବିସ୍ଥାର କରିଥାନ୍ତି,ଯେଉଁମାନେ କେବଳ ଛିଡାହେଇ ଅପେକ୍ଷା କରିନ୍ତି, ସେମାନେ ମଧ୍ୟ ଭଗବାନଙ୍କ ସେବା କରିଥାନ୍ତି ।

ଆଜିକାଲିର ଅତ୍ୟାଧୁନିକ ଚିକିସା ବିନା, ମିଲଟନ ନିଜ ଜୀବନକୁ ଅନ୍ଧତ୍ଵ ରେ ଅତିବାହିତ କରି ନିଜକୁ କହୁଥିଲେ, ଯେଉଁ ମାନେ କେବଳ ଛିଡାହେଇ ଅପେକ୍ଷା କରନ୍ତି ସେମାନେ ମଧ୍ୟ ଭଗବାନ ଙ୍କ ସେବା କରିଥାନ୍ତି,ଏହାର ଅର୍ଥ ହେଲା ଯେଉଁମାନେ କଷ୍ଟ ସହ୍ୟ କରିଥାନ୍ତି,ସେମାନେ ମଧ୍ୟ ଭଗବାନଙ୍କ ସେବା କରିଥାନ୍ତି । ମିଲଟନ ନିଜର ଦୃଷ୍ଟିଶକ୍ତି ହରାଇଲା ପରେ ହିଁ ବିଶ୍ଵବିଖ୍ୟାତ ସାହିତ୍ୟିକ କୃତି ବୋଲି ମନେ କରାଯାଉଥିବା କବିତା “ପାରାଡାଇଜ ଇଷ୍ଟ” ରଚନା କରିଥିଲେ । ଏକ ଜୀବନ ଯାହାକି ପରିବର୍ତନ ର ସ୍ଵର ।

image


ଅଚାନକ ଜୀବନ ବଦଳି ଗଲା

ସନ ୧୯୯୭ ର କଥା ନବୀନ ଲକ୍କୁର ଙ୍କ ବିବାହକୁ ୩ ବର୍ଷ ପୂରଣ ହୋଇଥାଏ । ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ତାଙ୍କର ପତ୍ନୀକୁ ଆଦୌ ସମୟ ଦେଇପାରୁ ନ ଥାନ୍ତି । ତାଙ୍କ ବନ୍ଧୁଙ୍କ ଶାଶୁ ଶ୍ଵଶୁର ସହ ସ୍ଵାଧୀନତା ଦିବସ ର ସପ୍ତାହନ୍ତ ଦିନ ଛୁଟି ମନାଇବାକୁ ଚେନ୍ନାଇ କୁ ଗଲେ । ଏହି ଭ୍ରମଣ ସମୟ ଯେ ତାଙ୍କ ଜୀବନର ଗତିପଥକୁ ସଂପୂର୍ଣ୍ଣ ପରିବର୍ତନ କରି ଦେବ ଏକଥା ସେ ଆଦୌ ଜାଣିନଥିଲେ । ଚେନ୍ନାଇ ର ଏକ ମନ୍ଦିର ଦର୍ଶନ କରିସାରିବା ପରେ ସେ ପରିବାରର ଏକ ତଥ୍ୟ ଭିତ୍ତିକ ଉଦ୍ୟାନ ଏମ॰ଦି ॰ଏମ ଡିଜ୍ୱି ୱାଲଡ କୁ ଯାଇଥିଲେ । ପାଣିରେ ପହଁରିବା ଲୋଭ ସମ୍ବରଣ କରି ନ ପାରି,ଉଦ୍ୟାନର ପୁଷ୍କରିଣୀ କୁ ଖସି ପଡିଥିଲେ, ଫଳରେ ତାଙ୍କ ଆଖିରେ ଖୁବ ଯୋର ରେ ପାଣି ମାଡ ହେଇଥିଲା । ସପ୍ତାହ ପରେ ନବୀନ ଯେତେବେଳେ ସାହାରୁଖ ଖାନ ଙ୍କ “ପରଦେଶ” ଚଳଚିତ୍ର ଦେଖୁଥିଲେ, ତାଙ୍କ ଆଖି ଆଗରେ କିଛି ଭାସିଲା ପରି ଲାଗିଲା ଏବଂ ଆଖି କୁଣ୍ଡାଇ ହେଲା । ସେ ନିଜର ବାମ ଆଖିକୁ ବନ୍ଦ କରି ଡାହାଣ ଆଖିରେ ଭଲ ଭାବରେ ଦେଖିପାରିଲେ । ହେଲେ ଡାହାଣ ଆଖିକୁ ବନ୍ଦ କରି ବାମ ଆଖିରେ ଦେଖିବାକୁ ଚେଷ୍ଟା କରିବାରୁ ଠିକ ସେହି ପ୍ରକାର କିଛି ଅନ୍ଧାର ଆଖି ଆଗରେ ଭାସିଲା ପରିଲାଗିଲା । ପରଦିନ ସନ୍ଧ୍ୟାରେ ଜଣେ ଚକ୍ଷୁ ଚିକିସକ ଙ୍କୁ ଦେଖା କଲାପରେ ସେ ଜୀବନର ପ୍ରଥମ ଧକ୍କା ଅନୁଭବ କାଲେ । ଚକ୍ଷୁ ଡାକ୍ତର କହିଲେ “ଆପଣ ଙ୍କର ଗୋଟିଏ ଆଖି ନଷ୍ଟ ହେଇ ସାରିଛି ଏଥିରେ ଆପଣ ଆଉ ହୁଏତ ଦେଖି ନ ପାରନ୍ତି ।” ସେ ତାଙ୍କୁ ଜଣେ ରେଟିନା ବିଶେଷଜ୍ଞ ସହ ପରାମର୍ଶ କରିବାକୁ କହିଲେ ।

