କ୍ରେଡାଇ ଓଡିଶାର ଜାନୁଆରୀ ୨୪ରେ ପ୍ରପର୍ଟି ଏକ୍ସପୋ ୨୦୧୬

କ୍ରେଡାଇ ଓଡିଶାର ଜାନୁଆରୀ ୨୪ରେ ପ୍ରପର୍ଟି ଏକ୍ସପୋ ୨୦୧୬

Monday December 07, 2015,

2 min Read

ଭୁବନେଶ୍ୱର : ନିଜର ରିୟଲ ଏଷ୍ଟେଟ୍ ଓ ସହାୟକ କର୍ପୋରେଟ୍ ସଭ୍ୟମାନଙ୍କୁ ତାଙ୍କର ଅଭିବୃଦ୍ଧି ନିମନ୍ତେ ଏକ ନିରପେକ୍ଷ ପ୍ଲାଟଫର୍ମ ଯୋଗାଇବାର ଲକ୍ଷ୍ୟ ନେଇ ଗଠିତ ହୋଇଥିବା ଅଫ୍ କନ୍ଫରେନ୍ସ ଅଫ୍ ରିୟଲଏଷ୍ଟେଟ୍ ଡେଭ୍ଲପର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (କ୍ରେଡାଇ) ଓଡିଶା ଚାପ୍ଟର୍ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆସନ୍ତା ଜାନୁଆରୀ ମାସ ୨୪ରୁ ୨୬ ତାରିଖ ଯାଏ ରାଜ୍ୟର ବହୁ ଚର୍ଚ୍ଚିତ ପ୍ରପର୍ଟି ଏକ୍ସପୋ ଆୟୋଜିତ କରିବାକୁ ଯାଉଛି ।

image


କ୍ରେଡାଇର ପୂର୍ବତନ ସଭାପତି ବିନୟ କେ ଦାସ ଚଳିତ ବର୍ଷ ହେବାକୁ ଥିବା ପ୍ରପର୍ଟି ଏକ୍ସପୋ-୨୦୧୬ର ଲୋଗୋକୁ ଉନ୍ମୋଚିତ କରି କହିଥିଲେ, “କ୍ରେଡାଇ ଫର କ୍ରେଡିବିଲିଟି ପରି ଏକ ଆକର୍ଷଣୀୟ ଟ୍ୟାଗଲାଇନକୁ ନେଇ ଚଳିତ ବଷର୍ର ଏହି ଏକ୍ସପୋର ୩ଟି ମୁଖ୍ୟ ଲକ୍ଷ୍ୟ ହେଉଛି ଗଠନମୂଳକ ନିୟମ ପ୍ରସ୍ତୁତି, ନ୍ୟାୟସଂଗତ ତଥା ସ୍ୱଚ୍ଛ ବ୍ୟବସାୟ ଏବଂ ଅଭିଯୋଗର ନିରପେକ୍ଷ ସମାଧାନ ପଦ୍ଧତି ଆଦି ଯାହାକି ପ୍ରକୃତରେ କ୍ରେଡାଇର ଚରିତ୍ରକୁ ପତିଫଳିତ କରୁଛି ।” ସେ ଆହୁରି ମଧ୍ୟ କହିଥିଲେ ଯେ, ଆକାଶ ଦାସ ନାୟକ ପରି ଜଣେ ପ୍ରସିଦ୍ଧ ସିନେ ତାରକା ଆମର ବ୍ରାଣ୍ଡ ଆମ୍ବାସଡର୍ ହୋଇଥିବାରୁ କ୍ରେଡାଇ ଓଡିଶା ଅତ୍ୟନ୍ତ ଆନନ୍ଦିତ ।

image


ଏହି ବର୍ଷର ଏକ୍ସପୋ ପ୍ଲାନ୍ ସମ୍ବନ୍ଧରେ ଅଧିକ ସୂଚନା ଦେଇ କ୍ରେଡାଇ କାଉନ୍ସିଲିଂ ବଡିର ନେସ୍ନାଲ୍ ମେମ୍ବର ଡି ଏସ୍ ତ୍ରିପାଠି କହିଥିଲେ, “ଏହି ବର୍ଷ ଏକ୍ସପୋରେ ୨ଟି ଏସି ହ୍ୟାଙ୍ଗର୍ରେ ଅତି କମରେ ୧୨୦ଟି ବିଭିନ୍ନ ଆବଶ୍ୟକୀୟ ସୁବିଧା ବିଶିଷ୍ଟ ଷ୍ଟଲର ଆୟୋଜନ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ରହିଛି । ପ୍ରିଣ୍ଟ୍, ଇଲେକ୍ଟ୍ରୋନିକ୍ସ, ରେଡିଓ ଏବଂ ଆଉଟ୍ଡୋର୍ ମିଡିଆ ମାଧ୍ୟମରେ ପବ୍ଲିସିଟି, ଡିଜିଟାଲ୍ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଚାର, ଏଲିଡି ଷ୍କ୍ରିନ୍ ଓ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଅନ୍ ଗ୍ରାଉଣ୍ଡ ବ୍ରାଣ୍ଡ ପ୍ରମୋସନ୍ ଆଦି ହେଉଛି ଏହି ଏକ୍ସପୋର ୟୁଏସ୍ପି । ସେଲିବରିଟିମାନଙ୍କର ଉପସ୍ଥିତି, ମନୋରଞନ କାର୍ଯ୍ୟକ୍ରମ ଓ ଫୁଡ୍ କୋର୍ଟ ହେଉଛି ଏହି ଏକ୍ସପୋର ଅନ୍ୟ ଆକର୍ଷଣ । ଏତଦ୍ ବ୍ୟତୀତ ଏକ୍ସପୋ ପୂର୍ବରୁ ୩ଟି ବିଲ୍ଡ ଆପ୍ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ରହିଛି ।

