ଯଦି ପରିବେଶ ସୁରକ୍ଷା ବିକାଶ ବିରୋଧୀ, ତେବେ ବିକାଶ କଣ? - ରିତୁ ଭରଦ୍ୱାଜ୍, ସିନେମା ନିର୍ମାତା, କମନ୍ ଥ୍ରେଡ୍

ଯଦି ପରିବେଶ ସୁରକ୍ଷା ବିକାଶ ବିରୋଧୀ, ତେବେ ବିକାଶ କଣ? - ରିତୁ ଭରଦ୍ୱାଜ୍, ସିନେମା ନିର୍ମାତା, କମନ୍ ଥ୍ରେଡ୍

Saturday October 17, 2015,

6 min Read

ରିତୁ ଭରଦ୍ୱାଜ ହେଉଛନ୍ତି କମନ୍ ଥ୍ରେଡ ର ପ୍ରତିଷ୍ଠାତା । ଏହା ସ୍ୱାଧୀନ ସିନେମା ନିର୍ମାତାଙ୍କ ଏକ ସାମୁହିକ ଉଦ୍ୟମ ଯାହା ପରିବେଶ ଓ ସାମାଜିକ ସମସ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ରତୁଙ୍କ ସିନେମା ନିର୍ମାଣ ଯାତ୍ରାର ଆରମ୍ଭ ଏକ ଐତିହାସିକ ଆରମ୍ଭ ସହ ହୋଇଥିଲା । ତାଙ୍କ ଜେଜେବାପା ୧୯୪୭ରେ ପାକିସ୍ତାନରୁ ଦିଲ୍ଳୀ ଚାଲି ଆସି ଶରଣାର୍ଥୀ ଶିବିରରେ ରହିଥିଲେ ।

ତାଙ୍କ ପରିବାର ସୀମିତ ସମ୍ବଳ ଭିତରେ ଜୀବନ ଯାପନ କରୁଥିଲା । ତାଙ୍କର ସେହି ସଂଘର୍ଷ ସେମାନଙ୍କୁ ଶିକ୍ଷାର ଗୁରୁତ୍ୱ ବୁଝାଇ ଦେଇଥିଲା । ତେଣୁ ରିତୁ ଯେତେବେଳେ ବଡ଼ ହୋଇଥିଲେ ତାଙ୍କୁ ଭଲ ସ୍କୁଲ୍ ରେ ପଢ଼ିବାର ସୁଯୋଗ ପ୍ରଦାନ କରାଯିବା ସହ ସେ ଯାହା ଚାହିଁବେ ତାହା ପଢ଼ିପାରିବା ଭଳି ସୁଯୋଗ ପ୍ରଦାନ କରାଯାଇଥିଲା ।

image


ସେ କହିଛନ୍ତି ଯେ, ମୁଁ ଛୋଟ ପିଲା ଥିବା ବେଳେ ସାମ୍ବାଦିକତା ପଢ଼ିବାକୁ ଚାହୁଁଥିଲି । ସେହି ଇଛା ପୂରଣ କରିବା ପାଇଁ ତାଙ୍କୁ କେହି ଅଟକାଇ ପାରି ନଥିଲେ । ସେ କହିଥିଲେ ଯେ, ଯେତେବେଳେ ସେ କିଶୋରୀ ଅବସ୍ଥାରେ ପହଂଚିଲେ ଅନ୍ୟ ଯେ କୌଣସି ମାଧ୍ୟମ ତୁଳନାରେ ଭିଡିଓ ପାଖରେ ଅଧିକ ଅନୁପ୍ରାଣିତ ଓ ପ୍ରଭାବିତ କରିଥିଲା । ତେଣୁ ସେ ସିନେମା ନିର୍ମାଣ ବିଷୟରେ ଶିକ୍ଷା କଲେ । ଶିକ୍ଷା ଶେଷ ହେବା ପରେ ବ୍ଲୁମବର୍ଗ ଟିଭିରେ ନିଯୁକ୍ତି ପାଇଥିଲେ; ଯେଉଁଠାରେ ସେ କ୍ଷୁଦ୍ର ବ୍ୟବସାୟ, ପରିବେଶ ସମସ୍ୟା, ଚାଷ, ସାମାଜିକ ସମସ୍ୟା, ଇତ୍ୟାଦି ଉପରେ କ୍ଷୁଦ୍ର ପ୍ରାମାଣିକ ଚିତ୍ର ନିର୍ମାଣ କରୁଥିଲେ । ସେହି ପ୍ରଥମ କାର୍ଯ୍ୟରେ ସେ ଏହି କ୍ଷେତ୍ରରେ ଆହୁରି ଅଧିକ ବାଟ ଯିବାକୁ ଚାହିଁଲେ । ଏକ ବଡ଼ ଟିଭି ଚ୍ୟାନେଲ୍ ରେ କାମ କରିବାର ଖରାପ ଦିଗଟି ହେଉଛି ସେଠାରେ ସବୁ କିଛି କାର୍ଯ୍ୟ ଖୁବ ଦ୍ରୁତ ଗତିରେ କରାଯାଇଥାଏ । ସମ୍ବାଦଗୁଡ଼ିକୁ ଶୀଘ୍ର ପରିବେଷଣ କରିବାକୁ ପଡେ । ସେଥିପାଇଁ ସମ୍ବାଦର ଗଭୀରତା ପର୍ଯ୍ୟନ୍ତ ପହଂଚିବା ସମ୍ଭବ ହୁଏ ନାହିଁ । ସେହି କାରଣ ପାଇଁ ୨୦୧୦ରେ ସେ ଚାକିରି ଛାଡ଼ି ନିଜସ୍ୱ କାମ ସ୍ୱାଧୀନ ଭାବେ ଆରମ୍ଭ କରିଥିଲେ ।

