ଗୌରୀଙ୍କ ଦୁଃସାହାସିକ ଯାତ୍ରା: କ୍ୟାବିନ୍ ସୁଇସାଇଡର ନିସ୍ତାର ଠାରୁ Skilled Samaritanର ଅୟମାରମ୍ଭ

0

କ୍ୟାବିନ୍ ସୁଇସାଇଡ୍ ଶବ୍ଦଟି କେବେ ଶୁଣିଛନ୍ତି?

ବୋଧହୁଏ ନୁହେଁ, ଗୁଗୁଲରେ ଖୋଜିଲେ ଏହାର ଅର୍ଥ ମିଳିବନାହିଁ । ନିର୍ବୋଧ ଶବ୍ଦକୋଶର ଭଣ୍ଡାର-ଅର୍ବାନ୍ ଡିକ୍ସନାରୀରେ ମଧ୍ୟ ଏହାର ପ୍ରତିଶବ୍ଦର ଉଲ୍ଲେଖ ନାହିଁ । କିନ୍ତୁ ଭାରତର ଏକ ନିବେଶକାରୀ ବ୍ୟାଙ୍କରେ ଦୀର୍ଘ ଦୁଇବର୍ଷ କାମ କରିବା ପରେ ଗୌରୀ ଅଗ୍ରୱାଲ୍ ଏହି ‘କ୍ୟାବିନ୍ ସୁଇସାଇଡ୍’ର ଦାରୁଣ ପୀଡ଼ାରେ କବଳିତ ହୋଇଥିଲେ । ୱାରୱିକ୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଓ ପୁଂଜି ପାଠ୍ୟକ୍ରମ ପଢ଼ିବା ସମୟରେ ତାଙ୍କ ଶିକ୍ଷକଙ୍କ ପ୍ରବନ୍ଧ ପ୍ରକଳ୍ପର ସ୍ମୃତି ତାଙ୍କୁ ଉଦବେଳିତ କରୁଥିଲା । ଏହି ପ୍ରବନ୍ଧ ପ୍ରକଳ୍ପ ପ୍ରସ୍ତୁତ ସମୟରେ ସେ ପେରୁର ତ୍ରୁଜିଲିଓ ଠାରେ କାର୍ଯ୍ୟକରୁଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ସେ ସେଠାରେ, ବସ୍ତିରେ ରହୁଥିବା ଏକାନ୍ତ ବିବାହିତ ମହିଳାଙ୍କ ମଧ୍ୟରେ ଅଣୁ ଉଧାର(ମାଇକ୍ରୋ କ୍ରେଡିଟ୍) ସଂପର୍କରେ ସଚେତନ କରାଇବା ଏବଂ ଅଣୁ ଋଣ(ମାଇକ୍ରୋ ଲୋନ୍) ପାଇବାରେ ସହଯୋଗ କରୁଥିଲେ । ଭାରତରେ ଅନୁରୂପ ଭାବେ କାମ କରିବାକୁ ସେଠାରୁ ସେ ପ୍ରେରଣା ପାଇଥିଲେ, ତେବେ ସେ ଏକ ନିବେଶକାରୀ ବ୍ୟାଙ୍କରେ କାର୍ଯ୍ୟ କଲେ । କାରଣ ସେ ଏକ ଖର୍ଚ୍ଚବହୁଳ ବିଦେଶୀ ସ୍ନାତକ ପାଇବା ପରେ ଉଚ୍ଚହାରର ଦରମା ଛାଡ଼ି ବିକାଶ କ୍ଷେତ୍ରରେ କାମ କରିବାର ବିଚାର କରିପାରିନଥିଲେ ।

