ଆରମ୍ଭ ହେବ ରିଲାଏନ୍ସ ଜିଓର ଡ଼ିଟିଏଚ ସେବା

ଆରମ୍ଭ ହେବ ରିଲାଏନ୍ସ ଜିଓର ଡ଼ିଟିଏଚ ସେବା

Wednesday February 01, 2017,

1 min Read

ରିଲାଏନ୍ସ ଜିଓ ଟେଲିକମ ଦୁନିଆରେ ଚହଳ ପକାଇବା ପରେ ଖୁବଶୀଘ୍ର ନିଜର ଡ଼ିଟିଏଚ ସେବା ଆରମ୍ଭ କରିବାକୁ ଯାଉଛି। ଗ୍ରାହକଙ୍କ ମନ ଲୋଭାଇଲା ଭଳି ଏଥିରେ ମାସକୁ ମାତ୍ର ୧୮୫ ଟଙ୍କାରେ ୩୦୦ଟି ଚ୍ଯାନେଲ ମିଳିବାର ଯୋଜନା ରହିଛି। 

Image : <a href=

Image :

TechFactsa12bc34de56fgmedium"/>

ଭାରତର ଅଗ୍ରଣୀ ଟେଲିକମ୍‌ କଂପାନି ରିଲାଏନ୍ସେ ଜିଓ ତାହାର ଉପଭୋକ୍ତାଙ୍କ ଲାଗି ମାଗଣା ଇଣ୍ଟର୍‌ନେଣ୍ଟ୍‌ ସେବା, ଭଏସ୍‌ କଲ୍‌ ଏବଂ ମେସେଜିଙ୍ଗ୍‌ ସୁବିଧା ଯୋଗାଇଲା ପରେ ଏବେ ପୁଣି ସେ ତାହାର ଗ୍ରାହକମାନଙ୍କ ପାଇଁ ଆଣି ଦେଉଛି ମାତ୍ର ୧୮୫ ଟଙ୍କାରେ ଡାଇରେକ୍ଟଟୁ ହୋମ୍‌ (ଡିଟିଏଚ୍‌) ସେବା । ଜିଓ କେୟାର ଡଟ୍‌ ନେଟ୍‌ ପୋର୍ଟାଲରେ ପ୍ରଦତ୍ତ ତଥ୍ୟ ଅନୁସାରେ ଏୟାରଟେଲ୍‌ ଓ ଟାଟାସ୍କାଏ ଭଳି ଜିଓ ମଧ୍ୟ ସାଟେଲାଇଟ୍‌ ଟେଲିଭିଜନ ଚାନେଲ୍‌ ବିତରଣ କ୍ଷେତ୍ରରେ ପ୍ରବେଶ କରିବ। ଏ ନେଇ ଯୋଜନା ଆରମ୍ଭ ହୋଇଛି ବୋଲି କହିଛି ରିଲାଏନ୍ସେ ଜିଓ କଂପାନି । ଜିଓ ଡିଟିଏଚରେ ୩୦୦ ଚାନେଲ୍‌ ରହିବ ଏବଂ ସେଥିମଧ୍ୟରୁ ୫୦ଟି ଅଧିକ ଏଚଡି ଚାନେଲ୍‌ ରହିବ ବୋଲି ଜଣାପଡ଼ିଛି। ଆଗାମୀ ମାର୍ଚ୍ଚରେ ଏହା ଲଞ୍ଚ ହେବ ବୋଲି ସୂଚନା ମିଳିଛି।