image


ଏହା ସେହି ସମୟର କଥା ଯେତେବେଳେ ମୁଁ ଏହି ଯାତ୍ରାର ଆରମ୍ଭରେ ଥିଲି। ମୁଁ ଏକ ଗାଁରେ ରହୁଥିଲି ଯେଉଁଠାରେ ବିଦ୍ୟୁତ ନ ଥିଲା, ପାନୀୟ ଜଳର ସୀମିତ ସୁବିଧା ଥିଲା ଓ ବହୁତ କମ ସୁବିଧା ଥିଲା । ମୁଁ ଭାବୁଛି ତାହା ମୋ ଉପରେ ଏକ ଉତ୍ତମ ପ୍ରଭାବ ପକାଇଥିଲା । କାରଣ ଯାହା କିଛି ସମ୍ବଳ ଥିଲା ନେଇ ମୁଁ ଖୁସି ଥିଲି । ଗାଁର ଯେଉଁ ଲୋକମାନଙ୍କୁ ମୁଁ ଭେଟୁଥିଲି ସେମାନେ କହୁଥିଲେ ଯେ ମୁଁ ମୋ ପାଇଁ କଠିନ ଜୀବନ ଚୟନ କରିଛି । ତାହା ଶୁଣି ମୋତେ ଖୁସି ଲାଗୁଥିଲା । ଯେତେବେଳେ ସେ ପଶ୍ଚିମ ବଙ୍ଗର ଏକ ଗାଁର ମହିଳା କୃଷକ ଗୋଷ୍ଠୀଙ୍କୁ ଭେଟିଲେ ସେ ଜାଣିପାରିଲେ ଯେ ତାଙ୍କ ପ୍ରାମାଣିକ ଚିତ୍ର ଯେ କୌଣସି ସାଧାରଣ ସମ୍ବାଦ ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇପାରିବ । ନିତିଦିନିଆ ଜୀବନରେ ସେମାନେ ବିନମ୍ରତା ଓ ଦମ୍ଭତାର ଯେଉଁ ମିଶ୍ରଣ ବ୍ୟବହାର କରୁଥିଲେ ତାହା ମୋତେ ଅଧିକ ଗଭୀରତା ପର୍ଯ୍ୟନ୍ତ ପ୍ରବେଶ କରିବାକୁ ପ୍ରଭାବିତ କରିଥିଲା । ଏହା ଥିଲା ସେମାନଙ୍କ ଜୀବନ । ଏହିଭଳି ପରିପ୍ରେକ୍ଷୀ ଓ ଦିଗଦର୍ଶନ ମୋର ଦରକାର ଥିଲା ।