ପ୍ରଥମରେ ସେ ଭଲ ଦରମା ପାଉଥିବାରୁ ଏବଂ ବିଦେଶ ଗସ୍ତ,ବିଶେଷଷତଃ ଜାପାନର ଟୋକିଓ ଗସ୍ତ ଆଦିରେ ‘କ୍ୟାବିନ୍ ସୁଇସାଇଡ୍’ର ଦାରୁଣ କ୍ଲେଶକୁ ଅନୁଭବ କରିପାରିନଥିଲେ । କିନ୍ତୁ ଖୁବଶିଘ୍ର ତାଙ୍କର ଅନବରତ ଫାଇଲ୍ ଚାଷ ଓ ଅଫିସ୍ କାମ ପ୍ରତି ବିରକ୍ତି ଭାବ ସୃଷ୍ଟି ହେଲା । ସେ ନିଜର ଚକିତ ପରିଚାଳକଙ୍କୁ ନିଜର ଚାକିରି ଛାଡ଼ିବା ସଂପର୍କରେ ଅବଗତ କରାଇବା ପରେ ଏକ ନୂତନ ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ସେ ଜାଣିନଥିଲେ ସେ କେଉଁଠାକୁ ଯିବେ ଏବଂ କ’ଣ କରିବେ । ତେବେ ପ୍ରଥମଚରଣରେ ସେ ଏଲାନ୍ ଆଡଭେଞ୍ଚର ନାମକ ଏକ କମ୍ପାନୀ ଠାରେ ଅଟକିଲେ । ଏହି ସଂସ୍ଥା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି(ଆଇଆଇଟି)ର ଛାତ୍ରମାନଙ୍କୁ ନେଇ ଗଠିତ ହୋଇଥିଲା । ସେ ଏହି ଛାତ୍ରମାନଙ୍କ ସହ ଗ୍ରାମାଂଚଳରେ ପର୍ଯ୍ୟଟନର ପ୍ରଚାର ପାଇଁ କାମ କଲେ । ଏଥିରୁ ସେ ଭାରତର ବାସ୍ତବତା ସଂପର୍କରେ ଅନେକ ଅଭିଜ୍ଞତା ଅର୍ଜନ କଲେ ଓ ପରବର୍ତ୍ତୀ ସୋପାନ ସଂପର୍କରେ ଚିନ୍ତା କଲେ ।

ଏହାପରେ ଯାହା ଘଟିଲା, ତାହାଥିଲା ଅବିକ୍ଷୁବ୍ଧ ସଙ୍ଗୀତର ମୂର୍ଚ୍ଛନା । ସେ ନିଜର ବନ୍ଧୁମାନଙ୍କ ସହ ଫରିଦାବାଦର ଗ୍ରାାମର ଉପକଣ୍ଠ ରେ ବୁଲିବାକୁ ଲାଗିଲେ । ଏହି ସମୟରେ ଗାଁର ଜଣେ ଲୋକ ତାଙ୍କୁ ଭେଟି କାହାକୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ଚାହାନ୍ତି କି ବୋଲି ପ୍ରଶ୍ନ କଲା । ଗୌରୀ ଏହି ଘଟଣାର ସ୍ମୃତିଚାରଣ କରି କହନ୍ତି, “ଆମେ କହିଲୁ ଆମେ ସେମାନଙ୍କୁ ସହାୟତା ଦେବାକୁ ଆସିଛୁ । ସୌଭାଗ୍ୟବଶତଃ ସେହି ସିରୋହି ଗାଁଟି କୌଣସି ରାଜନେତା କିମ୍ବା ଏନଜିଓର ସଂସ୍ପର୍ଶରେ ଆସିନଥିଲା । ଏଣୁ ଲୋକମାନେ ଆମକୁ ସହଜରେ ଗ୍ରହଣ କରିନେଲେ । ଯେଉଁ ଲୋକ ସହ ଆମେ ପ୍ରଥମେ ସାକ୍ଷାତ କରିଥିଲୁ ତାଙ୍କର ୮ଟି ସନ୍ତାନ ଥିଲେ ଏବଂ ବଡ଼ ପରିବାର ଥିଲା ।”

