ଭାରତରେ ଚକ୍ଷୁ ଚିକିତ୍ସାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଆଇନେତ୍ରର ପ୍ରଚେଷ୍ଟା

ଭାରତରେ ଚକ୍ଷୁ ଚିକିତ୍ସାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଆଇନେତ୍ରର ପ୍ରଚେଷ୍ଟା

Friday November 20, 2015,

3 min Read

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଉଦ୍ଭାବନମାନ ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ଅନେକ ସଂଭାବନା ଓ ସୁଯୋଗ ଆଣିଦେଇଛି । ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବା ସହ ଗୁଣାତ୍ମକମାନ ଓ ଉକ୍ରୃଷ୍ଟ ସେବାରେ ଦେଶ ସମୃଦ୍ଧ ହେବାରେ ଲାଗିଛି । ଏଥିସହ ସ୍ୱାସ୍ଥ୍ୟସେବା ଉପକରଣଗୁଡିକ ମଧ୍ୟ ସୁଲଭ ଦାମରେ ସହଜରେ ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରୁଛିା

image


ଡେଭିଡ ଶାଫ୍ରାନ, ଆଇନେତ୍ରର ସହପ୍ରତିଷ୍ଠାତା ଏବଂ ସିଇଓ ଚକ୍ଷୁଯତ୍ନ ଶିଳ୍ପରେ ନିୟୋଜିତ ହୋଇ ବିଶ୍ୱରେ ଅସଂଖ୍ୟ ଲୋକଙ୍କ ପାଇଁ କିଛି ନୂଆ କରିଛନ୍ତିାଆଇନେତ୍ର ଆଖି ପରୀକ୍ଷା ପାଇଁ ସୁଲଭ ଦାମରେ ଏକ ଯନ୍ତ୍ର ନିର୍ମାଣ କରିଛି ଯାହାକି ମୋବାଇଲ ଫୋନ ଦ୍ୱାରା ସମୀପ ଦୃଷ୍ଟି, ଦୂର ଦୃଷ୍ଟି ଓ ଚକ୍ଷୁ ପରଳ ପରି ଚକ୍ଷୁ ସମସ୍ୟାକୁ ପରୀକ୍ଷଣ କରିଥାଏ । ସେମାନଙ୍କ ପାଇଁ ଏହା କେବଳ ଆରମ୍ଭ ମାତ୍ର ।

ଆସନ୍ତୁ ସେମାନଙ୍କ ଏହି ଯାତ୍ରା ବିଷୟରେ ଦାଭିଡଙ୍କ ସହ କଥାହେବା ।

ପ୍ରଶ୍ନ : ଆମକୁ ଆପଣଙ୍କ ସଂମ୍ପର୍କରେ, ଚକ୍ଷୁ ଚିକିତ୍ସା ଓ ଆଇନେତ୍ର ବିଷୟରେ କିଛି କୁହନ୍ତୁ।

ଡେଭିଡ : ମୁଁ ସର୍ବଦା କିଛି ନୂଆ ଆରମ୍ଭ କରିବାକୁ ଭଲପାଏ । ମୁଁ ଭାରତ ଓ ୟୁଏସରେ ଅନେକ ଟେକନୋଲୋଜି କଂପାନୀରେ କାମ କରିଛି, ଯେଉଁମାନେ କି ମୋବାଇଲ ଓ କ୍ଲାଉଡ ଟୋକନୋଲୋଜିର ବ୍ୟବହାରରେ ଜନସାଧାରଣଙ୍କ ସମୃଦ୍ଧ କରିବାକୁ କାର୍ଯ୍ୟ କରୁଛନ୍ତି । ୨୦୦୯ ରେ ଭିଲଗ୍ରୋ ଇନୋଭେସନ୍ସରେ ରକିଫେଲର ଫାଉଣ୍ଡେସନ ବୃତ୍ତି ପାଇ ଭାରତର ପ୍ରଥମ ଗ୍ରାମୀଣ ବିପିଓ ଦେଶୀକ୍ରୀୟୁ ସହ କାମ କରିଥିଲି । ଏଥିସହିତ ୨୦୧୦ରେ ଇନଷ୍ଟିଚୁଟର ଏସଏମଏସ ବେସଡ ୱେବ ବ୍ରାଉଜର, ଟିଏକ୍ସଟି ୱେବ ଆଦିରେ କାର୍ଯ୍ୟ କରିଛି । ନେତ୍ର ଏମଆଇଟି ମିଡିଆ ଲାବ୍ ଦ୍ୱାରା ଆଇନେତ୍ରରେ ମୋର ସହପ୍ରତିଷ୍ଠାତାମାନଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ଏକ ପ୍ରକଳ୍ପ ।

ଏହା ମୋର ଟେକନୋଲୋଜି କ୍ଷେତ୍ରର ସମସ୍ତ ଶକ୍ତି, ଆଗ୍ରହ ଓ ଜିଜ୍ଞାସାକୁ କେନ୍ଦ୍ରିଭୂତ କରି ଏହା ଉପରେ କାର୍ଯ୍ୟ କରିବାକୁ ଏକ ଅଦ୍ଭୁତ ପ୍ରେରଣା ଓ ଆନନ୍ଦ ଦେଲା ଓ ଏଥିରେ ମୁଁ ଅସଂଖ୍ୟ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିବାର ଆଶା ରଖିଲି । ଏ ଭଳି ବି କହିବାକୁ ଗଲେ ମୁଁ ଏକ ଚକ୍ଷୁ ପରୀକ୍ଷକ ପରିବାରୁ ଆସିଛି, ଯେଉଁଠି ପାଇଁ ଚକ୍ଷୁ ଓ ଏହାର ଯତ୍ନ ପ୍ରତି ମୋର ଏକ ଅହେତୁକ ଆକର୍ଷଣ ଥିଲା । ତେଣୁ ମୁଁ ୨୦୧୦ରେ ମିଡିଆ ଲାବରେ ଯୋଗଦେଲି ଓ ୨୦୧୧ ରେ ଆମେ ଏହି କଂପାନୀ ଆରମ୍ଭ କଲୁ, ଏହା ପରର ଘଟଣା ଇତିହାସ । ଆମେ ଚକ୍ଷୁ ପରୀକ୍ଷା ଓ ଚଷମା ଦେବାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ ।

image


ପ୍ରଶ୍ନ : ବିଶ୍ୱରେ ୨.୪ ବିଲିଅନ ଲୋକଙ୍କର ଚଷମାର ଆବଶ୍ୟକତା ଥିଲେ ମଧ୍ୟ ସେମାନେ ବ୍ୟବହାର କରିପାରୁ ନାହାଁନ୍ତି। ଭାରତ କ୍ଷେତ୍ରରେ ଆପଣ କିଭଳି ଏକ ମାର୍କେଟ ଲକ୍ଷ୍ୟ କରିଛନ୍ତି ଓ ବିପରି ବ୍ୟବସାୟ କରୁଛନ୍ତି ?

ଡେଭିଡ : କହିବାକୁ ଗଲେ ଭାରତରେ ପ୍ରାୟ ୩୦୦ ମିଲିଅନ ଲୋକ ଚଷମା ଆବଶ୍ୟକ କରନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପାଖରେ ଏହା ନାହିଁ । ଚକ୍ଷୁ ପରୀକ୍ଷା ପାଇଁ ଆବଶ୍ୟକୀୟ ସୁବିଧା ନ ଥିବାରୁ ଏପରି ହେଉଛି । ଉପଯୁକ୍ତ ପେଷାଦାର ଓ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ଏଥି ପାଇଁ ଦାୟୀ । ଆମେ ସାରା ଦୁନିଆରେ ପହଂଚିବାର ଲକ୍ଷ୍ୟ ରଖିଥିବା ବେଳେ ଭାରତ ଆମର ପ୍ରଥମ ମାର୍କେଟ । ସାରା ବିଶ୍ୱରେ ବର୍ତ୍ତମାନ ଘର ସଉଦାଠୁ ଆରମ୍ଭ କରି ଔଷଧ ଯାଏଁ ଅନଲାଇନରେ କିଣିବାକୁ ଲୋକମାନେ ପସନ୍ଦ କରିବାରେ ଲାଗିଛନ୍ତି । ଚଷମା ଓ ଚକ୍ଷୁ ପରୀକ୍ଷା କଥା କହିବାକୁ ଗଲେ ଅନଲାଇନରେ ସୁବିଧାରେ ଓ କମ ଦାମରେ ଚଷମା ମିଳୁଥିଲେ ମଧ୍ୟ ଚକ୍ଷୁ ପରୀକ୍ଷାର ସୁବିଧା ନାହିଁ, ଯେଉଁଠି ହିଁ ଆମର ଆବଶ୍ୟକତା ଅଛି ଓ ଆମେ ସହଜରେ କମଦାମରେ ଅନଲାଇନ ଚକ୍ଷୁ ପରୀକ୍ଷାରେ ଲୋକଙ୍କୁ ଚଷମା ଯୋଗାଇଥାଉ ।

