ଓଡିଶାରେ ହେବ ଜାହାଜ ନିର୍ମାଣ କମ୍ପାନୀ, ଗାର୍ଡେନ୍ ରିଚ୍ କରିସାରିଲେଣି ସର୍ଭେ

ଓଡିଶାରେ ହେବ ଜାହାଜ ନିର୍ମାଣ କମ୍ପାନୀ, ଗାର୍ଡେନ୍ ରିଚ୍ କରିସାରିଲେଣି ସର୍ଭେ

Wednesday March 16, 2016,

2 min Read

image


ଓଡିଶାରେ ପୁଂଜି ଲଗାଣ ପାଇଁ ସରକାର ବିଭିନ୍ନ ଉପାୟରେ ବଡ ବଡ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରୁଛନ୍ତି | ମୁମ୍ବାଇରେ ନିକଟରେ ଅନୁଷ୍ଠିତ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନେକ କମ୍ପାନୀକୁ ରାଜ୍ୟରେ ପୁଂଜି ନିବେଶ ପାଇଁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ | ପୁଣି ‘ଡୁଇଂ ବିଜିନେସ୍ ଇନ୍ ଓଡିଶା’ ସମ୍ମିଳନୀରେ ମଧ୍ୟ ଅନେକ କମ୍ପାନୀ ଓଡିଶାକୁ ପୁଂଜି ନିବେଶ କରିବାର ଏକ ପ୍ରକୃଷ୍ଟ ସ୍ଥାନ ବୋଲି ମତ ଦେବା ସହ ଏଠାରେ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି | ଏଥିମଧ୍ୟରୁ ସବୁଠୁ ବଡ ଓ ଓଡିଶା ପାଇଁ ଏକ ଗୌରବର ବିଷୟ ଯେ ଦେଶର ଏକ ଯୁଦ୍ଧ ଜାହଜ ନିର୍ମାଣକାରୀ କମ୍ପାନୀ ରାଜ୍ୟର ତାର ଉତ୍ପାଦନ ୟୁନିଟ୍ ନିର୍ମାଣ ପାଇଁ ଯୋଜନା କରୁଛି | ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଂଜିନିୟରିଂ ଲିମିଟେଡ୍ (ଜିଆରଏସ୍‌ଇ) ଉତ୍ପାଦନ ୟୁନିଟ୍ ପାଇଁ ଓଡିଶାକୁ ସବୁଠାରୁ ଭଲ ସ୍ଥାନ ବୋଲି ବିବେଚନା କରୁଛି |

image


ଭୁବନେଶ୍ୱରରେ କନଫେଡରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ପକ୍ଷରୁ ଆୟୋଜିତ ‘ଡୁଇଂ ବିଜିନେସ୍ ଇନ୍ ଓଡିଶା’ ସମ୍ମିଳନୀରେ ଯୋଗ ଦେଇ ଏହି ସୂଚନା ଦେଇଥିଲେ କମ୍ପାନୀର ଅଧ୍ୟକ୍ଷ କଥା ପରିଚାଳନା ନିର୍ଦ୍ଦେଶକ ଏ.କେ.ବର୍ମା | ସେ କହିଛନ୍ତି,

ଭାରତ ସରକାରଙ୍କ ଆବଶ୍ୟକତା ଅନୁସାରେ ଆମେ ଜାହାଜ ନିର୍ମାଣ କରୁଛି | ସରକାରଙ୍କ ତରଫରୁ ପରବର୍ତ୍ତୀ ପ୍ରକଳ୍ପ ମିଳିଲେ, କମ୍ପାନୀ ଓଡିଶାରେ ତାର ମାନୁଫାକଚରିଂ ୟୁନିଟ୍ ସ୍ଥାପନ କରିବାକୁ ଅଗ୍ରାଧିକାର ଦେବ | ଏହା ଏହି ସ୍ଥାନକୁ ଅନ୍ୟଠାରୁ ଅଧିକ ଅନୁକୂଳ ବୋଲି କମ୍ପାନୀ ବିଚାର କରୁଛି | କେବଳ ସେତିକି ନୁହେଁ, ଏଥିପାଇଁ କମ୍ପାନୀ ପକ୍ଷରୁ ଧାମରା ବନ୍ଦର ଆଖପାଖ ଇଲାକାରେ ପ୍ରାରମ୍ଭିକ ସର୍ଭେ କରାଯାଇଛି |

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏକି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୯୫ଟି ଯୁଦ୍ଧ ଜାହଜ ନିର୍ମାଣ କରିସାରିଲେଣି | ଏହା ବ୍ୟତୀତ କମ୍ପାନୀ ଯାତାୟତ ଓ ମାଲ୍ ପରିବହନ ପାଇଁ ୭୦୦ରୁ ଅଧିକ ଜାହଜ ନିର୍ମାଣ କରିଛି | ଜାହାଜ ନିର୍ମାଣ କ୍ଷେତ୍ରରେ ଏହି କମ୍ପାନୀ ଆନ୍ତର୍ଜାତିକ ସ୍ତରରେ ନାମ କମାଇଛି | ଓଡିଶାରେ କମ୍ପାନୀ ତାର ଉତ୍ପାଦନ ୟୁନିଟ୍ ବସାଇଲେ, ଏହା ରାଜ୍ୟ ପାଇଁ ଏକ ଗୌରବର ବିଷୟ ହେବ | ତେଣୁ ରାଜ୍ୟ ସରକାର ଏଥିପାଇଁ ବେଶ୍ ଆଗ୍ରହୀ ଥିବା ଜଣାପଡିଛି |

ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,

କମ୍ପାନୀଙ୍କୁ ସ୍ୱାଗତ

ଓଡିଶାରେ ଏଭଳି ଜାହାଜ ନିର୍ମାଣକାରୀ କମ୍ପାନୀ ତାର ୟୁନିଟ୍ ଖୋଲୁ ବୋଲି ଆମେ ଚାହୁଁ | ଆଗାମୀ ଆର୍ଥିକ ବର୍ଷରେ ଜାହାଜ ତିଆରି କାରଖାନା ନିର୍ମାଣ ପାଇଁ ଏକ ପ୍ରସ୍ତାବ ଦେବାକୁ କମ୍ପାନୀକୁ କୁହାଯାଇଛି | କମ୍ପାନୀ ଏଥିରେ ରାଜି ହେବ ବୋଲି ଆମେ ଆଶାବାଦୀ |

ମୁମ୍ବାଇରେ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସରକାର ୭୦ ହଜାର କୋଟି ଟଙ୍କାର ପୁଂଜିନିବେଶ ଆକୃଷ୍ଟ କରିବାରେ ଓଡିଶା ସଫଳ ହୋଇଛି | ଏବେ ଇସ୍ରାଏଲରୁ ୨୦ଟି କମ୍ପାନୀ ଓଡିଶାରେ ପୁଂଜି ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି | ଏ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି,

ରାଜ୍ୟରେ ପୁଜିଂ ନିବେଶ ପାଇଁ ଆସିଥିବା ପ୍ରସ୍ତାବଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଅନୁମୋଦନ କରାଯାଉଛି | ଗତ ୬ ମାସରେ ୪୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଗଲାଣି | ଏହା ଦ୍ୱାରା କମ୍ପାନୀମାନଙ୍କ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ସୃଷ୍ଟି ହେବ |