ରେଟିନା ବିଶେଷଜ୍ଞ,ନବୀନ ଙ୍କୁ ଆହୁରି ଦୁଖଦ ଖବର ଦେଲେ । ତାଙ୍କ ରେଟିନା ରେ ସଂପୂର୍ଣ୍ଣ ଦାଗ ଲାଗିଛି ତେଣୁ ତାଙ୍କୁ ପରଦିନ ସକାଳେ ଅସ୍ତ୍ରୋପ୍ରଚାର ପାଇଁ ଡାକ୍ତର ଖାନାରେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଲେ । ବାସ୍ତବରେ ଜଣେ ଉତ୍ସାହୀ ଉଦ୍ୟୋଗୀ ତାଙ୍କୁ ଡାକ୍ତର ଖାନାରେ ଦୀର୍ଘ ଦିନ ପଡି ରହିପଡିବାକୁ ପଡିବ ବୋଲି ଚିନ୍ତାକରି ଅପରେସନର ୩ ଦିନ ପରେ ତାଙ୍କୁ ଡାକ୍ତର ଖାନାରୁ ଛାଡିବାକୁ ସେ ଡାକ୍ତର ଙ୍କୁ ଅନୁରୋଧ କାଲେ । ଡାକ୍ତର କହିଲେ ତାଙ୍କ ଆଖିରେ ପଡିଥିବା ପାଣି ଛିଟିକା ତାଙ୍କ ଆଖିକୁ ପଥର ଭଳି ଆଘାତ ଦେଇଛି । ତେଣୁ ତାଙ୍କର ଏଭଳି ସମସ୍ୟା ଦେଖାଦେଇଛି । ଡାକ୍ତର ୱାଇ॰ ଆଇ॰ ରାଜଶେଖର,ରେଟିନା ବିଶେଷଜ୍ଞ ଯେ କି ନବୀନ ଙ୍କ ଆଖିର ଅପରେସନ କରିଥିଲେ । ସେ କହିଲେ ଯେ ତାଙ୍କ ଅନ୍ୟ ଆଖି ମଧ୍ୟ ସମାନ ପରିମାଣର ଆଘାତ ପାଇଥିବାରୁ ସେ କିଛି ଦିନ ମଧ୍ୟରେ ସଂପୂର୍ଣ୍ଣ ଅନ୍ଧ ହୋଇଯିବାର ସମ୍ଭାବନା ରହିଛି । ତାଙ୍କ ଅନ୍ୟ ଆଖିରେ ମଧ୍ୟ ସମାନ ଧାରଣ ର ଅପରେସନ କରାଗଲା । ଏବଂ ନବୀନ ଙ୍କ ଆଖିକୁ ଆଉ ସମାନ ଦେଖାଯିବାଭଳି ଅବସ୍ଥା ରହିଲା ନାହିଁ । ପରବର୍ତ୍ତୀ ୩ ମାସ ପର୍ଯ୍ୟନ୍ତ ନବୀନ ଙ୍କୁ ମୁହଁ ମାଡି ଶୋଇବାକୁ ପରାମର୍ଶ ଦିଆଗଲା । ନବୀନ ବାଧ୍ୟ ହୋଇ ପରାମର୍ଶ ପାଳନ କଲେ ଏବଂ ବିଛଣାରେ ଶୋଇରହିଲେ ।