ଏହି ଘଟଣା ୨୦୧୨ର ଜୁଲାଇ ମଧ୍ୟ ଭାଗର, ଏହାପରେ ସେ ନିୟମିତ ଭାବେ ସିରୋହି ଗସ୍ତ କଲେ ଓ ସେଠାରେ ଦୀର୍ଘ ଦୁଇମାସ ସ୍ଥାନୀୟ ଲୋକଙ୍କ ସହ ସଂପର୍କ ବଢ଼ାଇବାରେ ବିତାଇଲେ । ସାଓନ୍ ସହ ପ୍ରଥମେ ସେ ସାକ୍ଷାତ କରିଥିଲେ ଏବଂ ତାଙ୍କ ପରିବାରର ସେ ପୃଷ୍ଠପୋଷକ ହେଇଗଲେ । ସିରୋହିର ସମୁଦାୟ ଜନସଂଖ୍ୟା ପ୍ରାୟ ୩,୫୦୦ , ପରିବାର ସଂଖ୍ୟା ୩୬୬ । ମୋଟ ଜନସଂଖ୍ୟାର ୮୦-୯୦ ପ୍ରତିଶତ ମୁସଲମାନ ସଂପ୍ରଦାୟର ଅଟନ୍ତି । ଏହା ଏକ ପଥର ଖଣି ଇଲାକା ଥିଲା । ଖଣି ବନ୍ଦ ହୋଇଯିବା ପରେ ଗାଁଲୋକଙ୍କ ରୋଜଗାର କମିଗଲା ଏବଂ ସେମାନେ କୌଣସି ସ୍ଥାୟୀ କର୍ମସଂସ୍ଥାନ ପାଇପାରିଲେନାହିଁ । ଗାଁର ଅବସ୍ଥା ସଂପର୍କରେ ଗୌରୀ କହନ୍ତି,"କ୍ୱାରି ଗୁଡ଼ିକ ବନ୍ଦ ହୋଇଯିବା ପରେ ଭୂଗର୍ଭସ୍ଥ ଜଳ ଓ ବର୍ଷାଜଳ ଜମିରହି ୬-୭ଟି ସୁନ୍ଦର ହ୍ରଦ ସୃଷ୍ଟି ହୋଇଥିଲା । ମୁଁ ଚିନ୍ତା କଲି । କାହିଁକି ଏହି ସୁନ୍ଦରତାକୁ ବିନିଯୋଗ କରାଯାଇପାରିବ ନାହିଁ । ଏଥିରେ ପାରିପାଶ୍ୱିର୍କ ପାଦଚଲା(ଇକୋ-ୱାକ୍)କୁ ପ୍ରୋତ୍ସାହନ ଦିଆଯାଇପାରିବ ଏବଂ ସହରରୁ ଲୋକଙ୍କୁ ଏଠାକୁ ଆଣି ଏହି ସୌନ୍ଦର୍ଯ୍ୟ ସଂପର୍କରେ ଅବଗତ କରାଯାଇପାରିବ।”