image


ପ୍ରଶ୍ନ : ଆଇନେତ୍ର ଟିମରେ ଆପଣ କିପରି ଲୋକଙ୍କ ଯୋଗଦାନ ଚାହିଁବେ ?

ଡେଭିଡ : ମାନବ ସମାଜର ମଙ୍ଗଳ ପାଇଁ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତିମାନଙ୍କୁ ଆମେ ଆମ ସହ ସାମିଲ କରିବାକୁ ଚାହୁଁଛୁ । ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କିଛି ନୂଆ କରି ଦେଖାଇବା, ଏହା ପ୍ରଚଳିତ ବ୍ୟବସ୍ଥାର ଖିଲାପ ହୋଇପାରେ କିନ୍ତୁ ଲୋକଙ୍କ ସାମୁହିକ ସ୍ୱାର୍ଥପାଇଁ ଉଦ୍ଧିଷ୍ଟ ଥିବ ଏପରି ମାନସିତାର ବ୍ୟକ୍ତିମାନଙ୍କୁ ଆମେ ସ୍ୱାଗତ କରିବୁ । ଦ୍ୱିତୀୟରେ ଆମେ ଜଣେ ବିଚକ୍ଷଣ ଆଣ୍ଡ୍ରଏଡ୍ ଡେଭଲପର ଚାହୁଁଛୁ, ଯିଏକି କିଛି ଚମକ୍ରାର କରିବାର ଉଦ୍ୟମରେ ଥିବ କାରଣ ଆମେ ତାଙ୍କୁ ନେଇ ଆମ ଛୋଟ ଟିମରେ ଗୁରୁ ଦାୟୀତ୍ୱ ସମ୍ଭାଳିବୁ ।

ପ୍ରଶ୍ନ : ଆପଣ ମାର୍କେଟରେ ବ୍ୟାପାର ପାଇଁ କିପରି ରଣନୀତି ପ୍ରସ୍ତୁତ କରିଛନ୍ତି ? ଅନ୍ୟ କେଉଁ ଅନୁଷ୍ଠାନ ସହ ମିଶିଛନ୍ତି କି?

ଡେଭିଡ : ଆମ ଆମ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ ଚାଇଛୁ କିନ୍ତୁ ଭାରତ ପରି ଏକ ବୃହତ ମାର୍କେଟରେ ପହଂଚିବାକୁ ଅନ୍ୟମାନଙ୍କ ସହ ସହଭାଗିତା ଭିତ୍ତିରେ ମଧ୍ୟ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ପାଇଁ ଆମେ ଏଲ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ସହ ଅନୁବନ୍ଧିତ ହୋଇଥିବାବେଳେ ଏ କ୍ଷେତ୍ରରେ ପ୍ରତିଷ୍ଠିତ ଯେ କୌଣଷି ଚକ୍ଷୁ ଡାକ୍ତରଖାନା, ଚଷମା ସପ୍ଲାୟର, ଫ୍ରେମ ସପ୍ଲାୟର ଓ ଦୋକାନୀଙ୍କ ସହ ମିଶି ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରିବୁ ।

ପ୍ରଶ୍ନ : ଆପଣଙ୍କ ନିବେଶ ଓ ନିବେଶକାରୀଙ୍କ ବିଷୟରେ କିଛି କହିବେ ?

ଡେଭିଡ : ଖୋସଲା ଇମ୍ପାକ୍ଟ ଓ ଖୋସଲା ଭେନଚରସ୍ ଆମକୁ ଏକ ମିଲିଅନ ଡଲାରର ମୁଳପୁଞ୍ଜି ବିନିଯୋଗ ଯୋଗାଇଛି ଓ ଏହାକୁ ବିନିଯୋଗ କରି ଆମେ ଆମର ବ୍ୟବସାୟ ଚଳାଇଛୁ ।