ପ୍ରତିକୂଳ ପରିସ୍ଥିତିରୁ ଶିକ୍ଷା

କୌଣସି ବ୍ୟବସାୟ କିମ୍ବା ଚାକିରି ନ ଥିବାରୁ,ସେ ଯଦି ଚାଲିବୁଲି ନ ପାରନ୍ତି ତେବେ କଣ କରିବେ ସେ ଚିନ୍ତାରେ ରହିଥାନ୍ତି । ନିଜେ ଜଣେ ଟେଲିଫୋନ ଅପରେଟର ହୋଇ ପାରିବେ ବୋଲି ଚିନ୍ତା କରୁଥାନ୍ତି । ଏଭଳି ଏକ ସମୟରେ ତାଙ୍କର ଜଣେ ବନ୍ଧୁ ରାଜେଶ ସେଠୀ ନବୀନଙ୍କୁ ଖଣ୍ଡେ ଚିଠି ଦେଲେ, ଯାହା ତାଙ୍କ ଜୀବନରେ ନୂଆ ଆଶା ସଞ୍ଚାର କଲା। ରାଜେଶ କହିଲେ କେବଳ ହିରୋମାନଙ୍କ ପାଇଁ ସମସ୍ୟା ଆସିଥାଏ,କାରଣ ସେମାନେ ହିଁ ତାର ମୁକାବିଲା କରିପାରିଥାନ୍ତି । ଏହି କେତୋଟି ଶବ୍ଦ ନବୀନ ଙ୍କୁ ନିଜ ଗୋଡରେ ଛିଡା ହେବାର ପ୍ରେରଣା ଯୋଗାଇଲା । ନବୀନ ଙ୍କ ସାଙ୍ଗଙ୍କୁ ନିଜର ଅକ୍ଷମତା କଥା ଜଣାଇଲେ । ତାଙ୍କର ଅନ୍ୟ ଜଣେ ବନ୍ଧୁ ପ୍ରକାଶ ଭେଙ୍କଟସନ୍ ତାଙ୍କୁ ଅନ୍ୟ ୨୦ ଟି ବିକଳ୍ପ ଚାକିରି ର ପ୍ରସ୍ଥାବ ଦେଲେ । ଫଳରେ ନବୀନ ଙ୍କ ମନରେ ନୂତନ ଆଶା ଓ ଉତ୍ସାହର ସଞ୍ଚାର ହେଲା । କିନ୍ତୁ ତାଙ୍କର ପ୍ରଥମ ବ୍ୟବସାୟ ସି ॰ ଡିଜାଇନ ସିଷ୍ଟମ ରୁ ୧୧ଜଣ ଯାକ କର୍ମଚାରୀ ଚାକିରି ଛାଡିଦେଇ ତାଙ୍କୁ କାର୍ଯ୍ୟଳୟର ଚାବି ଧରାଇ ଦେଲେ ।