ମୁଖ୍ୟ ପ୍ରାୟଜୋକ ଭାବେ କ୍ରେଡାଇ ଓଡିଶା ପ୍ରପର୍ଟି ଏକ୍ସପୋ ୨୦୧୬ରେ ସହଭାଗି ହୋଇ ଏସ୍ବିଆଇ ଗର୍ବିତ । ସମ୍ବାଦିକ ସମ୍ମୀଳନିରେ ଉପସ୍ଥିତ ଥିବା ଏସବିଆଇ ଡିଜିଏମ୍, ଶ୍ରୀ ଅରୂପ ଦାସଗୁପ୍ତା କହିଥିଲେ, “କ୍ରେଡାଇ ସହିତ ଆମର ସହଭାଗିତା ଅନେକ ଆଗକୁ ଯିବ ଏବଂ ଓଡିଶା ପ୍ରପର୍ଟି ଏକ୍ସପୋ ଏକ ସମ୍ମାନଜନକ ପ୍ଲାଟଫର୍ମ ହୋଇଥିବାରୁ ଆଗକୁ ଏହା ଏକ ଉଭୟଙ୍କ ପାଇଁ ଲାଭଜନକ ସହଭାଗିତାରେ ପରିଣତ ହେବ ବୋଲି ଆମେ ଆଶା କରୁଛୁ ।”

ସୂଚନା ଯୋଗ୍ୟ ଯେ, କନ୍ଫରେନ୍ସ ଅଫ୍ ରିୟଲଏଷ୍ଟେଟ୍ ଡେଭ୍ଲୋପର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (କ୍ରେଡାଇ)ର ଓଡିଶା ଚାପ୍ଟର୍, କ୍ରେଡାଇ ଓଡିଶା ଘରୋଇ ଏବଂ କର୍ପୋରେଟ୍ ରିୟଲ ଏଷ୍ଟେଟ୍ ଡେଭ୍ଲୋପର୍ସମାନଙ୍କୁ ଏକ ଫୋରମ୍ରେ ଏକତ୍ରିତ କରିଥାଏ । ନିଜର ରିୟଲଏଷ୍ଟେଟ୍ ଓ ସହାୟକ କର୍ପୋରେଟ୍ ସଭ୍ୟମାନଙ୍କୁ ତାଙ୍କର ଅଭିବୃଦ୍ଧି ନିମନ୍ତେ ରାଜ୍ୟରେ ସମସ୍ତ ସୁବିଧା ଯୋଗାଇବାହିଁ ପ୍ରତିଷ୍ଠା ହେବା ଦିନଠାରୁ କ୍ରେଡାଇର ମୁଖ୍ୟ ଉଦ୍ଧେଶ୍ୟ ରହିଆସିଛି ।

“କଂଗ୍ରିଗେଟ୍ ଡେଭ୍ଲୋପର୍ସ, ଡ୍ଜାଇନର୍ସ, ପଲିସି ମେକର୍ସ ଏବଂ ପ୍ରଡକ୍ଟ, ଫାଇନାନ୍ସିଆଲ୍ ଅନୁଷ୍ଠାନ ଏବଂ ସର୍ବ ଉର୍ଦ୍ଧରେ ଗ୍ରାହକମାନଙ୍କୁ ଏକତ୍ରିତ କରି ବାର୍ତା ବିନିମୟ, ସେଚେତନତା ଓ ସ୍ୱଚ୍ଛ ବ୍ୟବସାୟ ଆଦି କରିବାର କ୍ରେଡାଇ ଓଡିଶା ଏକ୍ସପୋ ୨୦୧୬ ପ୍ରତିଶୃତି ଦେଉଛି । ପ୍ରତି ବର୍ଷ ପରି ଏଥର ମଧ୍ୟ ଏହି ଏକ୍ସପୋ ଓଡିଶାର ରିୟଲଏଷ୍ଟେଟ୍ ବଜାରକୁ ଏ ନୂତନ ଦିଶା ଦେବ”, ବୋଲି କ୍ରେଡାଇର ଭାଇସ୍ ପ୍ରେସିଡେଣ୍ଟ ସ୍ୱଦେଶ ରାଉତାୟ କହିଥିଲେ ।