ଦେଶୀ ଚା'ବାଲି ପାଇଲେ ଅଷ୍ଟ୍ରେଲିଆରେ ସଫଳ ଉଦ୍ଯୋଗୀର ସମ୍ମାନ

ଦେଶୀ ଚା'ବାଲି ପାଇଲେ ଅଷ୍ଟ୍ରେଲିଆରେ ସଫଳ ଉଦ୍ଯୋଗୀର ସମ୍ମାନ

Thursday December 01, 2016,

1 min Read


ଚଣ୍ଡୀଗଡ଼ରେ ଜନ୍ମିତା ଉପାମା ବିରାଦିଙ୍କୁ ଗତ ସପ୍ତାହରେ ସିଡନିରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ‘ଇଣ୍ଡିଆନ୍‌ ଅଷ୍ଟ୍ରେଲିଆନ୍‌ ବିଜନେସ୍‌ ଆଣ୍ଡ କମ୍ୟୁନିଟି ଆଓ୍ଵାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ନିକଟରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଏକ ଟି ଫେଷ୍ଟିଭାଲକୁ ଉପମା ବରାଦିଙ୍କୁ ବିଶେଷ ଭାବେ ନିମନ୍ତ୍ରିତ କରାଯାଇଥିଲା। ସେଠାରେ ବରାଦି କହିଥିଲେ, ଅଷ୍ଟ୍ରେଲିଆରେ ଜଣେ ଆୟୁବେର୍ଦିକ ଚା’ ବିକାଳି ଭାବେ ସେ ୨ବର୍ଷ ତଳେ ତାଙ୍କ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ଆୟୁବେର୍ଦିକ ଚା’ ଜରିଆରେ ସମଗ୍ର ଦୁନିଆକୁ ମତେ ଏଥିକି ଜଣାଇବାର ଅଛି ଯେ ‘ଭାରତର ଚା’ ହେଉଛି ସବୁଠାରୁ ସୁଆଦିଆ’। ତେବେ ଉପମା ଏବେ ଜଣେ ସାଧାରଣ ଚା’ ବ୍ୟବସାୟୀ ହୋଇ ରହିନାହାନ୍ତି, ସେ ଅଷ୍ଟ୍ରେଲିଆର ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ବିଶେଷ ଖ୍ୟାତି ଅର୍ଜନ କରିସାରିଛନ୍ତି। ସେ ପ୍ରାପ୍ତ କରିଛନ୍ତି ‘ବିଜନେସ୍‌ ଅଫ୍‌ ଦ ଇୟର ଭାବେ ଆଓ୍ଵାର୍ଡ’।

image


ଉପାମା କେବଳ ଜଣେ ଚା’ ବ୍ୟବସାୟୀ ନୁହନ୍ତି, ପେସାରେ ଜଣେ ଓକିଲ ମଧ୍ୟ। ଚଣ୍ଡୀଗଡ଼ରେ ଉପମାଙ୍କ ଜେଜେବାପା ଆୟୁର୍ବେଦ ଔଷଧ ବିକ୍ରି କରନ୍ତି। ଚା’ରେ କେଉଁ ମସଲା କେତେ ପରିମାଣରର, କେଉଁ ଋତୁରେ କିଭଳି ମସଲା ଦେଇ ଚା’ ପ୍ରସ୍ତୁତ କରାଯାଏ, ସେ ସବୁକିଛି ଶିକ୍ଷା କରିଥିଲେ ଜେଜେବାପାଙ୍କଠାରୁ ବୋଲି କହନ୍ତି ଉପାମା। ଉଲ୍ଲେଖଯୋଗ୍ୟ, ସେ ପ୍ରଥମେ ସୋସିଆଲ ମିଡିଆ କେପେନ୍‌ ଜରିଆରେ ଚା’ ବିକିବା ଆରମ୍ଭ କରିଥିଲେ।