ଚୁପହୋଇ ବସିରହିବାକୁ ପରିସ୍ଥିତି ତାଙ୍କୁ ବାଧ୍ୟ କଲା । ପରେ ତାଙ୍କ ପତ୍ନୀ ଓ ବନ୍ଧୁଙ୍କ ସହାୟତାରେ ନବୀନ ନିଜର କାର୍ଯ୍ୟଳୟରୁ ବ୍ୟବସାୟ ଚାଲୁ ରଖିଲେ ଏବଂ ୬ ମାସ ମଧ୍ୟରେ ବ୍ୟବସାୟ କୁ ୬ ମାସ ରେ ବ୍ୟବସାୟ କୁ ଦୁଇଗୁଣ କରିପାରିଲେ । ଏଥିରୁ ହିଁ ଜଣାପଡେ ଯେ ଚାରିପଟେ ଅନ୍ଧାର ଥିଲେ ମଧ୍ୟ ଦୀପଟିକୁ ଜାଳିରଖିବାର ଉଦ୍ୟମ ଏବଂ କାମରୁ ବିରତ ନ ହେବାର ସଂକଳ୍ପ ମଣିଷର ଉଦ୍ୟମକୁ ଫଳପ୍ରଦ କରିଥାଏ । ପୂର୍ବରୁ ଶାରୀରିକ ଯନ୍ତ୍ରଣା ଭୋଗୁଥିବା ଶରୀରର ଅସ୍ତବ୍ୟସ୍ତ ମନୋବୃତ୍ତି ମନ ଓ ମସ୍ତିସ୍କ କୁ ପଥଭ୍ରଷ୍ଟ କରିଦେଇଥାଏ । କିନ୍ତୁ ଏକ ଗଠନ ମୂଳକ ଚିନ୍ତାଧାରା ଓ ସଫଳତା ଶାରୀରିକ ଯନ୍ତ୍ରଣ।କୁ ମଧ୍ୟ ପଛରେ ପକାଇ ଦେଇଥାଏ

ଖୋଲିଲା କିଛି ଦ୍ଵାର

ଏକ ପ୍ରସିଦ୍ଧ ଉକ୍ତି ରହିଛି “ଯେତେବେଳେ ଗୋଟିଏ ଦ୍ଵାର ବନ୍ଦ ହେଇଯାଏ ସେ ଅନ୍ୟ ଦ୍ଵାର ଟି ଖୋଲି ଦିଅନ୍ତି” । ସେହିପରି ନବୀନଙ୍କୁ ଦରକାର ଥିବା ଅନ୍ୟ ଏକ ସୁଯୋଗ ମିଳିଲା । ପ୍ରକାଶ ଭେଙ୍କଟସନ୍ ନବୀନ ଙ୍କ ବନ୍ଧୁ ଯେକି ତାଙ୍କୁ ୨୦ ଟି ବିକଳ୍ପ ଚାକିରି କଥା କହିଥିଲେ । ତାଙ୍କ ଓଜନ କଣ୍ଟାର ଷ୍ଟକ ପରିଚାଳନା ପାଇଁ ତାଙ୍କୁ ଏକ ସଫ୍ଟୱେର ର ବିକାଶ କରିବାକୁ କହିଲେ । ସାରା ଭାରତରେ ବ୍ୟାପିରହିଥିବା ପ୍ରକାଶଙ୍କ ବ୍ୟବସାୟରେ ଗ୍ରାହକ ମାନଙ୍କ ଚାହିଦା କିମ୍ବା ଯୋଗାଣ ଚାହିଦା ସଂକ୍ରାନ୍ତୀୟ ତଥ୍ୟ ରଖିବାକୁ ଅସୁବିଧା ହେଉଥିଲା । ଫଳରେ ଗୋଟିଏ ସମୟରେ ତାଙ୍କ ପାଖରେ ଖୁବ ବେଶୀ ଅର୍ଡ଼ର ପହଞ୍ଚୁଥିଲା ଏବଂ ଅନ୍ୟ କେତେକ ସମୟରେ ତାଙ୍କର ସ୍ଟକ ବହୁତ ଦିନଧରି ବିକ୍ରି ନ ହେଇ ପଡିରହୁଥିଲା । ଏ ସମସ୍ୟାର ସମାଧାନ ନବୀନଙ୍କ ହାତରେ ଥିଲା ।