ଯେତେବେଳେ ଗୌରୀ ନିଜର ଯୋଜନା ସଂପର୍କରେ ଗାଁ ଲୋକଙ୍କୁ କହିଲେ, ଗାଁ ଲୋକ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ସେମାନେ ପ୍ରଶ୍ନ କଲେ କାହିଁକି ସହରର ଲୋକମାନେ ଏଠାକୁ ଆସିବେ । କିନ୍ତୁ ଗୌରୀ ଏହି କଥା ଫେସବୁକରେ ପ୍ରକାଶ କଲେ ଏବଂ ୧୦ଟି ଲୋକଙ୍କୁ ସେଠାର ପରିବେଶ ଦେଖାଇବାକୁ ରାଜି କରାଇଲେ । ଏମାନଙ୍କ ମଧ୍ୟରେ କେତେକେ ନିଜର ବନ୍ଧୁ ଥିଲେ ଏବଂ ଅନ୍ୟମାନେ ସଂପୂର୍ଣ୍ଣ ଅଜଣା । ସେମାନେ ଦିଲ୍ଲୀରୁ ସାମାନ୍ୟ ଯାତ୍ରା କରି ସିରୋହିରେ ୩-୪ ଘଂଟା ବିତାଇଲେ । ସେଠାରେ ରନ୍ଧାବଢ଼ା କରି ଗାଁ ଲୋକଙ୍କ ସହ ଖାଇଲେ । ଗୌରୀ କହନ୍ତି, “ଆମର ପ୍ରଥମ ପାଦଚଲାରେ ୧୦୦ଜଣ ସାମିଲ ହୋଇଥିଲେ ସେମାନଙ୍କ ସହ ଜଣେ ବଂଶୀବାଦକ ମଧ୍ୟ ଥିଲେ । ଆମେ ପ୍ରଥମ ଯାତ୍ରା ପାଇଁ ଜଣକ ପିଛା ୧୫୦୦ଟଙ୍କା ଦାବି କରିଥିଲୁ, ଏଥିରେ ଯାତ୍ରାଖର୍ଚ୍ଚ, ଜୈବ ଖାଦ୍ୟପେୟ ଆଦି ସାମିଲ ଥିଲା । ଲୋକମାନେ ଏହାକୁ ଅଧିକ ଦାମ ବୋଲି କହିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଧିକ ଅର୍ଥ ଦେବାକୁ ସହମତି ପ୍ରକାଶ କରିଥିଲେ ।”

ପ୍ରଥମ ପ୍ରଚେଷ୍ଟାରେ କଂପାନୀ ଆଇନର ଧାରା ୨୫ ଅନୁସାରେ, ୨୦୧୨ ମସିହାରେ Skilled Samaritan ଫାଉଣ୍ଡେସନ(ଏସ୍ଏସ୍) ଗଠିତ ହୋଇଥିଲା । ତେବେ ସେମାନେ କେବଳ ଆମର ଖର୍ଚ୍ଚ ହୋଇଥିବା ଅର୍ଥର ଫେରସ୍ତ ଦେଉଥିଲେ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାଦ୍ୱାରା ପରବର୍ତୀ ସମୟରେ ଗାଁ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ଦୃଢ଼ ଯୋଗସୂତ୍ର ସ୍ଥାପିତ ହେଲା ଏବଂ ଗାଁ ଲୋକଙ୍କ ବିଶ୍ୱାସ ଜିତିବାରେ ସହାୟକ ହେଲା । ଗାଁର ମହିଳାଙ୍କ ସହ କଥା ହେବା ସମୟରେ ଗୌରୀ ଲକ୍ଷ୍ୟ କଲେ ଯେ ସେମାନେ ଯେଉଁ ମସିଣା ଉପରେ ବସନ୍ତି ତାହା ଚକୋଲେଟ୍ ଜରିରେ ତିଆରି ହୋଇଛି । ସେ ଚିନ୍ତା କଲେ ଯେ ଏଭଳି ମସିଣାଗୁଡ଼ିକ ପରିବେଶ ଅନୁକୂଳ ଗୃହ ସଜେଇବା ଉପକରଣ ଭାବେ ବିକ୍ରିକରାଯାଇପାରିବ । ଏହାପରେ ଦ୍ୱିତୀୟ ଏସ୍ଏସ୍ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । କିନ୍ତୁ ଏଥର କେବଳ ଚକୋଲେଟ୍ ଜରିରେ ମସିଣା ତିଆରିନକରି ସେଥିରେ ଛୋଟଛୋଟ ଦର୍ପଣ ଓ ରଂଗ ଯୋଡ଼ିଲେ । ଏହି ଉପକରଣଗୁଡ଼ିକର ଫଟୋ ଉଠାଇ ଫେସବୁକରେ ପ୍ରକାଶ କଲେ। ପ୍ରଥମରେ ସ୍ୱଳ୍ପ ଉପକରଣଗୁଡ଼ିକ ସହଜରେ ବିକ୍ରି ହୋଇଗଲା, କିନ୍ତୁ ପରେ ନୂତନ ଗ୍ରାହକ ଖୋଜିବା କଷ୍ଟକର ହେଲା । ଏହା ସଂପର୍କରେ ଗୌରୀ କହନ୍ତି, "ଛୋଟ ସଂସ୍ଥା ହୋଇଥିବାରୁ ଆମେ ରେସ୍ତୁରାଁ ଆଦିରେ ବିକ୍ରି କରିବା କଷ୍ଟକରଥିଲା । ଏହା ବ୍ୟତୀତ କ୍ରମାଗତ ବଜାରର ଚାହିଦା ମେଂଟାଇବାକୁ ବହୁପରିମାଣରେ ଉତ୍ପାଦନର ଆବଶ୍ୟକତା ଥିଲା ।”