୨୦୧୦ରେ ରିତୁ ସିନେମା ନିର୍ମାତାଙ୍କ ଏକ ସମୂହ ବିଷୟରେ ଚିନ୍ତା କଲେ । ୨୦୧୩ରେ ସେ ନିଜର ୭ ବନ୍ଧୁ ଓ ପୁରୁଣା ସହକର୍ମୀଙ୍କୁ ନେଇ ଆରମ୍ଭ କଲେ କମନ୍ ଥ୍ରେଡ୍ । କିଏ ସିନେମାଟୋଗ୍ରାଫିରେ ପାରଙ୍ଗମ ଥିବା ବେଳେ ଆଉ କିଏ କାହାଣୀ ଲେଖିବା, କିଏ ଫଟୋଗ୍ରାଫିରେ ତ ଆଉ କିଏ ସୁଟିଙ୍ଗ କରିବାରେ । କିନ୍ତୁ ଆମେ ସମସ୍ତେ ସେହି ଗୋଟିଏ ପ୍ରକାର ସଂଘ କରୁଥିଲୁ ଯାହା ସ୍ୱାଧୀନ ସିନେମା ନିର୍ମାତାଙ୍କୁ କରିବାକୁ ପଡ଼େ । ତେଣୁ ନାମ ଦେଇଥିଲୁ କମନ୍ ଥ୍ରେଡ୍ । ଏହା ଆରମ୍ଭ ହେବାର ଦ୍ୱିତୀୟ ବର୍ଷରେ କାରବାର ୫ ଗୁଣ ବଢ଼ିଲା । ଏହାର ପରବର୍ତ୍ତୀ ବର୍ଷ ଦ୍ୱିଗୁଣିତ ହୋଇଗଲା । ଅଧିକନ୍ତୁ, ଏହାକୁ ଅଖିଳ ଭାରତୀୟ ପରିବେଶ ସାମ୍ବାଦିକତା ପ୍ରତିଯୋଗିତା ୨୦୧୪ ପୁରସ୍କାର ମିଳିଲା ।

image


କମନ୍ ଥ୍ରେଡ୍ ବିଭିନ୍ନ ବିଷୟ ଯଥା ଦେଶର ଉପେକ୍ଷିତ ବର୍ଗଙ୍କ ପର୍ଯ୍ୟନ୍ତ ନ୍ୟାୟ ପହଚାଂଇବା, ଶିଶୁ ପୁସ୍ତକ ଲେଖକ, ପଂଚାୟତର ଦୁନିଆ, ଜୟପୁର ଓ ଦିଲ୍ଲୀରେ ଖାଦ୍ୟ ଅଭ୍ୟାସ ଉପରେ ସହରୀକରଣର ପ୍ରଭାବ, ଉତ୍ତରାଖଣ୍ଡରେ ବିହନ ସଂରକ୍ଷଣ ଉପରେ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରିଥିଲା । ଭାରତୀୟ ଭୂଗୋଳ ଉପରେ ବିବିସି ପ୍ରାମାଣିତ ଚିତ୍ର ପ୍ରସ୍ତୁତ କରିବା ପାଇଁ ଏହା ଲଣ୍ଡନର ଏକ ପ୍ରଡକ୍ସନ୍ ହାଉସ୍ ସହ ସହବନ୍ଧିତ ହୋଇଥିଲା ବେଳେ ବିଭିନ୍ନ ଶିକ୍ଷଣୀୟ ସିରିଜ୍ ପାଇଁ ଲଣ୍ଡନର ଏକ ମୁକ୍ତ ବିଶ୍ୱବିଦ୍ୟାଳୟର ସହ ସହବନ୍ଧିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ଲଣ୍ଡନରେ ବଣ୍ଡ ଇନୋଭେସନ୍ ଆୱାର୍ଡ ୨୦୧୫ ମିଳିଥିଲା । ନିଜ କାମର ସବୁଠୁ କେଉଁ ଦିଗଟି ତାଙ୍କୁ ଅଧିକ ଭଲ ଲାଗେ ପ୍ରଶ୍ନର ଉତ୍ତରରେ ରିତୁ କହନ୍ତି ଯେ, ନିରନ୍ତର ଅନୁସନ୍ଧାନ କରିବା ପାଇଁ ଯେଉଁ ଲକ୍ଷ୍ୟ ତାଙ୍କୁ ମିଳିଥାଏ । ଏହା ସେହିଠାରୁ ଆରମ୍ଭ ହୋଇଥାଏ ଯେତେବେଳେ ମୁଁ ବାହାରିଥାଏ ଓ ଲୋକମାନଙ୍କ ସହ ମିଶିଥାଏ । ଯେତେବେଳେ ସେମାନଙ୍କ ଗାଁରେ ମୋତେ ସ୍ୱାଗତ କରାଯାଏଠାରୁ ଆରମ୍ଭ କରି ସେମାନଙ୍କ ନୀତି ଦିନିଆ ଜୀବନରେ ମୁଁ ଯେତେବେଳେ ସାମିଲ ହୋଇଥାଏ ପର୍ଯ୍ୟନ୍ତ । ପ୍ରାମାଣିକ ଚିତ୍ରର ବିଷୟ ଯାହା ହେଉ ନା କହିଁକି, ଏହା ଏକ ଶିଖିବାର ପର୍ଯ୍ୟାୟ ଯାହା ସେମାନଙ୍କ ସହ ପ୍ରତି ଥର ମିଶିବା ଓ ଆଲୋଚନା କରିବା ବେଳେ ହୋଇଥାଏ । ସବୁ କିଛି ଅତ୍ୟନ୍ତ ଗଭୀର ଥାଏ । କେତେକ ସମୟରେ ସୁଟିଙ୍ଗ କରିବା ବେଳେ ମୁଁ ମାନସିକ ଭାବେ ଭାଙ୍ଗିପଡ଼େ କାରଣ ଯାହା ମୁଁ ଦେଖୁଥାଏ ଓ ଯେଉଁଭଳି ଭାବେ ମୋତେ ଆଦର କରାଯାଏ, ସେଥିପାଇଁ । ଏହି ପ୍ରକ୍ରିୟା କେବେ ଶେଷ ହେବନି ଓ ଏହା ମୋତେ ଆଗକୁ ଟାଣିନେବ କାରଣ ଏହି ପ୍ରକ୍ରିୟାର ଅନ୍ତ ନାହିଁ ।