ସନ ୨୦୦୦ ମସିହା ଶେଷ ହେଲାବେଳକୁ,ନବୀନ ଙ୍କ ଜୀବନରେ ଆଲୁଅ ର ବର୍ଷା ହେଲାଭଳି ଲାଗିଲା । ହେଲେ ନୂତନ ଭାବରେ ଆଖିର ସମସ୍ୟା ଯୋଗୁଁ ସେ ଆଉ ଦେଖିପାରିଲେ ନାହିଁ । ସେ ଆଉ ପଢିପାରିଲେ ନାହିଁ। ଆଖିକୁ ଠିକ କରିବାପାଇଁ ୧୪ ଥର ଅପରେସନ କରାଗଲା । ଲାଗିରହିଥିବା ଆଖିସମସ୍ୟା ଯୋଗୁଁ ନବୀନ ବିଷାଦ ଗ୍ରସ୍ତ ହୋଇ ପଡିଲେ । କାରଣ ଆଖିର ସମସ୍ୟା ଯୋଗୁଁ ସେ ଠିକ ଭାବରେ ଜୀବନଯାପନ ମଧ୍ୟ କରି ପାରୁନଥିଲେ । ଆଖି ସମସ୍ୟା ନେଇ ବ୍ୟତିବ୍ୟସ୍ତ ଥିବା ସମୟରେ ତାଙ୍କ ଡାକ୍ତର ଦଶହରା ସମୟରେ ପୁଟ୍ଟପତ୍ତିରେ ନବୀନ ପୁଣିଥରେ ଦେଖିପାରିବେ ବୋଲି ଖବର ପାଇଲେ । ଲଗାତାର ଭାବରେ ଭକ୍ତି ଭାବନାରେ ଜଡିତ ରହି,ନବୀନ ଜୀବନର ଜ୍ଵଳନ୍ତ ସମସ୍ୟା ଉପରେ ଚିନ୍ତା କାଲେ ଓ ଉତ୍ତର ମଧ୍ୟ ପାଇଗଲେ । ଏବେ ସେ ସତ୍ୟସାଇ ବାବଙ୍କ ଜଣେ ପରମ ଭକ୍ତଏବଂ ତାଙ୍କରି ଦୟାରୁ ସେ ଦେଖିବାକୁ ପାଇଛନ୍ତି ବୋଲି ସେ ବିଶ୍ଵାସ କରନ୍ତି।

ଏକ ନୂତନ ପ୍ରାରମ୍ଭ

ଜୀବନରେ ଅନେକ ଉପରତଳ ଦେଇ ଗତିକରିଥିବା ନବୀନ ଏବେହେଉଛନ୍ତି ଏକ ପରିବର୍ତ୍ତିତ ମଣିଷ । ଜୀବନର ଉତଥାନ ଓ ପତନ ପାଇଁ ସେ ଭଗବାନଙ୍କ ସହ ଅନେକ ଲୋକଙ୍କୁ ଧନ୍ୟବାଦ ଦେଇଥାନ୍ତି । ବର୍ତମାନ ନବୀନ ଙ୍କ ଦୃଷ୍ଟିଶକ୍ତି ଆଂଶିକ ଫେରି ଆସିଛି । ତଥାପି ସେ ଚାରିପଟକୁ ଦେଖିପାରୁନାହାନ୍ତି । ତା ଅର୍ଥ ହେଲା ଆଖି ଆଗରେ ଥିବା ଜିନିଷ କୁ କେବଳ ସେ ଦେଖିପାରୁଛନ୍ତି । ଏ ଅସୁବିଧା ସତ୍ତ୍ୱେ ସେ ତାଙ୍କ କାମ କରିଚାଲିଛନ୍ତି । ନବୀନ ନିଜକୁ ପରିସ୍ଥିତି ଅନୁସାରେ ଖାପ ଖୁଆଇ ପାରିଛନ୍ତି । ସେ କୁହନ୍ତି “ନବୀନ ଲକ୍କୁର ଜଣେ ବ୍ୟକ୍ତି ଯାହାର ସୀମିତ ଦ୍ରୁଷ୍ଟି ରହିଛି ହେଲେ ତାର ଦୁରଦୃଷ୍ଟି ହେଉଛି ଅସିମୀତ । ଏହା ଭଗବାନ ଙ୍କ ଦୟାରୁ ସମ୍ଭବ ହେଇପାରିଛ ।