ବ୍ୟବସାୟ ସମସ୍ୟା ବ୍ୟତୀତ ଗୌରୀଙ୍କ ସମ୍ମୁଖରେ ଅନ୍ୟ ସମସ୍ୟାଗୁଡ଼ିକ ମଧ୍ୟ ଗଢ଼ି ଉଠିଥିଲା । ଗାଁର ମହିଳାମାନଙ୍କ ମଧ୍ୟରେ ସାନିଟାରୀ ନାପକିନ ବ୍ୟବହାର ଜରିଆରେ ଋତୁସ୍ରାବ ସଂପର୍କିତ ସଚେତନା ସୃଷ୍ଟି କରିବା ନେଇ ଏସ୍ଏସ୍ ଚେଷ୍ଟା କଲା । ଏଥିରେ ସେମାନେ କିଛିଟା ସଫଳତା ପାଇଲେ, କିନ୍ତୁ ପରବର୍ତୀ ସମୟରେ ନାପକିନ ବିକ୍ରି କରିବାରେ ଅସୁବିଧା ହେଲା । ଗୌରୀ କହନ୍ତି, “ଅନେକ ମହିଳାଙ୍କ ୮ରୁ ୧୦ଟି ସନ୍ତାନ ଥିଲେ, ଏଣୁ ସେମାନେ ଅଧିକାଂଶ ସମୟ ଘରେ ରହୁଥିଲେ । ସେମାନେ ଅନ୍ୟ ଉପକରଣ ଅପେକ୍ଷା ସିଲାଇ ମେସିନର ଆବଶ୍ୟକତା ଅଧିକ ବୋଲି ମତ ଦେଲେ ।”

ସମସ୍ୟାଗୁଡ଼ିକ ବ୍ୟତୀତ ଏସ୍ଏସ୍ ଅନେକ ସଫଳତା ହାସଲ କରିଛି । ଏହାମଧ୍ୟରୁ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ସୌରଶକ୍ତି ସାହାଯ୍ୟରେ ଗ୍ରାମାଂଚଳରେ ବିଦ୍ୟୁତ୍ ଯୋଗାଣ । ଏହି ପ୍ରକଳ୍ପ ଇଂଜିନିୟର୍ସ ୱିଥ୍ଆଉଟ୍ ବୋଡର୍ସ(ଭାରତ), ବେକ୍ଟେଲ୍ କର୍ପୋରେସନ୍, ନ୍ୟାସନାଲ୍ ଟ୍ରେନିଂ ଓ ପାୱାର୍ ଇନ୍ଷ୍ଟିଚ୍ୟୁଟ୍ର ଛାତ୍ର ଏବଂ ଏସ୍ଏସ୍ ମିଳିତ ଭାବେ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପ ଛଅ ମାସ ମଧ୍ୟରେ ତିନିଟି ପର୍ଯ୍ୟାୟରେ ଶେଷ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୩୬୬ଟି ଘର ମଧ୍ୟରୁ ୫୦ଟିରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା । ୨୦୧୩ ସେପ୍ଟେମ୍ବର ମାସରେ ବଳକା ୩୧୬ ଘରଗୁଡ଼ିକର ପର୍ଯ୍ୟାୟକ୍ରମେ ବିଦ୍ୟୁତ ସଂଯୋଗ ହୋଇଥିଲା । ଏହି ବାବଦକୁ ଏସ୍ଏସ୍ ପ୍ରତି ପରିବାର ପିଛା ୭୦ଟଙ୍କା ସଂଗ୍ରହ କରୁଥିଲା ଏବଂ ଏହି ଟଙ୍କା ଉନ୍ନୟନ ପାଣ୍ଠିରେ ଜମା ହେଉଥିଲା । ଏବଂ ପରବର୍ତ୍ତୀ ସମୟରେ ଏହି ଅର୍ଥ ସୌରଶକ୍ତି ଚାଳିତ ବିଦ୍ୟୁତ୍ ଉପକରଣର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଥିଲା ।