image


ମୁଁ ଭାବୁଛି ପ୍ରାମାଣିକ ଚିତ୍ର ମୋ ପାଇଁ ଅନୁସନ୍ଧାନରୁ ଅଧିକ କିଛି । ପ୍ରାରମ୍ଭରେ, ମୁଁ ସେଥିପାଇଁ କାମ କରିବାକୁ ଚାହୁଁ ନଥିଲି । ମୁଁ ସିନେମା ଉପରେ ମନୋନିବେଶ କରିବାକୁ ଚାହୁଁଥିଲି । ମାତ୍ର ବ୍ଲୁମବର୍ଗରେ ମୋ ଅଭିଜ୍ଞତା ମୋତେ ଚେତାଇ ଦେଇଥିଲେ ଯେ, ତାହା ହେଉଛି ଶ୍ରେଷ୍ଠ କାର୍ଯ୍ୟ ଯାହା ମୁଁ କରିପାରିବି । ମୁଁ ଜାଣିପାରିଥିଲି ଯେ ଆହୁରି ବହୁତ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟ ରହିଛି ଯାହା ଉପରେ ଆଲୋଚନା କରାଯାଇପାରେ ଓ ମୁଁ ଓ ଲୋକମାନଙ୍କ ଜୀବନରେ ଘଟୁଥିବା ବିଭିନ୍ନ ପ୍ରଶ୍ନର ଉତର ଖୋଜିବା ପାଇଁ ପ୍ରାମାଣିକ ଚିତ୍ର ହେଉଛି ଏକ ବଳିଷ୍ଠ ମାଧ୍ୟମ ବୋଲି ରିତୁ କହିନ୍ତି ।

image


ଅଜଣା ବିଷୟକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ରିତୁ ପ୍ରାମାଣିତ ଚିତ୍ର ପ୍ରସ୍ତୁ୍ତ କରନ୍ତି ନାହିଁ । ଯେଉଁ ବିଷୟରେ ଲୋକମାନେ ଆଗରୁ ଜାଣିଛନ୍ତି ତାହାକୁ ଅଲଗା ଢ଼ଙ୍ଗରେ ଉପସ୍ଥାପନ କରିବା ଚାହାନ୍ତି । ମୁଁ ସାଧାରଣରେ ଭାବୁଛି ଯେ ପରିବେଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ଅନେକ ବହୁତ କିଛି ଜାଣିଛନ୍ତ ଓ ଏ କ୍ଷେତ୍ରରେ ଆଗଭର ହୋଇ କାମ କରିବାକୁ ବହୁତ ଲୋକ ଚାହୁଁଛନ୍ତି । କିନ୍ତୁ ପରିବେଶ ପରିବର୍ତନର ପ୍ରଭାବ ବିଷୟରେ ଅଧିକ ସ୍ପଷ୍ଟ ସୂଚନା ମିଳିବା ଦରକାର । ଆମେ ସେହି ବାର୍ତାକୁ ବହୁତ ଦୂର ଓ ଗଭୀରତା ପର୍ଯ୍ୟନ୍ତ ପହଚାଂଇବାକୁ ଚାହୁଁଛୁ ।

ଚୁମ୍ବକରେ କହିଲେ, ରିତୁ କୁହନ୍ତି, ମୁଁ ବ୍ୟକ୍ତିଗତ ଭାବେ ଭାବୁଛି ଯେ ଏକ ପ୍ରକାର ପ୍ରଚାର ଚାଲିଛି ଯେ ପରିବେଶବାଦ ହେଉଛି ବିକାଶର ବିରୋଧୀ । କିନ୍ତୁ ଆମେ ଏହିଠାରେ ଭୁଲି ଯାଉଛେ ଯେ ବିକାଶର ସଜ୍ଞା କଣ ।