ନବୀନ ବର୍ତମାନ ୧୪ ଟି ପ୍ରକଳ୍ପ ସହ ନିଜକୁ ବିଭିନ୍ନ ପଦବୀରେ ସାମିଲ କରିରଖିଛନ୍ତି । ନିକଟରେ ସେ ଭିଷ୍ଟେଜ ଗ୍ରୁପ (ସି॰ଓ॰ ଓ॰ ଫୋରମ) ପାଇଁ ଆମେରିକାର ଉଦ୍ୟୋଗ ସମ୍ପର୍କରେ ଅନେକ ଗୁଡିଏ ଭାଷଣ ଦେଇଛନ୍ତି । କିନ୍ତୁ ସେ ଯେତେବେଳେ ଜାଣିଯାନ୍ତି ଯେ ତାଙ୍କ ଶ୍ରୋତାମାନେ ହେଉଛନ୍ତି କୋଟିପତି ବ୍ୟବସାୟୀ ଏବଂ ନିଜ ନିଜ କ୍ଷେତ୍ରରେ ସ୍ଵନାମଧନ୍ୟ ବ୍ୟକ୍ତି ମାନେ ସେ ନିଜ ଭାଷଣକୁ ପରିବର୍ତ୍ତନ କରି ଦିଅନ୍ତି ।“ସମସ୍ୟା ଗୁଡିକ ଆନୁଷଙ୍ଗିକ “ଭାବରେ ଭାଷଣ ଦେଇଥାନ୍ତି । ନିଜେପଡିଥିବା ପରିସ୍ଥିତି,ଦୃଷ୍ଟିଶକ୍ତି ଫେରିବା ନେଇ ତାଙ୍କର ସଂଘର୍ଷ ଆଦି ସମ୍ପର୍କରେ ଧୀରେ ଧୀରେ ବର୍ଣନା କରିଥାନ୍ତି । ସେ ତାଙ୍କୁ କୁହନ୍ତି ଦୂରଦୁଷ୍ଟି ପାଇବାକୁ ନିଜର ଦୁଷ୍ଟିଶକ୍ତି ହରାଇଛି । -ସେ ମଧ୍ୟରୁ ୧୪ ଟି ପ୍ରକଳ୍ପ ବର୍ତମାନ ବ୍ୟବସାୟିକ ଦୁଷ୍ଟିରୁ ସଫଳ ହୋଇପାରିଛି । ନବୀନ ବର୍ତମାନ ଏକ ସୁପ୍ରସିଦ୍ଧ ଉତ୍ପାଦନ ବିକାଶସେବା କମ୍ପାନୀ କମ୍ପାସିଟିଂସ ର ସହ ପ୍ରତିଷ୍ଠାତା ଓ ପରିଚାଳନା ବୋର୍ଡ ର ସଦସ୍ୟ ଅଛନ୍ତି । ଏହି କମ୍ପାନୀର କାର୍ଯ୍ୟ ବାଙ୍ଗାଲୋର,ପୁଣେ,ସିଡିନି ଓ କେଣ୍ଟ ରେ ଚାଲିଛି । ନବୀନ ଭାବନ୍ତି ଯେ ସେ ନିଜ ଭିତରେ ଅସିମ ଶକ୍ତିର ସନ୍ଧାନ ପାଇଛନ୍ତି,ଯେତେବେଳେ କି ସେ ବାହ୍ୟଜଗତକୁ ସେତେଟା ଭଲ ଭାବରେ ଦେଖିପାରୁନାହାନ୍ତି । ତାଙ୍କ ଜୀବନ ସେ ଅମାପ ମାନବିକ ସ୍ପର୍ଦ୍ଧା ହାସଲ କରିଛନ୍ତି । ଯାହାକି ତାଙ୍କୁ ଅଳିଆଗଦାର ମଣିଷରୁ ଏକ ସଫଳ ବ୍ୟବସାୟୀରେ ପରିଣତ କରିପାରିଛି । ସେ ଅନ୍ୟ ମାନଙ୍କ ମନରେ ଭରପୁର ପ୍ରେରଣା ଓ ଉତ୍ସାହ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛନ୍ତି । ତାଙ୍କ ଜୀବନର ଆଦର୍ଶ ବଳରେ ସେ ନିଜର ଅକ୍ଷମତାକୁ ଅତିକ୍ରମ କରି ଅଧିକ ବ୍ୟବସାୟ ପ୍ରତିଷ୍ଠା କରିପାରିଛନ୍ତି ।