ଆଗାମୀ ଦିନରେ ଏସ୍ଏସ୍ ଅନ୍ୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି । ୱାରୱିକ୍ ବିଶ୍ୱବିଦ୍ୟାଳୟ ସହାୟତାରେ ଏସ୍ଏସ୍ ଏକ ସ୍ୱଳ୍ପଖର୍ଚ୍ଚରେ ଉଚ୍ଚମାନର ଉପକରଣ ଯେପରି ହାଣ୍ଡି ଦ୍ୱାରା ଶୀତଳୀକରଣ(ପଟ୍ ଇନ୍ ପଟ୍ ରେଫ୍ରିଜେରେସନ୍) ଯନ୍ତ୍ର ନିର୍ମାଣ କରିବାକୁ ଚେଷ୍ଟା ଚଳାଇଛି । ଏହାଦ୍ୱାରା ଘରେ ପନିପରିବା ସଂରକ୍ଷିତ ହୋଇରହିପାରିବ । ୧୯୯୪ରେ ନାଇଜେରିଆର ପଲିଟେକ୍ନିକ୍ ଅଭିଭାଷଣରେ ପ୍ରଦତ୍ତ ଏକ ଡିଜାଇନ୍-ଜୀର ଗ୍ରହଣ କରାଯାଇଛି । ଏହି ଯନ୍ତ୍ର ଜୀରର ପ୍ରୟୋଗ ଦ୍ୱାରା ପ୍ରାକକୃଷି କ୍ଷତିର ଭରଣା ସହ ସ୍ଥାନୀୟ କୁମ୍ଭାରଙ୍କୁ ଏକ ନୂତନ ଆୟର ପନ୍ଥା ଦେଇପାରିବ ବୋଲି ଏସ୍ଏସ୍ ବିଶ୍ୱାସ କରେ ।

ଆସନ୍ତା ବର୍ଷ, ସିରୋହି ନିକଟବର୍ତୀ ଅନ୍ୟ ଗାଁଗୁଡ଼ିକରେ ଏକ ଦୀର୍ଘ ସ୍ଥାୟୀ, ସ୍ଥାନୀୟ ସ୍ୱାୟତ୍ତ ସ୍ୱାବଲମ୍ବୀ ଗୋଷ୍ଠୀ ମଡେଲ୍ ଗଠନ କରିବାକୁ ଗୌରୀ ଯୋଜନା ରଖିଛନ୍ତି । ଗୌରୀଙ୍କୁ ସହୟତା ଦେବା ପାଇଁ ତାଙ୍କ ଘନିଷ୍ଠ ଟିମ୍ ସଦସ୍ୟ କାର୍ତିକ ଶର୍ମା ଓ ତରୁଣ ନନ୍ଦା ପ୍ରସ୍ତୁତ ଅଛନ୍ତି, ତେବେ ସେ କର୍ପୋରେଟ୍ କର୍ମଚାରୀ ଓ ବିଦେଶୀ ଛାତ୍ରଙ୍କୁ ନେଇ ସ୍ୱେଚ୍ଛାସେବୀ ନେଟୱର୍କ ଜରିଆରେ ଅଧିକ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବାକୁ ଯୋଜନା କରିଛନ୍ତି ।