ଆମେ ଏହି କଥାକୁ ଏକ ନୂତନ ଢ଼ଙ୍ଗରେ ଲେଖି, ସକାରାତ୍ମକ ଖବର ପରିବେଶ କରି, ଆଶାସଂଚାର କରି, ଯୁବବର୍ଗଙ୍କୁ ସାମିଲ କରି ଓ ଲୋକମାନଙ୍କ ପାଖରେ ପହଂଚି କହିପାରିବା ଯେ ବହୁତ କିଛି ସମ୍ଭବପର । ମୁଁ ଏକ ଉଦାହରଣ ଦେଉଛି, ନିକଟରେ ଏକ ବାତ୍ୟା ଯୋଗୁଁ ଉତର ଭାରତ ରାଜ୍ୟଗୁଡ଼ିକରେ ଅନେକ ଫସଲ ନଷ୍ଟ ହୋଇଗଲା । ସେଥି ମଧ୍ୟରୁ ଗୋଟିଏ ରାଜ୍ୟ ଥିଲା ଉତରାଖଣ୍ଡ । କିନ୍ତୁ ସେଠାକାର ଚାଷୀ ଅନ୍ୟ ରାଜ୍ୟଗୁଡ଼ିକ ଭଳି କ୍ଷତିଗ୍ରସ୍ତ ହୋଇ ନଥିଲେ । ଏହାର ଏକ ମୁଖ୍ୟ କାରଣ ଥିଲା ସେମାନେ ଜୈବିକ ପଦ୍ଧତିରେ ମୃତିକା ସଂରକ୍ଷଣ କରିବା ସହ ପାରମ୍ପରିକ ଉପାୟରେ ବୀହନ ସଂରକ୍ଷଣ କରିଥିଲେ । ଏହା ଘଟିଥିଲା, କିନ୍ତୁ ୯୯ ପ୍ରତିଶତ ଖବର ବାତ୍ୟାର ବିଭୀଷିକା ବିଷୟରେ ପରିବେଷଣ କରାଯାଇଥିଲା । ଏହା ବିକାଶକୁ ନେଇ ଅନେକ ଆଲୋଚନା ଉପରେ ଆଲୋକପାତ କରୁଛି । ଏହା ମଧ୍ୟ ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି ବୋଲି ରିତୁ କହିଛନ୍ତି । ଉଦାହରଣ ଭାବେ କୁହାଯାଇପାରିବ ଯେ ଏକ ସଫଳ ଓ ଖୁସି ଜୀବନର ମାନେ କଣ । କିଭଳି ଆମର ବ୍ୟକ୍ତିଗତ ବିକାଶ ବିଶ୍ୱ ବିକାଶ ସହ ଯୋଡ଼ି ହେବ । ଏହା ବିଷୟରେ ଚିନ୍ତା ମଧ୍ୟ ନ କରି କିଭଳି ଆମେ ଏହି ପ୍ରଶ୍ନର ଉତର ମୁଖ୍ୟସ୍ରୋତରୁ ଖୋଜି ପାଇବା । ଚିମାମାଣ୍ଡା ଗୋଜି ଆଡିଚି ଏକ ପ୍ରସିଦ୍ଧ ଫେଡ୍ଟକ୍ରେ କହିଥିଲେ ଯେ କିଛି ବି ଗୋଟିଏ କାହାଣୀକୁ ନେଇ ନୁହେଁ, ଅନେକ ଭିନ୍ନ ଜିନିଷକୁ ନେଇ ସେମାନଙ୍କ ଭିନ୍ନତା ସତ୍ୱେ ପରସ୍ପରକୁ ବିରୋଧ ନ କରି ଏକାଠି ରହିଥାଏ । କମନ୍ ଥ୍ରେଡ୍ ସେହି କାହାଣୀଗୁଡ଼ିକୁ ପ୍ରକାଶ କରିବାକୁ ପ୍ରୟାସ କରିଥାଏ ଯାହା ଲୁଚି ରହିଛି । ତାଙ୍କର ପ୍ରମାଣିକ ଚିତ୍ର ଏହି ପ୍ରଶ୍ନର ଉତର ଖୋଜୁଛି ଯେ, ଆମେ ତଥାକଥିକ ବିକାଶ ଆଡକୁ ଦ୍ରୁତ ଗତିରେ ମାଡ଼ି ଯାଉଥିବା ବେଳେ କିଛି ହରାଉ ନାହେଁ ତ?

If you whish to contact her, write at [email protected]