ବ୍ୟବସାୟରେ ଅନେକ ଅଦୃଶ୍ୟ ଶକ୍ତି ରହିଛି କିନ୍ତୁ ଆମ ଶରୀର ର ଅକ୍ଷମତା କେତେକ ପରିମାଣରେ ତାକୁ ପ୍ରଭାବିତ କରିଥାଏ ତାକୁ ଆମେ ଜାଣିପାରିନଥାଉ । ନବୀନ ଙ୍କ ଦ୍ରୁଷ୍ଟି ଭଙ୍ଗିରୁ ଏହା ପ୍ରମାଣିତ ହୋଇସାରିଛି ଯେ ଆମେ ଭରପୁର ଶକ୍ତି,ଗଠନମୂଳକ ଚିନ୍ତା ଧାରା ଓ ସଫଳତା କୁ ନେଇ ଜୀବନର ଝଡଝଞ୍ଜାକୁ ଅତିକ୍ରମ କରିପାରିବ ।

ପରବର୍ତ୍ତୀ ସୀମା

ନବୀନ ଙ୍କ ଜୀବନର ଅନ୍ୟେକ ସଫଳତାର ଇତିହାସ ମଧ୍ୟ ରହିଛି । ସେ ନିକଟରେ ‘ଡଦ ଇନ୍ସପାରେବଲ ପୟାଡ ପ୍ରିନସିପାଲସ୍ ଟୁ ଇନ୍ସପାୟର ୟଙ୍ଗମାଇଣ୍ଡସ୍ “ ନାମକ ପୁସ୍ତକ ରଚନା କରିଛନ୍ତି । ବାଙ୍ଗାଲୋର ଠାରେ ପୁସ୍ତକର ଉଦ୍ଦଘାଟନ ଉସ୍ଵବ ରେ ଅନେକ ପ୍ରଶିଦ୍ଦ ବ୍ୟକ୍ତି ଯୋଗ ଦେଇ ନବୀନ ଙ୍କ ଜୀବନର ସଫଳତାକୁ ଉଚ୍ଚ ପ୍ରସଂଶା କରିଥିଲେ ।

ନିଜ ଧୈର୍ଯ୍ୟ ଓ ସାହାସର ପରିଚୟ ଦେଇ ନବୀନ ଗର୍ବର ସହିତ କୁହନ୍ତି “ମୁଁ ଆଜି ଯାହା ହାସଲ କରିଛି ଯଦି,ସେଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ଶିକାର ହୋଇନ ଥାନ୍ତି,ତେବେ ତାର ଏକ ଚତୁର୍ଥାଂଶ ସଫଳତା ମଧ୍ୟ ହାସଲ କରିପାରି ନ ଥାନ୍ତି ।" ନିଜକୁ ପୁଣିଥରେ ଆବିଷ୍କାର କରିବା ହେଉଛି,ବ୍ୟବସାୟିକ ଯାତ୍ରାର ଏକ ଅଂଶ ବିଶେଷ ।