ଭାରତ, ବ୍ରିଟେନ୍ ମଧ୍ୟରେ ୩.୨ ବିଲିଅନ ପାଉଣ୍ଡର ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ରାଜିନାମା

ଭାରତ, ବ୍ରିଟେନ୍ ମଧ୍ୟରେ ୩.୨ ବିଲିଅନ ପାଉଣ୍ଡର ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ରାଜିନାମା

Friday December 04, 2015,

2 min Read

ପ୍ୟାରିସରେ ଜଳବାୟୁ ପରିବର୍ତ୍ତନ ସମିତି ପୂର୍ବରୁ ଭାରତ ଓ ବ୍ରିଟେନ୍ ମଧ୍ୟରେ ୩.୨ ବିଲିଅନ୍ ପାଉଣ୍ଡ ମୂଲ୍ୟର ବ୍ୟବସାୟିକ ଉଦ୍ଦେଶ୍ୟ ଜଡ଼ିତ ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ଚୁକ୍ତି ସ୍ଵାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ୍ ଗସ୍ତ ଅବସରରେ ଉଭୟ ଦେଶ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗର ଗୁରୁତ୍ୱ ବୁଝିବା ସହ ସହଜଲବ୍ଧ ଓ ପରିବେଶ ଅନୁକୂଳ ଶକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି । ଏହା ଶକ୍ତି ସଙ୍କଟ ଦୂର କରିବା ସହ ଅର୍ଥନୈତିକ ପ୍ରଗତିରେ ସହାୟକ ହେବ ବୋଲି ଦୁଇ ଦେଶ ରାଜି ହୋଇଛନ୍ତି ।

image


ବ୍ରିଟିଶ ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ସଚିବ ଅମ୍ବର ରୁଡ୍ କହିଛନ୍ତି, ‘ଉଭୟ ଦେଶ ମଧ୍ୟରେ ଶକ୍ତିର ବନ୍ଧୁତ୍ୱ ଅଧିକ ଶକ୍ତିଶାଳୀ ହେବ । ଗବେଷଣା ଓ ନୂତନତାରେ ଦୁଇ ଦେଶ ବିଶ୍ୱମାନର ଅଭିଜ୍ଞତା ପରସ୍ପର ସହ ବାଣ୍ଟିବେ । ବ୍ରିଟେନର ସବୁଜ ଅର୍ଥନୀତି ଓ ପ୍ରଯୁକ୍ତି ଉପରେ ଅଭିଜ୍ଞତା ଆମକୁ ବହୁ ଉଚ୍ଚ ସ୍ତରକୁ ନେଇଛି ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା ଲାଗି ଏହା ଉଭୟ ଦେଶକୁ ଏକତ୍ର କାମ କରି ସୁରକ୍ଷିତ, ସହଜଲବ୍ଧ ଓ ପରିବେଶ ଅନୁକୂଳ ଶକ୍ତି ବ୍ୟବହାର ପାଇଁ ରାହା ଦେଖାଇଛି ।’

ସେ ପୁଣି କହିଛନ୍ତି, ‘ପ୍ୟାରିସ ସମିତିରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ଏବେ ସବୁଠାରୁ ବଡ଼ ଆହ୍ଵାନ, ମୁଁ ସନ୍ତୁଷ୍ଟ ଯେ ଭାରତ ସହ ଆମେ ଏ ଦିଗରେ କାମ କରି ବିଶ୍ୱ ତାପମାନକୁ ୨ ଡିଗ୍ରି ତଳକୁ ରଖିବା ଲାଗି ବୁଝାମଣା କରିବାରେ ସେଠାରେ ସଫଳ ହେବୁ ।’

୩.୨ ବିଲିଅନ ପାଉଣ୍ଡର ଏ ରାଜିନାମା ପରିବେଶ ଅନୁକୂଳ ପ୍ରଯୁକ୍ତି, ପୁନଃ ନବୀକରଣ ଯୋଗ୍ୟ ଶକ୍ତି, ଗ୍ୟାସ୍ ଓ ପରମାଣୁ ଶକ୍ତି ଆଦି ଉପରେ ଗବେଷଣା, ଉନ୍ନୟନ ଓ ପ୍ରୟୋଗ ପାଇଁ କରାଯାଇଛି । ଏ ଅବସରରେ ଭାରତ ଓ ଆଫ୍ରିକାରେ ପୁନଃ ନବୀକରଣ ଯୋଗ୍ୟ ଶକ୍ତି ତଥା ଶକ୍ତି ସଂଚୟ ଦିଗରେ ୨୦୦ ମିଲିଅନ ପାଉଣ୍ଡ ଲଗାଣ କରିବ ବୋଲି ବ୍ରିଟେନ୍ ଘୋଷଣା କଲା ।

ପ୍ୟାରିସ ଠାରେ ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ଏକ ମହତ୍ୱାକାଂକ୍ଷୀ ଓ ବିଶାଳ ଜାଗତୀୟ ରାଜିନାମାକୁ ସଫଳ କରାିବାରେ ଦୁଇ ଦେଶ ସହଯୋଗ କରିବେ ବୋଲି ରାଜି ହୋଇଥିଲେ । ମୋଦି ଓ ତାଙ୍କ ବିଟ୍ରେନ୍ ପ୍ରତିପକ୍ଷ ଡେଭିଡ୍ କାମେରନ୍ ପରମାଣୁ ସହଯୋଗ ରାଜିନାମାର ପରିସମାପ୍ତି ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ ଭାରତ-ବ୍ରିଟେନ୍ ବେସାମରିକ ପରମାଣୁ ସହଯୋଗରେ ପୂର୍ଣ୍ଣଚେଦ ଟାଣିବା ଲାଗି ଉଭୟ ନେତା ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ ।

ମୂଳ ଲେଖା - ପିଟିଆଇ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା